Posted inଖେଳ

ମହିଳା ଚେସ୍‌ ବିଶ୍ୱକପ୍‌ରେ ଭାଗନେବେ ପଦ୍ମିନୀ

ଭୁବନେଶ୍ୱର, ୨୨।୫(କ୍ରୀଡ଼ା ପ୍ରତିନିଧି)-
କରୋନାର କଷଣ ମଧ୍ୟରେ ରାଜ୍ୟ ଚେସ୍‌ ପାଇଁ ଆସିଛି ଏକ ଖୁସି ଖବର। ଓଡ଼ିଶା ଚେସ୍‌ ଆଇକନ ଅନ୍ତର୍ଜାତୀୟ ମାଷ୍ଟର (ଆଇଏମ୍‌) ପଦ୍ମିନୀ ରାଉତ ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ରେ ଅଂଶଗ୍ରହଣ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଫିଡେ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ତଥ୍ୟ ଅନୁସାରେ ୨୦୧୮ରେ ଏସିଆନ ମହିଳା ଚାମ୍ପିୟନ ଭାବେ ପଦ୍ମିନୀ ଆଗାମୀ ବିଶ୍ୱକପ୍‌ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଫିଡେ ମହିଳା ବିଶ୍ୱକପ୍‌ ୨୦୨୧ ରୁଷିଆର ସୋଚିଠାରେ ଜୁଲାଇ ୧୦ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କରିଥିବା ଅନ୍ୟ ଭାରତୀୟ ଖେଳାଳିମାନେ ହେଲେ ଗ୍ରାଣ୍ଡମାଷ୍ଟର (ଜିଏମ୍‌) କୋନେରୁ ହମ୍ପି, ଜିଏମ୍‌ ହାରିକା ଦ୍ରୋଣାଭାଲି ଓ ଆଇଏମ୍‌ ଭକ୍ତି କୁଲକର୍ନୀ।
୧୯୯୪ ଜାନୁୟାରୀ ୫ରେ ଜନ୍ମିତ ପଦ୍ମିନୀ ଚେସ୍‌ ଜଗତରେ ଏକ ପରିଚିତ ନାମ। ୨୦୦୩ରୁ ସେ ଏ ପର୍ଯ୍ୟନ୍ତ ଚେସ୍‌ରେ ସକ୍ରିୟ ରହି ଅନେକ ସୁନାମ ସାଉଁଟିଛନ୍ତି। ୨୦୦୫ରେ ପ୍ରଥମ ଜାତୀୟ ଟାଇଟଲ(୧୧ ବର୍ଷରୁ କମ୍‌ ବାଳିକା, ନାଗପୁର) ସ୍ବାଦ ଚାଖିଥିବା ପଦ୍ମିନୀ ୨୦୦୬ରେ ଉଭୟ ୧୩ ବର୍ଷରୁ କମ୍‌ ବାଳିକା ଏବଂ ୧୨ ବର୍ଷରୁ କମ୍‌ ବାଳିକା ଏସିଆନ ଚାମ୍ପିୟନ ହୋଇଥିଲେ। ୨୦୦୮ରେ ସେ ଉଭୟ ୧୪ ବର୍ଷରୁ କମ୍‌ ଏସିଆନ ଏବଂ ଓ୍ବାଲର୍‌ଡ ୟୁଥ୍‌ ଚେସ୍‌ ଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିଥିଲେ। ଏହାର ପରବର୍ଷ ସେ ଏସିଆନ ଜୁନିୟର (୨୦ ବର୍ଷରୁ କମ୍‌) ବାଳିକା ଚାମ୍ପିୟନଶିପ୍‌ରେ ସେ ପ୍ରଥମସ୍ଥାନ ଅଧିକାର କରିଥିଲେ। ୨୦୧୦ରେ ଜାତୀୟ ଜୁନିୟର ବାଳିକା (୧୯ ବର୍ଷରୁ କମ୍‌) ଚାମ୍ପିୟନ ହେବା ସହ ଉଭୟ ଏସିଆନ ଏବଂ ବିଶ୍ୱ ଜୁନିୟର ବାଳିକା ଚେସ୍‌ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ବିଜୟିନୀ ହୋଇଥିଲେ। ୨୦୧୧ ଏସିଆନ ମହିଳା ଚେସ୍‌ ଚାମ୍ପିୟନଶିପ୍‌ରେ ସେ ରୌପ୍ୟ ପଦକ ଜିତିଥିବା ଭିଏତନାମ୍‌ର ଫାମ୍‌ ଲି ଥାଓ ଏନ୍‌ଗୁଏନଙ୍କ ସମକକ୍ଷ ୬ ପଏଣ୍ଟ ପାଇଥିଲେ ହେଁ ୬ଷ୍ଠ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ। ତେବେ ୨୦୧୮ରେ ୯ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ୭ ପଏଣ୍ଟ ହାସଲ କରି ଚାମ୍ପିୟନ ହୋଇଥିଲେ। ୨୦୧୪ରେ ସେ ୪୧ତମ ଜାତୀୟ ମହିଳା ପ୍ରିମିୟର ଚେସ୍‌ ଚାମ୍ପିୟନଶିପ୍‌ରେ ଟାଇଟଲ ଜିତିଥିଲେ। ୨୦୧୫, ୨୦୧୬ ଓ ୨୦୧୭ରେ ସେ ଏହି ଟାଇଟଲ ବଜାୟ ରଖିଥିଲେ। ଏହା ବ୍ୟତୀତ ୨୦୧୫ରେ ସେ ରାଜ୍ୟଗୋଷ୍ଠୀ ଚେସ୍‌ ଟାଇଟଲ ହାସଲ କରିଥିଲେ। ପ୍ରଦର୍ଶନକୁ ଭିତ୍ତିକରି ପଦ୍ମିନୀ ମହିଳା ଚେସ୍‌ ଅଲିମ୍ପିଆଡ, ମହିଳା ବିଶ୍ୱ ଟିମ୍‌ ଚେସ୍‌ ଚାମ୍ପିୟନଶିପ୍‌ ଏବଂ ମହିଳା ଏସିଆନ ଟିମ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ଆସୁଛନ୍ତି। ୨୦୧୪ରେ ସେ ନରଓ୍ବେରେ ଅନୁଷ୍ଠିତ ମହିଳା ଚେସ୍‌ ଅଲିମ୍ପିଆଡ୍‌ର ରିଜର୍ଭ ବୋର୍ଡରେ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ଜିତିଥିଲେ। ପ୍ରଥମ ଭାରତୀୟ ଭାବେ ସେ ଚେସ୍‌ ଅଲିମ୍ପିଆଡ୍‌ରେ ସ୍ବର୍ଣ୍ଣ ପଦକ ଜିତିବାର ଗୌରବ ଅର୍ଜନ କରିଥିଲେ। ଏହାପରେ ୨୦୧୬ରେ ବାକୁ, ଆଜରବୈଜାନ ଏବଂ ୨୦୧୮ରେ ଜର୍ଜିଆର ବାଟୁମିରେ ଅନୁଷ୍ଠିତ ଚେସ୍‌ ଅଲିମ୍ପିଆଡ୍‌ରେ ଭାରତୀୟ ଦଳର ସଦସ୍ୟା ରହି ଆସିଛନ୍ତି।
ଖେଳ ପ୍ରତି ପ୍ରତିଶ୍ରୁତିବଦ୍ଧତା ପାଇଁ ସେ ୨୦୦୭ରେ ମହିଳା ଗ୍ରାଣ୍ଡମାଷ୍ଟର (ଡବ୍ଲ୍ୟୁଜିଏମ୍‌) ଏବଂ ୨୦୧୫ରେ ଅନ୍ତର୍ଜାତୀୟ ମାଷ୍ଟର (ଆଇଏମ୍‌) ଟାଇଟଲ ହାସଲ କରିଥିଲେ। ଏସ୍‌ଆର୍‌ ଚେସ୍‌ ସେଣ୍ଟରରେ ସତ୍ୟରଞ୍ଜନ ପଟ୍ଟନାୟକଙ୍କଠାରୁ କୋଚିଂ ନେଇ ସେ ଚେସ୍‌ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ନୀରଜ କୁମାର ମିଶ୍ର, ଶେଖର ଚନ୍ଦ୍ର ସାହୁ, ୟୁକ୍ରେନ ଗ୍ରାଣ୍ଡମାଷ୍ଟର ଜର୍ଜି ଟିମୋଶ୍ଚେଙ୍କୋ ଆଦି କୋଚ୍‌ଙ୍କଠାରୁ ପ୍ରଶିକ୍ଷଣ ନେଇଥିଲେ। ସମ୍ପ୍ରତି ୨୩୭୦ ରେଟିଂରେ ଥିବା ପଦ୍ମିନୀ କ୍ୟାରିୟରରେ ଗୋଟିଏ ଗ୍ରାଣ୍ଡମାଷ୍ଟର ନର୍ମ ହାସଲ କରି ସାରିଛନ୍ତି। ଫଳରେ ଦେବାଶିଷ ଦାସ (୨୫୦୧) ଏବଂ ସ୍ବୟମ୍ସ ମିଶ୍ର(୨୪୮୯)ଙ୍କ ପରେ ସେ ରାଜ୍ୟର ତୃତୀୟ ଗ୍ରାଣ୍ଡମାଷ୍ଟର ହେବା ଆଶା ଉଜ୍ଜୀବିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଐତିହାସିକ ଶତକ ସହ ଅରେଞ୍ଜ କ୍ୟାପ ହାସଲ କଲେ ଅଭିଷେକ

ହାଇଦ୍ରାବାଦ୍‌,୨୨ା୪: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅପରାଜିତ ଐତିହାସିକ ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌) ମଙ୍ଗଳବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)କୁ ୪୭ ରନରେ…

ଅଭିଷେକଙ୍କୁ ‘ସାର୍‌’ ବୋଲି ଡାକିଲେ ଯୁବରାଜ, ଥରେ କହିଥିଲେ ଚପଲରେ ମାରିବା ବିଷୟରେ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୨।୪: ଅଭିଷେକ ଶର୍ମା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୧୩୫ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ, ଯାହା ପରେ ତାଙ୍କ ପରାମର୍ଶଦାତା ଏବଂ ଗୁରୁ ଯୁବରାଜ ସିଂହ…

CSKକୁ ଲାଗିଲା ବଡ଼ ଝଟକା, ସିଜନରୁ ବାଦ ପଡିଲେ ସର୍ବାଧିକ ସ୍କୋର୍ କରିଥିବା ଖେଳାଳୀ

ନୂଆଦିଲ୍ଲୀ,୨୧।୪: ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ୨୦୨୬ ଆଇପିଏଲ ସିଜିନ୍ ଭଲ ନଥିଲା। ଚଳିତ ସିଜିନ୍ ମଧ୍ୟଭାଗରେ, ଚେନ୍ନାଇ ଦଳ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି…

ଗିରଫ ହେଲେ ପୂର୍ବତନ କ୍ରିକେଟରଙ୍କ ଶଳା-ଶ୍ୱଶୁର

ମୁମ୍ବାଇ,୨୧।୪: ପୂର୍ବତନ ଭାରତୀୟ କ୍ରିକେଟର ଏବଂ ତୃଣମୂଳ କଂଗ୍ରେସ ଏମପି ୟୁସୁଫ ପଠାନଙ୍କ ଶ୍ୱଶୁର ଘର ଘରେ ଉତ୍ତେଜନା ଦେଖାଦେଇଛି। ମୁମ୍ବାଇ ପୋଲିସ ୟୁସୁଫ ପଠାନଙ୍କ ଶ୍ୱଶୁର…

୩୨୫ ଦିନ ପରେ ବୁମ୍‌ରା କଲେ ଏମିତି କାମ, ଅପେକ୍ଷାର ଘଟିଲା ଅନ୍ତ

ନୂଆଦିଲ୍ଲୀ,୨୧।୪: IPL 2026ରେ ଜସପ୍ରୀତ ବୁମରା ଶେଷରେ ତାଙ୍କର ପ୍ରଥମ ସଫଳତା ହାସଲ କଲେ। ସେ ଇନିଂସର ପ୍ରଥମ ବଲରେ ସାଇ ସୁଦର୍ଶନଙ୍କୁ ଆଉଟ କଲେ। ଏହି…

ବିସ୍ଫୋରକ ଶତକ ମାରି ବଡ଼ ରେକର୍ଡ କଲେ ତିଲକ ବର୍ମା: ଆଇପିଏଲ ଇତିହାସରେ…

ମୁମ୍ବାଇ,୨୦।୩: ତିଲକ ବର୍ମାଙ୍କ ବିସ୍ଫୋରକ ଶତକ ଏବଂ ନମନ ଧୀରଙ୍କ ଦୃଢ଼ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ସୋମବାର ଅନୁଷ୍ଠିତ ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ…

ପୁଣି ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣରେ ବିରୁଷ୍କା: ୫ ମାସ ମଧ୍ୟରେ ତୃତୀୟଥର ପାଇଁ…

ନୂଆଦିଲ୍ଲୀ,୨୦।୪: IPL 2026ରେ ଚମତ୍କାର ପ୍ରଦର୍ଶନ କରୁଥିବା RCBର କିମ୍ବଦନ୍ତୀ ବ୍ୟାଟସମ୍ୟାନ ବିରାଟ କୋହଲି IPL ମଝିରୁ ସମୟ ବାହାର କରି କୋହଲି ସ୍ତ୍ରୀ ଅନୁଷ୍କାଙ୍କ ସହିତ…

ମୋତେ ଭାରତ ପକ୍ଷରୁ ଖେଳିବାକୁ ମିଳିଥିଲା ଅଫର୍‌: ସାଂଘାତିକ ଖୁଲାସା କଲେ ରଶିଦ ଖାନ

ନୂଆଦିଲ୍ଲୀ,୨୦।୪: ଆଫଗାନିସ୍ତାନର ଅଲରାଉଣ୍ଡର ରଶିଦ ଖାନ କ୍ରିକେଟ ଜଗତରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ତାଙ୍କୁ ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ସ୍ପିନରମାନଙ୍କ ମଧ୍ୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri