ଅକ୍ସିଜେନ ମ୍ୟାନ ମୁନା

କେନ୍ଦୁଝର, ୭।୫ (ସ୍ବ.ପ୍ର.): କରୋନାର ଦ୍ୱିତୀୟ ଲହର ଏବେ ସାରା ଦେଶରେ ସଙ୍ଗୀନ ପରିସ୍ଥିତି ସୃଷ୍ଟି କରିଛି। ମେଡିକାଲ ଭିତ୍ତିଭୂମି ଥିଲେ ମଧ୍ୟ ଅକ୍ସିଜେନ ଅଭାବ ସମସ୍ୟାକୁ ଜଟିଳ କରିଦେଉଛି। ଯେଉଁଥିପାଇଁ ବହୁ କରୋନା ଅକ୍ରାନ୍ତ ମୃତ୍ୟୁବରଣ କରୁଛନ୍ତି। ସେଥିଲାଗି ସରକାରଙ୍କ ଆହ୍ବାନ କ୍ରମେ ପ୍ଲାଣ୍ଟରେ ମେଡିକାଲ ବ୍ୟବହାର ଉପଯୋଗୀ ଅକ୍ସିଜେନ ପ୍ରସ୍ତୁତ କରାଯାଉଥିବାବେଳେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଏବଂ ସାମାଜିକକର୍ମୀ ଏହି କାର୍ଯ୍ୟରେ ଆଗକୁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ କେନ୍ଦୁଝର ସହରରେ ଜଣେ ସାମାଜିକକର୍ମୀ ହେଲେ ଅଶୋକ ଶର୍ମା(ମୁନା)। ଜିଲା ମୁଖ୍ୟାଳୟରେ ବିନା ମୂଲ୍ୟରେ କରୋନା ଆକ୍ରାନ୍ତ ଗୁରୁତର ରୋଗୀଙ୍କୁ ଅକ୍ସିଜେନ ଯୋଗାଇ ସ୍ବତନ୍ତ୍ର ପରଚୟ ସୃଷ୍ଟି କରିଛନ୍ତି । ତାଙ୍କ ପାଖରେ ୩ଟି ଛୋଟ ସିଲିଣ୍ଡର ମିଶାଇ ୨୩ଟି ସିଲିଣ୍ଡର ଏବଂ ୬ଟି ରେଗୁଲେଟର ରହିଛି।
କେନ୍ଦୁଝର ସହରରେ ୪୬ବର୍ଷ ବୟସ୍କ ମୁନା ଆରମ୍ଭ କରିଛନ୍ତି ଏହି ମହତ ସେବା। ଶଟ୍‌ଡାଉନ ସମୟରେ ତେଲ ଭର୍ତ୍ତି କରି ଘରକୁ ଫେରୁଥିବା ବେଳେ ଜଣେ ପୋଲିସ ତାଙ୍କୁ ଅଟକାଇଥିଲେ। କ’ଣ ଅକ୍ସିଜେନ ପରିବହନ କରୁଛ ବୋଲି ଏଭଳି ପ୍ରଶ୍ନ ପଚାରିଥିଲେ! ସେତେବେଳେ ମନରେ ଗୁରୁତର ତଥା ଅଭାବୀ କରୋନା ରୋଗୀଙ୍କୁ ଅକ୍ସିଜେନ ଯୋଗାଇବା କଥା ମନକୁ ଆସିଥିଲା। ତା’ପରଠୁ ସେ ଏହି ସେବାରେ ଲାଗିପଡ଼ିଛନ୍ତି। ପ୍ରତ୍ୟେକ ଛୋଟ ସିଲିଣ୍ଡରରେ ୧୦୦ ଟଙ୍କା ଓ ବଡ ସିଲିଣ୍ଡରରେ ୩୦୦ ଟଙ୍କା ଅକ୍ସିଜେନ ଭର୍ତ୍ତି କରିବାକୁ ଖର୍ଚ୍ଚ ହୋଇଥାଏ ା ତେବେ ଏହି ଅକ୍ସିଜେନ ଆଣିବା ପାଇଁ ପ୍ରାୟ ୨୦ କି.ମି. ଦୂର ଏମଏସପି କାରଖାନାର ଅକ୍ସିଜେନ ପ୍ଲାଣ୍ଟକୁ ଯିବାକୁ ପଡିଥାଏ ା ତାଙ୍କ ବାପା ସ୍ବର୍ଗତ ବିଶ୍ୱନାଥ ଶର୍ମାଙ୍କ ନାମରେ ସେ ଏହି ସେବା ଯୋଗାଇଦେଉଛନ୍ତି। ଘରେ ୨୩ଟି ପୁରୁଣା ଅକ୍ସିଜେନ ସିଲିଣ୍ଡର ଥିଲା। ସେସବୁକୁ ସଫା କରି ରଙ୍ଗ ମାରି ସେ ବ୍ୟବହାର ଆରମ୍ଭ କରିଥିଲେ। ପ୍ରଥମେ ଜଣାଶୁଣା ରୋଗୀଙ୍କୁ ସହାୟତା କରୁଥିଲେ। ଏବେ ସମସ୍ତଙ୍କୁ ସହାୟତା ଦେବାକୁ ପ୍ରସ୍ତୁତି ଚଳାଇଛନ୍ତି। ଅନେକ ସମୟରେ ରାତି ଅନିଦ୍ରା ହେବାକୁ ପଡୁଥିଲେ ହେଁ ଏହି କାର୍ଯ୍ୟକୁ ସେ ଜାରି ରଖିଛନ୍ତି।
ତେବେ ୨୩ ସିଲିଣ୍ଡର ପାଇଁ ବହୁ କଷ୍ଟରେ ୬ ଟି ରେଗୁଲେଟର ଓ ମାସ୍କ କିଣିଥିବା ବେଳେ ଅବଶିଷ୍ଟ ସିଲିଣ୍ଡର ପାଇଁ ରେଗୁଲେଟର ଓ ମାସ୍କ ଯୋଗାଡ କରିବାକୁ ପଡୁଛି ା ଏଣୁ ଅନୂ୍ୟନ ଏହି ରେଗୁଲେଟର ଓ ମାସ୍କ ପ୍ରଶାସନ ବା ଅନ୍ୟ କେହି ଯୋଗାଇଦେଲେ ସବୁ ସିଲିଣ୍ଡର ଏକ ସମୟରେ କାର୍ଯ୍ୟକ୍ଷମ ହୋଇପାରନ୍ତା ବୋଲି ସେ କହିଛନ୍ତି। ଏ ସମ୍ପର୍କରେ କେନ୍ଦୁଝର ଜିଲାପାଳ କେନ୍ଦୁଝର ଆଶିଷ ଠାକରେ କହିଛନ୍ତି ଯେ ତାଙ୍କ ବିଷୟରେ ଖବର ରଖି ଆମେ ତାଙ୍କ ସହିତ ଯୋଗାଯୋଗ କରିବୁ ା ଏହା ବ୍ୟତୀତ କେନ୍ଦୁଝର ସହରରେ ବିଭିନ୍ନ ସ୍ଥାନରେ ୫ଟି ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା କରିଛନ୍ତି। ତାଙ୍କ ଭାଇ ଓ ପରିବାର ସଦସ୍ୟଙ୍କ ସହଯୋଗ ଏବଂ ପ୍ରେରଣାରେ ଏହି ସବୁ ସେବା କରୁଥିବା କହିଛନ୍ତି। ବର୍ଷର ସବୁ ସମୟରେ ଲୋକଙ୍କ ସେବା କରିଆସୁଥିବା ମୁନାଙ୍କ ଏଭଳି ଉଦ୍ୟମ ରୋଗୀଙ୍କ ପାଇଁ ବରଦାନ ସଦୃଶ୍ୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି: ପିଛିଲା ଭାବେ ମିଳିବ ମୋଟାଅଙ୍କର ଦରମା …

ଭୁବନେଶ୍ୱର,୩ା୪ (ସୁଚିସ୍ମିତା ସାହୁ):କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କୁ ନିୟମିତ କରିବା ପାଇଁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କନିଷ୍ଠ ଶିକ୍ଷକମାନେ ସହକାରୀ ଶିକ୍ଷକ ଭାବେ…

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri