Posted inଖେଳ

ପାକିସ୍ତାନ କ୍ରିକେଟ ଆଇସିୟୁରେ…ଚମକାଇବା ଭଳି ବୟାନ ଦେଲେ…

ରାଚୀ,୧୧ା୩: ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦୀ ଜାତୀୟ ଟି୨୦ ଦଳକୁ ଅଲରାଉଣ୍ଡର ଶଦାବ ଖାନ୍‌ଙ୍କ ପ୍ରତ୍ୟାବର୍ତ୍ତନ ଉପରେ ପ୍ରଶ୍ନ ଉଠାଇବା ସହ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ପାକିସ୍ତାନ କ୍ରିକେଟ ଆଇସିୟୁରେ ଥିବା କହିଛନ୍ତି। ଗତ ଟି୨୦ ବିଶ୍ୱକପ୍‌ଠାରୁ ଜାତୀୟ ଦଳରୁ ବାଦ୍‌ ପଡ଼ିଥିବା ଶଦାବଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ଲାଗି ଘୋଷିତ ପାକିସ୍ତାନ ଟି୨୦ ଦଳର ଉପଅଧିନାୟକ କରାଯାଇଛି। ସଲମାନ ଅଲୀ ଆଘାଙ୍କୁ ଦଳର ନେତୃତ୍ୱଭାର ଦିଆଯାଇଛି। ଘରୋଇ କ୍ରିକେଟରେ ତାଙ୍କ ପ୍ରଦର୍ଶନ କେଉଁଭଳି ରହିଛି, ତାଙ୍କୁ ପୁଣିଥରେ କାହିଁକି ଚୟନ କରାଯାଇଛି, ତାହା ବୁଝାପଡ଼ୁନାହିଁ। ଯେତେବେଳେ ଏକ ବଡ଼ ଇଭେଣ୍ଟ ଆସେ, ଆମେ ପ୍ରସ୍ତୁତି ସମ୍ପର୍କରେ କଥା ହେଉ। ଆମେ ଯେତେବେଳେ ଫ୍ଲପ୍‌ ହୋଇଯାଉ, ଆମେ ସର୍ଜରି ସମ୍ପର୍କରେ କଥା ହେଉ। ସତକଥା ହେଲା, ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି କାରଣରୁ ପାକିସ୍ତାନ କ୍ରିକେଟ ବର୍ତ୍ତମାନ ଆଇସିୟୁରେ ଅଛି। ଆମ ବୋର୍ଡର ନିଷ୍ପତ୍ତି ଓ ନୀତିରେ କୌଣସି ସ୍ଥିରତା ନାହିଁ। ଆମେ ନେତୃତ୍ୱ, କୋଚ୍‌ ଓ ଦଳରେ କିଛି ଖେଳାଳିଙ୍କୁ ପରିବର୍ତ୍ତନ କରୁ। କିନ୍ତୁ ବୋର୍ଡ ଅଧିକାରୀଙ୍କ ଉତ୍ତରଦାୟିତ୍ୱ କ’ଣ ବୋଲି ଆଫ୍ରିଦୀ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।

ଏତଦ୍‌ବ୍ୟତୀତ ସେ ପ୍ରକାଶ କରିଛନ୍ତି ଯେ, ଯଦି ଆମ ଅଧିନାୟକ ଓ କୋଚ୍‌ଙ୍କ ଉପରେ ସର୍ବଦା ଖଣ୍ଡା ଝୁଲିବ, ତେବେ ଆମ କ୍ରିକେଟ କେଉଁଭଳି ଉନ୍ନତି କରିବ। ବର୍ତ୍ତମାନ ପିସିବି ଦାୟିତ୍ୱରେ ଥିବା ମହସିନ ନକ୍‌ଭି ଜଣେ ସକାରାତ୍ମକ ବ୍ୟକ୍ତି। କିନ୍ତୁ ସତକଥା ହେଲା, ତାଙ୍କୁ କ୍ରିକେଟ ବିଷୟରେ ଅଧିକ କିଛି ଜଣାନାହିଁ। ସେ ପାକିସ୍ତାନ ପାଇଁ ଭଲ କରିବାକୁ ଚାହୁଁଛନ୍ତି। କିନ୍ତୁ ଶେଷରେ ସେ ଅନ୍ୟଙ୍କ ପରାମର୍ଶ ଉପରେ ନିର୍ଭର କରନ୍ତି। ମୁଁ ତାଙ୍କୁ କହିଛି ଯେ, ସେ ଏକାଥରକେ ୩ଟି କାର୍ଯ୍ୟ କରିପାରିବେ ନାହିଁ। ତାଙ୍କୁ ଗୋଟିଏ ଦାୟିତ୍ୱକୁ ପ୍ରାଥମିକତା ଦେବା ଦରକାର। ପିସିବି ଚେୟାରମ୍ୟାନ ହେବା ଏକ ଫୁଲଟାଇମ କାର୍ଯ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

୪୫ହଜାର ଟଙ୍କା ଖସିଲାଣି ସୁନାଦର, ଆଗକୁ ଲକ୍ଷେ ତଳକୁ ଖସିବ? ବିଶେଷଜ୍ଞଙ୍କ ବଡ଼ ବୟାନ

ଭୁବନେଶ୍ୱର, ୩୦।୬: ଗତ ପ୍ରାୟ ଏକ ବର୍ଷ ଧରି ସୁନା ବଜାରରେ ଲାଗି ରହିଥିବା ଅପ୍ରତ୍ୟାଶିତ ସୁନାମି ଏବେ ଶାନ୍ତ ପଡ଼ିଛି। ଲଗାତାର ଭାବେ ବୃଦ୍ଧି ପାଇ…

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ୬ ବର୍ଷ ପୂର୍ତ୍ତି ଅବସରରେ ଜିଲାସ୍ତରୀୟ ସ୍ୱନିଧି ମହୋତ୍ସବ: ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼…

ଛତ୍ରପୁର, ୩୦।୬ (ଦିଲ୍ଲୀପି ସାମଲ): ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ସ୍ୱନିଧି (ପିଏମ୍ ସ୍ୱନିଧି) ଯୋଜନାର ୬ ବର୍ଷ ପୂର୍ତ୍ତି…

ପରୋଲ୍‌ରେ ଆସି ଫେରାର ଦୋଷୀ ୯ ବର୍ଷ ପରେ ଗିରଫ: ନାଁ ବଦଳାଇ ଅମୃତସରରୁ କରୁଥିଲେ…

ଭୁବନେଶ୍ୱର, ୩୦।୬: ପରୋଲ୍‌ରେ ଜେଲରୁ ମୁକ୍ତି ପାଇବା ପରେ ଫେରାର ହୋଇଯାଇଥିବା ଜଣେ ଆଜୀବନ କାରାଦଣ୍ଡପ୍ରାପ୍ତ ଦୋଷୀଙ୍କୁ ଦୀର୍ଘ ୯ ବର୍ଷ ପରେ କମିଶନରେଟ୍‌ ପୋଲିସ ଗିରଫ…

ବନ୍ଦ ହୋଇଯିବ ଏହି ୨ଟି ବଡ଼ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ ଖବର ପଛର ସତକଥା…

ନୂଆଦିଲ୍ଲୀ,୩୦।୬: ସୋସିଆଲ ମିଡିଆରେ କିଛି ଏଭଳି ଖବର ସାମ୍ନାକୁ ଆସୁଛି, ଯେଉଁଥିରେ କୁହାଯାଉଛି ଯେ ଭାରତର ତିନୋଟି ବଡ଼ ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି। ଯଦି ଏହି…

ଆଇଏମଡିର ପୂର୍ବାନୁମାନ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ବର,୩୦।୬: ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ଭଉଣୀ, ଭାଣିଜୀଙ୍କୁ ନେଇ ଯାଉଥିଲେ ମାମୁ: ରାସ୍ତାରେ ଘଟିଲା ଭୟଙ୍କର ଦୁର୍ଘଟଣା

ବାଲେଶ୍ୱର, ୩୦।୬ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ୍ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଭିମସାର କର୍ମଚାରୀଙ୍କ ଅଚଳାଚଳ ସମ୍ପତ୍ତି ଠାବ:୧୦ ମୂଲ୍ୟବାନ ପ୍ଲଟ ସହ ବିପୁଳ ଟଙ୍କା

ସମ୍ବଲପୁର,୩୦।୬(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର)ର ଷ୍ଟେୱାର୍ଡ ଅଶ୍ୱିନୀ ମେହେରଙ୍କ ନାମରେ ଆୟବର୍ହିଭୂତ ସମ୍ପତ୍ତି ଠାବ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ…

ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ହତ୍ୟା ଘଟଣା: ପୂର୍ବ ପ୍ରେମିକାଙ୍କୁ ଘରେ ପଶି ମାରିଥିଲେ, ଆସିଲା ବଡ଼ ରାୟ

ଭୁବନେଶ୍ବର,୩୦।୬: ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ପ୍ରିୟଙ୍କା ସାହୁ ହତ୍ୟା ଘଟଣାର ମଙ୍ଗଳବାର ରାୟ ପ୍ରକାଶ ପାଇଛି। କୋର୍ଟ ଅଭିଯୁକ୍ତ ଯାଜପୁରର ଜଗନ୍ନାଥ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri