କଶ୍ମୀରକୁ ବିକ୍ରି କରି ଦେଇଛି ପାକିସ୍ତାନ: ଖବରଦାତାଙ୍କ ରିପୋର୍ଟ ନେଇ ଚର୍ଚ୍ଚା ଜାରି…

ଇସଲାମାବାଦ,୨୪।୪ : ପୂର୍ବତନ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ ବିଷୟରେ ଜଣାଶୁଣା ଖବରଦାତା ହମିଦ ମିରଙ୍କ ଦ୍ୱାରା ରିପୋର୍ଟ ପ୍ରକାଶ ପାଇବା ପରେ ଦେଶରେ ରାଜନୈତିକ ଚର୍ଚ୍ଚା ଜାରି ରହିଛି। ଏକ ଭିଡିଓରେ ହମିଦ ମୀର ବାଜୱାଙ୍କ ବିରୋଧରେ କଶ୍ମୀର ବିକ୍ରି କରିଥିବା ଅଭିଯୋଗ ଆଣିଛନ୍ତି। ଏକ ଭିଡିଓରେ ମୀର କହୁଥିବାର ଶୁଣିବାକୁ ମିଳୁଛି ବାଜୱା କଶ୍ମୀର ନେଇ ଏକ ଡିଲ୍‌ କରିବା ସହିତ ଇଣ୍ଡୋ-ପାକ ଲାଇନ ଅଫ କଣ୍ଟ୍ରୋଲ (ଏଲଓସି) ରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି। କିନ୍ତୁ ଇମ୍ରାନଙ୍କ ସହ ଏହାର କୌଣସି ସମ୍ପର୍କ ନ ଥିଲା।

ଇମ୍ରାନ ଖାନ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ ଏବଂ ତାଙ୍କୁ କ୍ଷମତାରୁ ବହିଷ୍କାର କରାଯାଇଥିଲା। ବହିଷ୍କୃତ ହେବା ପରେ ଇମ୍ରାନ ବର୍ତ୍ତମାନର ସରକାରଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣିଥିଲେ ଏବଂ ତତ୍କାଳୀନ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ ବିରୋଧରେ ମଧ୍ୟ ଏକ ମୋର୍ଚ୍ଚା ଖୋଲିଥିଲେ। ଇମ୍ରାନ କହିଛନ୍ତି, ତାଙ୍କ ସହ ଯାହା ଘଟିଲା, ତାହା ବାଜୱା କରିଛନ୍ତି। ଏଥି ସହିତ, ବର୍ତ୍ତମାନ ହମିଦ ମୀର ବାଜୱାଙ୍କ ବିଷୟରେ ଦେଇଥିବା ବିବୃତ୍ତି ପରେ ଇମ୍ରାନ ଖାନଙ୍କ ସମର୍ଥକମାନେ ପୁଣି ଥରେ ବାଜୱାଙ୍କ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

 

ହମିଦ ମୀରଙ୍କ କହିବାନୁସାରେ, ସେନାଙ୍କ ସାମର୍ଥ୍ୟ ସମ୍ପର୍କରେ ବାଜୱାଙ୍କ ପକ୍ଷରୁ ଅନେକ ଦାବି କରାଯାଇଥିଲା। ବାଜୱା ବିଶ୍ୱାସ କରୁଥିଲେ ଯେ ପାକିସ୍ତାନୀ ସେନାର ପାରମ୍ପରିକ ଯୁଦ୍ଧ ପାଇଁ ଶକ୍ତି ନାହିଁ। ସେମାନଙ୍କର ଭାରି ଅସ୍ତ୍ରର ଅଭାବ ରହିଛି। ଏକ ଭାଇରାଲ ଭିଡିଓରେ ହମିଦ କହିଥିବାର ଶୁଣିବାକୁ ମିଳୁଛି, ଜେନେରାଲ ବାଜୱା ୨୫ ଗଣମାଧ୍ୟମକୁ କହିଛନ୍ତି, ପାକିସ୍ତାନୀ ସେନାର ଟ୍ୟାଙ୍କ କାମ କରୁନାହିଁ। ଡିଜେଲ ମହଜୁଦ ରଖିବା ପାଇଁ ସେନା ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ ।

ଯଦି ହମିଦଙ୍କୁ ବିଶ୍ୱାସ କରାଯାଏ, ତେବେ ବାଜୱା ଗଣମାଧ୍ୟମ ଆଗରେ ସ୍ବୀକାର କରିଥିଲେ, ପାକିସ୍ତାନର ସେନା ଯୁଦ୍ଧ ପାଇଁ ଯୋଗ୍ୟ ନୁହେଁ। ବାଜୱାଙ୍କ ସମସ୍ୟା ବଢ଼ାଇଥିବା ହମିଦଙ୍କ ଏହି ତଥ୍ୟକୂ ନେଇ ବର୍ତ୍ତମାନ କେବଳ ପାକିସ୍ତାନ ନୁହେଁ ଭାରତରେ ମଧ୍ୟ ଆଲୋଚନା ହେଉଛି। ଅନେକ ଲୋକ ସୋସିଆଲ ମିଡିଆରେ କହୁଛନ୍ତି, ବାଜୱା ସତ୍ୟକୁ ଗ୍ରହଣ କରିଛନ୍ତି। ଏଥିସହ ଅନେକ ପାକିସ୍ତାନୀ ବାଜୱ ା କଶ୍ମୀର ବିକ୍ରୟ କରିଥିବା ଅଭିଯୋଗ କରିଛନ୍ତି।

 

ସେ କହିଥିଲେ ଯଦି ଭାରତ ସହ ଅସ୍ତ୍ରବିରତି ଉଲ୍ଲଂଘନ ହୁଏ ତେବେ ୨୦୨୧ ମସିହା ଏପ୍ରିଲରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ଆସିବେ। ମୀରଙ୍କ କହିବାନୁସାରେ, ଯେତେବେଳେ ପାକିସ୍ତାନର ତତ୍କାଳୀନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶି ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ସେ କ୍ରୋଧିତ ହୋଇଥିଲେ। ତା’ପରେ ଇମ୍ରାନ କହିଥିଲେ ବାଜୱା ଏବଂ ପୂର୍ବତନ ଲ୍ୟୁଟନାଟ ଜେନେରାଲ ଫୈଜ ହମିଦ କ’ଣ କହୁଛନ୍ତି ସେ ବିଷୟରେ ମୁଁ ଅଧିକ ଜାଣେ ନାହିଁ।

ଏଥି ସହିତ, ଅନେକ ଇମ୍ରାନ ସମର୍ଥକ କହିଛନ୍ତି, ବାଜୱା ଇମ୍ରାନଙ୍କୁ ଅନ୍ଧାରରେ ରଖିଥିଲେ, ତାଙ୍କୁ ଅଧିକ କିଛି କହି ନ ଥିଲେ। ବାଜୱା ଇମ୍ରାନଙ୍କ ସହ ଭୁଲ କାର୍ଯ୍ୟ କରିଥିଲେ ଏବଂ କାଶ୍ମୀରବାସୀଙ୍କୁ ମଧ୍ୟ ପ୍ରତାରଣା କରିଥିଲେ। ଭିଡିଓରେ ହମିଦ କହିଛନ୍ତି, ବାଜୱା କଶ୍ମୀରବାସୀଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନକାରୀ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ପୋଲିସ ଅଫିସରଙ୍କ ବଦଳି

ନୂଆଦିଲ୍ଲୀ,୨୭ା୭:ଗତ ୨୦ ତାରିଖରେ ସିଜେପିର ‘ଚଲୋ ସଂସଦ’ ଅଭିଯାନ ବେଳେ ଆନ୍ଦୋଳନରତ ଜଣେ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ଦିଲ୍ଲୀର ଜଣେ ବରିଷ୍ଠ ପୋଲିସ ଅଫିସରଙ୍କୁ ଯନ୍ତରମନ୍ତର ବିକ୍ଷୋଭ…

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

ନଇଁଲେ ସମ୍ରାଟ ସରକାର: ଛାତ୍ରଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର

ପାଟନା,୨୭।୭: NEET ପେପର୍‌ ଲିକ ନେଇ ହୋଇଥିବା ପ୍ରତିବାଦ ପରେ ବିହାର ସରକାର ସମସ୍ତ ସମ୍ପର୍କିତ ମାମଲା ପ୍ରତ୍ୟାହାର କରିବାକୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ସୋମବାର…

CJP ଅଲ୍ଟିମେଟମ୍‌ରେ ସରକାର ଛାନିଆ: ନେଲେ ବଡ଼ ଆକ୍ସନ

ନୂଆଦିଲ୍ଲୀ,୨୭।୭: ନିଟ୍‌ ପ୍ରତିବାଦକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କକ୍ରୋଚ ଜନତା ପାର୍ଟି (CJP) ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗର ସରକାର ବିଚାର କରିଛନ୍ତି। ସରକାର ସେହି…

ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି ।…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା) : ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୋମବାର…

ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର:ଗର୍ଭବତୀ-ପ୍ରସୂତି ପାଇବେ ସୁବିଧା

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ନିରୀକ୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri