କେସିଙ୍ଗାର ଦୁଇ ପଞ୍ଚାୟତକୁ ମନ୍ତ୍ରୀ ରବିନାରାୟଣ ନାଏକଙ୍କ ଭେଟି: ଉଦ୍‌ଘାଟିତ ହେଲା…

କେସିଙ୍ଗା,୧୯।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଦୁଇଟି ପଞ୍ଚାୟତକୁ ଗ୍ରାମ ଉନ୍ନୟନ, ପଞ୍ଚାୟତ ରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଭେଟି ଦେଇଛନ୍ତି। କିକିଆ ପଞ୍ଚାୟତ ସ୍ଥିତ ଭେଜାପଦର  ଗ୍ରାମରେ ଓଭରହେଡ ପାଣି ଟାଙ୍କି  ଓ ଗାଈଗା ପଞ୍ଚାୟତ ସ୍ଥିତ କେରୋକୁଡ଼ା ଗ୍ରାମରେ ଗ୍ରାମୀଣ ହାଟକୁ ମନ୍ତ୍ରୀ ଶନିବାର ଉଦଘାଟନ କରିଛନ୍ତି।
ମନ୍ତ୍ରୀ ପ୍ରଥମେ ଭବାନୀପାଟଣା ସର୍କିଟ ହାଉସରୁ ଗାଡିରେ ବାହାରି କିକିଆ ଗ୍ରାମ ପଞ୍ଚାୟତର ଭେଜାପଦର ଗ୍ରାମରେ ପହଞ୍ଚିଥିଲେ। ସେଠାରେ ଆର.ଡବ୍ଲୁ,ଏସ୍‌.ଏସ୍‌.ବିଭାଗ ପକ୍ଷରୁ  ୭୭ଲକ୍ଷ ୮୬ ହାଜର ବ୍ୟୟ ଅଟକଳରେ ନିର୍ମିତ ଓଭରହେଡ ପାଣି ଟାଙ୍କିକୁ ମନ୍ତ୍ରୀ ଉଦଘାଟନ  କରିଥିଲେ। ତେବେ ଗ୍ରାମର ୫୩୦ଟି ପରିବାରକୁ  ପାନୀୟଜଳ ଯୋଗାଇ ଥିବାରୁ ମନ୍ତ୍ରୀଙ୍କୁ ଗ୍ରାମବାସୀ ଧନ୍ୟବାଦ ଜଣାଇଥିଲେ। ଏହି ଗ୍ରାମରେ ୧୨୭ଟି ଟ୍ୟାପ୍‌ ସଂଯୋଗ କରାଯାଇଛି। ଏଥିଯୋଗୁ ଗ୍ରାମର ପ୍ରତ୍ୟେକ ପରିବାର ପାନୀୟଜଳ  ସୁବିଧାରେ ପାଇପାରିବେ ବୋଲି  ବିଭାଗୀୟ ଉପଖଣ୍ଡ  ଅଧିକାରୀ ଧର୍ମେନ୍ଦ୍ର ସେଠୀ ପ୍ରକାଶ କରିଥିଲେ।
ପରେ ଭେଜାପଦରରୁ ଗାଈଗା ଗ୍ରାମ ପଞ୍ଚାୟତ ଅଭିମୁଖେ ପରିଦର୍ଶନ କରି କେରୋକୁ ଗ୍ରାମରେ ସାପ୍ତାହିକ ବୁଧବାର ବଜାର କୁ  ମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଏହି ଗ୍ରାମୀଣ  ହାଟ ଯୋଗୁ ଆଖପାଖ ଅଞ୍ଚଳର ଆଦିବାସୀ ଅଧ୍ୟୁଷିତ ଜନସାଧାରଣ ସୁବିଧାରେ ବଜାର କରି ପାରିବେ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ।  ଏହା ଗତ ୨୦୨୪-୨୫ ଆର୍ଥିକ ବର୍ଷର ଯୋଜନାରୁ ୧୦ ଲକ୍ଷ ବ୍ୟୟ ଅଟକଳ ରେ ଶେଡ଼ ନିର୍ମାଣ କରାଯାଇଥିବାର ଯନ୍ତ୍ରୀ ଜଳେଶ୍ୱର ନାଏକ ପ୍ରକାଶ କରିଥିଲେ।
ପରିଶେଷରେ ଜିଲାପାଳ ଶ୍ରୀପ୍ରକାଶ  ମନ୍ତ୍ରୀଙ୍କୁ ଗଣେଷ ମୂର୍ତ୍ତି ଦେଇ ସ୍ବାଗତ ଓ ସମ୍ବର୍ଦ୍ଧନା କରିଥିଲେ। ସେଠାରୁ ଭବାନୀପାଟଣା ଅଭିମୁଖେ ଯାଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲାପାଳ ସଚିନ ପାୱାର  ପ୍ରକାଶ,ଜିଲାପରିଷଡ଼ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ବିଡ଼ିଓ ଜନ୍ମେଜୟ ସ୍ବାଇଁ,ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ପ୍ରମୁଖ ବିଭାଗୀୟ ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri