Posted inଜାତୀୟ

ଡୋଡା ଆକ୍ରମଣକୁ ନେଇ ବଡ଼ ଖୁଲାସା: ଆତଙ୍କବାଦୀ ସାଜି ଭାରତରେ ପ୍ରବେଶ କରିଛନ୍ତି ପାକିସ୍ତାନର ପୂର୍ବତନ ଯବାନ

ଶ୍ରୀନଗର,୧୭।୭: ଜମ୍ମୁ-କଶ୍ମୀରର ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ରହିଛି। ସେନାର ଯବାନମାନେ ଆଧୁନିକ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ଏବଂ ହେଲମେଟ୍‌ ପିନ୍ଧିଥିଲେ, ହେଲେ ତାଙ୍କ ମୁହଁ ଖୋଲା ରହିଥିଲା। ଆତଙ୍କବାଦୀମାନେ ଯବାନଙ୍କ ମୁହଁକୁ ଟାର୍ଗେଟ କରିଥିଲେ। ଏବେ ଉକ୍ତ ଆତଙ୍କବାଦୀଙ୍କ କନେକ୍ସନ ପାକିସ୍ତାନ ସେନା ସହ ଥିବା ସୂଚନା ମିଳିଛି।

ସୋମବାର ରାତିରେ ହୋଇଥିବା ଏହି ଆକ୍ରମଣରେ ଜଣେ କ୍ୟାପଟେନ୍‌ଙ୍କ ସହ ଜମ୍ମୁ କଶ୍ମୀରର ୪ ପୋଲିସ ଶହୀଦ ହୋଇଥିଲେ। ତେବେ ଉକ୍ତ ଆତଙ୍କବାଦୀମାନଙ୍କୁ ଜଙ୍ଗଲର ଟ୍ରେନିଂ ଦିଆଯିବା ସହ ଯବାନମାନଙ୍କ ମୁହଁଙ୍କୁ ଟାର୍ଗେଟ କରିବାର ପ୍ରଶିକ୍ଷଣ ଦିଆଯାଇଛି। ସେମାନେ ଜମ୍ମୁ ଅଞ୍ଚଳର ଘନ ଜଙ୍ଗଲରେ ଲୁଚି ରହିଛନ୍ତି।

ବିଶେଷଜ୍ଞଙ୍କ ଅନୁସାରେ ସେମାନେ ବିଦେଶୀ ଆତଙ୍କବାଦୀ ହୋଇଥିବା ବେଳେ ପାକିସ୍ତାନର ପୂର୍ବ ସୈନିକ ହୋଇପାରନ୍ତି। ତାଙ୍କୁ ଭଡ଼ାରେ ସୈନିକ ଭାବେ ଅଣାଯାଇଛି। କାରଣ ଜଙ୍ଗଲରେ ଲୁଚିବାର ଉଚ୍ଚ ପ୍ରଶିକ୍ଷଣ ଯବାନମାନଙ୍କ ଏକ ବୈଶିଷ୍ଟ୍ୟତା। ନିଜର ଏହି ଟ୍ରେନିଂ ଯୋଗୁ ସେମାନେ ବାହାର ଦୁନିଆ ସହ ଯୋଗାଯୋଗ ବିନା ଅନେକ ଦିନ ଧରି ଜୀବିତ ରହିପାରନ୍ତି।

ନିକଟରେ କଠୁଆରେ ସେନାର ଗାଡ଼ି ଉପରେ ଗ୍ରେନେଡ୍‌ ଆକ୍ରମଣ ସମୟରେ ଆତଙ୍କବାଦୀମାନେ ବଡିକ୍ୟାମ୍‌ ଲଗାଇଥିଲେ। ସେମାନେ ଏହା ଜରିଆରେ ଆକ୍ରମଣର ଫଟୋ ପଠାଉଥିଲେ। ଏଥିରୁ ସେମାନଙ୍କୁ ଟେକ୍ନୋଲୋଜି ବ୍ୟବହାର କରିବାର ଟ୍ରେନିଂ ଦିଆଯାଇଥିବା ଜଣାପଡ଼ିଛି।

ଡୋଡୋରେ ସୋମବାର ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହାପରେ ଯେଉଁ ସୂଚନା ମିଳିଥିଲା ସେଥିରୁ ସ୍ପଷ୍ଟ ହୋଇଥିଲା ଯେ ସେନାର ୧୫ଜଣ ଯବାନଙ୍କ ଟିମ୍‌ ତଲାସି ଅଭିଯାନ କରୁଥିଲା। ଏହି ସମୟରେ ସେମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା। କାର୍ଯ୍ୟାନୁଷ୍ଠାନରେ ଜୀବନ ହରାଇଥିବା ଯବାନମାନେ ଏହି ତଲାସି ଦଳର ନେତୃତ୍ୱ ନେଉଥିଲେ। ସେମାନଙ୍କର କେବଳ ମୁହଁ ଖୋଲା ରହିଥିଲା, ଯେଉଁଥିରେ ଆଘାତ ଲାଗିଛି।

ଆକ୍ରମଣ ପରେ ଆହତ ଯବାନଙ୍କୁ ଡାକ୍ତରଖାନା ଅଣାଯାଇଥିଲା, ଯେଉଁଠାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଆକ୍ରମଣ ପଛରେ ଜୈସ ଏ ମହମ୍ମଦ ସହ ଜଡ଼ିତ ସଂଗଠନ ‘କଶ୍ମୀର ଟାଇଗର୍ସ’ ଥିବା ଜଣାପଡ଼ିଛି। ଏବେ ସେମାନଙ୍କୁ ନିପାତ କରିବା ଲାଗି ସେନାର ପାରା କମାଣ୍ଡୋ ତଲାସି ଅଭିଯାନ ଚଳାଇଛନ୍ତି। ସେଥିରେ ଡ୍ରୋନ୍‌ ଏବଂ ହେଲିକପ୍ଟରର ସହାୟତା ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?