Posted inଜାତୀୟ

୨.୫୦ ଲକ୍ଷରୁ ଊର୍ଦ୍ଧ୍ୱ ଇପିଏଫ୍‌ ଜମା ଉପରେ ଟିକସ ଲାଗିବ

ନୂଆଦିଲ୍ଲୀ,୧୮ା୩:କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ବାର୍ଷିକ ଜମା ୨.୫୦ ଲକ୍ଷରୁ ଊର୍ଦ୍ଧ୍ୱ ହେଲେ ଏହା ଉପରେ ଟିକସ ଲଗାଇବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ସରକାରୀ କର୍ମଚାରୀଙ୍କ ପାଇଁ ଏହି ସୀମା ୫ ଲକ୍ଷ ରଖାଯାଇଛି। ନୂଆ ଆୟକର ଆଇନ ନିୟମାବଳୀରେ ଏପ୍ରିଲ ୧ରୁ କର୍ମଚାରୀଙ୍କ ପିଏଫ୍‌ ଆକାଉଣ୍ଟକୁ ଟିକସଯୋଗ୍ୟ ଏବଂ ଅଣଟିକସଯୋଗ୍ୟ ଜମା ଆକାଉଣ୍ଟ ଭାବେ ବିଭକ୍ତ କରାଯିବ। ପିଏଫ୍‌ ଜମା ଉପରେ ସୁଧହାର ୪ ଦଶନ୍ଧି ମଧ୍ୟରେ ସର୍ବନିମ୍ନ କରାଯାଇଥିବାବେଳେ ଏବେ ଅଧିକ ଜମା ଉପରେ ଟିକସ ଲଗାଇବାକୁ ଇପିଏଫ୍‌ଓ ଯୋଜନା କରୁଛି। ନୂଆ ନିୟମ ଅନୁଯାୟୀ ଜଣେ ଘରୋଇ କର୍ମଚାରୀ ପିଏଫ୍‌ରେ ବାର୍ଷିକ ୫ ଲକ୍ଷ ଟଙ୍କା ଜମା କରୁଥିଲେ, ୨.୫୦ ଲକ୍ଷ ଟଙ୍କା ଉପରେ ଟିକସ ଲାଗିବ। ସେହିପରି ଜଣେ ସରକାରୀ କର୍ମଚାରୀଙ୍କ ପିଏଫ୍‌ ଆକାଉଣ୍ଟରେ ୬ ଲକ୍ଷ ଟଙ୍କା ଜମା ହେଉଥିଲେ, ସେ ୧ ଲକ୍ଷ ଟଙ୍କା ଉପରେ ଟିକସ ଦେବେ। ଉଚ୍ଚ ଆୟକାରୀ ବ୍ୟକ୍ତି ଯେପରି ସରକାରଙ୍କ କଲ୍ୟାଣକାରୀ ଯୋଜନାର ଫାଇଦା ନ ନେବେ, ସେଥିପାଇଁ ଏଭଳି ଟିକସ ବ୍ୟବସ୍ଥା କରାଯାଇଛି। ଏହା ୧ ପ୍ରତିଶତ ଟିକସଦାତାଙ୍କୁ ପ୍ରଭାବିତ କରିବ ବୋଲି ପୂର୍ବରୁ କୁହାଯାଇଥିଲା।
କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଆୟକର ନିୟମାବଳୀ, ୧୯୬୨ରେ ଏକ ନୂଆ ଧାରା ୯ଡି ଯୋଡ଼ାଯାଇଛି। ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ଇପିଏଫ୍‌ ହିତାଧିକାରୀଙ୍କୁ ଅଣଟିକସ ଜମାକାରୀ ବିବେଚନା କରାଯିବ। ଅର୍ଥାତ୍‌ ଚଳିତ ଆର୍ଥତ୍କ ବର୍ଷ (୨୦୨୧ ଏପ୍ରିଲ୍‌ ୧ରୁ ୨୦୨୨ ମାର୍ଚ୍ଚ ୩୧ ମଧ୍ୟରେ) ଇପିଏଫ୍‌ ଜମାକୁ ଟିକସଯୋଗ୍ୟ ବିବେଚିତ ହେବ। ସୂଚନାଯୋଗ୍ୟ, ଘରୋଇ ବା ବେସରକାରୀ ସଂସ୍ଥାରେ କାର୍ଯ୍ୟରତ କମର୍ଚାରୀଙ୍କ ମାସିକ ମୂଳ ବେତନର ୧୨ ପ୍ରତିଶତ ଇପିଏଫ୍‌ ଯୋଗଦାନ ଭାବେ ଜମା କରାଯାଇଥାଏ। ଏଥିରେ ନିଯୁକ୍ତିଦାତା ସମାନ ପରିମାଣ ଅର୍ଥ ଜମା କରିଥାନ୍ତି। ମାସିକ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ବେତନ ପାଉଥିବା କର୍ମଚାରୀଙ୍କ ଇପିଏଫ୍‌ ଜମାକୁ ବାଧ୍ୟତାମୂଳକ କରାଯାଇଛି। ସେହିପରି କୌଣସି ସଂସ୍ଥାରେ ୨୦ରୁ ଅଧିକ କର୍ମଚାରୀ ନିୟୋଜିତ ଥିଲେ ସେମାନଙ୍କ ଇପିଏଫ୍‌ ଆକାଉଣ୍ଟ ଖୋଲିବା ବାଧ୍ୟତାମୂଳକ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

ନାଗାଲାଣ୍ଡର ୬ ଜିଲାରେ ବୁଥ୍‌ ଖାଁ ଖାଁ, ଭୋଟ ଦେବାକୁ ଆସିଲେ ନାହିଁ ଜଣେ ହେଲେ ବି ଭୋଟର୍‌  

କୋହିମା,୧୯ା୪: ନାଗାଲାଣ୍ଡରେ ପୃଥକ ସରକାର(ରାଜ୍ୟ) ଏବଂ ଅଧିକ ଆର୍ଥିକ ସ୍ବାଧୀନତା ଦାବିରେ ‘ଲୋକଙ୍କ ଜରୁରୀକାଳିନ ପରିସ୍ଥିତି’ ନେଇ ଘୋଷଣା କରି ପୂର୍ବ ନାଗାଲାଣ୍ଡ ଲୋକ ସଂଗଠନ(ଇଏନ୍‌ପିଓ)...

ନାନୋ ୟୁରିଆ ବ୍ୟବହାର ପାଇଁ ଆସିଲା ବିଜ୍ଞପ୍ତି

ନୂଆଦିଲ୍ଲୀ,୧୯ା୪: ୩ ବର୍ଷ ପାଇଁ ନାନୋ ୟୁରିଆ ପ୍ଲସ୍‌ ସାର ବ୍ୟବହାର ନିମନ୍ତେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ଏହି ସାରର ଉର୍ବରତା...

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ...

ନିଜକୁ ଭୋଟ୍‌ ଦେଇପାରିବେନି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୯।୪: ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ୧୦୨ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ବିହାରର ୪ଟି ଲୋକସଭା...

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

ଲୋକ ସଭା ନିର୍ବାଚନ: ଭୋଟ ଗ୍ରହଣ ମଧ୍ୟରେ ବସ୍ତରରେ ଆଇଇଡି ବ୍ଲାଷ୍ଟ, ସିଆରପିଏଫ ଯବାନ ଆହତ, ମଣିପୁରରେ ଫାୟାରିଂ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ ଶୁକ୍ରବାର ଆରମ୍ଭ ହୋଇଛି। ୮ ଜଣ କେନ୍ଦ୍ର ମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri