Posted inଫୁରସତ

ହସ ଫୁଟାଇଛି ‘ପଦ୍ମା’

୨୦୨୧ ମେ ୧୩। କପିଳାସ ଚିଡ଼ିଆଖାନା ପାଇଁ ଏହି ଦିନ ଥିଲା ବେଶ୍‌ ଦୁଃଖଦ। କାରଣ ପର୍ଯ୍ୟଟକଙ୍କ ମନୋରଞ୍ଜନ କରୁଥିବା ହାତୀ ଶାବକ ‘ହୀରୋ’ ସବୁଦିନ ପାଇଁ ଆଖିବୁଜିଲା ମାରାତ୍ମକ ହର୍ପିସ୍‌ ରୋଗରେ। ଏହାପରେ ଜୁ’ରେ ସୃଷ୍ଟି ହୋଇଥିଲା ଶୂନ୍ୟସ୍ଥାନ। ଏହାର ଯତ୍ନ ନେଉଥିବା ମାହୁନ୍ତ ‘ଦୀପୁ’ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ତେବେ ଦୀପୁଙ୍କ ଖାଲିପଣକୁ ପୂରଣ କରିଛି ମାଈ ହାତୀ ଶାବକ ‘ପଦ୍ମା’। ଗତ ଡିସେମ୍ବର ୩୧ରେ ବ୍ରହ୍ମପୁର ଡିଭିଜନରୁ ‘ପଦ୍ମା’କୁ ଉଦ୍ଧାର କରି କପିଳାସ ରେସକ୍ୟୁ ସେଣ୍ଟରକୁ ଅଣାଯାଇଥିଲା। ଏହାପରେ ଦୀପୁଙ୍କୁ ମିଳିଛି ଏହି ଛୁଆ ହାତୀର ତଦାରଖ ଦାୟିତ୍ୱ। ଇତିମଧ୍ୟରେ ‘ପଦ୍ମା’ ଏବଂ ଦୀପୁଙ୍କ ଭିତରେ ସୃଷ୍ଟି ହୋଇଛି ନିବିଡ଼ ସମ୍ପର୍କ। ହାତୀ ଶାବକ ତାଙ୍କୁ ଜମାରୁ ଛାଡୁନାହିଁ। ପାଖେପାଖେ ବୁଲୁଛି। ‘ପଦ୍ମା’ ସବୁଠାରୁ ଛୋଟ ହାତୀ ହୋଇଥିବାରୁ ତା’ର ସ୍ବାସ୍ଥ୍ୟ ପ୍ରତି ସ୍ବତନ୍ତ୍ର ଭାବେ ଯତ୍ନ ନିଆଯାଉଛି। ଖାଦ୍ୟପେୟ ପାଇଁ ମାସକୁ ହାରାହାରି ୮୦ ହଜାର ଟଙ୍କା ଯାଏ ଖର୍ଚ୍ଚ କରାଯାଉଛି। ଦୈନିକ ଖାଦ୍ୟରେ ସେରେଲାକ୍‌ ଓ ଲାକ୍ଟୋଜେନ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକୁ ବାଟ ବତାଇଛନ୍ତି ଏମାନେ

ଆଇସଲାଣ୍ଡରୁ ତାଇଓ୍ବାନ ଓ ଜର୍ମାନୀରୁ ନ୍ୟୁଜିଲାଣ୍ଡ ପର୍ଯ୍ୟନ୍ତ ମହିଳାମାନେ ବିଶ୍ୱକୁ ମହାମାରୀ କରୋନାରୁ ମୁକ୍ତିର ବାଟ ବତାଉଛନ୍ତି। ଫିନ୍‌ଲାଣ୍ଡ, ଆଇସ୍‌ଲାଣ୍ଡ ଓ ଡେନ୍‌ମାର୍କ ସବୁଠି ଏହି...

ଏଥର ବୁଲିଯାଆନ୍ତୁ: କଓ୍ବେଲାଦେଓ ଜାତୀୟ ଉଦ୍ୟାନ

ରାଜସ୍ଥାନର ଭରତପୁରରେ ଥିବା ଏହି ଅଭୟାରଣ୍ୟଟି ହେଉଛି ପକ୍ଷୀପ୍ରେମୀଙ୍କ ପାଇଁ ଏକ ସ୍ବର୍ଗୀୟ ସ୍ଥାନ। କାରଣ ଏଠାରେ ପ୍ରାୟତଃ ୨୩୦ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥାନ୍ତି…...

ମହାକାଶରୁ ପୃଥିବୀର ଫଟୋ

ନୂଆଦିଲ୍ଲୀ, ୨୫ା୧: ଇଣ୍ଟରନ୍ୟାଶନାଲ ସ୍ପେଶ ଷ୍ଟେଶନ(ଆଇଏସ୍‌ଏସ୍‌) ମହାକାଶରୁ ପୃଥିବୀର ବିରଳ ଫଟୋ ଜାରି କରିଛି। ସହରର ଆଲୋକ ଓ ଚମକୁଥିବା ତାରାଗୁଡ଼ିକ ମଧ୍ୟରେ ପୃଥିବୀର ଦୃଶ୍ୟ...

୭୩ ବର୍ଷ ପରେ ପାକିସ୍ତାନରେ ଧୁମ୍‌ଧାମ୍‌ରେ ପାଳନ କରାଯିବ ଶିବରାତ୍ରି: ଖୋଲାଯିବ ୨୦୦ ବର୍ଷ ପୁରୁଣା ମନ୍ଦିର

ଇସଲାମାବାଦ୍‌,୮।୨: ପାକିସ୍ତାନରେ ଥିବା ଏକ ୨୦୦ ବର୍ଷ ପୁରୁଣା ଶିବ ମନ୍ଦିରରେ ଚଳିତ ଥର ଶିବରାତ୍ରି ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯିବା ଲାଗି ପ୍ରସ୍ତୁତି ଆରମ୍ଭ...

ଘରୁ ଅସରପା ଦୂରେଇ ରଖିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ଅଳିଆ ଆବର୍ଜନା ସ୍ଥାନରେ ଅସରପା ରହିଥାନ୍ତି। ଏହାଦ୍ୱାରା ଘର ମଇଳା ହୋଇଥାଏ। ତେବେ ଅସରପାଙ୍କୁ ଘରୁ ଦୂରେଇ ରଖିବା ପାଇଁ ଚିନି ସହିତ ବେକିଙ୍ଗ୍‌ ସୋଡ଼ା...

ମାତ୍ର ୮ ବର୍ଷ ବୟସରେ ହୋଇଥିଲା ପାରାଲିସିସ୍‌: ଯୋଗ ଯୋଗୁ ବଦଳିଗଲା ପୁରା ଜୀବନ; ଏବେ…

ବର୍ତ୍ତମାନ ସମୟରେ ଯୋଗଗୁରୁ ବାବା ରାମଦେବଙ୍କୁ କିଏ ବା ନଜାଣେ। ଯୋଗ ଶିକ୍ଷା ହେଉ ଅଥବା ବ୍ୟବସାୟକୁ ନେଇ ସେ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ତେବେ...

ମାସେ ଭିତରେ ଏହି ଯୁବକଙ୍କୁ ୮ ଥର କାମୁଡ଼ିଲାଣି ଗୋଟିଏ ସାପ: ଯେଉଁଠି ଲୁଚିଲେ ବି ଖୋଜିନେଉଛି

ରାମପୁର: ଉତ୍ତରପ୍ରଦେଶର ରାମପୁରରେ ସର୍ପ ଦଶଂନକୁ ନେଇ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ଯୁବକଙ୍କୁ ଲଗାତାର ଭାବେ ଗୋଟିଏ ସାପ କାମୁଡିବା ଚର୍ଚ୍ଚାର...

ସ୍ତ୍ରୀଙ୍କ ପାଇଁ ବିମାନ ଭଳି ଘର ନିର୍ମାଣ କଲେ ସ୍ବାମୀ, ଜାଣନ୍ତୁ କାହିଁକ

ପ୍ରେମକୁ ଜୀବନ୍ତ କରିବା ପାଇଁ କିଏ ମନ୍ଦିର ତୋଳିଛନ୍ତି ତ, ଆଉ କିଏ ବଗିଚା ନିର୍ମାଣ କରିଛନ୍ତି। ନାଇଜେରିଆରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ପାଇଁ ବିମାନ...

Advertisement


Archives

Model This Week