୨୦୨୫ସୁଦ୍ଧା ପାକିସ୍ତାନର ପରମାଣୁ ବୋମା ସଂଖ୍ୟା ୨୦୦ଟପିବ, ଆମେରିକା ବୈଜ୍ଞାନିକଙ୍କ ଦାବି

ଇସଲାମବାଦ,୧୫।୯: ପଡୋଶୀ ଦେଶ ପାକିସ୍ତାନ ପାଖରେ ରହିଛି ୧୭୦ଟି ପରମାଣୁ ବୋମା ଯାହା ୨୦୨୫ ସୁଦ୍ଧା ୨୦୦ଟପିବ ବୋଲି ଆଶଙ୍କା କରାଯାଉଛି। ଏସମ୍ପର୍କରେ ‘ବୁଲେଟିନ ଅଫ୍‌ ଦ ଆଟୋମିକ ସାଇଣ୍ଟିଷ୍ଟ’ରେ ପ୍ରକାଶିତ ‘ନ୍ୟୁକ୍ଲିଅର ନୋଟବୁକ୍‌’ ସ୍ତମ୍ଭରେ ୧୧ସେପ୍ଟେମ୍ବରରେ ଆଲେଖ୍ୟ ପ୍ରକାଶ ପାଇଛି। ତେବେ ଏହାକୁ ଆମେରିକୀୟ ବୈଜ୍ଞାନିକମାନେ ମଧ୍ୟ ସମର୍ଥନ କରିଛନ୍ତି। ଆମେରିକାର ପ୍ରତିରକ୍ଷା ଇଣ୍ଟେଲିଜେନ୍ସ ଏଜେନ୍ସି ୧୯୯୯ରେ ଆକଳନ କରିଥିଲା ଯେ, ୨୦୨୦ ସୁଦ୍ଧା ପାକିସ୍ତାନରେ ପାଖରେ ୬୦ରୁ ୮୦ଟି ଯୁଦ୍ଧ ଅସ୍ତ୍ରଶସ୍ତ୍ର ଥିବ। କିନ୍ତୁ ଆମେରିକାର ଅନୁମାନ ଭୁଲ ପ୍ରମାଣିତ ହୋଇଛି। କାରଣ ପାକିସ୍ତାନ ନୂଆ ଅସ୍ତ୍ର ପ୍ରଣାଳୀ ପ୍ରୟୋଗ କରି ଅସ୍ତ୍ରଶସ୍ତ୍ର ସହ ପରମାଣୁ ବୋମା ମଧ୍ୟ ପ୍ରସ୍ତୁତ କରିଛି। ବର୍ତ୍ତମାନ ତାହା ୧୭୦କୁ ବୃଦ୍ଧି ପାଇଛି।

ଫେଡେରେସନ ଅଫ ଆମେରିକୀୟ ସାଇଣ୍ଟିଷ୍ଟ ପରମାଣୁ ସୂଚନା ପ୍ରକଳ୍ପ ନିର୍ଦ୍ଦେଶକ ହାନ୍ସ ଏମ ଖ୍ରୀଷ୍ଟସେନ, ସିନିୟର ରିସର୍ଚ୍ଚ ଫେଲୋ ମ୍ୟାଟ କୋରଦା ଓ ରିସର୍ଚ୍ଚ ଆସୋସିଏଟ ଏଲିନା ଜନ୍ସଙ୍କ ଦ୍ୱାରା ଅନୁସନ୍ଧାନ କରାଯାଇ ନ୍ୟୁକ୍ଲିଅର ନୋଟବୁକରେ ଏହି ଆଲେଖ୍ୟ ପ୍ରକାଶିତ ହୋଇଛି। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ପାକିସ୍ତାନ ବର୍ତ୍ତମାନ ବର୍ଷକୁ ୧୪ ରୁ ୨୭ଟି ନୂଆ ଅସ୍ତ୍ରଶସ୍ତ୍ର ତିଆରି କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ପଦାର୍ଥ ଉତ୍ପାଦନ କରୁଛି।

ସୂଚନାଯୋଗ୍ୟ, ୧୯୮୭ ପରଠାରୁ ନ୍ୟୁକ୍ଲିଅର ନୋଟବୁକ୍‌ ସ୍ତମ୍ଭରେ ପରମାଣୁ ବୈଜ୍ଞାନିକମାନଙ୍କ ଦ୍ୱାରା ଆଲେଖ୍ୟ ପ୍ରକାଶିତ ହେଉଛି। ଏହି ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ପରମାଣୁ ବୋମା ସମ୍ପର୍କରେ ପାକିସ୍ତାନ ଭଳି ଅନ୍ୟ ଦେଶ ମଧ୍ୟ ସୂଚନା ପ୍ରଦାନ କରୁନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜ ନିଖୋଜ; ସର୍ଚ୍ଚ ଅପରେଶନ ଆରମ୍ଭ

ଜାକର୍ତ୍ତା,୧୩।୯: ଜାଭା ସାଗରରେ ରବିବାର ୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ନିଖୋଜ ହୋଇଯାଇଛି। ଅଧିକାରୀଙ୍କ କହିବାନୁସାରେ, ବୋର୍ଣ୍ଣିଓ ଦ୍ୱୀପର ପୂର୍ବ ଜାଭାରୁ ଦକ୍ଷିଣ…

ବିରଳ ପ୍ରଜାତିର ସବୁଜ ଶାମୁକା, ଏଥିରୁ ପ୍ରସ୍ତୁତ ହୁଏ ବିଭିନ୍ନ ରୋଗର ମହୌଷଧି

ମହାକାଳପଡ଼ା,୧୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳରାଶିର ସାମୁଦ୍ରିକ ବିରଳ ସବୁଜ ଶାମୁକା ଅନ୍ୟତମ। ଗହୀରମଥା ଅଞ୍ଚଳର…

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?