Odisha Elections 2024
Posted inଫୁରସତ

କଷ୍ଟ ଲାଘବ କରେ ନିଶ୍ଚେତକ

ଚିକିତ୍ସା କ୍ଷେତ୍ରରେ ନିଶ୍ଚେତକର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଏହା ବିନା ସାଧାରଣ ପରୀକ୍ଷାଠାରୁ ଆରମ୍ଭ କରି ଛୋଟ ଅବା ବଡ଼ ଅପରେଶନ ସମ୍ଭବ ହୋଇପାରି ନ ଥାଏ। ନିଶ୍ଚେତକ ବ୍ୟବହାର ଦ୍ୱାରା ରୋଗୀ ଅପରେଶନ ସମୟରେ କଷ୍ଟ ଅନୁଭବ କରିପାରି ନ ଥାନ୍ତି। ଚିକିତ୍ସା ବିନା କଷ୍ଟ ଅନୁଭବରେ ହେବା ଦ୍ୱାରା ରୋଗୀ ମାନସିକସ୍ତରରେ ଏହାର ସାମନା କରିବାକୁ ସକ୍ଷମ ହୋଇଥାନ୍ତି ଏବଂ ଚିକିତ୍ସା ସେବା ଗ୍ରହଣ କରିବାକୁ ସ୍ବୀକୃତି ପ୍ରଦାନ କରିଥାନ୍ତି। ଚିକିତ୍ସା କ୍ଷେତ୍ରରେ ନିଶ୍ଚେତକର ଭୂମିକା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଅକ୍ଟୋବର ୧୬ରେ ବିଶ୍ୱ ନିଶ୍ଚେତକ ଦିବସ ପାଳନ କରାଯାଇଥାଏ। ଏହାକୁ ଇଥର ଦିବସ ମଧ୍ୟ କୁହାଯାଇଥାଏ।
କ୍ଷେତ୍ରରେ ୧୮୪୬ ଅକ୍ଟୋବର ୧୬ରେ ସଫଳତାର ସହିତ ଡାଇଇଥାଇଲ ଇଥର ନିଶ୍ଚେତକର ପ୍ରୟୋଗ କରାଯାଇଥିଲା। ଏହାକୁ ସ୍ମରଣ କରିବା ପାଇଁ ସାରା ବିଶ୍ୱରେ ବିଶ୍ୱ ନିଶ୍ଚେତକ ଦିବସ ପାଳନ କରାଯାଇଥାଏ।
ଟି.ଜି. ମୋର୍ଟନ ଆନୁଷ୍ଠାନିକ ଭାବେ ଡାଇଇଥାଇଲ ଇଥରର ପ୍ରଥମ ସଫଳ ବ୍ୟବହାର ହାଓ୍ବାର୍ଡ ସ୍କୁଲ ଅଫ ମେଡିସିନର ମାସାଚୁସେଟ୍ସ ଜେନେରାଲ ହସ୍ପିଟାଲରେ ଏକ ଅପରେଟିଂ ଥିଏଟରରେ କରିଥିଲେ। ବିଶ୍ୱ ନିଶ୍ଚେତକ ଦିବସ ପ୍ରତିବର୍ଷ ଏକ ବାର୍ତ୍ତା ଉପରେ ପର୍ଯ୍ୟବେସିତ ହୋଇଥାଏ। ଚଳିତ ୨୦୨୩ ବର୍ଷ ପାଇଁ ଏହି ଦିବସର ବାର୍ତ୍ତା ହେଉଛି, ‘ନିଶ୍ଚେତକ: ଆକ୍ସେସ ସୁନିଶ୍ଚିତ କରିବା, ସବୁ ସ୍ଥାନରେ ନିରାପଦ ସର୍ଜିକାଲ କେୟାର ବୃଦ୍ଧି କରିବା’( ଆନାଥେିସିଆ: ଏନସ୍ୟୁରିଂ ଆକ୍ସେସ, ଏନହାନ୍ସିଂ ସେଫ୍‌ ସର୍ଜିକାଲ କେୟାର ଏଭ୍ରିହ୍ବେର)।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଏକ ବଡ଼ କଥା କହିଲେ ଭଉଣୀ ପ୍ରିୟଙ୍କା, ଜାଣିଲେ…

ନୂଆଦିଲ୍ଲୀ,୧୭ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ପ୍ରଚାରରେ ବ୍ୟସ୍ତ ଥିବା ପ୍ରିୟଙ୍କା ଗାନ୍ଧୀ ଭାଇ ରାହୁଲ ଗାନ୍ଧୀଙ୍କ ବିବାହ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।...

ଜାଣନ୍ତୁ କେଉଁ ରାଜନେତା କେତେ ପଢ଼ିଛନ୍ତି, କାହାର ଶିକ୍ଷାଗତ ଯୋଗ୍ୟତା ଅଧିକ, କାହାର କମ୍‌

ଆମର ଅନେକ ରାଜନେତା ଅଛନ୍ତି, ଯେଉଁମାନଙ୍କ ହାତରେ ଆମ ଦେଶ ଏବଂ ରାଜ୍ୟ ପରିଚାଳିତ ହେଉଛି। ତେବେ ଏମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଅଧିକାଂଶ ଲୋକ...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର

ସିଙ୍ଗାପୁର:ସମ୍ପ୍ରତି ଯୁବପିଢ଼ି ନିଜ କ୍ୟାରିୟରକୁ ଦୃଷ୍ଟିରେ ରଖି ବିଳମ୍ବରେ ବିବାହ କରିବା ସହ ବିଳମ୍ବରେ ପରିବାର ଆରମ୍ଭ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସିଙ୍ଗାପୁରର ଶିର୍ଲି...

ଆଜି ଜାତୀୟ ଡେଙ୍ଗୁ ଦିବସ

ଆମେ ସମ୍ମୁଖୀନ ହେଉଥିବା ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ଡେଙ୍ଗୁ ଅନ୍ୟତମ। ଏଡିସ୍‌ ମଶା ହେଉଛି ଏହାର ବାହକ। ପ୍ରାରମ୍ଭରୁ ଡେଙ୍ଗୁର ଚିକିତ୍ସା କରା ନ ଗଲେ...

ଭାରତ ପ୍ରେମରେ ଜାପାନୀ ସିଇଓ

ବେଙ୍ଗାଲୁରୁ: ଟେକ୍‌ ଜାପାନ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ନାଓତାକା ନିଶିୟାମା ଗତ ମାସେ ହେବ ଭାରତ ଗସ୍ତରେ ରହିଛନ୍ତି। ଭାରତରେ ସଂସ୍କୃତି, ମୂଲ୍ୟବୋଧ ଓ ବିବିଧତାକୁ...

୨୦ବର୍ଷ ଧରି ବୋର୍ଡରେ ଖବର ଲେଖୁଛନ୍ତି ସରୋଜ ଚର୍ଚ୍ଚି

ଖବରକାଗଜ ସାଧାରଣତଃ ଛପା ଯାଇଥାଏ। ବିଭିନ୍ନ ଅଞ୍ଚଳରୁ ପ୍ରକାଶନ ହେଉଥିବା ଦୈନିକ, ସାପ୍ତାହିକ, ମାସିକ, ପାକ୍ଷିକ ଆଦି ବିଭିନ୍ନ ଭାଷାର ଏକାଧିକ ସଂସ୍କରଣ ରହିଛି। ଆଞ୍ଚଳିକ,...

ଆଧୁନିକ ନାରୀଙ୍କ ପାଇଁ ଦୃଷ୍ଟାନ୍ତ ‘ନନ୍ଦିନୀ’

ଓଡ଼ିଶା ମାଟିର ସୁଯୋଗ୍ୟା ସନ୍ତାନ ସେ । ଜଣେ ପ୍ରତିଷ୍ଠିତ ଲେଖିକା ହେବା ସହ ରାଜନୀତିରେ ବି ସେ ଥିଲେ ବେଶ୍‌ ପାରଙ୍ଗମ। ଯାହା ତାଙ୍କୁ...

ମା’ ଖୁସି ପାଇଁ..ସବୁ ଖୁସି ପାଦ ତଳେ ଥୋଇ ଦେଇଥିବା ସୁଯୋଗ୍ୟ ସନ୍ତାନ…

ମା’;  ଯାହାର ଜୀବନ ନାଟିକା ତା’ ସନ୍ତାନ ପାଖରେ ଅଟକିଥାଏ। ଯାହାର ସବୁ ସୁଖଦୁଃଖ ତା’ ପିଲା ପାଖରୁ ଆରମ୍ଭ ହୋଇ ତାଙ୍କଠି ହିଁ ସରିଯାଏ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri