କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର ମଧ୍ୟସ୍ଥତା ଦାବି କଲା ପାକିସ୍ତାନ…

ଇସଲାମାବାଦ,୧୪।୧ : ଭାରତ ସହ ବିବାଦୀୟ ସମସ୍ୟାର ସମାଧାନ ପାଇଁ ପାକିସ୍ତାନ ପୁଣି ତୃତୀୟ ପକ୍ଷର ମଧ୍ୟସ୍ଥତା ପାଇଁ ଯୋଜନା କରିଛି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମୁମତାଜ ଜହରା ବଲୋଚ କହିଛନ୍ତି ଯେ ଏହି ଅଞ୍ଚଳରେ ଶାନ୍ତି ଆଣିବାରେ ବିଶ୍ୱ ସମୁଦାୟ ତଥା ତୃତୀୟ ପକ୍ଷ ମଧ୍ୟସ୍ଥତାର ଭୂମିକାକୁ ପାକିସ୍ତାନ ସ୍ବାଗତ କରିବ।

କଶ୍ମୀର ସମେତ ପାକିସ୍ତାନ ସହ ବିବାଦର ସମାଧାନ ପାଇଁ ଭାରତ କୌଣସି ତୃତୀୟ ପକ୍ଷ ମଧ୍ୟସ୍ଥତାକୁ ସର୍ବଦା ବିରୋଧ କରିଆସୁଛି। ଭାରତ କହୁଛି ଯେ ଜମ୍ମୁ-କଶ୍ମୀରର ସମଗ୍ର ଅଞ୍ଚଳ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ପାକିସ୍ତାନ ଏହାର ଏକ ଅଂଶକୁ ବେଆଇନ ଭାବେ ଦଖଲ କରିଛି। ଏଭଳି ପରିସ୍ଥିତିରେ କୌଣସି ତୃତୀୟ ଦେଶର ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ କରିବାର ଅଧିକାର ନାହିଁ।

ମୁମତାଜ ଗଣମାଧ୍ୟମକୁ କହିଛନ୍ତି ଯେ ପାକିସ୍ତାନ ସର୍ବଦା ମତ ରଖିଛି ଯେ କଶ୍ମୀର ସମେତ ବିବାଦର ସମସ୍ତ ପ୍ରସଙ୍ଗରେ ଆମେ ଅନ୍ତର୍ଜାତୀୟ ସମ୍ପ୍ରଦାୟର ଭୂମିକାକୁ ସ୍ବାଗତ କରୁଛୁ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା କଶ୍ମୀରରୁ ଧାରା ୩୭୦ ରଦ୍ଦ କରିବା ଏବଂ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିବା ନିଷ୍ପତ୍ତି ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଆହୁରି ଖରାପ ହୋଇଛି। ଏହି ପଦକ୍ଷେପକୁ ନେଇ ପାକିସ୍ତାନ ଭାରତ ସହ କୂଟନୀତିଜ୍ଞଙ୍କ ସଂଖ୍ୟା ହ୍ରାସ କରି ଭାରତୀୟ ହାଇ କମିଶନରଙ୍କୁ ବହିଷ୍କାର କରିଛି। ସେହି ଦିନଠାରୁ ଦୁଇ ଦେଶ ମଧ୍ୟରେ ବାଣିଜି୍ୟକ ସମ୍ପର୍କ ମଧ୍ୟ ପ୍ରାୟ ଅଟକି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ ! କରୋନା ପରେ ବି ଆସିପାରେ ଭୟଙ୍କର ସଂକ୍ରମଣ: ଆମିଷଠାରୁ ଦୂରେଇ ରହିବା ହୋଇପାରେ ଆବଶ୍ୟକ

ଓ୍ବାଶିଂଟନ,୨୦।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। କରୋନା ଯୋଗୁ...

ପ୍ରତିଦିନ ବ୍ରଶ୍‌ରେ ସଫା ହେଉଛନ୍ତି ଏହି ପ୍ରଜାତିର କୁମ୍ଭୀର

କୁମ୍ଭୀର ସମସ୍ତେ ଦେଖିଥିବେ ହେଲେ ଧଳା ରଙ୍ଗର କୁମ୍ଭୀରକୁ କେବେ ଦେଖିଛନ୍ତି। ଏହି ପ୍ରଜାତିର କୁମ୍ଭୀର ବହୁ ବିରଳ। ତାଙ୍କୁ ସବୁଠି ଦେଖିବାକୁ ମିଳେନାହିଁ। ଆମେରିକାର...

ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ଆମେରିକାରେ ଯୋରଦାର ସ୍ୱାଗତ, ଜଲେନସ୍କି କହିଲେ କେବେ କରିବି ନାହିଁ ସରେଣ୍ଡର

ୱାଶିଂଟନ,୨୨ ।୧୨: ରୁଷିଆ ସହ ୟୁକ୍ରେନର ଯୁଦ୍ଧ ହେବା ପରଠାରୁ ଆମେରିକା ଲଗାତାର ଭାବେ ୟୁକ୍ରେନ ସହ ଠିଆ ହୋଇଚାଲିଛି । ଏଥିପାଇଁ ଆମେରିକା ପକ୍ଷରୁ...

ଆମେରିକାର ସତ କହିଲା, ଜେଲେନସ୍କି କାହା କଥା ଶୁଣୁ ନାହାନ୍ତି …

ଓ୍ବାଶିଂଟନ/କ୍ୱିଭ୍‌, ୧୧।୬ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନା ଧରୁନି। ଏପରିସ୍ଥଳେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏ ବିଷୟରେ ଏକ...

ଚାଇନାରେ କରୋନା ସୁନାମୀ: ଗୋଟିଏ ଦିନରେ ୨୦ହଜାରରୁ ଅଧିକ ଓମିକ୍ରନ୍ ସଂକ୍ରମିତ

ବେଜିଂ,୩୦ ।୪: କରୋନା ମହାମାରୀ ପୁଣିଥରେ ଚାଇନାର ଚିନ୍ତାକୁ ବଢାଇ ଦେଇଛି । ଚାଇନାର ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏବେ ଚାଇନାରେ...

‘ମୁଁ ସର୍ବଧାରଣରେ କ୍ଷମା ମାଗୁଛି’

ଲସ୍‌ ଏଞ୍ଜେଲ୍ସ,୨୯।୩: ଓସ୍କାର ଭାବେ ଜଣାଶୁଣା ଏକାଡେମୀ ପୁରସ୍କାର ଉତ୍ସବରେ ଉପସ୍ଥାପକ ଖ୍ରିସ ରକଙ୍କୁ ହଲିଉଡ୍‌ ଅଭିନେତା ଓ୍ବିଲ ସ୍ମିଥ୍‌ ଷ୍ଟେଜ ଉପରେ ମୁଥା ମାରିବା...

ଗ୍ରେ ଲିଷ୍ଟ୍‌ରୁ ପାକ୍‌ ମୁକ୍ତ

ଇସ୍‌ଲାମାବାଦ,୨୨ା୧୦: ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍‌)ର ଗ୍ରେ ଲିଷ୍ଟ୍‌ ବା ଧୂସର ତାଲିକାରୁ ୪ ବର୍ଷ ପରେ ବାଦ୍‌ ପଡ଼ିଛି ପାକିସ୍ତାନ। ଆତଙ୍କବାଦୀଙ୍କୁ ପାଣ୍ଠି...

ରିପବ୍ଲିକାନ୍‌ ନେତା ଦୌଡ଼ରେ ଚଣ୍ଡିଗଡ଼ ଜନ୍ମିତ ହର୍‌ମିତ୍‌

ଓ୍ବାଶିଂଟନ,୭ା୧୨: ନିଜକୁ ପଞ୍ଜାବୀ ବୋଲି ଦାବି କରୁଥିବା ଚଣ୍ଡିଗଡ଼ ଜନ୍ମିତ ହର୍‌ମିତ୍‌ ଧିଲେଁା ଆମେରିକା ରିପବ୍ଲିକାନ୍‌ ପାର୍ଟିର ଶୀର୍ଷ ସାଂଗଠନିକ ନେତୃତ୍ୱ ଦୌଡ଼ରେ ସାମିଲ ହୋଇଛନ୍ତି।...

Advertisement
Archives

Model This Week