Posted inଖେଳ

ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେଉଛନ୍ତି ପେସ୍‌

କୋଲକାତା, ୧୨ା୧୨ (ପି.ଟି.)- ଭାରତୀୟ ଟେନିସ୍‌ ଆଇକନ୍‌ ଲିଆଣ୍ଡର ପେସ୍‌ ଆସନ୍ତାବର୍ଷ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ଲାଗି ପ୍ରସ୍ତୁତ ହେଉଛନ୍ତି। ଜଣେ ପ୍ରଫେସନାଲ ଖେଳାଳି ହିସାବରେ ୨୦୨୦ ତାଙ୍କର ଶେଷବର୍ଷ ହେବ ବୋଲି ୨୦୧୯ ଖ୍ରଷ୍ଟମାସ୍‌ ଡେ’ରେ ସେ ଘୋଷଣା କରିଥିଲେ। ଏଥିରୁ ସ୍ପଷ୍ଟ ସୂଚୀତ ହେଉଥିଲା ଯେ, ସେ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବେ। ଏଠାରେ ମୋଟୋଭୋଲ୍ଟ ମୋବିଲିଟି ସ୍ମାର୍ଟ ଇ-ସାଇକେଲ୍ସର ଅନାବରଣ ଉତ୍ସବରେ ଯୋଗଦାନ ଅବସରରେ ପେସ୍‌ କହିଛନ୍ତି କରୋନା ମହାମାରୀ ଦ୍ୱାରା ସମଗ୍ର ବିଶ୍ୱ ଏତେ ପ୍ରଭାବିତ ହେବ ବୋଲି କେହି କଳ୍ପନାରେ ସୁଦ୍ଧା ଭାବି ନ ଥିଲେ। ବହୁ ଦିନ ଧରି ବ୍ରେକ୍‌ ପରେ ସେ ଖୁସି ଅନୁଭବ କରୁଛନ୍ତି। ଶାରୀରିକ, ମାନସିକ ଓ ଭାବନାତ୍ମକ ଦିଗରୁ ସେ ପ୍ରସ୍ତୁତ ଅଛନ୍ତି। ଇତିହାସ ପୃଷ୍ଠାରେ ଭାରତର ନାମ କିପରି ଲିପିବଦ୍ଧ ହୋଇ ରହିବ ତାହା ହେଉଛି ଗୁରୁତ୍ୱପୂର୍ଣ୍ଣ। ଏହି ଦୃଷ୍ଟିରୁ ସେ ୩୦ ବର୍ଷ ହେଲା ତାଙ୍କ କ୍ୟାରିୟର ଜାରି ରଖିଛନ୍ତି। ଟୋକିଓ ଅଲିମ୍ପିକ୍ସ ଜୁଲାଇ ୨୩ରୁ ଆରମ୍ଭ ହେବ। ସେତେବେଳକୁ ପେସ୍‌ଙ୍କୁ ୪୮ବର୍ଷ ବୟସ ହୋଇଥିବ। ସେ କହିଛନ୍ତି, ବୟସ ଏକ ସଂଖ୍ୟା ଛଡ଼ା ଆଉ କିଛି ନୁହେଁ। ରେକର୍ଡ ବୁକ୍‌ରେ ଭାରତର ନାମ ସବୁଦିନ ପାଇଁ ରହୁ ବୋଲି ସେ ଚାହାନ୍ତି। ଜଣେ ଟେନିସ ଖେଳାଳି ହିସାବରେ ସର୍ବାଧିକ ୭ ଥର ଅଲିମ୍ପିକ୍ସରେ ଭାଗ ନେଇ ସେ ପୂର୍ବରୁ ରେକର୍ଡର ଅଧିକାରୀ ହୋଇସାରିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଭାଗ ନେଲେ ଏହି ସଂଖ୍ୟା ୮ରେ ପହଞ୍ଚତ୍ୟିବ। ଭବିଷ୍ୟତରେ ଏହି ରେକର୍ଡ ଭାଙ୍ଗିବା ସହଜ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri