Advertisement
Posted inଜାତୀୟ

ଅନୁପ୍ରବେଶ ଉଦ୍ୟମ ବିଫଳ: ପାକିସ୍ତାନ ଡ୍ରୋନ୍‌କୁ ଉଡାଇ ଦେଲା ବିଏସଏଫ

ଚଣ୍ଡିଗଡ,୨୦।୧୨: ପଞ୍ଜାବର ଗୁରୁଦାସପୁରରେ ଭାରତ-ପାକିସ୍ତାନ ସୀମାରେ ପାକିସ୍ତାନ ଡ୍ରୋନ୍‌ର ଅନୁପ୍ରବେଶ ଉଦ୍ୟମ ବିଫଳ କରିଛି ବିଏସଏଫ୍‌। ଭାରତ ସୀମାକୁ ପ୍ରବେଶ ପାଇଁ ଉଦ୍ୟମ କରୁଥିଲା ବେଳେ ବିଏସଏଫ ଏହାକୁ ଗୁଳିମାଡ କରିଥିଲା। ଫଳରେ ଡ୍ରୋନଟି ପାକିସ୍ତାନ ଅଭିମୁଖେ ଫେରିଯାଇଥିଲା।
ସୂଚନାଯୋଗ୍ୟ, ରବିବାର ବିଳମ୍ବିତ ରାତିରେ ଏହି ଡ୍ରୋନଟି ପାକିସ୍ତାନପଟୁ ଭାରତ ମୁହାଁ ହୋଇ ଗୁରୁଦାସପୁର ସେକ୍ଟରର କାସୋୱାଲ ସୀମା ଆଉଟପୋଷ୍ଟରେ ଠାବ କରାଯାଇଥିଲା। ଏହା ପରେ ବିଏସଏଫ ସଜାଗ ହୋଇଯାଇଥିଲା। ସୀମା ସୁରକ୍ଷାବାହିନୀ ଡ୍ରୋନର ଗତିବିଧି ଦେଖି ୫ ରାଉଣ୍ଡ ଗୁଳି ଚଳାଇଥିଲା। ଏହା ପରେ ଡ୍ରୋନ ସୀମାର ପାକିସ୍ତାନ ପାର୍ଶ୍ୱକୁ ଫେରିଥିଲା। ଘଟଣା ପରେ ଉକ୍ତ ଅଞ୍ଚଳରେ ସେନା ପକ୍ଷରୁ ଏକ ସର୍ଚ୍ଚ ଅପରେସନ କରାଯାଥିଲା। ଇତି ମଧ୍ୟରେ ପଞ୍ଜାବର ଅନ୍ତର୍ଜାତୀୟ ସୀମା ନିକଟ ଡେରା ବାବା ନାନକ ଅଞ୍ଚଳରେ ଜଣେ ପାକିସ୍ତାନୀ ଯୁବକଙ୍କୁ ଗିରଫ କରାଯାଇଛି । ସମ୍ପୃକ୍ତ ଯୁବକଙ୍କଠାରୁ ବିଏସଏଫ ଏକ ମୋବାଇଲ ଫୋନ ଏବଂ ପାକିସ୍ତାନୀ ମୁଦ୍ରା ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କଶ୍ମୀରରେ ଭୂକମ୍ପ

ଜମ୍ମୁ-କଶ୍ମୀର,୨୧ା୧୨: ଜମ୍ମୁ-କଶ୍ମୀରରେ ସୋମବାର ସକାଳ ୮ଟା ୩୩ରେ ଭୂକମ୍ପର ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୭ ରେକର୍ଡ କରାଯାଇଛି। ଏଥିରେ କୌଣସି ଧନଜୀବନ...

କଶ୍ମୀର ଯିବାକୁ ହେଲେ ସବୁ ବ୍ୟବସ୍ଥା କରିଦେବେ ମୋଦି

ମୁମ୍ବାଇ,୧୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ମହାରାଷ୍ଟ୍ରରେ ଏକ ନିର୍ବାଚନି ସଭାରେ ଉଦ୍‌ବୋଧନ ଦେବା ସମୟରେ ପୁଣି ଥରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ଏଥର ସେ...

ବିବାଦରେ ନିଟ୍‌ ପରୀକ୍ଷା ଚେକିଂ, ଏନଟିଏ ଆଡଭାଇଜରୀରେ ଅନ୍ତର୍ବସ୍ତ୍ର ବିଷୟରେ କୁହାଯାଇ ନାହିଁ …

ନୂଆଦିଲ୍ଲୀ, ୧୯।୭ : ଦେଶ ତଥା ବିଦେଶରେ ଥିବା ୫୫୦ ରୁ ଅଧିକ ପରୀକ୍ଷା କେନ୍ଦ୍ରରେ କରାଯାଇଥିବା ଦେଶର ସର୍ବବୃହତ ପ୍ରବେଶିକା ପରୀକ୍ଷାକୁ ନିଟ୍‌କୁ ନେଇ...

ଫେବୃୟାରୀ ପ୍ରଥମ ସପ୍ତାହରେ ବର୍ଷା ସହ ତୁଷାରପାତ

ନୂଆଦିଲ୍ଲୀ,୨୯ ।୧: ରାଜଧାନୀ ଦିଲ୍ଲୀ ସମେତ କିଛି ରାଜ୍ୟରେ ଘନ କୁହୂଡି, ବର୍ଷା ଓ ଶୀତ ଲହରୀ ଜାରି ରହିଛି । ପାଣପାଗ ବିଭାଗର ସୂଚନା...

ମନ ପସନ୍ଦର ସିଟ୍‌ ନ ମିଳିବାରୁ ସ୍ପାଇସ୍‌ ଜେଟ୍‌ ବିମାନରେ ୨୦ ମିନିଟ୍‌ ଧାରଣା ଦେଲେ ପ୍ରଜ୍ଞା ସିଂ ଠାକୁର

ଭୋପାଳ,୨୨।୧୨: ସ୍ପାଇସ୍‌ ଜେଟ୍‌ ବିମାନରେ ମନ ପସନ୍ଦର ସିଟ୍‌ ନ ମିଳିବାରୁ ଭାଜପା ଏମ୍‌ପି ପ୍ରଜ୍ଞା ସିଂ ଠାକୁର ୨୦ ମିନିଟ୍‌ ଧାରଣା ଦେଇଥିବା କୁହାଯାଉଛି।...

‘କୃଷିକୁ ଧ୍ୱଂସ କରିବ କେନ୍ଦ୍ରର ଆଇନ’

ନୂଆଦିଲ୍ଲୀ,୨୦ା୧ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଦେଶରେ କୃଷି କ୍ଷେତ୍ରକୁ ଧ୍ୱଂସ କରିବା ପାଇଁ ଉଦ୍ଦିଷ୍ଟ। ଏହି ବିବାଦୀୟ ଆଇନକୁ ପ୍ରତ୍ୟାହାର କରାଗଲେ...

ୟୁପି ରାଜନୀତିଠାରୁ ଦୂରରେ ରାହୁଲ…

ନୂଆଦିଲ୍ଲୀ,୫।୧୨: କେନ୍ଦ୍ରୀୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ରବିବାର ଆମେଠି ଗସ୍ତରେ ଅଛନ୍ତି। ଅପରପକ୍ଷରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ମଧ୍ୟ...

ଫଡ୍‌ନବିସ ହେଲେ ଭାଜପା ବିଧାୟକ ଦଳର ନେତା

ମୁମ୍ବାଇ,୩୦।୧୦: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଏବେ ପର୍ଯ୍ୟନ୍ତ ଅଙ୍କ ଛିଣ୍ଡି ପାରୁନାହିଁ। ଏହାରି ଭିତରେ ଭାଜପା ପକ୍ଷରୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କୁ...

Advertisement
Archives

Model This Week