୧୭ ବର୍ଷରେ ୧୭ଶହରୁ ଅଧିକ ମଞ୍ଚରେ ଦଣ୍ଡନୃତ୍ୟ: ଚର୍ଚ୍ଚାରେ ଦେବେନ୍ଦ୍ର ନାଏକ

ଅମରପାଲି,୮ା୯(ପୀତାମ୍ବର ସାହୁ):ଦଣ୍ଡ ନୃତ୍ୟ, ଷୋଳ ସୁଆଙ୍ଗ ଓଡ଼ିଶାର ପ୍ରାଚୀନ ଲୋକକଳା ଓ ସଂସ୍କୃତିର ଏକ ଅନନ୍ୟ ପରିଚୟ। ଆଧୁନିକତାର ପ୍ରଭାବରେ ଏହି ପାରମ୍ପରିକ କଳା ଧୀରେ ଧୀରେ ଲୋପ ପାଇବାକୁ ବସିଛି। ଏହାକୁ ବଞ୍ଚାଇ ରଖିବା ସହ ଲୋକାଭିମୁଖୀ କରିବାରେ ନିଜକୁ ସମର୍ପିତ କରିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ପିତାମହୁଲ ଗ୍ରାମର ଯୁବ ଦଣ୍ଡ କଳାକାର ଦେବେନ୍ଦ୍ର ନାଏକ (୨୯)। ପିଲାଦିନରୁ ଗୀତ ପ୍ରତି ତାଙ୍କର ରହିଥିଲା ବିଶେଷ ଆଗ୍ରହ। ଗଁାରେ ହେଉଥିବା ଦଣ୍ଡରେ ଅଭିନୟ କରିବାକୁ ତାଙ୍କୁ କୁହାଯାଇଥିଲା। ସେଥିରେ ରାଜି ହୋଇ ମାତ୍ର ୧୨ ବର୍ଷ ବୟସରେ ‘ନାବକେଳି’ ସୁଆଙ୍ଗରେ ଶ୍ରୀକୃଷ୍ଣ ଭୂମିକାରୁ ଦଣ୍ଡ ନୃତ୍ୟ ଜୀବନ ଆରମ୍ଭ କରିଥିଲେ। ସେବେଠାରୁ ଆଉ ପଛକୁ ଫେରିନାହାନ୍ତି ଦେବେନ୍ଦ୍ର।

ଦୀର୍ଘ ୧୭ ବର୍ଷ ଧରି ସେ ଜିଲା ତଥା ଜିଲା ବାହାରେ ୧୭ଶହରୁ ଅଧିକ ମଞ୍ଚରେ ଦଣ୍ଡ ନୃତ୍ୟ ପରିବେଷଣ କରିସାରିଛନ୍ତି। ତାଙ୍କର ନିଆରା ଅଭିନୟ, ସଙ୍ଗୀତ ଓ ନୃତ୍ୟ ଦର୍ଶକଙ୍କୁ ବେଶ ଆକର୍ଷିତ କରିଥାଏ। ଶାଳୀ ଭୂମିକା ହେଉ କି ଦିଅର ଭୂମିକା ପ୍ରତ୍ୟେକ ଚରିତ୍ରରେ ନିଜର ଅଭିନୟ ଦକ୍ଷତା ଦେଖାଇ ସେ ଦର୍ଶକଙ୍କ ମନ ଜିଣିଛନ୍ତି। ‘ଫକୀର ଫକିରାଣୀ’ ସୁଆଙ୍ଗରେ ଫକୀର, ‘ଦିଅର ଭାଉଜ’ ସୁଆଙ୍ଗରେ ଦିଅର, ‘ଶବର ଶବରୁଣୀ’ରେ ଶବର ଏବଂ ‘ଶାଳୀ ଭିଣେଇ’ ସୁଆଙ୍ଗରେ ଶାଳୀ ଭୂମିକାରେ ଅଭିନୟ କରି ନିଜର ସୱତନ୍ତ୍ର ପରିଚୟ ଗଢ଼ିଛନ୍ତି।
କେବଳ ଷୋଳ ସୁଆଙ୍ଗରେ ସୀମିତ ନୁହେଁ ଦେବେନ୍ଦ୍ରଙ୍କ କଳା ଯାତ୍ରା। ଗତ ୪ ବର୍ଷ ହେଲା ସେ ନିଜେ ଏକ ‘ଲୀଳାଦଣ୍ଡ’ ବା ‘ମିକ୍ସଚର ଦଣ୍ଡ’ ଦଳ ଗଠନ କରିଛନ୍ତି। ଏଥିରେ ସେ ନିଜେ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ଏଥିସହ ସେ ସଙ୍କୀର୍ତ୍ତନରେ ଗାୟକ ଭାବେ ମଧ୍ୟ ସକ୍ରିୟ ଅଛନ୍ତି। ଦେବେନ୍ଦ୍ରଙ୍କ ଦଣ୍ଡ ନୃତ୍ୟ ଶିକ୍ଷାର ପ୍ରଥମ ଗୁରୁ ହେଉଛନ୍ତି ତାଙ୍କ ବାପା ଦଶରଥ। ଦଶରଥ ନିଜେ ମଧ୍ୟ ଜଣେ ଷୋଳ ସୁଆଙ୍ଗ ଦଣ୍ଡର ବୀଣାକାର କଳାକାର। ବାପାଙ୍କ କଳା ପ୍ରତିଭା ଦେଖି ଦଣ୍ଡ ନୃତ୍ୟ ପ୍ରତି ଦେବେନ୍ଦ୍ରଙ୍କ ଆକର୍ଷଣ ସୃଷ୍ଟି ହୋଇଥିଲା। ବାପାଙ୍କ ସମେତ ଗିରିଧାରୀ ଗେଜ, ନିରାକାର ଜେନା, ବିପ୍ର ମହାନନ୍ଦ, ଉଗେଶନ ଷାଣ୍ଢ ଓ ସନାତନ ରନବିଡ଼ା ପ୍ରମୁଖଙ୍କଠାରୁ ସେ ଦଣ୍ଡ ନୃତ୍ୟର ବିଭିନ୍ନ କଳା ଶିକ୍ଷା ଲାଭ କରିଛନ୍ତି। ସୁବର୍ଣ୍ଣପୁର ସମେତ ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୋଳ, ବରଗଡ଼, ଦେବଗଡ଼, କଳାହାଣ୍ଡି, ଖୋର୍ଦ୍ଧା ଜିଲା ସମେତ ଭୁବନେଶ୍ୱରର ବିଭିନ୍ନସ୍ଥାନରେ ଦଣ୍ଡ ନୃତ୍ୟ ପରିବେଷଣ କରି ସେ ପ୍ରଶଂସା ସହ ବିଭିନ୍ନ ସମୟରେ ପୁରସ୍କୃତ ମଧ୍ୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ଦଣ୍ଡ ନୃତ୍ୟର ଭିଡିଓ ପ୍ରଚାରିତ ହେବା ପରେ ତାଙ୍କର କଳା ଆହୁରି ଲୋକପ୍ରିୟ ହେଉଛି। ବିଭିନ୍ନ ସମୟରେ ସରକାରଙ୍କ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଦଣ୍ଡ ନୃତ୍ୟ ମାଧ୍ୟମରେ ପ୍ରଚାର କରିଛନ୍ତି। ଦଣ୍ଡ ନୃତ୍ୟ ପରିବେଷଣରେ ପରିବାରର ସମ୍ପୂର୍ଣ୍ଣ ସହଯୋଗ ମିଳୁଥିବା ସେ କହିଛନ୍ତି। ସାଙ୍ଗସାଥୀ, ଗ୍ରାମବାସୀ ଓ ପ୍ରଶଂସକଙ୍କ ଉତ୍ସାହ ତାଙ୍କୁ ଆହୁରି ଭଲ କରିବା ପାଇଁ ପ୍ରେରଣା ଦେଉଛି। ତେବେ ଏପର୍ଯ୍ୟନ୍ତ ସରକାରୀ ଭାବେ କୌଣସି ସହାୟତା କିମ୍ବା ସହଯୋଗ ପାଇ ନ ଥିବା ସେ କହିଛନ୍ତି। ସରକାରୀ ସହଯୋଗ ମିଳିଲେ ଏହି ପ୍ରାଚୀନ କଳାକୁ ଆହୁରି ଆଗକୁ ନେବା ପାଇଁ ତାଙ୍କର ଉତ୍ସାହ ବଢ଼ିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏହି ପାରମ୍ପରିକ କଳାର ପ୍ରଚାର, ପ୍ରସାର ଓ ସୁରକ୍ଷା ଲକ୍ଷ୍ୟରେ ସେ ଆଗକୁ ମଧ୍ୟ ଷୋଳ ସୁଆଙ୍ଗ ଦଣ୍ଡ ଓ ଶ୍ରୀକୃଷ୍ଣ ଲୀଳାଦଣ୍ଡ ପରିବେଷଣ ଜାରି ରଖିବେ ବୋଲି କହିଛନ୍ତି। ପରିବାରର ୩ ପୁଅଙ୍କ ମଧ୍ୟରୁ ସବୁଠୁ ସାନ ଦେବେନ୍ଦ୍ରଙ୍କ ପରିବାରରେ ସ୍ତ୍ରୀ ଲିପ୍ସା ଓ ଦୁଇ ଝିଅ ଅଛନ୍ତି। ବଡ଼ ଝିଅର ବୟସ ୬ ବର୍ଷ ଓ ସାନ ଝିଅର ବୟସ ୨ ବର୍ଷ। ମାଟ୍ରିକ ପାସ କରିଥିବା ଦେବେନ୍ଦ୍ର ଦଣ୍ଡ ନୃତ୍ୟ ସହ ଧାନ ଚାଷ କରି ଜୀବିକା ନିର୍ବାହ କରୁଛନ୍ତି। ନିଜ ମାଟିର କଳା ଓ ସଂସ୍କୃତିକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାର ତାଙ୍କ ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

Watch: ଜନ୍ମଦିନର ପୂର୍ବ ରାତିରେ ସଭିଙ୍କୁ ଚକିତ କଲେ ଶୁବମନ ଗିଲ, ଜାଣନ୍ତୁ…

ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ମଙ୍ଗଳବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୭ ବର୍ଷ ପୂର୍ବେ ଆଜିର ଦିନରେ –…

୧୧ ସେପ୍ଟେମ୍ବର ତୁଳା ସମେତ ୪ ରାଶିଙ୍କ ପାଇଁ ହେବ ସ୍ବତନ୍ତ୍ର: ଘଟିବ ଏଭଳି ଯାହା କେବେ ଭାବିନଥିଲେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୧ ସେପ୍ଟେମ୍ବର ୨୦୨୬, ଅର୍ଥାତ୍‌ କୁଶାଗ୍ରହଣୀ ଅମାବାସ୍ୟା ଦିନ ଶୁକ୍ର ଗ୍ରହ ସ୍ବାତୀ ନକ୍ଷତ୍ରରେ ପ୍ରବେଶ କରିବେ। ଶୁକ୍ରଦେବ ୨୪ ଅକ୍ଟୋବର ପର୍ଯ୍ୟନ୍ତ…

ଗାଡ଼ିର ଚାଲାଣ ଭରିନାହାନ୍ତି କି? ଏହିଦିନ ମିଳିବ ବଡ଼ ସୁଯୋଗ, କମ୍‌ ଟଙ୍କାରେ କରନ୍ତୁ ସମାଧାନ

ନୂଆଦିଲ୍ଲୀ,୮।୯: ରାସ୍ତାରେ ଟ୍ରାଫିକ ନିୟମ ଏବେ ଅଧିକ କଡ଼ା ହୋଇଛି। ଅଜାଣତରେ କିମ୍ବା ଭୁଲ୍‌ବଶତଃ ଗାଡ଼ିର ଇ-ଚାଲାଣ କଟିଯିବା ସାଧାରଣ କଥା। ଅନେକ ସମୟରେ ଚାଲାଣ ରାଶି…

ଦୁର୍ଗାପୂଜାରେ ବାଜିବ ନାହିଁ ଡିଜେ, ଅଷ୍ଟମୀ ହେବ ‘ଡ୍ରାଏ ଡେ’…, ମମତାଙ୍କ ନିଷ୍ପତ୍ତିକୁ ବଦଳାଇ ଦେବ ଭାଜପା ସରକାର

କୋଲକାତା,୮।୯: ଅକ୍ଟୋବର ୧୧ରେ ସାରା ଦେଶରେ ନବରାତ୍ରି ପର୍ବ ଆରମ୍ଭ ହେବ। ଏହି ଅବସରରେ ପଶ୍ଚିମବଙ୍ଗର ଦୁର୍ଗାପୂଜା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ୭୫ ବର୍ଷ ପରେ…

‘ଲାଜ ଲାଗୁନି…’, କଙ୍ଗନାଙ୍କ ମୁଣ୍ଡକୁ ଉଠିଗଲା ରାଗ: ଅଧିକାରୀଙ୍କୁ ମନ ଇଚ୍ଛା ଶୁଣାଇଦେଲେ

ମଣ୍ଡି,୮।୯: ହିମାଚଳ ପ୍ରଦେଶର ମଣ୍ଡିରୁ ଭାଜପା ସାଂସଦ କଙ୍ଗନା ରାଣାୱତ ଜିଲା ବିକାଶ ସମନୱୟ ଓ ନିରୀକ୍ଷଣ କମିଟି (ଦିଶା) ବୈଠକରେ ଅଧିକାରୀଙ୍କ କାର୍ଯ୍ୟଶୈଳୀକୁ ନେଇ କଡ଼ା…

୫ ଓରାଙ୍ଗଉଟାନଙ୍କୁ ଆଣିବା ପାଇଁ ନନ୍ଦନକାନନରୁ ବାହାରିଲା ଏକ ଟିମ୍ : ଅନ୍ତର୍ଜାତୀୟ ସ୍ମଗଲିଂ ସନ୍ଦେହ

ନନ୍ଦନକାନନ,୮।୯: ଓଡ଼ିଶାରେ କେବେ ଓରାଙ୍ଗଉଟାନ ଦେଖାଯାଇଥିବା ନଜିର ନ ଥିବା ବେଳେ ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରୁ ୫ଟି ଓରାଙ୍ଗଉଟାନ ଠାବ ହେବା ଘଟଣାକୁ ନେଇ ଚାଞ୍ଚଲ୍ୟ…

‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍‌ର ମାରାଥନ ପାରି ଖେଳିଛନ୍ତି। ତାଙ୍କ…

ପାଞ୍ଚ ଦିନିଆ ଦୁବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୮।୯: ପାଞ୍ଚ ଦିନିଆ UAE ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାକୁ ଅଧିକ ପୁଞ୍ଜି ଆକର୍ଷଣ କରିବା ସହ ରାଜ୍ୟରେ ଶିଳ୍ପ ଓ ନିଯୁକ୍ତି ସୁଯୋଗ ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri