ଘରେ ବସି ଆପ୍‌ରେ ବୁକିଂ କରିହେବ ଅକ୍ସିଜେନ୍‌

ଭୁବନେଶ୍ୱର, ୫।୬ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ସ୍ଥିତିରେ ସୁଧାର ଆସୁଛି। ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଲକ୍‌ଡାଉନ ଶଟ୍‌ଡାଉନ୍‌ର ସୁଫଳ ମିଳୁଛି। ହେଲେ ଏବେ ବି କିଛି ଲୋକ କଟକଣାକୁ ପାଳନ କରୁନାହାନ୍ତି। ବିଶେଷକରି ବିଭିନ୍ନ ମାର୍କେଟ ଅଞ୍ଚଳରେ ଗହଳି ପରିଲକ୍ଷିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ମାଛ, ମାସଂ ତଥା ପରିବା ମାର୍କେଟ ଅଞ୍ଚଳରେ ମୋବାଇଲ୍‌ ଭ୍ୟାନ୍‌ ପହଞ୍ଚତ୍ ଟେଷ୍ଟିଂକୁ କଡାକଡି କରାଯିବ ବୋଲି ବିଏମ୍‌ସି କମିଶନର ସଞ୍ଜୟ କୁମାର ସିଂହ ସୂଚନା ଦେଇଛନ୍ତି।

ସହରରେ କରୋନା ସ୍ଥିତି ତଥା ଏହାର ମୁକାବିଲା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ନେଇ ଶନିବାର କମିଶନର ଏକ ପ୍ରେସ ବିବୃତ୍ତି ଜାରି କରିଛନ୍ତି। ଏଥିରେ ସହରରେ ୨ହଜାରରୁ ଊର୍ଦ୍ଧ୍ୱ ବେଡ୍‌ ଖାଲି ରହିଥିବା ସୂଚନା ଦିଆଯାଇଥିବା ବେଳେ ୭୫ରୁ ଊର୍ଦ୍ଧ୍ୱ ଆଇସିୟୁ ବେଡ୍‌ ଖାଲି ପଡିଛି। ଉଭୟ ସରକାରୀ ତଥା ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଆବଶ୍ୟକ ତୁଳନାରେ ଅକ୍ସିଜେନ୍‌ ରହିଛି। ବିଏମ୍‌ସି ପକ୍ଷରୁ ଅକ୍ସିଜେନ୍‌ କନ୍‌ସନ୍‌ଟ୍ରେଟର ପାଇଁ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ମହାନଗର ପାଇଁ ରାଜ୍ୟ ସରକାର ୧୦୦ଟି ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର ଯୋଗାଇଛନ୍ତି। ନାଗରିକମାନଙ୍କୁ ଏହାର ସଠିକ୍‌ ଉପଯୋଗ କରାଇବା ପାଇଁ ବିଏମ୍‌ସି ପକ୍ଷରୁ ଏକ ସ୍ବତନ୍ତ୍ର ଆପ୍‌ ବିକଶିତ କରାଯାଇଛି। ଏହି ଆପ୍‌ ମାଧ୍ୟମରେ ଘରେ ବସି ଲୋକେ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର ବୁକ୍‌ କରିପାରିବେ। ବିଏମ୍‌ସି ପକ୍ଷରୁ ରୋଗୀଙ୍କ ଘରେ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର ପହଞ୍ଚାଯିବ। ଏହାସହ ସେମାନେ କିପରି ଏହାର ବ୍ୟବହାର କରିବେ ସେ ନେଇ ଲିଫ୍ଲେଟ୍‌ ପ୍ରଦାନ କରାଯିବ।

୧୮ରୁ ୪୪ ବର୍ଗର ଲୋକଙ୍କୁ ଟିକାକରଣକୁ ନେଇ ଉପୁଜିଥିବା ଦ୍ୱନ୍ଦକୁ ବିଏମ୍‌ସି ପକ୍ଷରୁ ଦୂର କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୮ରୁ ୪୪ ବର୍ଗର ୧ଲକ୍ଷ ୭୦ହଜାର ୧୪୦ ଲୋକଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଛି। ସେମାନଙ୍କୁ ୪ରୁ ୬ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍‌ ଟିକା ପ୍ରଦାନ କରାଯିବ। ସେହିପରି ପ୍ରଥମ ଡୋଜ୍‌ ଟିକା ନେଇ ନ ଥିବା ଏହି ବର୍ଗର ଲୋକଙ୍କ ପାଇଁ ଖୁବ୍‌ ଶୀଘ୍ର ନୂଆ ସ୍ଲଟ୍‌ ଖୋଲାଯିବ ବୋଲି କମିଶନର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?