Posted inଫୁରସତ

ସଫେଇ କର୍ମଚାରୀଙ୍କୁ ହୃଦୟ ଦେଇ ବସିଲେ ମହିଳା ଡାକ୍ତର

ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ। ପ୍ରେମ ଧନୀ କି ଗରିବ କିଛି ମାନେ ନାହିଁ। ବିଶ୍ୱାସ ସହିତ ସ୍ନେହ ଓ ଉଭୟ ଉଭୟଙ୍କୁ ଦେଇଥିବା ପ୍ରତିଶ୍ରୁତି ହିଁ ପ୍ରେମ ସମ୍ପର୍କ ଡୋରିକୁ ଅଧିକ ସୁଦୃଢ କରି ଥାଏ। ଏହାର ଜ୍ୱଳନ୍ତ ଉଦାହରଣ ନିକଟରେ ପାକିସ୍ତାନରେ ଦେଖିବାକୁ ମିଳିଛି। ଏଠାରେ ଜଣେ ମହିଳା ଡାକ୍ତର ସଫେଇ କର୍ମଚାରୀ ତଥା ଚା’ ବିକାଳୀଙ୍କୁ ପ୍ରେମ କରି ଶେଷରେ ବିବାହ କରିଛନ୍ତି। ଆଜିକାଲି ସୋସିଆଲ ମିଡିଆରେ ଏହି ଦମ୍ପତିଙ୍କ କାହାଣୀ ଭାଇରାଲ ହେବାରେ ଲାଗିଛି।
‘ମେରା ପାକିସ୍ତାନ’ ୟୁଟ୍ୟୁବ ଚ୍ୟାନେଲରେ ହରିଶ ଭଟ୍ଟୀ ଏହି ଦମ୍ପତିଙ୍କ ପ୍ରେମ କାହାଣୀ ବିଷୟରେ ଶେୟାର କରିଥିଲେ। ଏହି ଦମ୍ପତି ପାକିସ୍ତାନର ଓକରା ତହସିଲର ଦିପାଲପୁରର ବାସିନ୍ଦା।
ମହିଳା ଡାକ୍ତର କିଶ୍ୱର କହିଛନ୍ତି ଯେ, ସେ ଶେହଜାଦଙ୍କ ବ୍ୟକ୍ତିତ୍ୱ ଦ୍ୱାରା ପ୍ରଭାବିତ ହୋଇଥିଲେ। ତାଙ୍କୁ ଦେଖି ସେ ଅନୁଭବ କଲେ ନାହିଁ ଯେ ସେ ଜଣେ ସଫେଇ କର୍ମଚାରୀ କିମ୍ବା ଚା’ ବିକାଳୀ। ଶେହଜାଦଙ୍କ ସରଳତା ଦେଖି ସେ ତାଙ୍କୁ ହୃଦୟ ଦେଇ ବସିଥିଲେ। ସେ ଶେହଜାଦଙ୍କ ପ୍ରତି ଏତେ ଆକର୍ଷିତ ହୋଇପଡିଲେ ଯେ, ନିଜ ମାତାପିତାଙ୍କୁ ନ ଜଣାଇ ତାଙ୍କୁ ପ୍ରପୋଜ କରିଥିଲେ।
ଅନ୍ୟପକ୍ଷରେ, ତାଙ୍କ ପ୍ରେମ କାହାଣୀ ବିଷୟରେ ଶେହଜାଦ କହିଛନ୍ତି, ସେ ତିନିଜଣ ଡାକ୍ତରଙ୍କ ପାଖରେ କାର୍ଯ୍ୟ କରୁଥିଲେ। ସଫାସଫି କରିବା ସହ ଏବଂ ଚା’ ଦେବା ପାଇଁ ସେଠାକୁ ଯାଉଥିଲେ। ଏହି ସମୟରେ କିଶ୍ୱର ତାଙ୍କୁ ନମ୍ବର ମାଗିଥିଲେ ଏବଂ କହିଥିଲେ ଯଦି ଆବଶ୍ୟକ ହୁଏ ତେବେ ମୁଁ ତୁମକୁ ଡାକିବି। ଏହା ଶୁଣି ଶେହଜାଦ ତାଙ୍କ ନମ୍ବର ଦେଇଥିଲେ। ଏହା ପରେ ଉଭୟଙ୍କ ମଧ୍ୟ କଥା ଆଗକୁ ବଢିଥିଲା। ଥରେ କିଶ୍ୱର ତାଙ୍କ ପ୍ରପୋଜ କରିଥିଲେ, ଶେହଜାଦ ଏହାକୁ ବିଶ୍ୱାସ କରିପାରି ନ ଥିଲେ। ସେ ଭାବିଲେ ଡାକ୍ତର ସାହିବା ଥଟ୍ଟା କରୁଛନ୍ତି। ଏହା ଶୁଣି ତାଙ୍କୁ କିଛି ଦିନ ଜ୍ୱର ମଧ୍ୟ ହୋଇଗଲା। ତା’ପରେ ସେ କିଛି ଦିନ ପାଇଁ ଡାକ୍ତରଖାନା ମଧ୍ୟ ଯାଇ ନ ଥିଲେ। କିନ୍ତୁ ପରେ ସେ କିଶ୍ୱରଙ୍କୁ ଭେଟିବାକୁ ଆସିଥିଲେ। ଜଣେ ଡାକ୍ତର ହେବା ସତ୍ତ୍ୱେ ସେ ମୋତେ ପ୍ରପୋଜ କରିବା,ଭାଗ୍ୟର ବିଷୟ ବୋଲି ଭାବୁଥିଲେ ଶେହଜାଦ।
ବିବାହ ପରେ କିଶ୍ୱର ଚାକିରି ଛାଡି ଦେଇଥିଲେ। ଏହାର କାରଣ ଥିଲା ଯେ ତାଙ୍କ ସାଙ୍ଗମାନେ କିଶ୍ୱରଙ୍କୁ ଅପମାନିତ କରୁଥିଲେ। ଏବେ ସେ ଏକ କ୍ଲିନିକ ଖୋଲିବାକୁ ଯୋଜନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri