Advertisement

ବାଲୁଚିସ୍ତାନରେ ବିଦ୍ରୋହୀଙ୍କ ବିରୋଧରେ ପାକିସ୍ତାନ ବ୍ୟବହାର କରୁଛି ଚାଇନା ଡ୍ରୋନ…

ଇସଲାମାବାଦ,୨୧।୧୧ : ପାକିସ୍ତାନୀ ସେନା ବର୍ତ୍ତମାନ ଚାଇନାର ଡ୍ରୋନ ସିଏଚ-୪ବି ବ୍ୟବହାର କରି ବାଲୁଚିସ୍ତାନରେ ବିଦ୍ରୋହୀଙ୍କୁ ଦମନ କରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନ ଯୁଦ୍ଧ ବିମାନ ଏବଂ ହେଲିକପ୍ଟର ସାହାଯ୍ୟରେ ବାଲୁଚ ଉପରେ ଆକ୍ରମଣ କରିଆସୁଛନ୍ତି, କିନ୍ତୁ ବର୍ତ୍ତମାନ ଡ୍ରୋନ ଦ୍ୱାରା ଆକ୍ରମଣ ଆରମ୍ଭ କରାଯାଇଛି।

ଦି ୟୁରାସିଆନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ସାମରିକ ବ୍ୟବହାର ଡ୍ରୋନ ସହିତ ବାଲୁଚିସ୍ତାନ ଉପରେ ଆକ୍ରମଣ ପାଇଁ ପାକିସ୍ତାନ ଏବେ ଏକ ନୂଆ କୌଶଳ ଆପଣେଇଛି। ବର୍ତ୍ତମାନ ପାକ ସେନା କ୍ରମାଗତ ଭାବରେ ଡ୍ରୋନ୍‌ ଦ୍ୱାରା ଆକ୍ରମଣ କରୁଛି। ବାଲୁଚିସ୍ତାନ ପୋଷ୍ଟ ଅନୁଯାୟୀ, ଚଳିତ ମାସ ଆରମ୍ଭରେ ପାକିସ୍ତାନୀ ସେନା ବୋଲାନ ଅଞ୍ଚଳରେ ବିଦ୍ରୋହୀଙ୍କ ବିରୋଧରେ ଏକ ପ୍ରମୁଖ ସାମରିକ ଅପରେଶନ କରିଥିଲା। ଏଥିରେ ଡ୍ରୋନ୍‌, ଯୁଦ୍ଧ ବିମାନ, ବନ୍ଧୁକ ହେଲିକପ୍ଟର ଏବଂ ଏସଏସଜି କମାଣ୍ଡୋଙ୍କୁ ନିୟୋଜିତ କରାଯାଇଥିଲା ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ସେନା ବାଲୁଚିସ୍ତାନର ବୋଲାନର ମାଳଭୂମିରେ ବାଲୁଚ ଜାତୀୟତାବାଦୀଙ୍କ ବିରୋଧରେ ଯୁଦ୍ଧ ବିମାନ ନିୟୋଜିତ କରିଛି। ଅନ୍ୟପକ୍ଷରେ ପାକିସ୍ତାନୀ ସାମରିକ ଅପରେଶନକୁ ବିରୋଧ କରୁଥିବା ବାଲୁଚି ମିଲିସିଆ ଦୁଇଜଣ ଏସଏସଜି କମାଣ୍ଡୋଙ୍କୁ ହତ୍ୟା କରିଥିଲେ। ପରିସ୍ଥିତିର ମୁକାବିଲା ପାଇଁ ପାକ ସେନା ବର୍ତ୍ତମାନ ଯୁଦ୍ଧ ବିମାନ ବ୍ୟବହାର କରିବା ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମାନ୍ୟ ନୁହେଁ ଓମିକ୍ରନ୍‌: ଏକ ସପ୍ତାହ ମଧ୍ୟରେ ବିଶ୍ୱରେ ଦେଢ କୋଟି ସଂକ୍ରମିତ, ୪୮ ହଜାର ମୃତ୍ୟୁ

ଜେନେଭା,୧୩ ।୧: ସାରା ବିଶ୍ୱରେ କରୋନା ସଂକ୍ରମଣ ସଂଖ୍ୟାରେ ବୃଦ୍ଧି ହୋଇଚାଲିଛି । ଇତିମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଏକ ନୂଆ ରିପୋର୍ଟରେ ଦର୍ଶାଇଛି ଗତ...

ଟେକ୍ସାସ୍‌ରେ ଗୁଳି: ୭ ମୃତ

ହଷ୍ଟନ,୨ା୯(ପି.ଟି.): ଆମେରିକାର ଟେକ୍ସାସରେ ଗୁଳିକାଣ୍ଡ ଘଟି ୭ ଜଣ ନିହତ ହୋଇଥିବାବେଳେ ୨୧ ଆହତ ହୋଇଛନ୍ତି। ଆକ୍ରମଣକାରୀଙ୍କୁ ଟ୍ରାଫିକ୍‌ ଅଧିକାରୀମାନେ ଅଟକାଇବା ପରେ ସେ ଆଖିବୁଜା ଗୁଳି...

ବରଯାତ୍ରୀଙ୍କ ଉପରେ ଆକାଶରୁ ଟଙ୍କା ବର୍ଷା

କରାଚୀ,୧୬।୩ : ବରଯାତ୍ରୀଙ୍କ ଉପରେ ଫୁଲ ବର୍ଷା ହେବା ସାଧାରଣ କଥା। କିନ୍ତୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଆକାଶରୁ ଟଙ୍କା...

ଟ୍ୟାଙ୍କରକୁ ଅଟକାଇବା ପାଇଁ ବ୍ରିଜ୍‌ ସହିତ ନିଜକୁ ଉଡ଼ାଇଦେଲେ ୟୁକ୍ରେନର ସାହସିକ ଯବାନ

କ୍ୱିଭ,୨୬।୨: ରୁଷିଆର ସୈନ୍ୟଙ୍କ ଆକ୍ରମଣ ମଧ୍ୟରେ ଜଣେ ୟୁକ୍ରେନ ସୈନ୍ୟଙ୍କ ସାହସିକତାର ଖବର ସାମ୍ନାକୁ ଆସିଛି। ଏହି ଯବାନ ରୁଷିଆର ଟ୍ୟାଙ୍କରକୁ ଅଟକାଇବା ପାଇଁ ବ୍ରିଜ...

ଝୁଲିଲା ଭାରତ, ବ୍ରିଟେନ ଏଫ୍‌ଟିଏ

ନୂଆଦିଲ୍ଲୀ/ଲଣ୍ଡନ,୧୪ା୧୦:ବ୍ରିଟେନରେ ବସବାସ କରୁଥିବା ଉଚ୍ଚ ଦକ୍ଷତାସମ୍ପନ୍ନ ପ୍ରବାସୀଙ୍କ ମଧ୍ୟରେ ଭାରତୀୟମାନେ ଲଗାତର ସର୍ବାଗ୍ରେ ରହିଆସିଛନ୍ତି। ସଦ୍ୟ ତଥ୍ୟାନୁସାରେ ଚଳିତବର୍ଷ ପ୍ରାୟ ୧,୧୮,୦୦୦ ଭାରତୀୟ ଛାତ୍ରୀଛାତ୍ର ବ୍ରିଟେନର...

ଚାଇନାରେ ଜାରି ହେବ କଡ଼ା ନିୟମ

ବେଜିଂ,୧୩ା୪: ବର୍ତ୍ତମାନ ଚାଇନାରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି କ୍ରମରେ ବୁଧବାର ଦେଶର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ କହିଛନ୍ତି, ଦେଶରେ...

ଭେଣ୍ଟିଲେଟରରେ ଥିଲେ ସ୍ବାମୀ, ସ୍ତ୍ରୀ ଦେଲେ ଏମିତି ଉପହାର ଯାହା ଜାଣି ହେବେ ଆଶ୍ଚର୍ଯ୍ୟ

ଲଣ୍ଡନ: କରୋନା ସାରା ବିଶ୍ୱରେ କାୟା ବିସ୍ତାର କରିଛି। ଏହି ମହାମାରୀ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଲାଣି। କରୋନାରେ ସମ୍ପର୍କୀୟଙ୍କୁ ହରାଇ ଅନେକ ଲୋକ...

ତାଲିବାନଙ୍କ ମଧ୍ୟରେ ଫାଟ!

କାବୁଲ,୭।୯: ଆଫଗାନିସ୍ତାନରେ ସରକାର ଗଠନ ପାଇଁ ତାଲିବାନ ମଧ୍ୟରେ ଆଭ୍ୟନ୍ତରୀଣ କନ୍ଦଳ ସାମ୍ନାକୁ ଆସୁଛି। କନ୍ଦଳ ମଧ୍ୟରେ ତିନୋଟି ମୁଖ୍ୟ ନାମ ରହିଛି। ମୁଲ୍ଲା ଅବଦୁଲ...

Advertisement
Archives

Model This Week