Posted inଜାତୀୟ

ପାକିସ୍ତାନ ଡ୍ରୋନ ଖସାଇଲା ବିଏସ୍‌ଏଫ୍‌

ଅମୃତସର,୧୯।୨: ପାକିସ୍ତାନରୁ ପଞ୍ଜାବକୁ ଡ୍ରଗ୍ସ ଚୋରା ଚାଲାଣ ପ୍ରକ୍ରିୟା ବନ୍ଦ ହେବାର ନାମ ନେଉନାହିଁ। ପଞ୍ଜାବର ଯୁବକଙ୍କୁ ବିଗାଡିବା ପାଇଁ ପାକିସ୍ତାନରୁ ଗୁପ୍ତରେ ଡ୍ରଗ୍ସ ଏବଂ ଅସ୍ତ୍ର ଆସୁଛି। ତେବେ ସୀମାନ୍ତରେ ପୋଷ୍ଟ ହୋଇଥିବା ଭାରତୀୟ ସୈନିକମାନେ ଏହି ଷଡଯନ୍ତ୍ରକୁ ରୋକିବାରେ ସଫଳ ହୋଇଛନ୍ତି। ରବିବାର ପଞ୍ଜାବର ଗୁରୁଦାସପୁର ସୀମାରେ ପାକିସ୍ତାନୀ ଡ୍ରୋନକୁ ଖସାଇବାରେ ବିଏସଏଫ ସଫଳ ହୋଇଛି।
ସର୍ଚ୍ଚ ଅପରେସନରେ ବିଏସଏଫ ଯବାନମାନେ ଡ୍ରୋନ ସହିତ ୪ଟି ପ୍ୟାକେଟ ହେରୋଇନ ଜବତ କରିଛନ୍ତି। ହେରାଇନର ଓଜନ ୨.୭୩୦ କିଲୋଗ୍ରାମ ବୋଲି କୁହାଯାଉଛି। ପାକିସ୍ତାନରୁ ଆସିଥିବା ଡ୍ରୋନ ଚାଇନାରେ ନିର୍ମିତ। ଏହା ୯ କିଲୋଗ୍ରାମ ଭାର ସହିତ ଉଡିପାରେ। ପ୍ରାୟ ଏକ ମାସ ପୂର୍ବେ ପଞ୍ଜାବ ପୋଲିସ ପାକିସ୍ତାନୀ ଡ୍ରୋନକୁ ଗୁଳି ଚଳାଇଥିଲା। ଏହି ମାମଲାରେ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାର୍କିଂରେ ଠିଆ ହୋଇଥିବା ବସ୍‌ରେ ହଠାତ୍‌ ଲାଗିଲା ନିଆଁ: ଶୋଇଥିବା କଣ୍ଡକ୍ଟରଙ୍କ ଚାଲିଗଲା ଜୀବନ

ବେଙ୍ଗାଲୁରୁ,୧୦।୩: ବେଙ୍ଗାଲୁରୁରୁ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏକ ସରକାରୀ ବସ୍‌ରେ ହଠାତ୍‌ ନିଆଁ ଲାଗିଯାଇଛି। ଫଳରେ ବସ୍‌ ଭିତରେ ଶୋଇଥିବା କଣ୍ଡକ୍ଟରଙ୍କ...

୬ ୟୁଟ୍ୟୁବ୍‌ ଚ୍ୟାନେଲ ବ୍ୟାନ୍‌

ନୂଆଦିଲ୍ଲୀ, ୧୨।୧: ମିଥ୍ୟା ଖବର ପ୍ରସାରଣ ନେଇ ଭାରତୀୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଗୁରୁବାର ୬ ୟୁଟ୍ୟୁବ୍‌ ଚ୍ୟାନେଲକୁ ବ୍ୟାନ୍‌ କରିଛି। ଏ ନେଇ...

୧୦୦ ଦିନ ପୂରଣ କଲେ ସିଜେଆଇ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ,୧୭।୨(ପି.ଟି.):ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ପ୍ରଥମ ୧୦୦ ଦିନ ପୂରଣ କରିଛନ୍ତି। ଏହି ସମୟ ମଧ୍ୟରେ ସୁପ୍ରିମକୋର୍ଟ ସଂସ୍କାରରେ ଅନେକ...

‘ସମ୍ପୂର୍ଣ୍ଣ ଭୁଲ କରିଛନ୍ତି କଙ୍ଗନା’

ମୁମ୍ବାଇ,୧୨।୧୧: ‘ଦେଶକୁ ଅସଲ ସ୍ବାଧୀନତା ୨୦୧୪ରେ ମିଳିଥିଲା। ୧୯୪୭ରେ ଦେଶକୁ ଭିକ୍‌ ମିଳିଥିଲା’। ଏଭଳି ବୟାନ ଦେବା ପରଠାରୁ ପ୍ରବଳ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି ବଲିଉଡ୍‌...

ଶୋପିଆନ୍‌ରେ ଏନ୍‌କାଉଣ୍ଟର, ପୁଣି ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର,୨୦।୧୦: ଜମ୍ମୁ-କଶ୍ମୀରରେ ଅପରେଶନ୍‌ ଅଲଆଉଟ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ବୁଧବାର ସଫଳତା ମିଳିଛି। ଶୋପିଆନ୍‌ରେ ଜାରି ରହିଥିବା ଏନ୍‌କାଉଣ୍ଟରରେ ପୁଣି ୨ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି।...

ଭାଜପାରେ ଯୋଗଦେଲେ ମିଥୁନ

କୋଲକାତା,୭।୩: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଉଷ୍ଣତା ବଢ଼ିବାରେ ଲାଗିଛି। ଭାଜପା ରାଜ୍ୟରୁ ଶାସକ ତୃଣମୂଳ କଂଗ୍ରେସର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ହଟାଇବା...

ନେପାଳ ପୋଲିସ ଗୁଳିରେ ଭାରତୀୟ ମୃତ

ନୂଆଦିଲ୍ଲୀ,୧୩ା୬(ପି.ଟି.): ବିହାରର ସୀତାମାଢ଼ି ଜିଲା ସୀମାନ୍ତରେ ନେପାଳ ପୋଲିସର ଆଖିବୁଜା ଗୁଳିମାଡ଼ରେ ଜଣେ ଭାରତୀୟଙ୍କ ମୃତ୍ୟୁ ହେବା ସହ ୪ ଆହତ ହୋଇଛନ୍ତି। ସୋନେବର୍ଷା ଥାନା...

ବିକ୍ଷୋଭକାରୀଙ୍କୁ ପୋଲିସ ଘଉଡ଼ାଇଲା

ନୂଆଦିଲ୍ଲୀ,୮ା୧୨(ପି.ଟି.): ଉନ୍ନାଓ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଶନିବାର ଦିଲ୍ଲୀରେ ଶତାଧିକ ବିକ୍ଷୋଭକାରୀ ମହମବତି ଧରି ପ୍ରତିବାଦ କରୁଥିବାବେଳେ ବାରିକେଡ୍‌ ଡେଇଁବାକୁ ଉଦ୍ୟମ କରିବାରୁ ପୋଲିସ ସେମାନଙ୍କୁ...

Advertisement
Archives

Model This Week