Posted inଖେଳ

ପାକିସ୍ତାନ ଷ୍ଟାଡିୟମରେ ହେଉଛି ପରିବା ଚାଷ

ଇସଲାମାବାଦ,୧୭।୮ : ଭାରତ ଭଳି ପାକିସ୍ତାନରେ ମଧ୍ୟ କ୍ରିକେଟ ପ୍ରେମୀଙ୍କ ଅଭାବ ନାହିଁ। ୨୦୦୯ରେ ଶ୍ରୀଲଙ୍କା ଦଳ ଉପରେ ଆକ୍ରମଣ ପରେ ଦେଶରେ କୌଣସି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ଖେଳାଯାଉ ନ ଥିଲା। କିନ୍ତୁ ଏବେ ସ୍ଥିତି ସୁଧୁରିଲାଣି। ଆଗାମୀ କିଛି ମାସରେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଭଳି ଦଳ ପାକିସ୍ତାନ ଗସ୍ତ କରିବାକୁ ଯାଉଛନ୍ତି।

କୌତୁହଳର କଥା ହେଲା ଯେ, କୋଭିଡ୍‌-୧୯ ମହାମାରୀ କାରଣରୁ ଗତବର୍ଷ ଠାରୁ ପ୍ରାୟତଃ ମ୍ୟାଚ୍‌ ଲାହୋର ଓ କରାଚୀରେ ଖେଳାଯାଉଛି। ପୂର୍ବରୁ ମୁଲତାନ ଓ ଫୈସଲାବାଦରେ ମଧ୍ୟ ମ୍ୟାଚ୍‌ ଖେଳାଯାଉ ଥିଲା। କିନ୍ତୁ ଅନ୍ୟ ଷ୍ଟାଡିୟମରେ ଦୀର୍ଘ ବର୍ଷ ହେଲା ମ୍ୟାଚ୍‌ ଖେଳାଯାଉ ନ ଥିବାରୁ ସେଗୁଡ଼ିକ ଅବସ୍ଥା ଏବେ ଭଲ ନାହିଁ। ପାକିସ୍ତାନର ପଞ୍ଜାବ ପ୍ରୋଭିନ୍ସର ଖାନଓ୍ବୋଲରେ ଥିବା ଷ୍ଟାଡିୟମରେ ଏବେ ପରିବା ଚାଷ କରାଯାଉଛି। ଷ୍ଟାଡିୟମରେ ପ୍ରାକ୍ଟିସ ଏରିଆ, ପ୍ୟାଭିଲିଅନ ଓ ଗ୍ରାଉଣ୍ଡ ରହିଛି। ଏସବୁ ମାଡ଼ି ବସିଛନ୍ତି ସ୍ଥାନୀୟ କୃଷକ। ଅତିକମ୍‌ରେ ଘରୋଇ ମ୍ୟାଚ୍‌ ଯେଉଁଠାରେ ଖେଳାଯାଇ ପାରିଥାନ୍ତା, ସେଠାରେ ଏବେ ଲଙ୍କା, କଖାରୁ ପ୍ରଭୃତି ଚାଷ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବର ପଞ୍ଚମ ବିଜୟ

ମୁଲାନପୁର,୧୯ା୪: ପ୍ରିୟାଂଶ ଆର୍ଯ୍ୟ ଓ କୁପର କନୋଲୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ରବିବାର ରାତିରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ…

କାର୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ

ବେଲଗୁଣ୍ଠା,୧୯।୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ ଗଙ୍ଗପୁର ଥାନା ଅଧୀନ ଇନ୍ଦନପୁର ଗ୍ରାମରେ ଏକ କାର ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ…

ରୋଷେଇ ବେଳେ ବିସ୍ଫୋରଣ ହେଲା ଗ୍ଯାସ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ୩…

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ଦଳିତ ସାହିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ରବିବାର  ସନ୍ଧ୍ୟାରେ ରୋଷେଇ ଗ୍ଯାସ ସିଲିଣ୍ଡର ଲିକ୍ ହୋଇ…

ସାଙ୍ଗ ଗୁଳିରେ ଚାଲିଗଲା ସାଙ୍ଗର ଜୀବନ

ଫୁଲବାଣୀ/ଚକାପାଦ/ବାଲିଗୁଡା,୧୯ା୪(ରାକେଶ କୁମାର ରାଉତ/ପ୍ରତାପ କିଶୋର ବେହେରା/ ସଞ୍ଜୟ କୁମାର ପାଣିଗ୍ରାହୀ): ଜଙ୍ଗଲକୁ ଶିକାର କରିବାକୁ ୩ ସାଙ୍ଗ ଯାଇଥିଲେ। ହେଲେ ଶିକାର କଲାବେଳେ ବନ୍ଧୁକ ଧରିଥିବା ଯୁବକଙ୍କ…

ପ୍ରେମିକାକୁ ମାଡ଼ ମାରିଲେ ପ୍ରେମିକ, ନିର୍ଯାତନା ସହି ନପାରି ଆତ୍ମହତ୍ୟା କଲେ

କୋରାପୁଟ,୧୯ା୪(ଅମିତାଭ ବେହେରା ): ପ୍ରେମିକର ନିର୍ଯ୍ୟାତନା ସହି ନପାରି ବେକରେ ରସି ଲଗାଇ ଆତ୍ମହତ୍ୟା କଲେ ଛାତ୍ରୀ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ଚକା ଫାଟି ଗଛରେ ପିଟିହେଲା କାର: ପରିବାରର ୬ଗୁରୁତର

ବଘିଆପଡ଼ା,୧୯।୪(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ୱର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଗାୟତ୍ରୀ ପ୍ରଜ୍ଞାପୀଠ ନିକଟରେ ରବିବାର ଏକ ଦୁର୍ଘଟଣା ଘଟିଛି। ଏକ କାର୍‌ର ଆଗ…

ଥୁଆମୂଳ ରାମପୁରରେ ଅବକାରୀ ବିଭାଗର ଚଢ଼ାଉ: ୨୫ କୁଇଣ୍ଟାଲ ମହୁଲ ସହ ପିକଅପ୍ ଭ୍ୟାନ ଜବତ

ଥୁଆମୂଳ ରାମପୁର,୧୯ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଅବୈଧ ମହୁଲ ଚାଲାଣ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଭାଗ…

ପାରିବାରିକ ହିଂସା, ଟାଙ୍ଗିଆ ଚୋଟରେ ମହିଳା ଗୁରୁତର

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ବାଘମରା ସାହିରେ ରବିବାର ଅପରାହ୍ନରେ ପାରିବାରିକ ହିଂସା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କୁ ଟାଙ୍ଗିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri