Posted inଖେଳ

ଭାରତ ବିପକ୍ଷରେ ଦଳ ଘୋଷଣା କଲା ପାକିସ୍ତାନ, ଜାଣନ୍ତୁ ମହାମୁକାବିଲା ଲାଗି କାହାକୁ…

ଦୁବାଇ,୨୩।୧୦: ରବିବାର ଭାରତ-ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ୍‌ର ସବୁଠାରୁ ବଡ଼ ମୁକାବିଲା ଖେଳାଯିବ। ଏହାର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ୧୨ ଜଣିଆ ସ୍କ୍ବାର୍ଡ ଘୋଷଣା କରିଛି। ବାବର ଆଜମଙ୍କ ନେତୃତ୍ୱାଧୀନ ପାକିସ୍ତାନ ଟିମ୍‌ରେ ମହମ୍ମଦ ରିଜଓ୍ବାନ ଉଇକେଟକିପର୍‌ ଦାୟିତ୍ୱ ତୁଲାଇବେ। ସୋଏବ ମଲିକ, ମହମ୍ମଦ ହଫିଜ, ଫକର ଜମାନ, ଶାହୀନ ଆଫ୍ରିଦି, ହାସନ ଅଲ୍ଲୀ ଏବଂ ଶାଦାବ ଖାନଙ୍କୁ ଦଳରେ ସୁଯୋଗ ମିଳିଛି। ଏହାଛଡ଼ା ଅସିଫ ଅଲୀ, ଇମାଦ ଓ୍ବାସିମ, ହରିସ ରୌଫ ଏବଂ ହାଇଦର ଅଲ୍ଲୀ ୧୨ଜଣିଆ ତାଲିକାରେ ଅଛନ୍ତି।

ପ୍ରକାଶ ଯେ, ଭାରତ ଶେଷଥର ଲାଗି ୨୦୧୯ ଦିନିକିଆ ବିଶ୍ୱକପ୍‌ରେ ପାକିସ୍ତାନକୁ ଭେଟିଥିଲା। ଏଥିରେ ଟିମ୍‌ ଇଣ୍ଡିଆ ୮୯ ରନ୍‌ରେ ବିଜୟୀ ହୋଇଥିଲା। ଦୁଇ ବର୍ଷ ପରେ ପୁଣିଥରେ ଭାରତ-ପାକ୍‌ ମଧ୍ୟରେ ମୁକାବିଲା ହେବାକୁ ଯାଉଥିବାରୁ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି। ଆଜିଯାଏ ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ଗୋଟିଏ ଥର ବି ପାକିସ୍ତାନ ଜିତିପାରିନାହିଁ। ଏଣୁ ଚଳିତ ଥର ଦଳ ନିଜର ଭାଗ୍ୟ ବଦଳାଇବାକୁ ଚେଷ୍ଟା କରିପାରେ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ଝଟ୍‌କା

ଆବୁଧାବି,୧୧।୧୧: ଅଷ୍ଟ୍ରେଲିଆ ବିପକ୍ଷରେ ଟି -୨୦ ବିଶ୍ୱକପ ୨୦୨୧ର ସେମିଫାଇନାଲ ମ୍ୟାଚ ଖେଳିବାକୁ ଗୁରୁବାର ପାକିସ୍ତାନ ପଡ଼ିଆକୁ ଓହ୍ଲାଇବ। କିନ୍ତୁ ଏହା ପୂର୍ବରୁ ପାକିସ୍ତାନକୁ ବଡ଼...

ସହଜ କ୍ୟାଚ୍‌ ହାତଛଡା କଲେ ବିରାଟ କୋହଲି, ତଥାପି ଆଉଟ୍‌ ହେଲେ ଖେଳାଳି

ସିଡ୍‌ନୀ,୬।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଏକ ମଜାଦାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ରବିବାର ଅତି ସହଜ...

କରୋନା ଦ୍ୱାରା ଭାରତୀୟ କ୍ରୀଡ଼ା ପ୍ରଭାବିତ

ନୂଆଦିଲ୍ଲୀ,୭।୩(ପି.ଟି.)- ବିଶ୍ୱବ୍ୟାପୀ କରୋନାଭାଇରସ୍‌ର ଆତଙ୍କ ଦେଖା ଦେଇଛି। ଏହା ମଧ୍ୟ ଭାରତୀୟ କ୍ରୀଡ଼ାକୁ ପ୍ରଭାବିତ କରିଛି। ପ୍ରଥମ ମେଜର ଇଭେଣ୍ଟ ଭାବେ ଶୁଟିଂ ବିଶ୍ୱକପକୁ ଘୁଞ୍ଚାଇବା...

କବିରଙ୍କୁ ଟାଇଟଲ

ଭୁବନେଶ୍ୱର, ୨୧।୯(କ୍ରୀଡ଼ା ପ୍ରତିନିଧି)- ଅହମ୍ମଦାବାଦସ୍ଥିତ ର଼୍ୟାକେଟ ଏକାଡେମୀରେ ଅନୁଷ୍ଠିତ ଏଆରଏ-ଏଆଇଟିଏ ନ୍ୟାଶନାଲ ସିରିଜ ଟେନିସ ଟୁର୍ନାମେଣ୍ଟର ୧୮ ବର୍ଷରୁ କମ୍‌ ବାଳକ ବର୍ଗରେ ଓଡ଼ିଶାର କବିର...

ଆଇପିଏଲ୍‌ ଇତିହାସର ଲଜ୍ଜାଜନକ ରେକର୍ଡ: ସର୍ବାଧିକ ଥର ଶୂନରେ ଆଉଟ୍‌ ହୋଇଛନ୍ତି ଭାରତର…

ନୂଆଦିଲ୍ଲୀ,୭।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଇତିହାସରେ ଖେଳାଳିମାନେ ନିଜ ନାମରେ ରେକର୍ଡ କରି ବାହାବା ସାଉଁଟିଛନ୍ତି। ହେଲେ ଏଭଳି କିଛି ଲଜ୍ଜାଜନକ ରେକର୍ଡ ରହିଛି ଯାହା...

ଆଇପିଏଲ ଚାଲିଥିବାବେଳେ ଭାରତୀୟ ଯୁବତୀଙ୍କ ପ୍ରେମରେ ପଡିଥିଲେ ଏହି ବିଦେଶୀ କ୍ରିକେଟର

ଶୋଏବ ମଲିକ, ହାସନ ଅଲି, ଗ୍ଲେନ ଟର୍ନର ଏବଂ ମୋହସିନ ଖାନ ଭଳି ଖେଳାଳିମାନେ ସେମାନଙ୍କ ଜୀବନସାଥୀ ଭାରତରୁ ବାଛିଛନ୍ତି। ସେହି ତାଲିକାରେ ଅଷ୍ଟ୍ରେଲୀୟ କ୍ରିକେଟର...

ପାଣ୍ଡ୍ୟା ଭାତ୍ରୁଦ୍ୱୟଙ୍କ ପିତାଙ୍କ ଦେହାନ୍ତ

ଭଦୋଦରା,୧୭।୧(ପି.ଟି.): ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ବଡ଼ ଭାଇ କ୍ରୁନାଲ ପାଣ୍ଡ୍ୟା ତାଙ୍କ ପିତାଙ୍କୁ ହରାଇଛନ୍ତି। ୭୧ ବର୍ଷ ବୟସରେ ତାଙ୍କ ପିତା...

ପ୍ରୀତି ଜିଣ୍ଟାଙ୍କ ପୋଷ୍ଟରେ ଶ୍ରୀସନ୍ତ ଲେଖିଲେ ଏଭଳି କିଛି; ଟୁଇଟରରେ ଟ୍ରେଣ୍ଡ କଲା‘ ଶ୍ରୀସନ୍ତ ଫର୍‌ ଆଇପିଏଲ୍‌’

ନୂଆଦିଲ୍ଲୀ,୨୦।୨: ଆଇପିଏଲ୍‌ ୧୪ ଲାଗି ଆୟୋଜିତ ଖେଳାଳି ନିଲାମୀ ପ୍ରକ୍ରିୟାରେ ଅନେକ ଖେଳାଳି ବିକ୍ରି ହୋଇଛନ୍ତି। କିଛି କୋଟି କୋଟି ଟଙ୍କା ରୋଜଗାର କରିଥିବା ବେଳେ...

Advertisement
Archives

Model This Week