Posted inଖେଳ

ବିରାଟ କୋହଲିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ପାକିସ୍ତାନ ଖେଳାଳି, କହିଲେ କାଲି ପର୍ଯ୍ୟନ୍ତ ଅପେକ୍ଷା କରିପାରିବି ନାହିଁ

ଇସଲାମାବାଦ/ନୂଆଦିଲ୍ଲୀ,୫ ।୧୧: ପୂର୍ବତନ ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ବିରାଟ କୋହଲି ନଭେମ୍ବର ୫ରେ ୩୪ ବର୍ଷରେ ପଦାର୍ପଣ କରିଛନ୍ତି । ଶନିବାର ସେ ତାଙ୍କର ୩୪ ତମ ଜନ୍ମଦିନ ପାଳନ କରିବେ । ହେଲେ ଏହା ପୂର୍ବରୁ ତାଙ୍କ ପ୍ରଶଂସକ ଶୁକ୍ରବାରଠାରୁ ତାଙ୍କର ଭେବରେଟ କ୍ରିକେଟରଙ୍କ ବାର୍ଥ ଡେ’ ସେଲିବ୍ରେଶନରେ ବୁଡି ଯାଇଛନ୍ତି । ଏହାସହ କେତେଜଣ ପୂର୍ବତନ କ୍ରିକେଟର ବି ବିରାଟଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ପାକିସ୍ତାନର ଦ୍ରୁତ ବୋଲର ଶାହନୱାଜ ଦହାନୀ ବିରାଟଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । ଟୁଇଟ କରି ଏହି ପାକିସ୍ତାନ ଖେଳାଳି ବିରାଟଙ୍କୁ ଅଲ ଟାଇମ ଗ୍ରେଟ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ଶାହନୱାଜ ଦହାନୀ ପାକିସ୍ତାନ ଟିମର ମେମ୍ବର ଏବେ ସେ ବାବର ଆଜମଙ୍କ ନେତୃତ୍ୱରେ ଦଳ ସହିତ ଅଷ୍ଟ୍ରେଲିଆରେ ଅଛନ୍ତି । ବିରାଟଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ସେ ଏକ ଫଟୋ ଟୁଇଟ କରିଛନ୍ତି । ଏହାସହ ସେ ଲେଖିଛନ୍ତି, କ୍ରିକେଟକୁ ଏକ ସୁନ୍ଦର ଖେଳ କରିଥିବା ବ୍ୟକ୍ତିଙ୍କୁ ମୁଁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ୫ ନଭେମ୍ବର ପର୍ଯ୍ୟନ୍ତ ଅପେକ୍ଷା କରିପାରିବି ନାହଁ ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କମ୍‌ ବୟସରେ କୋହଲିଙ୍କୁ ବିବାହ କରିଥିଲେ ଅନୁଷ୍କା: ଜାଣନ୍ତୁ କାହିଁକି…

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଦଳର ଅଧିନୟକ ବିରାଟ କୋହଲିଙ୍କର ଆଜି ହେଉଛି ୩ୟ ବିବାହ ବାର୍ଷିକୀ। ଏହି ଯୋଡି ୩...

‘ନକଲି ଅଶ୍ୱିନ’ଙ୍କ ସହ ଅଭ୍ୟାସ କରୁଛି ଅଷ୍ଟ୍ରେଲିଆ, ଜାଣନ୍ତୁ କିଏ ସେହି ବୋଲର୍‌…

ନୂଆଦିଲ୍ଲୀ,୪।୨: ଅଷ୍ଟ୍ରେଲିଆ ଦଳ ଭାରତ ଗସ୍ତରେ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ ଦଳ...

ଇର୍ଫାନ, କପିଳଙ୍କ ସମକକ୍ଷ ହେଲେ ବୁମରା

କେପ୍‌ ଟାଉନ,୧୨।୧: ନ୍ୟୁଲାଣ୍ଡ୍ସରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟର ପ୍ରଥମ ଇନିଂସରେ ୫ ଉଇକେଟ ସଫଳତା ହାସଲ କରିଛନ୍ତି ଯଶପ୍ରୀତ ବୁମରା। ଏହା ତାଙ୍କ...

ସଚିନଙ୍କ ପୁଅ ଆଇପିଏଲ୍‌ରେ ବିକ୍ରି ହେବା ପରେ ଝିଅ କହିଲେ…

ମୁମ୍ବାଇ,୧୪।୨:ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସଂସ୍କରଣ ପାଇଁ ଖେଳାଳିଙ୍କ ନିଲାମ ଶେଷ ହୋଇଛି। ବେଙ୍ଗାଲୁରୁରେ ଆୟୋଜିତ ଦୁଇ ଦିନିଆ ନିଲାମରେ ମୋଟ ୨୦୪ ଖେଳାଳି ବିକ୍ରି...

ଅମିତ ଶାହାଙ୍କୁ ଭେଟି ବ୍ରିଜ୍‌ ଭୂଷଣଙ୍କ ବିରୋଧରେ ଶୀଘ୍ର ଚାର୍ଜସିଟ ଦାଖଲ କରିବାକୁ ଦାବି କଲେ କୁସ୍ତି ଯୋଦ୍ଧା

ନୂଆଦିଲ୍ଲୀ,୫।୬: ଭାରତୀୟ କୁସ୍ତି ମହାସଂଘ(ଡବ୍ଲୁଏଫଆଇ)ର ଅଧ୍ୟକ୍ଷ ବ୍ରିଜ୍‌ ଭୂଷଣ ଶରଣ ସିଂଙ୍କ ବିରୋଧରେ ପ୍ରଦର୍ଶନ ଜାରି ରଖିଥିବା ଅଲିମ୍ପିୟାନ କୁସ୍ତିଯୋଦ୍ଧା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ...

ବାରବାଟୀରେ ସିରିଜ ନିର୍ଣ୍ଣାୟକ ମୁକାବିଲା

କଟକ,୨୧।୧୨(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟର ମକ୍କାଭାବେ ପରିଚିତ ବାରବାଟୀ ଷ୍ଟାଡିୟମ ଏବେ ଚଳଚଞ୍ଚଳ। ଏହି ଐତିହାସିକ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ହେବ ଭାରତ-ଓ୍ବେଷ୍ଟଇଣ୍ଡିଜ ସିରିଜର ତୃତୀୟ...

ଟି୨୦: ଭାରତ ନ ଆସିଲେ ଆମେ ଯିବୁନି: ପିସିବି

କରାଚୀ, ୨୬ା୧ (ପି.ଟିି.)- ଚଳିତ ବର୍ଷ ସେପ୍ଟେମ୍ବରରେ ପାକିସ୍ତାନ ଟି୨୦ ଏସିଆ କପ୍‌ ଆୟୋଜନ କରୁଛି। ଏଥିରେ ଅଂଶଗ୍ରହଣ ଲାଗି ଭାରତ ଯଦି ରାଜି ନ...

ଆଇସିସି ମହିଳା ବିଶ୍ୱକପ୍‌ : ଏକାଠି ହେଲେ ୧୦ ଦଳର ଅଧିନାୟିକା

ସିଡ୍‌ନୀ, ୧୮।୨- ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ର ୭ମ ସଂସ୍କରଣ ଆସନ୍ତା ୨୧ରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବ। ଡିଫେଣ୍ଡିଂ ଚାମ୍ପିୟନ ତଥା ଘରୋଇ ଅଷ୍ଟ୍ରେଲିଆ ଓ...

Advertisement
Archives

Model This Week