ଗଞ୍ଜାମରେ ଆଜିଠୁ ଧାନକିଣା

ଛତ୍ରପୁର,୧୬।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଖରିଫ ଧାନ ସଂଗ୍ରହ ଶୁକ୍ରବାରଠାରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଜିଲାକୁ ୩୬ ଲକ୍ଷ ୭୪ ହଜାର ୩୮ କୁଇଣ୍ଟାଲ ଧାନ ତଥା ୨୪ ଲକ୍ଷ ୬୧ ହଜାର ୬ଶହ କୁଇଣ୍ଟାଲ ଚାଉଳ ସଂଗ୍ରହ ପାଇଁ ଟାର୍ଗେଟ୍‌ ଆସିଛି। ୧ଲକ୍ଷ ୩୨ହଜାର ୬୫୧ ଚାଷୀଙ୍କ ଠାରୁ ଧାନ କିଣାଯିବ। ଜିଲାରେ ୩୬୫ ପ୍ୟାକ୍ସ,୧୦୩ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଗୋଟିଏ ପାଣି ପଞ୍ଚାୟତ ଦ୍ୱାରା ଧାନ ସଂଗ୍ରହ କରାଯିବ ବୋଲି ଜିଲା ଭାରପ୍ରାପ୍ତ ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା ସୂଚନା ଦେଇଛନ୍ତି । ଶୁକ୍ରବାର ଶେରଗଡ ବ୍ଲକ ଡେଙ୍ଗାପଦର ସୋସାଇଟିରେ କାର୍ଯ୍ୟକ୍ରମ ଶୁଭାରମ୍ଭ ହେବ। ପରେ ପର୍ଯ୍ୟାୟକ୍ରମେ ଜିଲାର ବିଭିନ୍ନ ସୋସାଇଟିରେ ଧାନ ସଂଗ୍ରହ କରାଯିବ । ୩୬୪ ମିଲର ଏହି ଧାନକିଣାରେ ନିୟୋଜିତ ରହିବେ। ୨୦୨୧/୨୨ରେ ୧ ଲକ୍ଷ ୨୨ ହଜାର ୮୩୪ ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ୯୬ ହଜାର ୪୯୧ ଚାଷୀଙ୍କଠାରୁ ୪୦ ଲକ୍ଷ ୨୫ ହଜାର ୩୭୪ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଥିଲା । ୨୬ ହଜାର ୩୪୩ ଜଣ ପଞ୍ଜୀକୃତ ଚାଷୀ ଧାର୍ଯ୍ୟ ସମୟରେ ଧାନ ସରକାରୀ ଦରରେ ବିକ୍ରି କରିପାରି ନ ଥିଲେ । ଉକ୍ତ ବର୍ଷ ଧାନକିଣାରେ ନାନା ସମସ୍ୟା ଉପୁଜିବା ସହ ବହୁ ସ୍ଥାନରେ ଠିକଣା ସମୟରେ ଧାନ ଉଠୁ ନ ଥିବାରୁ ଚାଷୀ ଆନ୍ଦୋଳନ ଦେଖିବାକୁ ମିଳିଥିଲା । ବିଶେଷକରି ମିଲରଙ୍କ ମର୍ଜିରେ ଧାନ ଉଠାଯାଉଥିବା ଦେଖିବାକୁ ମିଳିଥିଲା । ଅଧିକାଂଶ ସ୍ଥାନରେ କଟନୀ ଛଟନି ସମସ୍ୟା ସହ କ୍ୱାଲିଟି ଧାନ ଆଳ ଦେଖାଇ ମିଲରମାନେ ଚାଷୀଙ୍କ ଧାନ ଉଠାଇବାକୁ ରାଜି ହୋଇ ନ ଥିଲେ। ଫଳରେ ଚାଷୀଙ୍କ ଟୋକନ ଅବଧି ଶେଷ ହୋଇଯାଇଥିଲା। ଚାଷୀ ଧାନକୁ ସରକାରୀ ଧାର୍ଯ୍ୟରେ ଧାନ ବିକ୍ରି କରିବା ସହଜ ହେଉନଥିବା ବେଳେ ଏହାର ସୁଯୋଗ ନେଇଥିଲେ ଦଲାଲ । ଅନ୍ୟପକ୍ଷରେ ସମସ୍ତ ପଞ୍ଜୀକୃତ ଚାଷୀ କିପରି ସୁରୁଖୁରୁରେ ସରକାରୀ ଦରରେ ଧାନ ବିକ୍ରି କରିପାରିବେ ସେନେଇ ବ୍ୟବସ୍ଥା କରିବାକୁ ଚାଷୀ ନେତା ସୀମାଞ୍ଚଳ ନାହାକ ଦାବି କରିଛନ୍ତି। ଯେହେତୁ ପ୍ରତ୍ୟେକ ବର୍ଷ ଜିଲାରେ ବହୁ ଚାଷୀ ସରକାରୀ ଦରରେ ଧାନ ବିକ୍ରି ନ କରି ପାରି ଦଲାଲଙ୍କ ଶିକାର ହେଉଛନ୍ତି । ତେଣୁ ଚଳିତବର୍ଷ ଯେପରି ଏହି ସମସ୍ୟା ନ ହୁଏ ସେଥିପ୍ରତି ଜିଲା ଯୋଗାଣ ବିଭାଗ ଧ୍ୟାନ ଦେବା ଜରୁରୀ ବୋଲି କହିଛନ୍ତି । ଧାନକିଣା ପ୍ରକ୍ରିୟା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?