ପଦ୍ମପୁର ଉପନିର୍ବାଚନ: ପ୍ରାର୍ଥିତ୍ୱକୁ ନେଇ ବଢ଼ିଲା ଉତ୍କଣ୍ଠା

ବରଗଡ଼ ଅଫିସ୍‌.୬।୧୧: ବରଗଡ଼ ଜିଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ଡିସେମ୍ବର ୫ତାରିଖରେ ଉପନିର୍ବାଚନ ହେବ। ଏଥିପାଇଁ ନଭେମ୍ବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏହା ଘୋଷଣା ହେବା ପରେ କେବଳ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। କେଉଁ ଦଳ କାହା ଉପରେ ଆସ୍ଥା ରଖି ନିର୍ବାଚନ ମଇଦାନକୁ ପ୍ରାର୍ଥୀ ଛାଡ଼ିବ, ସେହି ପ୍ରାର୍ଥିତ୍ୱକୁ ନେଇ ସଭିଁଙ୍କ ମନରେ ଉତ୍କଣ୍ଠା ବଢିଯାଇଛି। ଚୂଡ଼ାନ୍ତ ହୋଇ ନ ଥିଲେ ମଧ୍ୟ କଂଗ୍ରେସରୁ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ଭାଜପାରୁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଦଳୀୟ ପ୍ରାର୍ଥୀ ହେବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷେ ବିଜେଡ଼ି ଉପନିର୍ବାଚନ ମଇଦାନକୁ ଜଣେ ମହିଳାଙ୍କୁ ଛାଡ଼ିବ ବୋଲି ଆଲୋଚନା ହେଉଛି। ତେବେ ବିଜେଡି ଆଶାୟୀଙ୍କ ମଧ୍ୟରେ ସ୍ବର୍ଗତ ବରିହାଙ୍କ ପୁଅ ଭୋଜରାଜ ଥିଲେ ମଧ୍ୟ ପ୍ରାର୍ଥିତ୍ୱରେ ତାଙ୍କୁ ବୟସ ବାଧକ ସାଜୁଥିବା ସୂଚନା ମିଳିଛି।

 

ହାଇକମାଣ୍ଡ ନେବେ ନିଷ୍ପତ୍ତି
ଆମ ଦଳ ମଜବୁତ୍‌ ଅଛି। ଲୋକାଭିମୁଖୀ ଯୋଜନା କରିଛି। ଯୋଜନାଗୁଡ଼ିକ ଲୋକଙ୍କ ପାଖକୁ ପହଞ୍ଚତ୍ଛି। ଲୋକଙ୍କୁ ମୌଳିକ ସେବା ଯୋଗାଇବାରେ ଦଳ ସବୁବେଳେ କାର୍ଯ୍ୟ କରିଆସିଛି। ପଦ୍ମପୁର ଉପନିର୍ବାଚନରେ ବିଜେଡ଼ିର ବିଜୟ ଅନିବାର୍ଯ୍ୟ। ତେବେ ଉପନିର୍ବାଚନରେ ଦଳ କାହାକୁ ଟିକେଟ ଦେବ, ସେ ନେଇ ହାଇକମାଣ୍ଡ ହିଁ ନିଷ୍ପତ୍ତି ନେବେ। ବିଜେଡି ଏକ ଶୃଙ୍ଖଳିତ ଦଳ ଏବଂ ସେହି ନିଷ୍ପତ୍ତିକୁ ଦଳର ସମସ୍ତେ ନିଶ୍ଚୟ ମାନିବେ।
– ପ୍ରସନ୍ନ ଆଚାର୍ଯ୍ୟ, ରାଜ୍ୟ ଉପସଭାପତି, ବିଜେଡି

 

ପ୍ରଦୀପଙ୍କ ନାମରେ ମୋହର
ଭାଜପା ଏକ ଜାତୀୟ ଦଳ। କିଏ ଲଢ଼ିବ, କିଏ ନ ଲଢ଼ିବ, ତାହା କେନ୍ଦ୍ରୀୟ କମିଟି ନିଷ୍ପତ୍ତି ନେବ। କିନ୍ତୁ ୨୦୦୯, ୨୦୧୪ ଏବଂ ୨୦୧୯ ସାଧାରଣ ନିର୍ବାଚନରେ ଦଳ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଥିଲା। ପୁରୋହିତ ୨୦୧୪ ନିର୍ବାଚନରେ ଜିତିଥିଲେ। ୨୦୧୯ ନିର୍ବାଚନରେ ସେ ହାରିଥିଲେ ମଧ୍ୟ ଲୋକଙ୍କ ସାଙ୍ଗରେ ଅଛନ୍ତି। ଫଳରେ ଦଳ ତାଙ୍କ ଉପରେ ମୋହର ମାରିପାରେ। କେନ୍ଦ୍ରୀୟ କମିଟିର ଘୋଷଣା କେବଳ ବାକି ଅଛି।
– ଅଶ୍ୱିନୀ ଷଡ଼ଙ୍ଗୀ, ଜିଲା ସଭାପତି, ଭାଜପା

 

ସତ୍ୟଭୂଷଣଙ୍କୁ ମିଳିପାରେ ଟିକେଟ
ସତ୍ୟଭୂଷଣ ସାହୁ ଆମ ଦଳର ଜଣେ ବରିଷ୍ଠ ନେତା। ସେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ନିଜ ଉଦ୍ୟମ ଜାରି ରଖିଛନ୍ତି। ସେ ଲୋକଙ୍କ ସାଙ୍ଗରେ ଥିଲେ ଏବଂ ଏବେ ମଧ୍ୟ ଅଛନ୍ତି। ପଦ୍ମପୁର ନିର୍ବାଚନ ମଣ୍ଡଳୀ ଲୋକେ ତାଙ୍କୁ ଚାହୁଁଛନ୍ତି। ଫଳରେ ଦଳ ତାଙ୍କୁ ପ୍ରାର୍ଥୀ କରିପାରେ ବୋଲି ସମ୍ଭାବନା ରହିଛି। ରବିବାର ଦଳର ଏକ ପର୍ଯ୍ୟବେକ୍ଷକ ଟିମ୍‌ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିବେ। ଏହାପରେ ଦଳ ଯାହାକୁ ଯୋଗ୍ୟ ମନେ କରିବ, ସେ ହିଁ ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ହେବେ।
– ନୀହାର ରଞ୍ଜନ ମହାନନ୍ଦ, ଜିଲା କଂଗ୍ରେସ ସଭାପତି

 

ପ୍ରେମାନନ୍ଦ ଖମାରୀ


Enter your email to get our daily news in your inbox.

All Right Reserved By Dharitri.Com

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri