ଋତୁସ୍ରାବ ସମୟରେ ଦେୟଯୁକ୍ତ ଛୁଟି ପାଇଁ ଜାତିସଂଘରେ ସ୍ୱର ଉଠାଇଲେ ଓଡ଼ିଆ ଝିଅ

ନୂଆଦିଲ୍ଲୀ,୧୧।୫: ଦେଶରେ ଏବେ ମଧ୍ୟ କେତେକ ଅଞ୍ଚଳରେ ମହିଳାମାନଙ୍କ ମାସିକ ଋତୁସ୍ରାବ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଲୋକମାନେ ପଛଘୁଞ୍ଚା ଦେଉଥିଲା ବେଳେ ମିଳିତ ଜାତିସଂଘର ‘ସିଭିଲ୍ ସୋସାଇଟି କନଫରେନ୍ସ ୨୦୨୪’ ରେ ”ଋତୁସ୍ରାବ ସମୟରେ ଦେୟଯୁକ୍ତ ଛୁଟି” ପାଇଁ ସ୍ୱର ଉଠାଇଛନ୍ତି ଜଣେ ଓଡିଆ ଝିଅ।

ମେ ୯ ରୁ୧୦ ନାଇରୋବିରେ ଅନୁଷ୍ଠିତ ସମ୍ମାନଜନକ ସମ୍ମିଳନୀରେ ରଞ୍ଜୀତା ପ୍ରିୟଦର୍ଶିନୀ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ସମଗ୍ର ବିଶ୍ୱରେ ଧ୍ୟାନ ଆକର୍ଷଣ କରିଥିଲେ। ”ଋତୁସ୍ରାବ ସମୟରେ ଦେୟଯୁକ୍ତ ଛୁଟି” ପ୍ରସଙ୍ଗରେ ରଞ୍ଜୀତାଙ୍କୁ ସମସ୍ତ ପ୍ରତିନିଧିଙ୍କଠାରୁ ଜବରଦସ୍ତ ପ୍ରତିକ୍ରିୟା ମିଳିଥିଲା।

“ମୁଁ ସମସ୍ତ ମହିଳା କର୍ମଚାରୀଙ୍କ ପାଇଁ ‘ଋତୁସ୍ରାବ ସମୟରେ ଦେୟଯୁକ୍ତ ଛୁଟି’ ପାଇଁ କାମ କରୁଛି। ମୁଁ ଏଠାରେ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ମହିଳା କର୍ମଚାରୀଙ୍କ ପାଇଁ ଏହି ପ୍ରସଙ୍ଗକୁ ସମର୍ଥନ କରନ୍ତୁ। ଯଦି ‘ଦେୟଯୁକ୍ତ ଛୁଟି’ ଲାଗୁ ହୁଏ, ମହିଳା କର୍ମଚାରୀମାନେ ଡ୍ୟୁଟିରେ ଥିବାବେଳେ ଋତୁସ୍ରାବ ସମୟରେ ସହାୟତା ପାଇବେ। ଏହା ଏକ ଅନୁରୋଧ ଯେ ଯଦି ଆପଣ ଏହି ସମସ୍ୟାକୁ ସମର୍ଥନ କରନ୍ତି, ତେବେ ଏହା ସମଗ୍ର ବିଶ୍ୱରେ ଅନେକ ମହିଳା କର୍ମଚାରୀଙ୍କୁ ସାହାଯ୍ୟ କରିବ ବୋଲି ରଞ୍ଜୀତା କହିଥିଲେ”, ଯାହାକୁ ସାରା ବିଶ୍ୱର ପ୍ରତିନିଧିମାନେ କରତାଳି ଦେଇଥିବା ସମର୍ଥନ ଜଣାଇଥିଲେ।

ଏହାପୂର୍ବରୁ ରଞ୍ଜୀତା ଏକ ଅନଲାଇନ୍ ଅଭିଯାନ ଆରମ୍ଭ କରି କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟକୁ ଭାରତର ସମସ୍ତ ମହିଳା ଶ୍ରମିକଙ୍କ ପାଇଁ ‘ଋତୁସ୍ରାବ ସମୟରେ ଦେୟଯୁକ୍ତ ଛୁଟି’ ଲାଗୁ କରିବାକୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦରେ ମିଛ କହି ସିଙ୍ଗାପୁରର ଭାରତୀୟ ବଂଶୋଦ୍ଭବ ନେତା ଦୋଷୀ

ସିଙ୍ଗାପୁର, ୧୮।୨: ସିଙ୍ଗାପୁରର ବିରୋଧୀ ଦଳ ଓ୍ବାର୍କର୍ସ ପାର୍ଟିର ଭାରତୀୟ ବଂଶୋଦ୍ଭବ ନେତା ପ୍ରୀତମ ସିଂ ଦେଶର ସଂସଦୀୟ କମିଟି ସମ୍ମୁଖରେ ମିଥ୍ୟା ସାକ୍ଷ୍ୟ ଦେଇଥିବା...

KIIT ବିଶ୍ବବିଦ୍ୟାଳୟର ଲାଇସେନ୍ସ ରଦ୍ଦ ପାଇଁ ଶିଳ୍ପମନ୍ତ୍ରୀଙ୍କୁବି ଦାବିପତ୍ର

ଭୁବନେଶ୍ୱର,୧୮।୨: KIIT ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲମସାଲ ମୃତ୍ୟୁ ମାମଲାରେ ସାରା ବିଶ୍ୱରେ ନିନ୍ଦିତ ହୋଇଛି ଓଡିଶା। ଏହି ଘଟଣାରେ ଶିକ୍ଷାନୁଷ୍ଠାନରେ ଅଶାନ୍ତ ବାତାବରଣ...

ଆମେରିକାରେ ପ୍ରବଳ ବର୍ଷା, ଅଧିକାଂଶ ନଦୀରେ ବନ୍ୟା

ଓ୍ବାଶିଂଟନ,୧୮।୨: ଆମେରିକାର ଅନେକ ଅଞ୍ଚଳରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି, ଅନ୍ୟପଟେ କେଣ୍ଟୁକି ରାଜ୍ୟରେ ପ୍ରବଳ ବର୍ଷା ତାଣ୍ଡବ ସୃଷ୍ଟି କରିବା ଆରମ୍ଭ କରିଛି।...

ଗ୍ରୀଷ୍ମ ପ୍ରବାହ ପାଇଁ ସକାଳୁଆ ପାଠପଢ଼ା ସହ ପରୀକ୍ଷା କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୮ା୨(ସୁଚିସ୍ମିତା ସାହୁ): ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ଖରା ତାତି ଅସହ୍ୟ ହେଉଥିବାରୁ ଏହା ଛାତ୍ରୀଛାତ୍ରଙ୍କ ପାଠପଢ଼ାକୁ ପ୍ରଭାବିତ କରୁଛି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି...

ଆଉ ଏକ ବଡ଼ ବିମାନ ଦୁର୍ଘଟଣା, ଲ୍ୟାଣ୍ଡିଂ ବେଳେ ଓଲଟିପଡିଲା

ଟରଣ୍ଟୋ,୧୮।୨: କାନାଡାର ଟୋରଣ୍ଟୋ ବିମାନବନ୍ଦରରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ସୂଚନାଯୋଗ୍ୟ, ଡେଲ୍ଟା ଏୟାରଲାଇନ୍ସର ଏକ ବିମାନ ଅବତରଣ ସମୟରେ ବିମାନବନ୍ଦରରେ ଓଲଟି ପଡ଼ିଥିଲା।...

ଆଜିଠାରୁ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର,୧୮ା୨(ସୁଚିସ୍ମିତା ସାହୁ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ପରିଚାଳିତ ଯୁକ୍ତ୨ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହେବ। ପ୍ରଥମଥର କଳା, ବାଣିଜ୍ୟ, ବିଜ୍ଞାନ ଓ...

ଛାତ୍ରୀଙ୍କୁ ଶିକ୍ଷକଙ୍କ ଅଶ୍ଳୀଳ ଇଙ୍ଗିତ ,ପରେ…

ନିରାକାରପୁର,୧୭ା୨(ମାନାସ ଚନ୍ଦ୍ର ପଟ୍ଟନାୟକ): ଟାଙ୍ଗୀ ବ୍ଲକ ଅଧୀନ ଡିଆ ପଞ୍ଚାୟତର ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ଜଣେ ବରିଷ୍ଠ ଶିକ୍ଷକ ଛାତ୍ରୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବା...

ମୋ ବସ୍‌ ଦୁର୍ଘଟଣା ମାମଲା : ଝିଅ ପରେ ଚାଲିଗଲା ମା’ଙ୍କ ଜୀବନ

ଭୁବନେଶ୍ୱର,୧୭ା୨(ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱର ତମାଣ୍ଡୋ ଥାନା ଅନ୍ତର୍ଗତ ପାତ୍ରପଡ଼ା ଡିଏନ୍‌ ରେଗାଲିଆ ନିକଟରେ ଶୁକ୍ରବାର ରାତିର ଘଟିଥିବା ମୋ ବସ୍‌ ଦୁର୍ଘଟଣାରେ ଆହତ ଆଉ ଜଣଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri