ଏଇ ଭାରତରେ

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଣିଷ ଜୀବନ ବଞ୍ଚାଇବା ଲାଗି ଯେତିକି ଗୁରୁତ୍ୱ ଦିଆଯାଏ ବାହାରେ ରହୁଥିତ୍ବା ପ୍ରାଣୀଙ୍କ ସୁରକ୍ଷା ଉପରେ ସେତିକି ଧ୍ୟାନ ଦିଆଯାଇ ନ ଥାଏ। କିନ୍ତୁ ହାଇଦ୍ରାବାଦର ପ୍ରଦୀପ ନାୟାର ଆଇଟି ଇଣ୍ଡଷ୍ଟ୍ରୀରୁ ଚାକିରି ଛାଡି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରାଣୀଙ୍କ ଜୀବନ ରକ୍ଷା କରୁଛନ୍ତି। କେବଳ ବିପର୍ଯ୍ୟୟ ବେଳେ ନୁହେଁ, ବର୍ଷର ଅନ୍ୟ ସମୟରେ ବି ସେ ବିଭିନ୍ନ ସ୍ଥାନରୁ ବିପଦରେ ପଡ଼ିଥିବା ପ୍ରାଣୀଙ୍କୁ ଉଦ୍ଧାର କରୁଛନ୍ତି। ଏଭଳି ସାହସିକ ପଦକ୍ଷେପ ନେଇ ଏବେ ସୁଦ୍ଧା ସେ ୭୭,୦୦୦ରୁ ଅଧିକ ପ୍ରାଣୀଙ୍କୁ ଉଦ୍ଧାର କରିସାରିଲେଣି। ଏମାନଙ୍କ ମଧ୍ୟରେ ରହିଛନ୍ତି ସାପ, କୁକୁର, ମାଙ୍କଡ, ବିଲେଇ, ବିଭିନ୍ନ ପ୍ରଜାତିର ପକ୍ଷୀ ଓ ହିଂସ୍ର ପ୍ରାଣୀ। ଉଦ୍ଧାର ପରେ ଆହତ ପ୍ରାଣୀମାନଙ୍କୁ ନେହେରୁ ଜୁଲୋଜିକାଲ ପାର୍କରେ ଚିକିତ୍ସା କରାଉଛନ୍ତି। ଆନିମଲ ଓ୍ବାରିୟର୍ସ କଞ୍ଜର୍‌ଭେଶନ ସୋସାଇଟି ଗଠନ କରି ପ୍ରାଣୀମାନଙ୍କୁ ବଞ୍ଚାଇବା ପାଇଁ ଏକ ସୁନିୟୋଜିତ ଅଭିଯାନ ଚଳାଇଛନ୍ତି ୩୭ ବର୍ଷୀୟ ପ୍ରଦୀପ। ହାଇଦ୍ରାବାଦର ଅମିନପୁରାସ୍ଥ ତାଙ୍କ ଘରେ ସେ ଅନେକ ଆହତ ବୁଲା କୁକୁରଙ୍କୁ ରଖିଛନ୍ତି ଓ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରୁଛନ୍ତି। କୌଣସି ପ୍ରାଣୀ ବିପଦରେ ପଡିଥିବାର ଖବର ପାଇବା କ୍ଷଣି ସେ ଓ ତାଙ୍କ ଟିମ୍‌ ସେଠାରେ ପହଞ୍ଚି ଉଦ୍ଧାର କରନ୍ତି। ସେ ତାଙ୍କ ଅଭିଯାନ ଆରମ୍ଭ କରିବା ସମୟରେ ଦୈନିକ ୧୦-୧୫ ପ୍ରାଣୀଙ୍କୁ ଉଦ୍ଧାର କରୁଥିଲେ। ଏବେ ଏହି ସଂଖ୍ୟା ବଢିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri