ଅକ୍ସଫୋର୍ଡ ଟିକା ୯୦% ଫଳପ୍ରଦ

ନୂଆଦିଲ୍ଲୀ, ୨୪।୧୧(ପି.ଟି.): ଅକ୍ସଫୋର୍ଡ ଟିକା ପାଖାପାଖି ୯୦ ପ୍ରତିଶତ ଫଳପ୍ରଦ ହୋଇପାରିବ ଓ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ବୋଲି ବ୍ରିଟେନ କମ୍ପାନୀ ଅଷ୍ଟ୍ରାଜେନିକା ସୋମବାର ଘୋଷଣା କରିଛି। ବିଶ୍ୱରୁ କରୋନା ମହାମାରୀକୁ ରୋକିବାରେ ଏହା ଆଉ ଏକ ସଫଳତା ବୋଲି କୁହାଯାଉଛି। ଏହି ଟିକା ପ୍ରସ୍ତୁତିରେ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ସାମିଲ ଥିବାରୁ ଭାରତ ପାଇଁ ଖୁସି ଖବର। ଅକ୍ସଫୋର୍ଡ ଟିକା କୋଭିଡ୍‌-୧୯ ବିରୋଧରେ ଖୁବ୍‌ ପ୍ରଭାବୀ ଓ ନିରାପଦ। ଏହା ତୁରନ୍ତ କାର୍ଯ୍ୟ କରିଥାଏ ବୋଲି ଅଷ୍ଟ୍ରାଜେନିକାର ମୁଖ୍ୟ କାର୍ଯ୍ୟନିର୍ବାହୀ ପାସ୍‌କାଲ ସୋରିଅଟ୍‌ କହିଛନ୍ତି।
ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ ଏହି ଟିକାକୁ ବ୍ରିଟେନ୍‌ ଓ ବ୍ରାଜିଲରେ ପରୀକ୍ଷା କରାଯାଇଥିଲା। ସ୍ବେଚ୍ଛାସେବୀଙ୍କୁ ପ୍ରଥମେ ଟିକାର ଅଧା ଡୋଜ୍‌ ଓ ମାସେ ପରେ ପୂରା ଡୋଜ୍‌ ଦିଆଯାଇଥିଲା, ଯେଉଁଥିରୁ ୯୦ ପ୍ରତିଶତ ସଫଳତା ମିଳିପାରିଛି। ତେବେ ଅନ୍ୟ ଏକ ପରୀକ୍ଷାରେ ଦୁଇଟି ପୂରା ଡୋଜ୍‌ ମାସେ ଅନ୍ତରରେ ଦିଆଯାଇଥିବାବେଳେ ତାହା ୬୨ ପ୍ରତିଶତ ଫଳପ୍ରଦ ବୋଲି ଜଣାପଡ଼ିଛି। ଉଭୟ ପରୀକ୍ଷାର ଫଳାଫଳକୁ ମିଶାଇ ହାରାହାରି ସଫଳତା ୭୦ ପ୍ରତିଶତ ବୋଲି କୁହାଯାଉଛି। ଭାରତରେ ଏହାର ପରୀକ୍ଷା ଚାଲିଥିବାରୁ ଉତ୍ସାହଜନକ ଫଳାଫଳ ଆସିବା ଆଶା କରାଯାଉଛି। ଅପେକ୍ଷାକୃତ ଶସ୍ତାରେ ମିଳିବାକୁ ଥିବା ଏହି ଟିକା ଭାରତରେ ମହାମାରୀ ରୋକିବାରେ ସହାୟକ ହୋଇପାରିବ। ଦେଶର ସ୍ବାସ୍ଥ୍ୟକର୍ମୀ ଓ ବରିଷ୍ଠ ନାଗରିକମାନଙ୍କ ଲାଗି ଆଗାମୀ ଜାନୁୟାରୀ ସୁଦ୍ଧା ୧୦ କୋଟି ଡୋଜ୍‌ ଯୋଗାଇଦେବାକୁ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ଲକ୍ଷ୍ୟ ରଖିଛି। ଭାରତରେ ଅକ୍ସଫୋର୍ଡ ଟିକାର ଦୁଇଟି ଡୋଜ୍‌ ଦାମ୍‌ ୧୦୦୦ ଟଙ୍କା ମଧ୍ୟରେ ରହିବ ବୋଲି କମ୍ପାନୀ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା। ଏହି ଟିକାକୁ ୨ରୁ ୮ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ଗଚ୍ଛିତ କରାଯାଇପାରିବ। ୨୦୨୧ ପ୍ରଥମ ତ୍ରୈମାସିକ ସୁଦ୍ଧା ଭାରତରେ ୩୦ରୁ ୪୦ କୋଟି ଅକ୍ସଫୋର୍ଡ ଭାକ୍ସିନ ଡୋଜ୍‌ ଉପଲବ୍ଧ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କୃଷକ ସଂଘର ବିଶ୍ୱାସଘାତ ଦିବସ…

ନୂଆଦିଲ୍ଲ, ୩୧।୧ : କୃଷକମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ନ ହୋଇ ଥିବାରୁ ଭାରତୀୟ କୃଷକ ୟୁନିଅନ ପକ୍ଷରୁ ସୋମବାର ବିଶ୍ୱାସଘାତ...

‘କୁ’ରେ ପ୍ରଥମ ପୋଷ୍ଟ କଲେ ନୂଆ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ,୧୧ ।୭: ନୂଆ ସୂଚନା ପ୍ରାଦ୍ୟୋଗିକ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ସ୍ୱେଦେଶୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘କୁ’ରେ ଜଏନ୍ କରିଛନ୍ତି । ଅଶ୍ୱିନୀ ବୈଷ୍ଣବ...

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ: ମୋଦି, ଶାହା ଉପସ୍ଥିତ

ଅହମ୍ମଦାବାଦ୍‌,୧୨।୧୨:ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ସୋମବାର ଶପଥ ନେଇଛନ୍ତି ଭୂପେନ୍ଦ୍ର ଭାଇ ପଟେଲ। ସେ ଗାନ୍ଧିନଗରର ହେଲିପ୍ୟାଡ ଗ୍ରାଉଣ୍ଡରେ ରାଜ୍ୟର ୧୮ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ...

ପୂର୍ବତନ ବିଧାୟକଙ୍କ ଅଜବ ଦାବି: ହନୁମାନ ଚାଳିଶା ପଢିଲେ କରୋନା ସଙ୍କଟରୁ ମିଳିବ ମୁକ୍ତି

ଭୋପାଳ,୧୨।୬: ମଧ୍ୟପ୍ରଦେଶର ସେହୋର ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରମେଶ ସାକ୍ସେନା କରୋନା ସମ୍ପର୍କରେ ଅଜବ ଦାବି କରିଛନ୍ତି। କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ...

ଭୁବନେଶ୍ୱରରେ ମାଡ଼ିବାରେ ଲାଗିଲାଣି କରୋନା: ଆଉ ୧୯ ପଜିଟିଭ୍‌ ଚିହ୍ନଟ; ଅଛି ୧୫ ଲୋକାଲ୍‌ କେସ୍‌

ଭୁବନେଶ୍ୱର,୨୦।୬(ବ୍ୟୁରୋ): ଭୁବନେଶ୍ୱର ମହାନଗର ଅଞ୍ଚଳରେ ଶନିବାର ଆଉ ୧୯ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୪ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ କେସ୍‌ ଥିବା ବେଳେ ୧୫...

ଟ୍ରେନ୍‌ରୁ ମିଳିଲା ଟଙ୍କା ଭର୍ତ୍ତି ବ୍ୟାଗ୍‌

କାନପୁର,୧୭।୨: ଉତ୍ତରପ୍ରଦେଶ କାନପୁରରେ ଟ୍ରେନ୍‌ରୁ ଟଙ୍କା ଭର୍ତ୍ତି ଲାଲ ରଙ୍ଗର ଟ୍ରଲି ବ୍ୟାଗ୍‌ ରେଲଓ୍ବେ ପୋଲିସ ଉଦ୍ଧାର କରିଛି। ସ୍ବତନ୍ତ୍ର ସଂଗ୍ରାମ ସେନାନୀ ସ୍ପେଶାଲ ଟ୍ରେନ୍‌ରୁ...

୧୧ଥର କରୋନା ଟିକା ନେଇଥିବା ବୃଦ୍ଧଙ୍କ ନାଁରେ ମାମଲା ରୁଜୁ

ପାଟନା,୯।୧: ବିହାରର ମାଧେପୁରାରେ ୧୧ଥର କରୋନା ଟିକା ନେଇ ନିକଟରେ ଚର୍ଚ୍ଚାକୁ ଆସିଥିବା ୮୪ ବର୍ଷ ବୟସ୍କା ବ୍ରହ୍ମଦେବ ମଣ୍ଡଳ ଖୁବ୍‌ଶୀଘ୍ର ଗିରଫ ହୋଇପାରନ୍ତି। ତାଙ୍କ...

ମହାକାଶ ଅଭିଯାନ: ଚନ୍ଦ୍ର ପରେ ଏବେ ସୂର୍ଯ୍ୟ, ଶୁକ୍ର ଓ ମଙ୍ଗଳ ଉପରେ ଭାରତର ନଜର

ନୂଆଦିଲ୍ଲୀ,୧୧।୭: ଭାରତ ପକ୍ଷରୁ ଚନ୍ଦ୍ର ମିଶନ ଅନ୍ତର୍ଗତ ଚନ୍ଦ୍ରାୟନ-୨ର ଉତ୍‌କ୍ଷେପଣ ପାଇଁ ଯୋଜନା ଜାରି ରହିଛି। ଜୁଲାଇ ୧୪-୧୫ରେ ଏହାର ଉତ୍‌କ୍ଷେପଣ କରାଯିବ। ତେବେ ଏହାପରେ...

Advertisement
Archives

Model This Week