Posted inଫୁରସତ

ଡୁଡୁଲରେ ପି.କେ. ରୋଜିଙ୍କୁ ସମ୍ମାନ

ନୂଆଦିଲ୍ଲୀ: ମାଲୟାଲମ୍‌ ଫିଲ୍ମର ପ୍ରଥମ ମହିଳା ତଥା ଦଳିତ ଅଭିନେତ୍ରୀ ପି.କେ. ରୋଜିଙ୍କ ୧୨୦ତମ ଜନ୍ମଦିନ ଅବସରରେ ଶୁକ୍ରବାର ଗୁଗୁଲ ପକ୍ଷରୁ ଏକ ଡୁଡୁଲ୍‌ ସମର୍ପିତ ହୋଇଛି। ରୋଜିଙ୍କ ଜନ୍ମ ୧୯୦୩ରେ କେରଳ ଥିରୁଭାନନ୍ତପୁରମ୍‌ର ଏକ ଦଳିତ ପରିବାରରେ ହୋଇଥିଲା। ପିଲାଦିନୁ ତାଙ୍କଠାରେ ଅଭିନୟ କରିବାର ନିଶା ଦେଖିବାକୁ ମିଳିଥିଲା। ହେଲେ ସେତେବେଳେ ତଥାକଥିତ ସମାଜ ସହଜେ ଅଭିନୟକୁ ଗ୍ରହଣ କରିପାରୁ ନ ଥିଲା। ଝିଅମାନଙ୍କୁ ଘରୁ ବାହାରିବାକୁ ଅନେକ ପ୍ରତିବନ୍ଧକର ସାମ୍‌ନା କରିବାକୁ ପଡ଼ୁଥିଲା। ୧୯୨୮ରେ ପ୍ରଥମ ଦଳିତ ଅଭିନେତ୍ରୀ ଭାବେ ମାଲୟାଲମ୍‌ ଚଳଚ୍ଚିତ୍ର ‘ଭିଗାଥାକୁମାରନ’(ଦି ଲାଷ୍ଟ ଚାଇଲ୍ଡ)ରେ ରୋଜି ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଏହା ଫଳରେ ତାଙ୍କୁ ଲୋକଙ୍କ ଆକ୍ରୋଶର ସାମ୍ନା କରିବାକୁ ପଡ଼ିଥିଲା। ଲୋକେ ଏଥିରେ ଉତ୍ତ୍ୟକ୍ତ ହୋଇ ତାଙ୍କ ଘର ଜାଳି ଦେଇଥିଲେ। ଜୀବନ ବଞ୍ଚାଇବାକୁ ଯାଇ ବାଧ୍ୟହୋଇ ଏକ ଲରିରେ ବସି ତାଙ୍କୁ ରାଜ୍ୟ ଛାଡ଼ିବାକୁ ପଡ଼ିଥିଲା। ସେ ତାମିଲନାଡୁରେ ପହଞ୍ଚିବା ପରେ ସାହାଯ୍ୟ କରିଥିବା ଲରି ଚାଳକ କେଶବନ୍‌ ପିଲ୍ଲାଇଙ୍କୁ ବିବାହ କରି ସେଠାରେ ରହିଥିଲେ। ରୋଜିଙ୍କ ଏପରି ସଂଘର୍ଷମୟ କାହାଣୀ ପାଇଁ ତାଙ୍କୁ ଆଜି ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସମ୍ମାନ ମିଳୁଛି। ଏପରିକି ସାଉଥ୍‌ରେ ତାଙ୍କ ନଁାରେ ଏକ ଫିଲ୍ମ ସୋସାଇଟି ମଧ୍ୟ ରହିଛି। ତେବେ ସେ କରିଥିବା ଫିଲ୍ମ ‘ଦି ଲାଷ୍ଟ ଚାଇଲ୍ଡ’କୁ କେହି ପ୍ରଶଂସା କରି ନ ଥିଲେ ମଧ୍ୟ ଆଜି ସେ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri