ଡ୍ରଗ୍ସ ଚୋରା କାରବାରରେ ପାକିସ୍ତାନ ଆଗରେ…

ଇସଲାମାବାଦ,୨୯।୧୨ : ଭାରତ ସମେତ ଅନେକ ଦେଶକୁ ଆତଙ୍କବାଦୀ ପଠାଉଥିବା ପାକିସ୍ତାନ ବର୍ତ୍ତମାନ ଡ୍ରଗ୍ସ ଚୋରା କାରବାରରେ ମଧ୍ୟ ବିଶ୍ୱରେ କୁଖ୍ୟାତ ହେବାରେ ଲାଗିଛି। ଅନେକ ଆଫ୍ରିକୀୟ ଏବଂ ଆରବ ଦେଶ ଏହାର ଶିକାର ହେଉଛନ୍ତି। ନାଇଜେରିଆରୁ ଗଲ୍ଫ ଦେଶ ଏବଂ ଆଫଗାନିସ୍ତାନ ପର୍ଯ୍ୟନ୍ତ ବିସ୍ତୃତ ଅନ୍ତର୍ଜାତୀୟ ଡ୍ରଗ୍ସ ଚୋରା ଚାଲାଣର ନେଟୱାର୍କ ପାକିସ୍ତାନରୁ ଲମ୍ବିଛି। ଜିଓ-ପଲିଟିକ ଏହାର ନୂତନ ରିପୋର୍ଟରେ ଏହି ଦାବି କରିଛି।

ଏହି ରିପୋର୍ଟରେ ପାକିସ୍ତାନର ଶିକାର ହୋଇଥିବା ନାଇଜେରିଆର ଉଦାହରଣ ଦିଆଯାଇଛି। କେବଳ ୫୦ ରୁ ୧୦୦ ମିଗ୍ରା ଡୋଜ ଥିବା ଟ୍ରାମାଡୋଲକୁ ଏଠାରେ ବିକ୍ରୟ କରିବାକୁ ଅନୁମତି ଦିଆଯାଇଛି। କିନ୍ତୁ ଏହା ପାକିସ୍ତାନରୁ ୨୦୦ ଏବଂ ୨୨୫ ମିଗ୍ରା ପର୍ଯ୍ୟନ୍ତ ଚୋରା ଚାଲାଣ କରାଯାଉଛି। ଯେଉଁମାନେ ଏହାକୁ ସେବନ କରିନ୍ତି ସେମାନେ କୋମା କିମ୍ବା ମରିଯିବାର ଆଶଙ୍କା ରହିଥାଏ। ସେହିଭଳି କୋଡାଇନ ମଧ୍ୟ ଚୋରା ଚାଲାଣ କରାଯାଉଛି, ଯାହା ଯକୃତର କ୍ଷତି, ଅଲସର୍‌, ଶ୍ୱାସକ୍ରିୟା ରୋଗ, କୋମା ଏବଂ ମୃତ୍ୟୁ ଘଟାଇପାରେ। ଜିଓ-ପଲିଟିକ ଅନୁଯାୟୀ, ୨୦୧୨ ମସିହାରୁ ନାଇଜେରିଆରେ, ଏହି ଓପିଓଏଡ (ଆପିମ ରୁ ଉତ୍ପନ୍ନ ଯନ୍ତ୍ରଣା ଉପଶମକାରୀ) କେବଳ ପ୍ରେସକ୍ରିପସନ ଦ୍ୱାରା ବ୍ୟବହୃତ ହେଉଛି। ସେଗୁଡିକ ସ୍ଥାନୀୟ ଭାବରେ ଉତ୍ପାଦିତ ହୁଏ, କିନ୍ତୁ ପଞ୍ଜୀକୃତ ହୋଇ ନଥିବା ଏହି ଡ୍ରଗ୍ସ କରାଚିରୁ ଚୋରା ଚାଲାଣ ଜାରି ରହିଛି।

୧୮ ଡିସେମ୍ବର ୨୦୨୨ ରେ, ନାଇଜେରିଆର ଜାତୀୟ ଡ୍ରଗ୍ସ ଆଇନ ପ୍ରବର୍ତ୍ତନ ଏଜେନ୍ସି ପାକିସ୍ଥାନ ଏବଂ ଦକ୍ଷିଣ ଆଫ୍ରିକାରୁ ଚୋରା ଚାଲାଣ ହୋଇଥିବା ୧୭ ଲକ୍ଷ ଓପିଓଏଡ ବଟିକା ଜବତ କରିଛି। ଏହା
ଫେବୃଆରୀ ୧୬ ରେ, ଅଧିକାରୀମାନେ ୨୨୫ ମିଗ୍ରା ଟ୍ରାମାଡୋଲର ୬.୫୦ ଲକ୍ଷ କ୍ୟାପସୁଲ ଜବତ କରିଥିଲେ। ଏହାର ଓଜନ ୪୬୧ କିଲୋଗ୍ରାମ ଥିଲା। ଏହାକୁ ନାଇଜେରିଆକୁ ପାକିସ୍ତାନରୁ ଇଥିଓପିଆ ଏୟାରଲାଇନ୍ସ ଆଣିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୁଚେଇଯୋର ନିକଟରେ ଓଲଟିଲା ଫ୍ଲାଏ ଆସ୍ ବୋଝେଇ ହାଇୱା: କ୍ୟାବିନ୍‌ରେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ, ଯାତାୟାତ ଠପ୍

ଲାଞ୍ଜିଗଡ଼,୧୯।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭବାନୀପାଟଣାରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ଜାତୀୟ ରାଜପଥର କୁଚେଇଯୋର (ଡେଙ୍ଗେନ୍)…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପାହାଡ଼ପୁରକୁ ଯିବେ ମୋଦି, ଟୁଇଟ୍‌ କରି କହିଲେ…

ଭୁବନେଶ୍ୱର,୧୯।୬: ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜର ଏହି ଆଗାମୀ ଓଡ଼ିଶା ଗସ୍ତ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି ।…

ଚାମେଲିଙ୍କ ଭାଇଙ୍କୁ ବି ମିଳିଲା ଜାମିନ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ଘଟିଥିବା ଗଣ୍ଡଗୋଳ ଘଟଣାରେ ଗିରଫ ହୋଇଥିବା ତିଖିରି ସରପଞ୍ଚ ଚାମେଲି…

ରୟାଲ୍ ଏନଫିଲ୍ଡର ପ୍ରଥମ ଇଲେକ୍ଟ୍ରିକ୍ ବାଇକ୍ ‘Flying Flea C6’ ଲଞ୍ଚ୍: ଜାଣନ୍ତୁ ଦମଦାର୍ ଫିଚର୍ସ-ମୂଲ୍ୟ

ନୂଆଦିଲ୍ଲୀ,୧୯।୬: ଭାରତୀୟ ବାଇକ୍ ନିର୍ମାତା କମ୍ପାନୀ ରୟାଲ୍ ଏନଫିଲ୍ଡର ନୂଆ ଇଲେକ୍ଟ୍ରିକ୍ ବ୍ରାଣ୍ଡ୍ ‘Flying Flea’ ଏହାର ପ୍ରଥମ ଇଲେକ୍ଟ୍ରିକ୍ ମୋଟରସାଇକେଲ୍ Flying Flea C6 ର…

Coach Yuvraj Singh: IPLରେ ଯୁବରାଜ ସିଂହଙ୍କ ଏଣ୍ଟ୍ରି, ଏହି ଦଳର ହେବେ କୋଚ୍‌ !

ନୂଆଦିଲ୍ଲୀ,୧୯।୬: ଆଇପିଏଲ୍ ୨୦୨୭କୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ସବୁଠାରୁ ବଡ଼ ଖବର ଆସୁଛି ଦିଲ୍ଲୀ କ୍ୟାପିଟାଲ୍ସ ଶିବିରରୁ ।…

ଗ୍ରାହକଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ: ରୁପା ୮,୦୪୦ ତ ଏତିକି ଟଙ୍କା ଶସ୍ତା ହେଲା ସୁନା, କିଣିବାର ଥିଲେ…

ନୂଆଦିଲ୍ଲୀ,୧୯।୬: ରାଜଧାନୀ ଦିଲ୍ଲୀର ସରଫା ବଜାରରେ ଶୁକ୍ରବାର ସୁନା ଏବଂ ରୁପା ମୂଲ୍ୟରେ ଏକ ବଡ଼ ଧରଣର ହ୍ରାସ ରେକର୍ଡ କରାଯାଇଛି। କ୍ରମାଗତ ଚତୁର୍ଥ କାରବାର ଦିବସରେ…

ଟ୍ରମ୍ପଙ୍କ ବଡ଼ ଦାବି, କହିଲେ ‘G7ରେ ମେଲୋନି ଫଟୋ ଉଠାଇବାକୁ ପାଗଳ ହେଉଥିଲେ’, ଜବାବ ରଖିଲେ ଇଟାଲୀ ପିଏମ୍‌

ଓ୍ବାଶିଂଟନ,୧୯।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଅଦ୍ଭୁତ ଦାବି କରିଛନ୍ତି ଯାହାକୁ ଇଟାଲୀ ପ୍ରଧାନମନ୍ତ୍ରୀ ମିଥ୍ୟା ବୋଲି କହି ଖାରଜ କରିଛନ୍ତି, ଫଳରେ ନୂତନ ବିବାଦ…

ଜନ୍ମମାଟିରେ ବୀର ସନ୍ତାନଙ୍କୁ ଶେଷ ବିଦାୟ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତୋପ ସଲାମି

ପାରଳାଖେମୁଣ୍ଡି,୧୯।୬ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ତାଟିପାଟି ଗ୍ରାମରେ ଶୁକ୍ରବାର ଶୋକର ଛାୟା ଖେଳିଯାଇଛି। ଗ୍ରାମର ବୀର ସନ୍ତାନ ତଥା ଭାରତୀୟ ସେନାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri