ଓଭରଲୋଡ୍‌ ସ୍କୁଲ ଗାଡ଼ିର ହେବ କଡ଼ା ଯାଞ୍ଚ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ସ୍କୁଲ ବସ୍‌ ଓ ଅଟୋରେ ଯାଉଥିବା ଛାତ୍ରୀଛାତ୍ରଙ୍କ ଓଭରଲୋଡିଂକୁ ନେଇ କଡ଼ାକଡ଼ି ଯାଞ୍ଚ କରାଯିବ। ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସମସ୍ତ ଆଞ୍ଚଳିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଦିଆଯାଇଛି ଯେ, ଏପ୍ରିଲ୍‌ ୧୯ରେ ଅନୁଷ୍ଠିତ ବିଧାନସଭାର ବିଭାଗୀୟ ଷ୍ଟାଣ୍ଡିଂ କମିଟି ବୈଠକରେ ସ୍କୁଲ୍‌ ପିଲାଙ୍କୁ ନେବା ଆଣିବା କରୁଥିବା ଯାନରେ ଓଭରଲୋଡିଂକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ତେଣୁ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ସ୍କୁଲ ବସ୍‌ କିମ୍ବା ଅଟୋରେ ଛାତ୍ରୀଛାତ୍ରଙ୍କ ଓଭରଲୋଡିଂର କଡ଼ା ଯାଞ୍ଚ କରିବା ସହ ସରକାରଙ୍କୁ ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି।
ମିଳିଥିବା ସୂଚନାନୁସାରେ, ଏପ୍ରିଲ୍‌ ୨ଠରୁ ୨୪ ତାରିଖ ପର୍ଯ୍ୟନ୍ତ ନିୟମ ଉଲ୍ଲଂଘନ କରୁଥିବା ସ୍କୁଲ୍‌ ବସ୍‌ ବିରୋଧରେ ସ୍ବତନ୍ତ୍ର ଡ୍ରାଇଭ୍‌ ଆରମ୍ଭ କରାଯାଇଥିଲା। ନିୟମ ଖିଲାପୀ ଯାନ ବିରୋଧରେ ଚାଲାଣ କଟାଯାଇଥିଲା। ଏହି ଧରପଗଡ଼ରେ ରାଜ୍ୟର ବିଭିନ୍ନ ଜିଲାରେ ମୋଟ୍‌ ୧୨୮୮ଟି ଗାଡ଼ି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେଥିରୁ ୪୪୦ଟି ବସ୍‌ ଥିବାବେଳେ ୫୦୩ଟି ଟାଟା ମ୍ୟାଜିକ/ଭ୍ୟାନ୍‌ ଏବଂ ୩୪୫ଟି ଅଟୋରିକ୍ସା ରହିଛି। ଯାଞ୍ଚ ସମୟରେ ଧରାପଡିଥିବା ସ୍କୁଲ ଗାଡିଗୁଡିକ ମଧ୍ୟରୁ ୪୫୭ଟି ଗାଡିର ପରମିଟ୍‌ ନ ଥିବାବେଳେ ୬୭୭ଟି ଗାଡିର ଇନସ୍ୟୁରାନ୍ସ ନ ଥିଲା। ସେହିପରି ୨୮୦ଟି ଗାଡିର ପିୟୁସି ନ ଥିଲା। ୧୨୧ଟି ଗାଡିର ଟ୍ୟାକ୍ସ ଏବଂ ୩୬୮ଟି ଗାଡି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ନ ଥିଲା। ତେବେ ରାଜ୍ୟରେ ଭୁବନେଶ୍ୱରରେ ସର୍ବାଧିକ ୨୪୩ଟି ସ୍କୁଲ ବସ ଉପରେ ଜରିମାନା ଲାଗୁ କରାଯାଇଥିଲା। ସେଥିରୁ ଆରଟିଓ-୧ ଅଧୀନରେ ୧୫୪ଟି ଏବଂ ଆର୍‌ଟିଓ-୨ ଅଧୀନରେ ୮୯ଟି ଗାଡି ରହିଛି। ସେହିପରି ବାଲେଶ୍ୱରରେ ୪୨ଟି ଗାଡି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଖୋର୍ଦ୍ଧା ୩୭, କଟକ ୮୪, ଚଣ୍ଡିଖୋଲ ୩୮, ମୟୂରଭଞ୍ଜ ୪୬, ରାଇରଙ୍ଗପୁର ୧୦, ଭଦ୍ରକ ୨୭, ଜଗତ୍‌ସିଂହପୁର ୩୪, ନୟାଗଡ ୨୫, ପୁରୀ ୪୦, କେନ୍ଦ୍ରାପଡା ୩୬, ଯାଜପୁର ୩୫, ରାଉରକେଲା ୫୬, ଅନୁଗୋଳ ୨୩, କେନ୍ଦୁଝର ୫୦, ବଡ଼ବିଲ ୧୪, ଝାରସୁଗୁଡା ୧୪, ସମ୍ବଲପୁର ୩୭, ବରଗଡ଼ ୨୬, ତାଳଚେର ୩୯, ଢେଙ୍କାନାଳ ୩୦, ସୁନ୍ଦରଗଡ ୧୩, ବଲାଙ୍ଗୀର ୪୩, ସୋନପୁର ୧୯, ଦେବଗଡ ୧୧, ଗଞ୍ଜାମ ୨୩, ରାୟଗଡା ୧୪, କୋରାପୁଟ ୩୭, କଳାହାଣ୍ଡି ୨୫, ଫୁଲବାଣୀ ୩୩, ବୌଦ୍ଧ ୯, ଗଜପତି ୨୬, ନୂଆପଡା ୧୬, ନବରଙ୍ଗପୁର ୮, ମାଲକାନଗିରି ୨ ଏବଂ ଭଞ୍ଜନଗରରେ ୨୩ଟି ବସ୍‌ ସ୍କୁଲ ସ୍ବତନ୍ତ୍ର ଡ୍ରାଇଭରେ ଯାଞ୍ଚ ସମୟରେ ଧରାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?