Posted inଖେଳ

ଆସିଫଙ୍କ ବଡ଼ ଖୁଲାସା: ନିଜକୁ ୧୭-୧୮ ବର୍ଷ କହୁଥିବା ପାକିସ୍ତାନର ବୋଲର୍‌ ବାସ୍ତବରେ ୨୭-୨୮ ବର୍ଷ ବୟସ୍କ

କରାଚି,୨।୧: କ୍ରିକେଟରେ ଖେଳାଳିଙ୍କ ବୟସଜନିତ ଠକେଇ ବେଶ ଚିନ୍ତାର ବିଷୟ ପାଲଟେ। ବର୍ତ୍ତମାନ ସମୟରେ ପାକିସ୍ତାନ କ୍ରିକେଟର ଅନେକ ଖେଳାଳି ବୟସକୁ ନେଇ ରାଡାରରେ ଅଛନ୍ତି। ତେବେ ନିଜକୁ ୧୭-୧୮ ବର୍ଷ ବୟସର ବୋଲି ଦାବି କରୁଥିବା କିଛି ପାକିସ୍ତାନୀ ବୋଲର୍‌ ପ୍ରକୃତରେ ୨୭-୨୮ ବର୍ଷ ବୟସ୍କ ଅଟନ୍ତି ବୋଲି ପୂର୍ବ ଦ୍ରୁତ ବୋଲର ମହମ୍ମଦ ଆସିଫ ଦାବି କରିଛନ୍ତି।

କମରାନ ଅକମଲଙ୍କ ୟୁଟ୍ୟୁବ୍‌ ଚ୍ୟାନେଲରେ ଏକ ବାର୍ତ୍ତାଳାପରେ ଟେଷ୍ଟ କ୍ରିକେଟରେ ପାକ୍‌ ଦ୍ରୁତ ବୋଲର କ’ଣ ପାଇଁ ଏତେ ସଂଘର୍ଷ କରୁଛନ୍ତି ବୋଲି ପ୍ରଶ୍ନରେ ଆସିଫ କହିଛନ୍ତି, ସେମାନଙ୍କର ବୟସ ଅଧିକ ଥାଏ। କାଗଜପତ୍ରରେ ୧୭-୧୮ ବର୍ଷ ଲେଖାଯାଇଥାଏ ହେଲେ ପ୍ରକୃତରେ ସେ ୨୭-୨୮ ବର୍ଷ ବୟସ୍କ ହୋଇଥାଏ। ୨୦-୨୫ ଓଭର ଖେଳିବା ପାଇଁ ତାଙ୍କ ପାଖରେ ନମନୀୟତା ନ ଥାଏ। ଶରୀରକୁ କିଭଳି ବ୍ୟବହାର କରିବେ ତାହା ସେମାନେ ଜାଣନ୍ତି ନାହିଁ। ସେମାନେ କଠିନ ହୋଇଥାନ୍ତି। ୫-୬ ଓଭର ପରେ ସେମାନେ ପଡ଼ିଆରେ ଛିଡ଼ା ହେବାକୁ ସକ୍ଷମ ହେଉନାହାନ୍ତି।

୫ରୁ ୬ ବର୍ଷ ମଧ୍ୟରେ ପାକିସ୍ତାନର କୌଣସି ଦ୍ରୁତ ବୋଲର ଗୋଟିଏ ମ୍ୟାଚ୍‌ରେ ୧୦ଟି ଉଇକେଟ ନେଇପାରିନାହାନ୍ତି। ନ୍ୟୁଜିଲାଣ୍ଡର ପିଚ୍‌ ଦେଖିବା ପରେ ଆମ ପାଟିରୁ ଲାଳ ବୋହୁଥିଲା। ପାଞ୍ଚଟି ଉଇକେଟ ନେବା ପୂର୍ବରୁ ମୁଁ ବୋଲିଂରୁ ଓହରିବାକୁ ପସନ୍ଦ କରୁ ନ ଥିଲି। ହେଲେ ଆଜିର ପିଲାମାନେ ତାହା ଜାଣନ୍ତି ନାହିଁ। କେତେବେଳେ ଏକ ରନ୍‌ ଦେବାକୁ ହୁଏ ଏବଂ ଉଇକେଟରେ କିଭଳି ବୋଲିଂ କରିବା ଉଚିତ ତାହା ସେମାନେ ଜାଣନ୍ତି ନାହିଁ। ସେମାନଙ୍କର କୌଣସି ନିୟନ୍ତ୍ରଣ ନାହିଁ ବୋଲି ମଧ୍ୟ ଆସିଫ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ଥରେ ବର୍ଣ୍ଣବୈଷମ୍ୟ ଅଭିଯୋଗ ଆଣିଲେ ସିରାଜ, ଷ୍ଟାଣ୍ଡ୍‌ରୁ ହଟିଲେ ଦର୍ଶକ

ସିଡ୍‌ନୀ,୧୦।୧- ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଚାଲିଥିବା ତୃତୀୟ ତଥା ସିଡ୍‌ନୀ ଟେଷ୍ଟର ତୃତୀୟ ଦିନ ଭଳି ରବିବାର ମଧ୍ୟ ଫିଲ୍ଡରେ ଘଟିଛି ଅସ୍ବାଭାବିକ ଘଟଣା।...

୨୪ ବର୍ଷରେ ପାଦ ଥାପିଲେ ସ୍ମୃତି ମନ୍ଧାନା: ବିବାହ ପାଇଁ ରଖିଥିଲେ ଏହି ସର୍ତ୍ତ

ନୂଆଦିଲ୍ଲୀ, ୧୮।୭- ଭାରତୀୟ ମହିଳା କ୍ରିକେଟ୍‌ ଦଳର ଷ୍ଟାର୍‌ ଖେଳାଳି ସ୍ମୃତି ମନ୍ଧାନା ଶନିବାର ୨୪ ବର୍ଷରେ ପାଦ ଥାପିଛନ୍ତି। ଏହି ଅବସରରେ କ୍ରିକେଟ୍‌ ଜଗତର...

ଓଡ଼ିଶାରୁ ଭାଗନେବେ ୧୧ ଖେଳାଳି

ଭୁବନେଶ୍ୱର, ୨୦।୪ (କ୍ରୀଡ଼ା ପ୍ରତିନିଧି): ରୋଲ ବଲ୍‌ ବିଶ୍ୱକପ୍‌ର ୬ଷ୍ଠ ସଂସ୍କରଣ ପୁଣେର ବାଲଓ୍ବୋଡ଼ି ଷ୍ଟାଡିୟମରେ ଚଳିତମାସ ୨୧ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ...

ମହାନ କ୍ରିକେଟର ସଚିନଙ୍କ ସମକକ୍ଷ ହେଲେ ମିତାଲି

ନୂଆଦିଲ୍ଲୀ,୬।୩: ଆଇସିସି ମହିଳା ବିଶ୍ୱକପ୍‌ ୨୦୨୨ରେ ରବିବାର ଭାରତ ତା’ର ଅଭିଯାନ ଆରମ୍ଭ କରିଛି। ପାକିସ୍ତାନ ସହ ମୁକାବିଲାରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ...

ସ୍ବତନ୍ତ୍ର ରେକର୍ଡ ଅଧିକାରୀ ପୋଲାର୍ଡ

ପାଲିକେଲ,୫ା୩- ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର କିରନ ପୋଲାର୍ଡ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇଛନ୍ତି। ବିଶ୍ୱର ପ୍ରଥମ କ୍ରିକେଟର ଭାବେ ସେ...

ବାବରଙ୍କୁ କୋହଲିଙ୍କ ସହ ଏବେ ତୁଳନା କରାଯାଇପାରିବନି: ୟୁନିସ୍‌

କରାଚୀ,୧୮।୫ (ପି.ଟି.): ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ ବର୍ତ୍ତମାନ ବାବର ଆଜମଙ୍କୁ ତୁଳନା କରାଯିବା ବହୁତ ଶ୍ରୀଘ ହେବ ବୋଲି ପୂର୍ବତନ ବ୍ୟାଟ୍ସମ୍ୟାନ ୟୁନିସ୍‌...

ମ୍ୟାଚ୍‌ ସମୟରେ ସିଗାରେଟ୍‌ ଟାଣିଲେ ଏହି ଅଷ୍ଟ୍ରେଲୀୟ ଖେଳାଳି

ଦୁବାଇ, ୧୮।୧୦: ଚଳିତ ଆଇପିଏଲ୍‌ର ଶନିବାର ଖେଳାଯାଇଥିବା ୩୩ତମ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ୭ ଉଇକେଟ୍‌ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ସ୍ଥାନୀୟ...

କୋହଲିଙ୍କ ୧୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଶୁବମନ ଗିଲ୍‌

ରାଞ୍ଚି,୪।୧୧- ଯୁବ ବ୍ୟାଟ୍ସମ୍ୟାନ ଶୁବମନ ଗିଲ୍‌ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ୧୦ ବର୍ଷର ପୁରୁଣା ରେକର୍ଡ ଭଙ୍ଗ କରିଛନ୍ତି। ଦେଓଧର ଟ୍ରଫିର ଫାଇନାଲରେ ଖେଳିଥିବା...

Advertisement
Archives

Model This Week