ଅମ୍ଳଜାନ ଅଭାବଜନିତ ସଙ୍କଟ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ଗଣମାଧ୍ୟମରେ ପ୍ରକାଶିତ ଗୋଟିଏ ଚର୍ଚ୍ଚିତ ଘଟଣା। ରାଞ୍ଚତ୍ରେ ଦେବେନ୍ଦ୍ର ଶର୍ମା ରହନ୍ତି। ୨୪ ଏପ୍ରିଲ ୨୦୨୧ରେ ସେ ଜଣେ ପରିଚିତ ବ୍ୟକ୍ତିଙ୍କଠାରୁ ଜରୁରୀ ଖବର ପାଇଲେ ଯେ, ଗାଜିଆବାଦରେ ରହୁଥିବା ତାଙ୍କ ବନ୍ଧୁ ରଞ୍ଜନ କରୋନା ପୀଡ଼ିତ ଓ ସେ ସେଠାକାର କୌଣସି ଏକ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। କିନ୍ତୁ ଦିଲ୍ଲୀ-ଗାଜିଆବାଦ ଅଞ୍ଚଳରେ ଅମ୍ଳଜାନର ଘୋର ଅଭାବ। ଏହି କାରଣରୁ ରଞ୍ଜନଙ୍କ ଜୀବନ ସଙ୍କଟାପନ୍ନ। ଦେବେନ୍ଦ୍ର ଅସୁସ୍ଥ ସାଥୀଙ୍କୁ ବଞ୍ଚାଇବା ପାଇଁ ତତ୍ପର ହେଲେ। ପୁଣି ଯଥାଶୀଘ୍ର ଗାଜିଆବାଦରେ ନ ପହଞ୍ଚତ୍ ପାରିଲେ ସମସ୍ତ ଚେଷ୍ଟା ନିରର୍ଥକ ହୋଇଯିବ। ତୁରନ୍ତ ମୋଟର ସାଇକେଲରେ ରାଞ୍ଚତ୍ରୁ ବୋକାରୋ ପହଞ୍ଚତ୍ଲେ। ଜଣେ ବ୍ୟବସାୟୀଙ୍କୁ ସେଠାରେ ସାକ୍ଷାତ କଲେ ଓ ସମସ୍ତ ଘଟଣା ବର୍ଣ୍ଣନା କଲେ। ଭାଗ୍ୟ ବଳରୁ ମାଗଣାରେ ସେ ତାଙ୍କଠାରୁ ଗୋଟିଏ ସିଲିଣ୍ଡର ପାଇଲେ। ତା’ପରେ କାରଟିଏ ଭଡ଼ା କରି ବୋକାରୋରୁ ବୈଶାଳୀ ଦେଇ ୨୪ ଘଣ୍ଟାରେ ଗାଜିଆବାଦର ଉଦ୍ଦିଷ୍ଟ ଡାକ୍ତରଖାନାରେ ବନ୍ଧୁ ରଞ୍ଜନଙ୍କ ଚିକିତ୍ସା ପାଇଁ ଅମ୍ଳଜାନ ସିଲିଣ୍ଡରଟି ଯୋଗାଇ ଦେଲେ। ଦୀର୍ଘ ତେର ଶହ କିଲୋମିଟର ଏକାଦିକ୍ରମେ ଗାଡ଼ି ଚଳାଇ ଯେମିତି ଚବିଶ ଘଣ୍ଟା ମଧ୍ୟରେ ପହଞ୍ଚତ୍ ପାରିଲେ, ତାହା ଅବଶ୍ୟ ପ୍ରଶଂସନୀୟ। ଏହା ଅନାବିଳ ବନ୍ଧୁତ୍ୱର ଏକ ଦୃଷ୍ଟାନ୍ତମୂଳକ ଘଟଣା। ଅସମୟରେ ଏମିତି ଜୀବନ ରକ୍ଷାକାରୀ ସାହାଯ୍ୟ ଦ୍ୱାରା ରଞ୍ଜନଙ୍କ ସ୍ବାସ୍ଥ୍ୟରେ କ୍ରମଶଃ ଉନ୍ନତି ଦେଖାଦେଲା।
ଅକ୍ସିଜେନ (ଅମ୍ଳଜାନ) କେତେକ ପ୍ରକାର ରୋଗୀ ପାଇଁ ଅତ୍ୟାବଶ୍ୟକ। ତେଣୁ ଚିକିତ୍ସାଳୟରେ ଏହାର ସିଲିଣ୍ଡର ଆବଶ୍ୟକ ପରିମାଣରେ ଗଚ୍ଛିତ ଥାଏ। ଯେମିତି କି ଯେ କୌଣସି ଜରୁରୀ ପରିସ୍ଥିତି ଦେଖାଦେଲେ, ରୋଗୀକୁ ଆବଶ୍ୟକତା ଅନୁସାରେ ଏହା ଦିଆଯାଇପାରିବ। ଆମ ଶରୀରର ଫୁସ୍‌ଫୁସ୍‌ ଓ ହୃତ୍‌ପିଣ୍ଡ ତିନୋଟି ବଖରାରେ ଛାତିରେ ଅବସ୍ଥିତ। ତିନୋଟି ବଖରା ମଧ୍ୟରୁ ମଝିରେ ହୃତ୍‌ପିଣ୍ଡ ଏବଂ ଏହାର ଦୁଇ ପାର୍ଶ୍ୱରେ, ବାମ ପଟକୁ ବାମ ଫୁସ୍‌ଫୁସ୍‌ ଏବଂ ଦକ୍ଷିଣପଟକୁ ଦକ୍ଷିଣ ଫୁସ୍‌ଫୁସ୍‌ (ଯାହା କି ବାମ ଫୁସଫୁସଠାରୁ ଆକାର ଓ ଆୟତନ ଦୃଷ୍ଟିରୁ ସାମାନ୍ୟ ବଡ଼) ରହିଛି। ହୃତ୍‌ପିଣ୍ଡର କାମ ହେଉଛି ଶରୀରରେ ବାଣ୍ଟି ହୋଇ ରହିଥିବା ଦୂଷିତ ରକ୍ତକୁ ସଂଗ୍ରହ କରିବା। ଏହି ସଂଗୃହୀତ ରକ୍ତକୁ ଫୁସ୍‌ଫୁସ୍‌କୁ ପ୍ରେରଣ କରିବା, ଯେଉଁଠାରେ ଫୁସ୍‌ଫୁସ୍‌ ମଇଳା ଦ୍ରବ୍ୟ ବାହାର କରିବ ଏବଂ କେବଳ ବିଶୁଦ୍ଧ ରକ୍ତ ହୃତ୍‌ପିଣ୍ଡକୁ ପଠାଇବ। ହୃତ୍‌ପିଣ୍ଡରେ ଏହି ନିର୍ମଳ ରକ୍ତ ପହଞ୍ଚତ୍ବା ପରେ ହୃତ୍‌ପିଣ୍ଡ ଶୁଦ୍ଧ ଅମ୍ଳଜାନଯୁକ୍ତ ରକ୍ତ ଶରୀରର ବିଭିନ୍ନ ଅଂଶକୁ ପଠାଏ। ହୃତ୍‌ପିଣ୍ଡ ଓ ଫୁସ୍‌ଫୁସ୍‌ ମଧ୍ୟରେ ଘନିଷ୍ଠ ଓ ଉତ୍ତମ ସମ୍ପର୍କ ରହିଲେ ହିଁ ଉତ୍କୃଷ୍ଟ ରକ୍ତ ସଞ୍ଚାଳନ ନିର୍ବିଘ୍ନରେ ସମ୍ପନ୍ନ ହୁଏ। ଏଥିରେ କୌଣସି ବିଭ୍ରାଟ ବା ବିଚ୍ୟୁତି ଘଟିଲେ, ହୃଦ୍‌ଘାତ ଦ୍ୱାରା ଆମେ ପୀଡ଼ିତ ହେଉ।
ସାମଗ୍ରିକ ଭାବେ ବିଚାର କଲେ ଏହି ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଅକ୍ସିଜେନ ଅପରିହାର୍ଯ୍ୟ। ଏହି ଦୃଷ୍ଟିରୁ ଚିକିତ୍ସାଳୟରେ ଅମ୍ଳଜାନ ସଦାସର୍ବଦା ମହଜୁଦ ରହିବା କଥା। ନଚେତ ଏମିତି ରୋଗୀମାନଙ୍କୁ ବଞ୍ଚାଇବା ଏକ ଦୁରୂହ ବ୍ୟାପାର ହୋଇଯିବ, ଯେଉଁ କ୍ଷେତ୍ରରେ କୃତ୍ରିମ ଉପାୟରେ ଉପଲବ୍ଧ ନିର୍ମଳ ଅମ୍ଳଜାନ ଆବଶ୍ୟକ। ଉଦାହରଣ ସ୍ବରୂପ: ହୃତ୍‌ପିଣ୍ଡ-ଫୁସ୍‌ଫୁସ୍‌ ଯନ୍ତ୍ର (ହାର୍ଟ -ଲଙ୍ଗ୍‌ସ ମେଶିନ)। ଏହି ବୈଜ୍ଞାନିକ ଯନ୍ତ୍ରଟି ଏକାଧାରରେ ଉଭୟ ଫୁସ୍‌ପୁସ୍‌ ଓ ହୃତ୍‌ପିଣ୍ଡର କାମ କରେ। ଅର୍ଥାତ୍‌ ଶ୍ୱାସକ୍ରିୟା ଓ ରକ୍ତ ସଂଚାଳନକୁ ସୁଚାରୁ ଭାବେ ଚାଲୁ ରଖିବା ପରି ଜୀବର ଅପରିହାର୍ଯ୍ୟ କାର୍ଯ୍ୟ ସମ୍ପାଦନ କରେ। ବିଭିନ୍ନ ଆବଶ୍ୟକତା ମଧ୍ୟରେ ଅମ୍ଳଜାନ ନିଶ୍ଚିତ ଓ ନିରବଚ୍ଛିନ୍ନ ଭାବେ ଏହାକୁ ଯୋଗାଇବାକୁ ହେବ। ଜଣେ ରୋଗୀକୁ ଚିକିତ୍ସା ପାଇଁ କେତେ ସମୟ ଏହି ଯନ୍ତ୍ରଟି ଉପଯୋଗୀ ହେବ, ଡାକ୍ତର ସ୍ଥିର କରିଥାନ୍ତି। ତେବେ ଯେତିକି ସମୟ ସେ କାର୍ଯ୍ୟକ୍ଷମ ରହିବା କଥା, ସେହି ଅବଧିରେ କୌଣସି ଯାନ୍ତ୍ରିକ ତ୍ରୁଟି ବା ପରିଚାଳନାରେ ଅବ୍ୟବସ୍ଥା ପ୍ରାଣଘାତୀ ହେବା ଅବଶ୍ୟମ୍ଭାବୀ।
ଉଲ୍ଲେଖଯୋଗ୍ୟ ଯେ, ଏହି ହୃତ୍‌ପିଣ୍ଡ ଫୁସ୍‌ଫୁସ୍‌ ଯନ୍ତ୍ରଟି ବ୍ୟବହୃତ ହେଉଥିବା ବେଳେ ରୋଗୀର ଶରୀରରେ ଥିବା ହୃତ୍‌ପିଣ୍ଡ ଏବଂ ଫୁସ୍‌ଫୁସ୍‌କୁ ଅକାମୀ କରାଯାଏ; ନଚେତ ତା’ର ଦୂଷିତ ରକ୍ତ ଓ ସେ ଆହରଣ କରୁଥିବା ପ୍ରଦୂଷିତ ବାୟୁ ଚିକିତ୍ସାକୁ ପ୍ରଭାବିତ କରିବ ଏବଂ ରୋଗ ଉପଶମ ହୋଇପାରିବ ନାହିଁ।
କିନ୍ତୁ ଯେହେତୁ ବିନା ହୃତ୍‌ପିଣ୍ଡରେ ମଣିଷ ଦଣ୍ଡେ ବଞ୍ଚତ୍ପାରିବ ନାହିଁ, ତେଣୁ କୃତ୍ରିମ ଉପାୟରେ ଏହି କାର୍ଯ୍ୟ ସାଧନ କରିବା ଆବଶ୍ୟକ। ଉକ୍ତ ଯନ୍ତ୍ରଟି ଏଥି ସକାଶେ ଉଦ୍ଦିଷ୍ଟ। ବିଶେଷ ଭାବେ ରୁଗ୍‌ଣ ହୃତ୍‌ପିଣ୍ଡରେ ଅସ୍ତ୍ରୋପଚାର ବେଳେ ଏହି ହୃଦ-ଫୁସ୍‌ଫୁସ୍‌ ମେଶିନ ଅତ୍ୟନ୍ତ ଉପାଦେୟ। ସେମିତି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି, ଅନ୍ୟ କେତେକ ଗୁରୁତର ରୋଗୀ ସକାଣେ ଯନ୍ତ୍ର ଏମିତି ସୂକ୍ଷ୍ମ କାରିଗରି ଓ ସଠିକତା ସହ ତିଆରି ହୋଇଛି ଯେ, ଏହାର ଫୁସ୍‌ଫୁସ୍‌ ବିଭାଗଟି ରକ୍ତରୁ ଅଙ୍ଗାରକାମ୍ଳ ଅଂଶ ଶୋଷି ବାହାର କରେ । ଅବଶ୍ୟ ଏଥିପାଇଁ ରୋଗୀର ହୃତ୍‌ପିଣ୍ଡ ସହ ଯୋଡ଼ି ହୋଇଥିବା ଶିରା ଓ ଧମନୀକୁ ଏହି ଯନ୍ତ୍ର ସହ ଯୋଡ଼ା ହୁଏ। ଯନ୍ତ୍ରର ଡିଜାଇନରେ ଉପସ୍ଥିତ ଫୁସ୍‌ଫୁସ୍‌ଟି ଶିରା ଦ୍ୱାରା ପହଞ୍ଚତ୍ ଥିବା ଦୂଷିତ ରକ୍ତକୁ ଶୁଦ୍ଧ କରି ତାକୁ ଅମ୍ଳଜାନରେ ସମୃଦ୍ଧ କରାଏ। ତେଣୁ ଏହି ଯନ୍ତ୍ର ସହ ସଂଶ୍ଳିଷ୍ଟ ହୋଇଥାଏ ଗୋଟିଏ ଅକ୍ସିଜେନେଟର; ଯାହା ମଇଳା ରକ୍ତକୁ ଅଙ୍ଗାରକାମ୍ଳମୁକ୍ତ କରି ଆବଶ୍ୟକୀୟ ଅମ୍ଳଜାନ ଭର୍ତ୍ତି କରିବା ତଥା ହୃତ୍‌ପିଣ୍ଡ ପରି ସମଗତିରେ ରୋଗୀର ରକ୍ତ ସଂଚାଳନ କରାଇବାରେ ଏହା ସହାୟତା କରେ। କୋଭିଡ କାଳରେ ଅମ୍ଳଜାନର ଚାହିଦା ପୂର୍ବାପେକ୍ଷା ବହୁଗୁଣରେ ବଢିଯାଏ। ଯେତେବେଳେ କରୋନା ରୋଗୀର ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ହୁଏ, ତା’ର ଫୁସ୍‌ଫୁସ୍‌ର କାର୍ଯ୍ୟକାରିତା ଓ ଦକ୍ଷତା ହ୍ରାସ ପାଏ। ସେ ନିଃଶ୍ୱାସ ପ୍ରଶ୍ୱାସ ନେବା ବେଳେ ଅଣନିଃଶ୍ୱାସୀ ହୋଇ ପୀଡ଼ା ଅନୁଭବ କରେ। ଏହି ସମସ୍ୟା ଯୋଗୁ ଫୁସ୍‌ଫୁସ୍‌ରେ ଅଧିକ ଜଳୀୟ ଅଂଶ ଓ ବାୟୁ ଜମିଯାଏ। ଫୁସଫୁସ ଦ୍ୱାରା ବାୟୁ ଠିକ୍‌ ଭାବେ ସଂଚାଳିତ ନ ହେଲେ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଶୁଦ୍ଧ ଅମ୍ଳଜାନଯୁକ୍ତ ରକ୍ତରୁ ବଞ୍ଚତ୍ତ ହୁଅନ୍ତି ଏବଂ ରୋଗୀର ଜୀବନୀ ଶକ୍ତି କ୍ରମଶଃ ହ୍ରାସ ପାଇ ସେ ଶେଷରେ ମୃତ୍ୟୁବରଣ କରେ। ଏହି ପରିସ୍ଥିତି ନିମୋନିଆର ଆକ୍ରମଣକୁ ପ୍ରଶସ୍ତ କରିଥାଏ।
ଆମ ଦେଶ ସଂପ୍ରତି ଅମ୍ଳଜାନ ଅଭାବଜନିତ ସଙ୍କଟଗ୍ରସ୍ତ । ଏଠାରେ ଯେମିତି ଅପ୍ରତ୍ୟାଶିତ ଭାବେ ଦୈନିକ ଲକ୍ଷ ଲକ୍ଷ ଲୋକ କରୋନାର ଶିକାର ହେଉଛନ୍ତି, ଏମିତି ମହାମାରୀକୁ କେତେକାଂଶରେ ନିୟନ୍ତ୍ରଣାଧୀନ କରିବାକୁ ମେଡିକାଲ ଅକ୍ସିଜେନ୍‌ର ବିରାଟ ଭଣ୍ଡାର ଲୋଡ଼ା।
ବଡ଼ଖେମୁଣ୍ଡି ବଙ୍ଗଳା, ଉତ୍କଳ ଆଶ୍ରମ ମାର୍ଗ, ବ୍ରହ୍ମପୁର, ମୋ-୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri