Posted inଜାତୀୟ

୮ ଜଣଙ୍କୁ ଜାଳିଦେଲେ

କୋଲକାତା,୨୩ା୩: ପଶ୍ଚିମବଙ୍ଗର ବୀରଭୂମ ଜିଲାସ୍ଥିତ ରାମପୁରହାଟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବୋଗ୍‌ତୁଇ ଗ୍ରାମରେ ମଙ୍ଗଳବାର ଭୋର ସମୟରେ ଏକ ଭସ୍ମୀଭୂତ ଘରୁ ୨ ଶିଶୁଙ୍କ ସମେତ ୭ ଜଣଙ୍କ ମୃତଦେହ ମିଳିଛି। ଅନ୍ୟ ଜଣେ ଆହତ ହସ୍ପିଟାଲରେ ଆଖି ବୁଜିଦେଇଛନ୍ତି। ଶାସକ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ଜଣେ ନେତାଙ୍କୁ ହତ୍ୟା କରାଯିବା ପରେ ଏପରି ଘଟିଥିବାରୁ ଉଭୟ ଘଟଣାକୁ ଯୋଡ଼ି ଦେଖାଯାଉଛି। ଏନେଇ ୧୧ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି।
ପଶ୍ଚିମବଙ୍ଗ ପୋଲିସ ଡିଜି ମନୋଜ ମାଲବ୍ୟ କହିଛନ୍ତି, ବର୍ଶାଲ ଗ୍ରାମର ଟିଏମ୍‌ସି ପଞ୍ଚାୟତ ଉପମୁଖ୍ୟ ଭାଦୁ ଶେଖ୍‌ଙ୍କୁ ସୋମବାର ରାତି ୮ଟା ୩୦ରେ ହତ୍ୟା କରାଯାଇଥିଲା। ବୋମା ଫିଙ୍ଗି ଘଟାଯାଇଥିବା ହତ୍ୟାକାଣ୍ଡ ପଛରେ ବ୍ୟକ୍ତିଗତ ଶତ୍ରୁତା ଥିବା ଜଣାପଡ଼ିଛି। ଏହା ପରେ ଉକ୍ତ ଘରେ ଅଗ୍ନିକାଣ୍ଡ ଘଟିଥିଲା। ତେଣୁ ଦୁଇ ଘଟଣାର ପାରସ୍ପରିକ ସମ୍ପର୍କକୁ ନେଇ ପୋଲିସ ତନାଘନା ଚଳାଇଛି। ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇଦିଆଯାଇଛି। ନିଅଁାକୁ ଆୟତ୍ତ କରାଯିବା ପରେ ଜଳିଯାଇଥିବା ଘରୁ ୭ ଜଣଙ୍କ ମୃତଦେହ ମିଳିଥିଲା। ଅନ୍ୟ ୩ ଜଣଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତର ସେଠାରେ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଏହାର ତଦନ୍ତ ପାଇଁ ରାଜ୍ୟ ସରକାର ଏଡିଜି (ସିଆଇଡି) ଜ୍ଞାନବନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରିଛନ୍ତି।
ଏହି ଘଟଣା ପରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। ଶାସକ ଟିଏମ୍‌ସି ଏହାକୁ ଚପାଇଦେବାକୁ ଉଦ୍ୟମ କରୁଥିବା ବିରୋଧୀ ଭାଜପା ଏବଂ ଭାରତୀୟ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଆଇଏମ୍‌) ଅଭିଯୋଗ ଆଣିଛନ୍ତି। ଟିଏମ୍‌ସି ଗୁଣ୍ଡାଙ୍କ ଦ୍ୱାରା କରାଯାଇଥିବା ଏହି ହତ୍ୟା ଅତ୍ୟନ୍ତ ନିନ୍ଦନୀୟ ବୋଲି ସିପିଆଇଏମ୍‌ ରାଜ୍ୟ ସମ୍ପାଦକ ମହମ୍ମଦ ସଲିମ୍‌ ନିନ୍ଦା କରିଛନ୍ତି। ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଏକାଧିକ ଟୁଇଟ୍‌ କରି ‘ଆତଙ୍କବାଦ ଓ ଉତ୍ତେଜନା’ ହ୍ରାସ ଦିଗରେ କେନ୍ଦ୍ର ହସ୍ତକ୍ଷେପ କରୁ ବୋଲି କହିଛନ୍ତି। ଭାଜପା ନେତା ମନୋଜ ଟିଗା ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଦାବି କରିଛନ୍ତି। ଘଟଣା ଉପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିବୃତି ଦାବି କରି ଭାଜପା ବିଧାୟକମାନେ ‘ବନ୍ଦେ ମାତରମ୍‌’ ଏବଂ ‘ଧିକ୍କାର ଧିକ୍କାର’ ସ୍ଲୋଗାନ ଦେବା ସହ ବିଧାନସଭାରୁ କକ୍ଷତ୍ୟାଗ କରିଛନ୍ତି। ପଶ୍ଚିମବଙ୍ଗ ଭାଜପା ଏହାକୁ ନିର୍ବାଚନ ପରବର୍ତ୍ତୀ ହିଂସା ଭାବେ ଅଭିହିତ କରି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ହସ୍ତକ୍ଷେପ ଲୋଡ଼ିଛି। ରାଜ୍ୟର ସଂସଦୀୟ ବ୍ୟାପାର ମନ୍ତ୍ରୀ ପାର୍ଥ ଚାଟାର୍ଜୀ ବିଧାନସଭାରେ କହିଛନ୍ତି, ଏଥିରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ସ୍ବାଭାବିକ ସ୍ଥିତି ଫେରାଇଆଣିବା ପାଇଁ ଉଦ୍ୟମ ଚାଲିଛି। ଟିଏମ୍‌ସି ସାଧାରଣ ସମ୍ପାଦକ କୁନାଲ ଘୋଷ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ଅଗ୍ନିକାଣ୍ଡ ଆକସ୍ମିକ ଥିଲା। ପ୍ରଶାସନ ପକ୍ଷରୁ ଜରୁରୀ ପଦକ୍ଷେପ ନିଆଯାଇଛି। ଏସ୍‌ଡିପିଓ ଏବଂ ରାମପୁରହାଟ ଥାନାଧିକାରୀଙ୍କୁ କାର୍ଯ୍ୟରୁ ହଟାଇଦିଆଯାଇଛି। ଇତିମଧ୍ୟରେ କେତେଜଣ ଭାଜପା ସପକ୍ଷବାଦୀ ଆଇନଜୀବୀ ଘଟଣାର ସିବିଆଇ ତଦନ୍ତ ଦାବିକରି କାଲକାଟା ହାଇକୋର୍ଟରେ ପିଟିଶନ ଦାଏର କରିଛନ୍ତି। ଟିଏମ୍‌ସି ବିଧାୟକ ଫରହାଦ ହାକିମ୍‌ଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛି। ରାଜ୍ୟପାଳ ଜଗଦୀପ ଧନକର ଏହି ହିଂସାକୁ ‘ଗୃହଦାହ ସଉକ’ କହି ନିନ୍ଦା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଗଣତନ୍ତ୍ର ପାଇଁ ବିଜୟର ଦିନ:ମୋଦି

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ପ୍ରଚାର ଚାଲିଛି। ତୃତୀୟ ପର୍ଯ୍ୟାୟରେ ବିହାରର ଅରାରିଆରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି।...

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

କୋଲକାତା,୨୬ା୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ...

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

ମମତା ଗଡ଼ରେ ମୋଦିଙ୍କ ହୁଙ୍କାର

ନୂଆଦିଲ୍ଲୀ,୨୬ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri