Posted inଜାତୀୟ

ମେଡ ଇନ ଇଣ୍ଡିଆ କଫ୍‌ ଶିରପ ମାରାତ୍ମକ: ଜୟରାମ ରମେଶ

ନୂଆଦିଲ୍ଲୀ,୨୯।୧୨: ମଧ୍ୟ ଏସିଆ ଦେଶ ଉଜବେକିସ୍ତାନରରେ ଏକ ଭାରତୀୟ କଫ୍‌ ସିରପ୍‌ ପିଇ ୧୮ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଉଜବେକିସ୍ତାନର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦାବି କରିଛି, ଏହା ଏକ ଭାରତୀୟ ଫାର୍ମାସ୍ୟୁଟିକାଲ କମ୍ପାନୀର କାଶ ସିରପ ଡକ -୧ ମ୍ୟାକ୍ସ ପିଇ ଶିଶୁଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ଭାରତରେ ରାଜନୀତି ତୀବ୍ର ହୋଇଛି। କଂଗ୍ରେସ ନେତା ଜୟରାମ ରମେଶ ମେଡ ଇନ ଇଣ୍ଡିଆ କଫ୍‌ ସିରପ୍‌କୁ ମାରାତ୍ମକ ବୋଲି ମଧ୍ୟ କହିଛନ୍ତି।
ରମେଶ ଟୁଇଟ୍‌ କରି କହିଛନ୍ତି, ମେଡ ଇନ ଇଣ୍ଡିଆ ସିରପ୍‌ ମାରାତ୍ମକ ମନେହୁଏ। ପୂର୍ବରୁ ଗାମ୍ବିଆରେ ୭୦ ପିଲାଙ୍କର ମୃତ୍ୟୁ ହୋଇଥିଲା ଏବଂ ବର୍ତ୍ତମାନ ଉଜବେକିସ୍ତାନରେ ୧୮ ଜଣ ଶିଶୁ ମୃତ୍ୟୁବରଣ କରିଛନ୍ତି। ମୋଦି ସରକାର ଭାରତ ବିଷୟରେ ଗର୍ବ କରିବା ବନ୍ଦ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍‌।
ସୂଚନାଯୋଗ୍ୟ, ଆଫ୍ରିକୀୟ ରାଷ୍ଟ୍ର ଗାମ୍ବିଆରେ ଭାରତୀୟ ସିରପ୍‌ ପିଇ ୬୬ ଶିଶୁଙ୍କ ମୃତ୍ୟୁ ଘଟିବାର କିଛି ମାସ ପରେ ଉଜ୍‌ବେକିସ୍ତାନରୁ ମଧ୍ୟ ଅନୁରୂପ ଅଭିଯୋଗ ଆସିଛି। ଉତ୍ତର ପ୍ରଦେଶରେ ମାରିଓନ୍‌ ବାୟୋଟେକ୍‌ ପକ୍ଷରୁ ପ୍ରସ୍ତୁତ ଡୋକ୍‌-୧ ମ୍ୟାକ୍ସ ସିରପ୍‌ ସେବନ କରି ଉଜ୍‌ବେକିସ୍ତାନର ୧୮ ଶିଶୁ ଆଖି ବୁଜିଦେଇଥିବା ସେଠାକାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ମାରିଓନ୍‌ ବାୟୋଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ୨୦୧୨ରେ ଉଜ୍‌ବେକିସ୍ତାନରେ ପଞ୍ଜୀକୃତ ହୋଇଛି। ଏହି ଫାର୍ମାସ୍ୟୁଟିକାଲ୍‌ କମ୍ପାନୀର ଡୋକ୍‌-୧ ମ୍ୟାକ୍ସ ସିରପ୍‌ ୟୁପିର ନୋଏଡାରେ ପ୍ରସ୍ତୁତ କରାଯାଉଛି। ଉଜ୍‌ବେକିସ୍ତାନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଜାରି ଏକ ବିବୃତିରେ କୁହାଯାଇଛି ଯେ, ଦେଶର ଶ୍ୱାସକ୍ରିୟାଜନିତ ରୋଗରେ ପୀଡ଼ିତ ୨୧ ଶିଶୁ ଏହି ସିରପ ପିଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କ ମୃତ୍ୟୁ ଘଟିଲାଣି। ରୋଗୀଣା ଶିଶୁମାନେ ହସ୍ପିଟାଲରେ ଚିକିତ୍ସିତ ହେବା ପୂର୍ବରୁ ନିଜ ଘରେ ୨-୭ ଦିନ ଧରି ଡୋକ୍‌-୧ ମ୍ୟାକ୍ସ ସିରପ ପିଇଥିଲେ। ସେମାନେ ଦିନକୁ ୨.୫-୫ ଏମ୍‌ଏଲ୍‌ ଲେଖାଏ ୩ରୁ ୪ ଥର ଏହାକୁ ସେବନ କରୁଥିଲେ, ଯାହାକି ଶିଶୁଙ୍କ ପାଇଁ ଔଷଧ ସେବନ ମାତ୍ରାର ମାନକଠାରୁ ଅଧିକ।
ପାରାସିଟାମଲ ଏହି ସିରପ୍‌ର ମୁଖ୍ୟ ଉପାଦାନ ହୋଇଥିବାବେଳେ ମା’ବାପାମାନେ ଭୁଲ୍‌ରେ ଆଣ୍ଟାଇ-କୋଲ୍ଡ ଉପଚାର ରୂପେ ନିଜ ପିଲାଙ୍କୁ ଡୋକ୍‌-୧ ମ୍ୟାକ୍ସ ଦେଇଥିଲେ। ଔଷଧ ଦୋକାନୀମାନଙ୍କ ପରାମର୍ଶ କ୍ରମେ ସେମାନେ ଏପରି କରିଥିଲେ। ସିରପ୍‌ ପିଇବା ପରେ ଶିଶୁମାନଙ୍କ ସ୍ବାସ୍ଥ୍ୟରେ ଅବନତି ପରିଲକ୍ଷିତ ହୋଇଥିଲା। ଲାବରେଟୋରିରେ ପ୍ରାରମ୍ଭିକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଡୋକ୍‌-୧ ମ୍ୟାକ୍ସ ସିରପ୍‌ର ଏହି ସିରିଜରେ ଏଥିଲେନ୍‌ ଗ୍ଲାଇକୋଲ୍‌ ରହିଛି। ଏହି ଉପାଦାନ ବିଷାକ୍ତ ହୋଇଥିବାରୁ ସେବନ କରୁଥିବା ରୋଗୀଙ୍କଠାରେ ବାନ୍ତି ହେବା, ମୂର୍ଚ୍ଛା ହେବା, ମାଂସପେଶୀର ଅନିୟନ୍ତ୍ରିତ ସଙ୍କୋଚନ, ହୃତ୍‌ଘାତଜନିତ ସମସ୍ୟା ଏବଂ କିଡ୍‌ନୀ ଅକାମି ହୋଇଯିବା ଭଳି ଗମ୍ଭୀର ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି ଉଜ୍‌ବେକିସ୍ତାନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଶିଶୁ ମୃତ୍ୟୁ ପାଇଁ ଦାୟୀ ୭ ଜଣ କର୍ମଚାରୀଙ୍କୁ ଦାୟିତ୍ୱରେ ଅବହେଳା ଲାଗି ସେମାନଙ୍କ ଚାକିରିରୁ ବହିଷ୍କାର କରାଯାଇଛି। ଏଥିସହ ଡୋକ୍‌-୧ ମ୍ୟାକ୍ସ ସିରପ୍‌ ଓ ଟାବ୍‌ଲେଟ୍‌ ବିକ୍ରିକୁ ଉଜ୍‌ବେକିସ୍ତାନର ସବୁ ଔଷଧ ଦୋକାନରେ ନିଷେଧ କରାଯାଇଛି। ବିନା ପ୍ରେସ୍କ୍ରିପ୍‌ଶନରେ କୌଣସି ଦୋକାନରୁ ନିଜ ପିଲାଙ୍କ ପାଇଁ ଔଷଧ ନ କିଣିବା ପାଇଁ ଅଭିଭାବକମାନଙ୍କୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ପ୍ରକାଶ ଯେ ଗତ ଅକ୍ଟୋବରରେ ହରିୟାଣାର ମେଡେନ୍‌ ଫାର୍ମା ନିର୍ମିତ ୪ କଫ ସିରପ ପିଇବା ପରେ ଗାମ୍ବିଆର ୬୬ ଶିଶୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହେବା ପରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଭାରତୀୟ ଔଷଧକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?