ପଦ୍ମପୁର ଉପନିର୍ବାଚନ: ପ୍ରାର୍ଥିତ୍ୱକୁ ନେଇ ବଢ଼ିଲା ଉତ୍କଣ୍ଠା

ବରଗଡ଼ ଅଫିସ୍‌.୬।୧୧: ବରଗଡ଼ ଜିଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ଡିସେମ୍ବର ୫ତାରିଖରେ ଉପନିର୍ବାଚନ ହେବ। ଏଥିପାଇଁ ନଭେମ୍ବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏହା ଘୋଷଣା ହେବା ପରେ କେବଳ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। କେଉଁ ଦଳ କାହା ଉପରେ ଆସ୍ଥା ରଖି ନିର୍ବାଚନ ମଇଦାନକୁ ପ୍ରାର୍ଥୀ ଛାଡ଼ିବ, ସେହି ପ୍ରାର୍ଥିତ୍ୱକୁ ନେଇ ସଭିଁଙ୍କ ମନରେ ଉତ୍କଣ୍ଠା ବଢିଯାଇଛି। ଚୂଡ଼ାନ୍ତ ହୋଇ ନ ଥିଲେ ମଧ୍ୟ କଂଗ୍ରେସରୁ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ଭାଜପାରୁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଦଳୀୟ ପ୍ରାର୍ଥୀ ହେବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷେ ବିଜେଡ଼ି ଉପନିର୍ବାଚନ ମଇଦାନକୁ ଜଣେ ମହିଳାଙ୍କୁ ଛାଡ଼ିବ ବୋଲି ଆଲୋଚନା ହେଉଛି। ତେବେ ବିଜେଡି ଆଶାୟୀଙ୍କ ମଧ୍ୟରେ ସ୍ବର୍ଗତ ବରିହାଙ୍କ ପୁଅ ଭୋଜରାଜ ଥିଲେ ମଧ୍ୟ ପ୍ରାର୍ଥିତ୍ୱରେ ତାଙ୍କୁ ବୟସ ବାଧକ ସାଜୁଥିବା ସୂଚନା ମିଳିଛି।

 

ହାଇକମାଣ୍ଡ ନେବେ ନିଷ୍ପତ୍ତି
ଆମ ଦଳ ମଜବୁତ୍‌ ଅଛି। ଲୋକାଭିମୁଖୀ ଯୋଜନା କରିଛି। ଯୋଜନାଗୁଡ଼ିକ ଲୋକଙ୍କ ପାଖକୁ ପହଞ୍ଚତ୍ଛି। ଲୋକଙ୍କୁ ମୌଳିକ ସେବା ଯୋଗାଇବାରେ ଦଳ ସବୁବେଳେ କାର୍ଯ୍ୟ କରିଆସିଛି। ପଦ୍ମପୁର ଉପନିର୍ବାଚନରେ ବିଜେଡ଼ିର ବିଜୟ ଅନିବାର୍ଯ୍ୟ। ତେବେ ଉପନିର୍ବାଚନରେ ଦଳ କାହାକୁ ଟିକେଟ ଦେବ, ସେ ନେଇ ହାଇକମାଣ୍ଡ ହିଁ ନିଷ୍ପତ୍ତି ନେବେ। ବିଜେଡି ଏକ ଶୃଙ୍ଖଳିତ ଦଳ ଏବଂ ସେହି ନିଷ୍ପତ୍ତିକୁ ଦଳର ସମସ୍ତେ ନିଶ୍ଚୟ ମାନିବେ।
– ପ୍ରସନ୍ନ ଆଚାର୍ଯ୍ୟ, ରାଜ୍ୟ ଉପସଭାପତି, ବିଜେଡି

 

ପ୍ରଦୀପଙ୍କ ନାମରେ ମୋହର
ଭାଜପା ଏକ ଜାତୀୟ ଦଳ। କିଏ ଲଢ଼ିବ, କିଏ ନ ଲଢ଼ିବ, ତାହା କେନ୍ଦ୍ରୀୟ କମିଟି ନିଷ୍ପତ୍ତି ନେବ। କିନ୍ତୁ ୨୦୦୯, ୨୦୧୪ ଏବଂ ୨୦୧୯ ସାଧାରଣ ନିର୍ବାଚନରେ ଦଳ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଥିଲା। ପୁରୋହିତ ୨୦୧୪ ନିର୍ବାଚନରେ ଜିତିଥିଲେ। ୨୦୧୯ ନିର୍ବାଚନରେ ସେ ହାରିଥିଲେ ମଧ୍ୟ ଲୋକଙ୍କ ସାଙ୍ଗରେ ଅଛନ୍ତି। ଫଳରେ ଦଳ ତାଙ୍କ ଉପରେ ମୋହର ମାରିପାରେ। କେନ୍ଦ୍ରୀୟ କମିଟିର ଘୋଷଣା କେବଳ ବାକି ଅଛି।
– ଅଶ୍ୱିନୀ ଷଡ଼ଙ୍ଗୀ, ଜିଲା ସଭାପତି, ଭାଜପା

 

ସତ୍ୟଭୂଷଣଙ୍କୁ ମିଳିପାରେ ଟିକେଟ
ସତ୍ୟଭୂଷଣ ସାହୁ ଆମ ଦଳର ଜଣେ ବରିଷ୍ଠ ନେତା। ସେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ନିଜ ଉଦ୍ୟମ ଜାରି ରଖିଛନ୍ତି। ସେ ଲୋକଙ୍କ ସାଙ୍ଗରେ ଥିଲେ ଏବଂ ଏବେ ମଧ୍ୟ ଅଛନ୍ତି। ପଦ୍ମପୁର ନିର୍ବାଚନ ମଣ୍ଡଳୀ ଲୋକେ ତାଙ୍କୁ ଚାହୁଁଛନ୍ତି। ଫଳରେ ଦଳ ତାଙ୍କୁ ପ୍ରାର୍ଥୀ କରିପାରେ ବୋଲି ସମ୍ଭାବନା ରହିଛି। ରବିବାର ଦଳର ଏକ ପର୍ଯ୍ୟବେକ୍ଷକ ଟିମ୍‌ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିବେ। ଏହାପରେ ଦଳ ଯାହାକୁ ଯୋଗ୍ୟ ମନେ କରିବ, ସେ ହିଁ ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ହେବେ।
– ନୀହାର ରଞ୍ଜନ ମହାନନ୍ଦ, ଜିଲା କଂଗ୍ରେସ ସଭାପତି

 

ପ୍ରେମାନନ୍ଦ ଖମାରୀ


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଶୌଚାଳୟରେ କର୍କଟ ରୋଗୀଙ୍କ ଆତ୍ମହତ୍ୟା

କଟକ,୧୬ା୪ (କାର୍ତ୍ତିକ ସାହୁ) ଆଚାର୍ଯ୍ୟ ହରିହରି ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା କର୍କଟ ରୋଗର ଯନ୍ତ୍ରଣା ସହି ନ...

ମୁଖ୍ୟମନ୍ତ୍ରୀଙ୍କ ବଦଳରେ ବସ୍‌ ଦୁର୍ଘଟଣାରେ ଆହତଙ୍କୁ ଭେଟିଲେ ପାଣ୍ଡିଆନ, ପ୍ରଶ୍ନ ଉଠାଇଲା ଭାଜପା

ଭୁବନେଶ୍ୱର, ୧୬।୪(ସୁନିତ୍‌ ମିଶ୍ର): ଜନସାଧାରଣ ନିଜର ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି। କିନ୍ତୁ ଓଡ଼ିଶାରେ ନବୀନବାବୁ ସରକାର ଚଳାଉନାହାନ୍ତି ବରଂ ତାଙ୍କ ସହଯୋଗୀ...

ବିଜେଡିରେ ଯୋଗଦେଲେ ଶତାଧିକ ଭାଜପା,କଂଗ୍ରେସ ନେତା

ଭୁବନେଶ୍ୱର,୧୬ା୪(ଅନିଲ ଦାସ)-କଳାହାଣ୍ଡି ଜିଲା ଅନ୍ତର୍ଗତ ଲାଞ୍ଜିଗଡ଼ ଓ ନର୍ଲା ନିର୍ବାଚନମଣ୍ଡଳୀର ଶତାଧିକ ଭାଜପା ଓ କଂଗ୍ରେସ କର୍ମୀ ମଙ୍ଗଳବାର ଶଙ୍ଖଭବନଠାରେ ଧର୍ମଶାଳା ବିଧାୟକ ତଥା କଳାହାଣ୍ଡି...

ଆସନ୍ତା ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୬।୪(ସୁନିତ୍‌ ମିଶ୍ର): : ପୂର୍ବତନ ମନ୍ତ୍ରୀ ଭକ୍ତଚରଣ ଦାସ ରାଜ୍ୟ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ମଙ୍ଗଳବାର ପ୍ରଥମ ଥର...

ବିଜୁ ମହିଳା ଜନତା ଦଳ ଉପସଭାନେତ୍ରୀ ନିଲମ୍ବିତ

ଭୁବନେଶ୍ୱର,୧୬ା୪(ଅନିଲ ଦାସ)-ବିଜୁ ମହିଳା ଜନତା ଦଳର ଉପ ସଭାନେତ୍ରୀ ତଥା ସମ୍ବଲପୁର ଓ ଦେବଗଡ଼ ଜିଲାର ପର୍ଯ୍ୟବେକ୍ଷକ ମିନତି ଦେବତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି। ଦଳ...

କଂଗ୍ରେସରୁ ସୁର ବିଦା, ମନ୍ମଥଙ୍କୁ ଫାଇଦା! କେମିତି ଜାଣନ୍ତୁ…

ଭୁବନେଶ୍ୱର,୧୬।୪: ପୁଣି ଚର୍ଚ୍ଚାରେ ବରିଷ୍ଠ ରାଜନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ । ଦଳବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ...

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ମାହାଙ୍ଗା ଡବଲ ମର୍ଡର ମାମଲା: ଲିଖିତ ଯୁକ୍ତି ଉପସ୍ଥାପନ ପାଇଁ ସମୟ ନେଲେ ପ୍ରତିପକ୍ଷ, ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୨ରେ

କଟକ,୧୬ା୪ (କାର୍ତ୍ତିକ ସାହୁ): ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ପୁଣି ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri