Posted inଜାତୀୟ

ପ୍ରେମିକାଙ୍କ ପାଇଁ ଏଲ୍‌ଓସି ଡେଇଁଲେ ପାକିସ୍ତାନୀ ଯୁବକ

ଜୟପୁର,୭।୧୨: ପାକିସ୍ତାନ ସୀମାକୁ ଲାଗିଥିବା ଲାଇନ ଅଫ୍‌ କଣ୍ଟ୍ରୋଲ (ଏଲ୍‌ଓସି ) ଡେଇଁବାକୁ ଉଦ୍ୟମ କରି ରାଜସ୍ଥାନର ଶ୍ରୀ ଗଙ୍ଗାନଗରରେ ଧରା ପଡ଼ିଛନ୍ତି ଜଣେ ୨୨ ବର୍ଷୀୟ ଯୁବକ। ଉକ୍ତ ଯୁବକଙ୍କ ନାମ ମହମ୍ମଦ ଅମିର। ଧରା ପଡ଼ିବା ପରେ ପ୍ରେମିକାଙ୍କୁ ଭେଟିବା ପାଇଁ ମୁମ୍ବାଇ ଯାଉଥିବା ସେ କହିଥିଲେ।

ଶନିବାର ରାତିରେ ଅମିର ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ପାଟ୍ରୋଲ ବେଳେ ଧରା ପଡ଼ିଥିଲେ। ତାଙ୍କ ପାଖରୁ ଏକ ମୋବାଇଲ ଫୋନ ସହ କିଛି ଟଙ୍କା ମିଳିଥିଲା ବୋଲି ଶ୍ରୀ ଗଙ୍ଗାନଗର ଜିଲାର ଏସ୍‌ପି ଆନନ୍ଦ ଶର୍ମା କହିଛନ୍ତି।

ତେବେ ଉକ୍ତ ପାକିସ୍ତାନୀ ଯୁବକ ଯାହା କହୁଛନ୍ତି, ତାକୁ ଯାଞ୍ଚ କରାଯିବ। ଇଣ୍ଟେଲିଜେନ୍ସ ଅଧିକାରୀଙ୍କ ଏକ ଦଳ ମଙ୍ଗଳବାର ତାଙ୍କୁ ପଚରାଉଚରା ଓ କ୍ରସ ଚେକ କରିବ। ଯୁବକ ଜଣଙ୍କ ନିଜକୁ ମହମ୍ମଦ ଅମିର ପରିଚୟ ଦେଇଛନ୍ତି। ସେ ପାକିସ୍ତାନର ବାହାଓ୍ବାଲ ପୁର ଜିଲାର ହାସିଲପୁର ତହଶିଲ ବାସୀନ୍ଦା। ପ୍ରାଥମିକ ପଚରାଉଚରାରୁ ସେ ଫେସବୁକ ଯୋଗେ ମୁମ୍ବାଇର ଜଣେ ଝିଅ ସହ କଣ୍ଟାକ୍ଟରେ ଆସିଥିଲେ। ସେମାନଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା, ପ୍ରେମ ଓ ପରେ ଦୁହେଁ ନେଇଥିଲେ ବିବାହ ନିଷ୍ପତ୍ତି। ମାତ୍ର ତାଙ୍କର ଭିଜାକୁ ଅନୁମତି ଦେଇଥିଲେ ଭାରତୀୟ ଅଧିକାରୀ। ଏଣୁ ସେ ସୀମା ଡେଇଁ ମୁମ୍ବାଇ ଯିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଶର୍ମା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶରୀରକୁ ସୁସ୍ଥ, ମନକୁ ଶାନ୍ତ ରଖେ ଯୋଗ: ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୧।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗ ଅଭ୍ୟାସ କରିଛନ୍ତି। ଯୋଗ ଯେ ମଣିଷର ଶରୀରକୁ ସୁସ୍ଥ ରଖିବା ସହ ମନକୁ...

ବିଷାକ୍ତ ମଦ ପିଇ ୪ମୃତ, ଅନେକ ହସ୍ପିଟାଲରେ ଭର୍ତ୍ତି

ଅହମଦାବାଦ,୨୫।୭: ଗୁଜରାଟର ବୋଟାଡ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ବୋଟାଡ ଜିଲା ରୋଜିଦ ଗାଁରେ ବିଷାକ୍ତ ମଦ ପିଇ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

ଯୁବତୀଙ୍କୁ ଅପହରଣ ପରେ ଗଣବଳାତ୍କାର: ବହିଷ୍କୃତ ହେଲେ ଭାଜପା କର୍ମକର୍ତ୍ତା

ଭୋପାଳ, ୨୨ା୨- ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ୪ ଜଣ ଦୁର୍ବୃତ୍ତ ଗଣବଳାତ୍କାର କରିଥିବା ଅଭିଯୋଗ ଆସିଛି। ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ମଧ୍ୟପ୍ରଦେଶର ଶାହଦୋଲ ଜିଲାର...

ଗୁଜରାଟରେ ଏକ୍ସଇ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୯।୪: ଗୁଜୁରାଟରେ କରୋନା ଭୂତାଣୁର ନୂଆ ଏକ୍ସଇ ଭାରିଆଣ୍ଟ ମାମଲା ଚିହ୍ନଟ ହୋଇଛି। ଗୁଜରାଟର ଜଣେ ବ୍ୟକ୍ତି ଏକ୍ସଇ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରୁ...

ପ୍ରଚଣ୍ଡ ବହୁମତ ପରେ ୧୨ ଡିସେମ୍ବରରେ ଗୁଜରାଟରେ ସପ୍ତମ ଥର ଲାଗି ସରକାର ଗଠନ କରିବାକୁ ଯାଉଛି ଭାଜପା

ଅହମଦାବାଦ,୧୦ ।୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ୧୫୬ ଆସନରେ ବିଜୟୀ ହୋଇ ପ୍ରଚଣ୍ଡ ବହୁମତ ପରେ ଏବେ ଭାରତୀୟ ଜନତା ପାର୍ଟି(ଭାଜପା) ୧୨ ଡିସେମ୍ବରରେ ୭ମ...

ସଂକ୍ରମଣ କୁମଛି

ନୂଆଦିଲ୍ଲୀ,୧।୪: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ହଜାର ୩୩୫...

ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ତଳମୁହାଁ: ହେଲେ ବି ଲିଭୁନି ଜୁଇ…

ନୂଆଦିଲ୍ଲୀ,୨୩।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ତେବେ ଲକ୍‌ଡାଉନ୍‌...

ହାଇଦ୍ରାବାଦରେ କନ୍‌ସଲ ଜେନେରାଲ ଜୋଏଲ୍‌

ହାଇଦ୍ରାବାଦ, ୨୨ା୮: ହାଇଦ୍ରାବାଦରେ ଆମେରିକାର ନୂଆ ବାଣିଜି୍ୟକ ରାଷ୍ଟ୍ରଦୂତ ଭାବେ ଜୋଏଲ ରେଫ୍‌ମ୍ୟାନ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ହାଇଦ୍ରାବାଦରେ ପହଞ୍ଚିବା ପରେ ଏହି ଅଞ୍ଚଳ...

Advertisement
Archives

Model This Week