Posted inଜାତୀୟ

ଡୋଡା ଆକ୍ରମଣକୁ ନେଇ ବଡ଼ ଖୁଲାସା: ଆତଙ୍କବାଦୀ ସାଜି ଭାରତରେ ପ୍ରବେଶ କରିଛନ୍ତି ପାକିସ୍ତାନର ପୂର୍ବତନ ଯବାନ

ଶ୍ରୀନଗର,୧୭।୭: ଜମ୍ମୁ-କଶ୍ମୀରର ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ରହିଛି। ସେନାର ଯବାନମାନେ ଆଧୁନିକ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ଏବଂ ହେଲମେଟ୍‌ ପିନ୍ଧିଥିଲେ, ହେଲେ ତାଙ୍କ ମୁହଁ ଖୋଲା ରହିଥିଲା। ଆତଙ୍କବାଦୀମାନେ ଯବାନଙ୍କ ମୁହଁକୁ ଟାର୍ଗେଟ କରିଥିଲେ। ଏବେ ଉକ୍ତ ଆତଙ୍କବାଦୀଙ୍କ କନେକ୍ସନ ପାକିସ୍ତାନ ସେନା ସହ ଥିବା ସୂଚନା ମିଳିଛି।

ସୋମବାର ରାତିରେ ହୋଇଥିବା ଏହି ଆକ୍ରମଣରେ ଜଣେ କ୍ୟାପଟେନ୍‌ଙ୍କ ସହ ଜମ୍ମୁ କଶ୍ମୀରର ୪ ପୋଲିସ ଶହୀଦ ହୋଇଥିଲେ। ତେବେ ଉକ୍ତ ଆତଙ୍କବାଦୀମାନଙ୍କୁ ଜଙ୍ଗଲର ଟ୍ରେନିଂ ଦିଆଯିବା ସହ ଯବାନମାନଙ୍କ ମୁହଁଙ୍କୁ ଟାର୍ଗେଟ କରିବାର ପ୍ରଶିକ୍ଷଣ ଦିଆଯାଇଛି। ସେମାନେ ଜମ୍ମୁ ଅଞ୍ଚଳର ଘନ ଜଙ୍ଗଲରେ ଲୁଚି ରହିଛନ୍ତି।

ବିଶେଷଜ୍ଞଙ୍କ ଅନୁସାରେ ସେମାନେ ବିଦେଶୀ ଆତଙ୍କବାଦୀ ହୋଇଥିବା ବେଳେ ପାକିସ୍ତାନର ପୂର୍ବ ସୈନିକ ହୋଇପାରନ୍ତି। ତାଙ୍କୁ ଭଡ଼ାରେ ସୈନିକ ଭାବେ ଅଣାଯାଇଛି। କାରଣ ଜଙ୍ଗଲରେ ଲୁଚିବାର ଉଚ୍ଚ ପ୍ରଶିକ୍ଷଣ ଯବାନମାନଙ୍କ ଏକ ବୈଶିଷ୍ଟ୍ୟତା। ନିଜର ଏହି ଟ୍ରେନିଂ ଯୋଗୁ ସେମାନେ ବାହାର ଦୁନିଆ ସହ ଯୋଗାଯୋଗ ବିନା ଅନେକ ଦିନ ଧରି ଜୀବିତ ରହିପାରନ୍ତି।

ନିକଟରେ କଠୁଆରେ ସେନାର ଗାଡ଼ି ଉପରେ ଗ୍ରେନେଡ୍‌ ଆକ୍ରମଣ ସମୟରେ ଆତଙ୍କବାଦୀମାନେ ବଡିକ୍ୟାମ୍‌ ଲଗାଇଥିଲେ। ସେମାନେ ଏହା ଜରିଆରେ ଆକ୍ରମଣର ଫଟୋ ପଠାଉଥିଲେ। ଏଥିରୁ ସେମାନଙ୍କୁ ଟେକ୍ନୋଲୋଜି ବ୍ୟବହାର କରିବାର ଟ୍ରେନିଂ ଦିଆଯାଇଥିବା ଜଣାପଡ଼ିଛି।

ଡୋଡୋରେ ସୋମବାର ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହାପରେ ଯେଉଁ ସୂଚନା ମିଳିଥିଲା ସେଥିରୁ ସ୍ପଷ୍ଟ ହୋଇଥିଲା ଯେ ସେନାର ୧୫ଜଣ ଯବାନଙ୍କ ଟିମ୍‌ ତଲାସି ଅଭିଯାନ କରୁଥିଲା। ଏହି ସମୟରେ ସେମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା। କାର୍ଯ୍ୟାନୁଷ୍ଠାନରେ ଜୀବନ ହରାଇଥିବା ଯବାନମାନେ ଏହି ତଲାସି ଦଳର ନେତୃତ୍ୱ ନେଉଥିଲେ। ସେମାନଙ୍କର କେବଳ ମୁହଁ ଖୋଲା ରହିଥିଲା, ଯେଉଁଥିରେ ଆଘାତ ଲାଗିଛି।

ଆକ୍ରମଣ ପରେ ଆହତ ଯବାନଙ୍କୁ ଡାକ୍ତରଖାନା ଅଣାଯାଇଥିଲା, ଯେଉଁଠାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଆକ୍ରମଣ ପଛରେ ଜୈସ ଏ ମହମ୍ମଦ ସହ ଜଡ଼ିତ ସଂଗଠନ ‘କଶ୍ମୀର ଟାଇଗର୍ସ’ ଥିବା ଜଣାପଡ଼ିଛି। ଏବେ ସେମାନଙ୍କୁ ନିପାତ କରିବା ଲାଗି ସେନାର ପାରା କମାଣ୍ଡୋ ତଲାସି ଅଭିଯାନ ଚଳାଇଛନ୍ତି। ସେଥିରେ ଡ୍ରୋନ୍‌ ଏବଂ ହେଲିକପ୍ଟରର ସହାୟତା ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

ଭୀଷଣ ପାଗ ନେଇ ସତର୍କ କରାଇଲେ ଡବ୍ଲ୍ୟୁଏମ୍‌ଓ ମୁଖ୍ୟ: ଫେବୃଆରୀ ଯାଏ ଜାରି ରହିବ…

ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍‌ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri