Posted inଖେଳ

ଆସିଫଙ୍କ ବଡ଼ ଖୁଲାସା: ନିଜକୁ ୧୭-୧୮ ବର୍ଷ କହୁଥିବା ପାକିସ୍ତାନର ବୋଲର୍‌ ବାସ୍ତବରେ ୨୭-୨୮ ବର୍ଷ ବୟସ୍କ

କରାଚି,୨।୧: କ୍ରିକେଟରେ ଖେଳାଳିଙ୍କ ବୟସଜନିତ ଠକେଇ ବେଶ ଚିନ୍ତାର ବିଷୟ ପାଲଟେ। ବର୍ତ୍ତମାନ ସମୟରେ ପାକିସ୍ତାନ କ୍ରିକେଟର ଅନେକ ଖେଳାଳି ବୟସକୁ ନେଇ ରାଡାରରେ ଅଛନ୍ତି। ତେବେ ନିଜକୁ ୧୭-୧୮ ବର୍ଷ ବୟସର ବୋଲି ଦାବି କରୁଥିବା କିଛି ପାକିସ୍ତାନୀ ବୋଲର୍‌ ପ୍ରକୃତରେ ୨୭-୨୮ ବର୍ଷ ବୟସ୍କ ଅଟନ୍ତି ବୋଲି ପୂର୍ବ ଦ୍ରୁତ ବୋଲର ମହମ୍ମଦ ଆସିଫ ଦାବି କରିଛନ୍ତି।

କମରାନ ଅକମଲଙ୍କ ୟୁଟ୍ୟୁବ୍‌ ଚ୍ୟାନେଲରେ ଏକ ବାର୍ତ୍ତାଳାପରେ ଟେଷ୍ଟ କ୍ରିକେଟରେ ପାକ୍‌ ଦ୍ରୁତ ବୋଲର କ’ଣ ପାଇଁ ଏତେ ସଂଘର୍ଷ କରୁଛନ୍ତି ବୋଲି ପ୍ରଶ୍ନରେ ଆସିଫ କହିଛନ୍ତି, ସେମାନଙ୍କର ବୟସ ଅଧିକ ଥାଏ। କାଗଜପତ୍ରରେ ୧୭-୧୮ ବର୍ଷ ଲେଖାଯାଇଥାଏ ହେଲେ ପ୍ରକୃତରେ ସେ ୨୭-୨୮ ବର୍ଷ ବୟସ୍କ ହୋଇଥାଏ। ୨୦-୨୫ ଓଭର ଖେଳିବା ପାଇଁ ତାଙ୍କ ପାଖରେ ନମନୀୟତା ନ ଥାଏ। ଶରୀରକୁ କିଭଳି ବ୍ୟବହାର କରିବେ ତାହା ସେମାନେ ଜାଣନ୍ତି ନାହିଁ। ସେମାନେ କଠିନ ହୋଇଥାନ୍ତି। ୫-୬ ଓଭର ପରେ ସେମାନେ ପଡ଼ିଆରେ ଛିଡ଼ା ହେବାକୁ ସକ୍ଷମ ହେଉନାହାନ୍ତି।

୫ରୁ ୬ ବର୍ଷ ମଧ୍ୟରେ ପାକିସ୍ତାନର କୌଣସି ଦ୍ରୁତ ବୋଲର ଗୋଟିଏ ମ୍ୟାଚ୍‌ରେ ୧୦ଟି ଉଇକେଟ ନେଇପାରିନାହାନ୍ତି। ନ୍ୟୁଜିଲାଣ୍ଡର ପିଚ୍‌ ଦେଖିବା ପରେ ଆମ ପାଟିରୁ ଲାଳ ବୋହୁଥିଲା। ପାଞ୍ଚଟି ଉଇକେଟ ନେବା ପୂର୍ବରୁ ମୁଁ ବୋଲିଂରୁ ଓହରିବାକୁ ପସନ୍ଦ କରୁ ନ ଥିଲି। ହେଲେ ଆଜିର ପିଲାମାନେ ତାହା ଜାଣନ୍ତି ନାହିଁ। କେତେବେଳେ ଏକ ରନ୍‌ ଦେବାକୁ ହୁଏ ଏବଂ ଉଇକେଟରେ କିଭଳି ବୋଲିଂ କରିବା ଉଚିତ ତାହା ସେମାନେ ଜାଣନ୍ତି ନାହିଁ। ସେମାନଙ୍କର କୌଣସି ନିୟନ୍ତ୍ରଣ ନାହିଁ ବୋଲି ମଧ୍ୟ ଆସିଫ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୟାକରି ଘରକୁ ଫେରିଯାଅ…ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କୁ ସଲମାନ କଲେ ଏଭଳି ଅପିଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଏବଂ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ବଲିଉଡ୍ ଅଭିନେତା ସଲମାନ ଖନ୍ ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ସୋସିଆଲ ମିଡିଆ…

ପୋଲିସ ଗାଡ଼ି ଅଟକାଇ ଚର୍ଚ୍ଚାରେ ଯୁବତୀ, ଭିଡିଓ ଭାଇରାଲ

ମୁମ୍ବାଇ, ୨୩।୭ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଛାତ୍ର ଆନ୍ଦୋଳନ ଚାଲିଥିବା ବେଳେ ମୁମ୍ବାଇର ଦାଦର ନିକଟସ୍ଥ ଶିବାଜୀ ପାର୍କ ନିକଟରୁ ଏକ…

ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର, ଆଉ ଫେରିବ ନାହିଁ ଇଥାନଲ୍‌ମୁକ୍ତ ପେଟ୍ରୋଲ

ନୂଆଦିଲ୍ଲୀ,୨୩ା୭: ଆଉ କୌଣସି ପରିସ୍ଥିତିରେ ବିନା ଇଥାନଲ୍‌ ପେଟ୍ରୋଲ ଫେରିବ ନାହିଁ । ପେଟ୍ରୋଲରେ ୨୦ ପ୍ରତିଶତ ଏଥାନଲ୍ ମିଶ୍ରଣ (E20) ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ…

ଦିଲ୍ଲୀ ପୋଲିସ କମିଶନରଙ୍କୁ ମିଳିଲା ବଡ଼ କ୍ଷମତା

ନୂଆଦିଲ୍ଲୀ,୨୩ା୭: ଦିଲ୍ଲୀରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି)ର ବିକ୍ଷୋଭ ହିଂସାତ୍ମକ ରୂପ ନେଉଥିବାରୁ କେନ୍ଦ୍ର ସରକାର ଦିଲ୍ଲୀ ପୋଲିସ କମିଶନରଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ…

ରଥ ମେଲଣରେ ଯୋଗଦେଲେ ଉପ ମୁଖ୍ୟମନ୍ତ୍ରୀ

ଅତାବିରା,୨୩।୭(ଯୁଧିଷ୍ଠିର ମହାପାତ୍ର) ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବରଗଡ଼ ଜିଲା ଅତାବିରା ଗସ୍ତରେ ଆସି ଗୁରୁବାର ସନ୍ଧ୍ୟାରେ କାଠଡେରା ଶ୍ରୀଗୁଣ୍ଡିଚା…

ରାସ୍ତା କାଦୁଅ ପଚ ପଚ, ଦୁର୍ଦ୍ଦଶାରେ ଲୋକେ

କୋକସରା,୨୩ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଡଙ୍ଗରୀଗୁଡା ଛକଠାରୁ କାଦୋପଦର ଭାୟା କାଶିବାହାଲ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।…

ଦିଲ୍ଲୀ ତାତି ବରଗଡ଼ରେ: ଗାନ୍ଧୀଛକରେ କଂଗ୍ରେସର ବିକ୍ଷୋଭ ସହ ମୋଦୀ-ଶାହ-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନଲୀଳା ଏବଂ ଶୀର୍ଷ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ବରଗଡ଼ ଜିଲା…

ଜନ୍ତର ମନ୍ତର ଅନ୍ଦୋଳନକୁ ନେଇ ଗୃହ ମନ୍ତ୍ରଣାଳୟର ବଡ଼ ନିର୍ଦ୍ଦେଶ: ଏସବୁ ଅଞ୍ଚଳରେ ବନ୍ଦ ହେବ ମୋବାଇଲ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ,୨୩।୭: ଗୃହ ମନ୍ତ୍ରଣାଳୟ ଜନ୍ତର ମନ୍ତର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି, ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଜନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri