ଅନାସ୍ଥା ପ୍ରସ୍ତାବ ପୂର୍ବରୁ ପାକ୍‌ ପାର୍ଲାମେଣ୍ଟ ମୁଲତବୀ

ଇସ୍‌ଲାମାବାଦ,୨୫।୩: ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ଲାଗି ବିରୋଧୀ ଦଳଗୁଡ଼ିକ କିଛିଦିନ ହେଲା ସଜବାଜ ହେବା ସହ ପାର୍ଲାମେଣ୍ଟ ସଚିବାଳୟକୁ ନୋଟିସ ଦେଇଥିଲେ। ଶୁକ୍ରବାର ଏଥିପାଇଁ ନ୍ୟାଶନାଲ ଆସେମ୍ବ୍ଲିର ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଡକାଯାଇଥିଲା।

ତେବେ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ବିନା ଗୃହକୁ ମୁଲତବୀ ରଖାଯାଇଛି। ବିରୋଧୀ ଏମ୍‌ପିମାନେ ଏହାର ଜୋର୍‌ଦାର ପ୍ରତିବାଦ କରିଛନ୍ତି। ଫେବୃୟାରୀ ୧୪ରେ ପରଲୋକ ହୋଇଥିବା ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌ ଏମ୍‌ପି ଖୟାଲ ଜମାନଙ୍କ ପାଇଁ ଅଧିବେଶନକୁ ମାର୍ଚ୍ଚ ୨୮ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ କରାଗଲା ବୋଲି ବାଚସ୍ପତି ଅସାଦ କାଇସର ଘୋଷଣା କରିଥିଲେ। ଫଳରେ ବିରୋଧୀ ନେତାମାନେ ହଟ୍ଟଗୋଳ କରିବା ସହ ଅନାସ୍ଥା ପ୍ରସ୍ତାବ ଆଣିବା ଲାଗି ସୁଯୋଗ ଦେବାକୁ ଅନୁରୋଧ କରିଥିଲେ। ହେଲେ ବାଚସ୍ପତି ନିଜ ଚାମ୍ବରକୁ ଚାଲିଯାଇଥିଲେ। ପରବର୍ତ୍ତୀ ଅଧିବେଶନରେ ଅନାସ୍ଥା ପ୍ରସ୍ତାବ ଆଣିବା ଲାଗି ନିଷ୍ପତ୍ତି ନିଆଯାଇଥିବା ବାଚସ୍ପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ମନକୁ ଦୋହଲାଇଦେବା ଭଳି ଦୃଶ୍ୟ, ବନ୍ୟାରେ ଭାସିଆସିଥିବା ନିଷ୍ପାପ ଶିଶୁକୁ କୋଳରେ ଧରି ଭାବପ୍ରବଣ ହେଲେ ସେନା କର୍ମଚାରୀ

କାଠମାଣ୍ଡୁ,୩।୯: ନେପାଳରେ ବନ୍ୟା ଏବଂ ଧ୍ୱଂସ ମଧ୍ୟରେ ମାନବତାର ଏକ ହୃଦୟସ୍ପର୍ଶୀ କାର୍ଯ୍ୟକୁ ପ୍ରଦର୍ଶନ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଭାଇରାଲ…

‘Gen-Z ଚାକିରି ପାଇଁ ଉପଯୁକ୍ତ ନୁହଁନ୍ତି’: ସ୍ନାତକମାନଙ୍କୁ ରୋବୋଟ ସହିତ ବଦଳାଇବାକୁ ପ୍ରସ୍ତୁତ ବସ

ଓ୍ବାଶିଂଟନ,୩।୯: ପ୍ରମୁଖ ଆମେରିକୀୟ କମ୍ପାନୀଗୁଡ଼ିକ Gen-Z କର୍ମଚାରୀଙ୍କ କାର୍ଯ୍ୟ ଅଭ୍ୟାସ, ଯୋଗାଯୋଗ ଶୈଳୀ ଏବଂ ବୃତ୍ତିଗତ ଆଚରଣ ପ୍ରତି କ୍ରମଶଃ ଅସନ୍ତୁଷ୍ଟ ହେଉଛନ୍ତି। ଅଧିକାଂଶ ଆମେରିକୀୟ କମ୍ପାନୀ…

ବନ୍ୟା ପରେ ତିବ୍ଦତବାସୀଙ୍କୁ ଡରାଇଲା ଭୂମିକମ୍ପ

କାଠମାଣ୍ଡୁ,୩।୯: ନେପାଳ ସୀମା ନିକଟବର୍ତ୍ତୀ ଏକ ସହରରେ ଭୟଙ୍କର ବନ୍ୟା ତାଣ୍ଡବ ରଚିବାର କିଛି ଦିନ ପରେ, ଗୁରୁବାର ତିବ୍ଦତରେ 5.0 ତୀବ୍ରତାର ଭୂମିକମ୍ପ ଆସିଥିଲା। ଜାତୀୟ…

CJPକୁ କାହିଁକି ସମର୍ଥନ କରିଥିଲେ? ସୋନମ ୱାଙ୍ଗଚୁକ୍‌ କଲେ ବଡ଼ ଖୁଲାସା, କହିଲେ ପାକିସ୍ତାନ….

ନୂଆଦିଲ୍ଲୀ,୩ା୯: CJP ଆନ୍ଦୋଳନ ସହ ନିଜର ସମ୍ପର୍କ ଏବଂ ଦଳର ବିଦେଶୀ ସମ୍ପର୍କକୁ ନେଇ ଉଠିଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ସୋନମ ୱାଙ୍ଗଚୁକ୍‌। ସେ କହିଛନ୍ତି…

ଦିଲ୍ଲୀ ଜଳ ବୋର୍ଡ ଦୁର୍ନୀତି, ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ମିଳିଲା ବେଲ୍, ୨ ଲକ୍ଷ…

ନୂଆଦିଲ୍ଲୀ,୩ା୯: ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (AAP) ନେତା ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ରାଉଜ୍ ଆଭେନ୍ୟୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି ।…

ମଝି ଆକାଶରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ପାଇଲଟ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୩।୯: ଦୋହାରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ବିମାନ 6E 1302 ଗୁରୁବାର ମସ୍କଟରେ ସୁରକ୍ଷିତ ଜରୁରୀକାଳୀନ ଅବତରଣ କରିଛି। ଯାତ୍ରା ସମୟରେ ପାଇଲଟ ହଠାତ୍‌ ଅସୁସ୍ଥ ହୋଇପଡ଼ିବା…

ପଞ୍ଜାବ ଭୋଟର ଲିଷ୍ଟରୁ କଟିଲା ରାଘବ ଚଢାଙ୍କ ନାଁ! ବଡ଼ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩।୯: ଆମ ଆଦମୀ ପାର୍ଟିର ପୂର୍ବତନ ନେତା ତଥା ରାଜ୍ୟ ସଭା ସାଂସଦ ରାଘବ ଚଢାଙ୍କ ନାଁ ଡ୍ରାଫ୍ଟ ଭୋଟର ଲିଷ୍ଟରୁ କଟିଥିବା ଅଭିଯୋଗ ହୋଇଛି। ନିଜେ…

GDP ତଥ୍ୟକୁ ନେଇ ବିବାଦ; ସ୍ପଷ୍ଟୀକରଣ ରଖିଲେ ସରକାର, ଆକଳନରେ…

ନୂଆଦିଲ୍ଲୀ,୨ା୯: ଭାରତୀୟ ଅର୍ଥନୀତିର GDP ତଥ୍ୟକୁ ନେଇ ଉଠିଥିବା ପ୍ରଶ୍ନ ଉପରେ ସରକାର ଏବେ ସ୍ପଷ୍ଟୀକରଣ ଦେଇଛନ୍ତି । ଅଗଷ୍ଟ ୩୧ରେ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri