ଅମରାବତୀ,୮ା୨: ଜୁନିୟର ପିଲାଙ୍କୁ ର଼୍ୟାଗିଂ ଅଭିଯୋଗରେ ଆନ୍ଧ୍ରପ୍ରଦେଶ ସ୍ଥିତ ଜବାହରଲାଲ ନେହେରୁ ଟେକ୍ନୋଲୋଜି ୟୁନିଭର୍ସିଟି (ଜେଏନ୍ଟିୟୁ) ଅନନ୍ତପୁର କଲେଜରେ ୧୮ ଛାତ୍ରୀଛାତ୍ର ନିଲମ୍ବିତ ହୋଇଛନ୍ତି। ସିନିୟର ଛାତ୍ରୀଛାତ୍ରମାନେ ଶୁକ୍ରବାର ରାତିରେ ଜୁନିୟର ପିଲାଙ୍କୁ ଜବରଦସ୍ତି ସେମାନଙ୍କ ହଷ୍ଟେଲକୁ ନେଇ ଅର୍ଦ୍ଧନଗ୍ନ କରାଇବା ସହ ଅଜବ ଆଦେଶ ପାଳନ କରିବା ପାଇଁ ବାଧ୍ୟ କରିଥିଲେ। ଏ ନେଇ ଅଭିଭାବକ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ଜେଏନ୍ଟିୟୁର କଲେଜ ଏକାଡେମିକ କାଉନ୍ସିଲ ୧୮ ପିଲାଙ୍କୁ ନିଲମ୍ବନ କରିଛି।