Posted inଜାତୀୟ

୨.୫୦ ଲକ୍ଷରୁ ଊର୍ଦ୍ଧ୍ୱ ଇପିଏଫ୍‌ ଜମା ଉପରେ ଟିକସ ଲାଗିବ

ନୂଆଦିଲ୍ଲୀ,୧୮ା୩:କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ବାର୍ଷିକ ଜମା ୨.୫୦ ଲକ୍ଷରୁ ଊର୍ଦ୍ଧ୍ୱ ହେଲେ ଏହା ଉପରେ ଟିକସ ଲଗାଇବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ସରକାରୀ କର୍ମଚାରୀଙ୍କ ପାଇଁ ଏହି ସୀମା ୫ ଲକ୍ଷ ରଖାଯାଇଛି। ନୂଆ ଆୟକର ଆଇନ ନିୟମାବଳୀରେ ଏପ୍ରିଲ ୧ରୁ କର୍ମଚାରୀଙ୍କ ପିଏଫ୍‌ ଆକାଉଣ୍ଟକୁ ଟିକସଯୋଗ୍ୟ ଏବଂ ଅଣଟିକସଯୋଗ୍ୟ ଜମା ଆକାଉଣ୍ଟ ଭାବେ ବିଭକ୍ତ କରାଯିବ। ପିଏଫ୍‌ ଜମା ଉପରେ ସୁଧହାର ୪ ଦଶନ୍ଧି ମଧ୍ୟରେ ସର୍ବନିମ୍ନ କରାଯାଇଥିବାବେଳେ ଏବେ ଅଧିକ ଜମା ଉପରେ ଟିକସ ଲଗାଇବାକୁ ଇପିଏଫ୍‌ଓ ଯୋଜନା କରୁଛି। ନୂଆ ନିୟମ ଅନୁଯାୟୀ ଜଣେ ଘରୋଇ କର୍ମଚାରୀ ପିଏଫ୍‌ରେ ବାର୍ଷିକ ୫ ଲକ୍ଷ ଟଙ୍କା ଜମା କରୁଥିଲେ, ୨.୫୦ ଲକ୍ଷ ଟଙ୍କା ଉପରେ ଟିକସ ଲାଗିବ। ସେହିପରି ଜଣେ ସରକାରୀ କର୍ମଚାରୀଙ୍କ ପିଏଫ୍‌ ଆକାଉଣ୍ଟରେ ୬ ଲକ୍ଷ ଟଙ୍କା ଜମା ହେଉଥିଲେ, ସେ ୧ ଲକ୍ଷ ଟଙ୍କା ଉପରେ ଟିକସ ଦେବେ। ଉଚ୍ଚ ଆୟକାରୀ ବ୍ୟକ୍ତି ଯେପରି ସରକାରଙ୍କ କଲ୍ୟାଣକାରୀ ଯୋଜନାର ଫାଇଦା ନ ନେବେ, ସେଥିପାଇଁ ଏଭଳି ଟିକସ ବ୍ୟବସ୍ଥା କରାଯାଇଛି। ଏହା ୧ ପ୍ରତିଶତ ଟିକସଦାତାଙ୍କୁ ପ୍ରଭାବିତ କରିବ ବୋଲି ପୂର୍ବରୁ କୁହାଯାଇଥିଲା।
କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଆୟକର ନିୟମାବଳୀ, ୧୯୬୨ରେ ଏକ ନୂଆ ଧାରା ୯ଡି ଯୋଡ଼ାଯାଇଛି। ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ଇପିଏଫ୍‌ ହିତାଧିକାରୀଙ୍କୁ ଅଣଟିକସ ଜମାକାରୀ ବିବେଚନା କରାଯିବ। ଅର୍ଥାତ୍‌ ଚଳିତ ଆର୍ଥତ୍କ ବର୍ଷ (୨୦୨୧ ଏପ୍ରିଲ୍‌ ୧ରୁ ୨୦୨୨ ମାର୍ଚ୍ଚ ୩୧ ମଧ୍ୟରେ) ଇପିଏଫ୍‌ ଜମାକୁ ଟିକସଯୋଗ୍ୟ ବିବେଚିତ ହେବ। ସୂଚନାଯୋଗ୍ୟ, ଘରୋଇ ବା ବେସରକାରୀ ସଂସ୍ଥାରେ କାର୍ଯ୍ୟରତ କମର୍ଚାରୀଙ୍କ ମାସିକ ମୂଳ ବେତନର ୧୨ ପ୍ରତିଶତ ଇପିଏଫ୍‌ ଯୋଗଦାନ ଭାବେ ଜମା କରାଯାଇଥାଏ। ଏଥିରେ ନିଯୁକ୍ତିଦାତା ସମାନ ପରିମାଣ ଅର୍ଥ ଜମା କରିଥାନ୍ତି। ମାସିକ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ବେତନ ପାଉଥିବା କର୍ମଚାରୀଙ୍କ ଇପିଏଫ୍‌ ଜମାକୁ ବାଧ୍ୟତାମୂଳକ କରାଯାଇଛି। ସେହିପରି କୌଣସି ସଂସ୍ଥାରେ ୨୦ରୁ ଅଧିକ କର୍ମଚାରୀ ନିୟୋଜିତ ଥିଲେ ସେମାନଙ୍କ ଇପିଏଫ୍‌ ଆକାଉଣ୍ଟ ଖୋଲିବା ବାଧ୍ୟତାମୂଳକ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri