କାର୍ଯ୍ୟକ୍ଷମ ହେଉନି ଓଭରହେଡ୍‌ ପାଣିଟାଙ୍କି

ଧାମନଗର,୧୫।୩(ସ୍ବ.ପ୍ର.): ଗ୍ରାମାଞ୍ଚଳରେ ଲୋକଙ୍କ ଘରକୁ ସିଧାସଳଖ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ଓଭରହେଡ୍‌ ପାଣିଟାଙ୍କି ନିର୍ମାଣ କରାଯାଉଛି। କିନ୍ତୁ କେଉଁଠି ନିମ୍ନମାନର କାର୍ଯ୍ୟ ତ ଆଉ କେଉଁଠି ମନ୍ଥର ଗତିରେ କାମ ଚାଲିଥିବାରୁ ଅଦ୍ୟାବଧି ସମ୍ପୂର୍ଣ୍ଣ ହୋଇପାରୁ ନାହିଁ। ସେହିପରି ଟାଙ୍କି ନିର୍ମାଣ ସରିଥିଲେ ହେଁ କାର୍ଯ୍ୟକ୍ଷମ ହେଉ ନ ଥିବାରୁ ଲୋକଙ୍କ ପାଖରେ ପାଣି ପହଞ୍ଚତ୍ପାରୁ ନାହିଁ। ଭଦ୍ରକ ଜିଲା ଧାମନଗର ବ୍ଲକରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି। ବ୍ଲକର ଅନେକ ପଞ୍ଚାୟତରେ ପୂର୍ବରୁ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ପାଣିଟାଙ୍କିକୁ ମରାମତି ଓ ରଙ୍ଗ ଦେଇ ଲକ୍ଷାଧିକ ଟଙ୍କା ହେର୍‌ଫେର କରାଯାଉଥିବା ମଧ୍ୟ ଅଭିଯୋଗ ହେଉଛି। ପଧାନି ପଞ୍ଚାୟତରେ ୨ଟି ପାଣିଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପାଣି ବୁନ୍ଦାଏ ବି ବାହାରିନି। ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ୧ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାଣିଟାଙ୍କି ୨୦୧୭ରୁ ନିର୍ମାଣ ହୋଇଥିଲେ ମଧ୍ୟ ଷ୍ଟାଣ୍ଡପୋଷ୍ଟ ନିର୍ମାଣ ସମ୍ପୂର୍ଣ୍ଣ ହୋଇନାହିଁ। ଜଳ ଯୋଗାଣ ପାଇଁ ବିଛାଯାଇଥିବା ପାଇପ୍‌ ଅଧିକାଂଶ ଜାଗାରେ ଫାଟିଯାଇଛି। ଏହି ଟାଙ୍କି ଦ୍ୱାରା ପଧାନି, ରାମରାକୁଳ, ଆଠଗଡ଼ିଆ, ଦଶନ୍ଧିକୂଳ ଆଦି ଗ୍ରାମର ୪ ହଜାର ଲୋକଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ନିର୍ମାଣ କରାଯାଇଛି।
ପଞ୍ଚାୟତର କଣ୍ଟଦାଠାରେ ଆଉ ଏକ ଟାଙ୍କି ନିର୍ମାଣ କରାଯାଇଛି। ଏହି ଟାଙ୍କିରୁ କଣ୍ଟିଦୋଳ, ଭଗତପୁର, ଶାସନ ଆଦି ଗ୍ରାମର ୩ ହଜାର ଲୋକଙ୍କୁ ପାନୀୟ ଜଳ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି। ମନ୍ଥର ଗତିରେ କାମ ଚାଲୁଥିବାରୁ ୬ବର୍ଷ ହେଲା କାର୍ଯ୍ୟ ସରୁନାହିଁ। ଏହି ପଞ୍ଚାୟତ ବୈତରଣୀ, ଗେଙ୍ଗୁଟି ଓ କୋଚିଳା ନଦୀର ମଧ୍ୟବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ସରକାର ଏହାକୁ ଲୁଣି ଅଞ୍ଚଳ ଘୋଷଣା କରିଛନ୍ତି। ଏହି ଅଞ୍ଚଳରେ ନଳକୂପରୁ ଲୁଣିପାଣି ବାହାରୁଥିବାରୁ ମଧୁର ପାନୀୟ ଜଳ ଯୋଗାଣ ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଯୋଜନାରେ ଟାଙ୍କି ନିର୍ମାଣ କରାଯାଉଛି। ମାତ୍ର ଏହା କାର୍ଯ୍ୟକ୍ଷମ ହୋଇପାରୁ ନ ଥିବାରୁ ଲୋକେ ପିଇବା ପାଣି ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷେ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ହୋଇଥିବା ଟାଙ୍କିକୁ ବିଦ୍ୟୁତ୍‌ ସଂଯୋଗ କରାଯାଇଛି। ହେଲେ ଜଳ ଯୋଗାଣ ହେଉ ନ ଥିଲେ ମଧ୍ୟ ମାସିକ ୨୫ ଶହ ଟଙ୍କା ବିଲ୍‌ ଦେବାକୁ ପଡ଼ୁଛି। ଏନେଇ ବାରମ୍ବାର ବିଡିଓ, ଜିଲାପାଳ ଓ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ ବୋଲି ସରପଞ୍ଚ ଅଶୋକ ପୁହାଣ କହିଛନ୍ତି। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଯସ୍ମିନ ଦାସ କହିଛନ୍ତି, ପଧାନି ପଞ୍ଚାୟତ କଣ୍ଟଦାଠାରେ ହୋଇଥିବା ପାଣି ଟାଙ୍କିକୁ ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିବାରୁ ପାଣି ଯୋଗାଣ ହୋଇପାରୁ ନାହିଁ। ତେବେ ତୁରନ୍ତ ପଦକ୍ଷେପ ନିଆଯାଇ ଲୋକଙ୍କୁ ପାଣି ଯୋଗାଣ ହେବ। ସେହିପରି ପଞ୍ଚାୟତ ଅଫିସ୍‌ ନିକଟ ପାଣି ଟାଙ୍କିରେ ପରୀକ୍ଷା ନିରୀକ୍ଷା ଚାଲିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri