୧୭ ବର୍ଷରେ ୧୭ଶହରୁ ଅଧିକ ମଞ୍ଚରେ ଦଣ୍ଡନୃତ୍ୟ: ଚର୍ଚ୍ଚାରେ ଦେବେନ୍ଦ୍ର ନାଏକ

ଅମରପାଲି,୮ା୯(ପୀତାମ୍ବର ସାହୁ):ଦଣ୍ଡ ନୃତ୍ୟ, ଷୋଳ ସୁଆଙ୍ଗ ଓଡ଼ିଶାର ପ୍ରାଚୀନ ଲୋକକଳା ଓ ସଂସ୍କୃତିର ଏକ ଅନନ୍ୟ ପରିଚୟ। ଆଧୁନିକତାର ପ୍ରଭାବରେ ଏହି ପାରମ୍ପରିକ କଳା ଧୀରେ ଧୀରେ ଲୋପ ପାଇବାକୁ ବସିଛି। ଏହାକୁ ବଞ୍ଚାଇ ରଖିବା ସହ ଲୋକାଭିମୁଖୀ କରିବାରେ ନିଜକୁ ସମର୍ପିତ କରିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ପିତାମହୁଲ ଗ୍ରାମର ଯୁବ ଦଣ୍ଡ କଳାକାର ଦେବେନ୍ଦ୍ର ନାଏକ (୨୯)। ପିଲାଦିନରୁ ଗୀତ ପ୍ରତି ତାଙ୍କର ରହିଥିଲା ବିଶେଷ ଆଗ୍ରହ। ଗଁାରେ ହେଉଥିବା ଦଣ୍ଡରେ ଅଭିନୟ କରିବାକୁ ତାଙ୍କୁ କୁହାଯାଇଥିଲା। ସେଥିରେ ରାଜି ହୋଇ ମାତ୍ର ୧୨ ବର୍ଷ ବୟସରେ ‘ନାବକେଳି’ ସୁଆଙ୍ଗରେ ଶ୍ରୀକୃଷ୍ଣ ଭୂମିକାରୁ ଦଣ୍ଡ ନୃତ୍ୟ ଜୀବନ ଆରମ୍ଭ କରିଥିଲେ। ସେବେଠାରୁ ଆଉ ପଛକୁ ଫେରିନାହାନ୍ତି ଦେବେନ୍ଦ୍ର।

ଦୀର୍ଘ ୧୭ ବର୍ଷ ଧରି ସେ ଜିଲା ତଥା ଜିଲା ବାହାରେ ୧୭ଶହରୁ ଅଧିକ ମଞ୍ଚରେ ଦଣ୍ଡ ନୃତ୍ୟ ପରିବେଷଣ କରିସାରିଛନ୍ତି। ତାଙ୍କର ନିଆରା ଅଭିନୟ, ସଙ୍ଗୀତ ଓ ନୃତ୍ୟ ଦର୍ଶକଙ୍କୁ ବେଶ ଆକର୍ଷିତ କରିଥାଏ। ଶାଳୀ ଭୂମିକା ହେଉ କି ଦିଅର ଭୂମିକା ପ୍ରତ୍ୟେକ ଚରିତ୍ରରେ ନିଜର ଅଭିନୟ ଦକ୍ଷତା ଦେଖାଇ ସେ ଦର୍ଶକଙ୍କ ମନ ଜିଣିଛନ୍ତି। ‘ଫକୀର ଫକିରାଣୀ’ ସୁଆଙ୍ଗରେ ଫକୀର, ‘ଦିଅର ଭାଉଜ’ ସୁଆଙ୍ଗରେ ଦିଅର, ‘ଶବର ଶବରୁଣୀ’ରେ ଶବର ଏବଂ ‘ଶାଳୀ ଭିଣେଇ’ ସୁଆଙ୍ଗରେ ଶାଳୀ ଭୂମିକାରେ ଅଭିନୟ କରି ନିଜର ସୱତନ୍ତ୍ର ପରିଚୟ ଗଢ଼ିଛନ୍ତି।
କେବଳ ଷୋଳ ସୁଆଙ୍ଗରେ ସୀମିତ ନୁହେଁ ଦେବେନ୍ଦ୍ରଙ୍କ କଳା ଯାତ୍ରା। ଗତ ୪ ବର୍ଷ ହେଲା ସେ ନିଜେ ଏକ ‘ଲୀଳାଦଣ୍ଡ’ ବା ‘ମିକ୍ସଚର ଦଣ୍ଡ’ ଦଳ ଗଠନ କରିଛନ୍ତି। ଏଥିରେ ସେ ନିଜେ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ଏଥିସହ ସେ ସଙ୍କୀର୍ତ୍ତନରେ ଗାୟକ ଭାବେ ମଧ୍ୟ ସକ୍ରିୟ ଅଛନ୍ତି। ଦେବେନ୍ଦ୍ରଙ୍କ ଦଣ୍ଡ ନୃତ୍ୟ ଶିକ୍ଷାର ପ୍ରଥମ ଗୁରୁ ହେଉଛନ୍ତି ତାଙ୍କ ବାପା ଦଶରଥ। ଦଶରଥ ନିଜେ ମଧ୍ୟ ଜଣେ ଷୋଳ ସୁଆଙ୍ଗ ଦଣ୍ଡର ବୀଣାକାର କଳାକାର। ବାପାଙ୍କ କଳା ପ୍ରତିଭା ଦେଖି ଦଣ୍ଡ ନୃତ୍ୟ ପ୍ରତି ଦେବେନ୍ଦ୍ରଙ୍କ ଆକର୍ଷଣ ସୃଷ୍ଟି ହୋଇଥିଲା। ବାପାଙ୍କ ସମେତ ଗିରିଧାରୀ ଗେଜ, ନିରାକାର ଜେନା, ବିପ୍ର ମହାନନ୍ଦ, ଉଗେଶନ ଷାଣ୍ଢ ଓ ସନାତନ ରନବିଡ଼ା ପ୍ରମୁଖଙ୍କଠାରୁ ସେ ଦଣ୍ଡ ନୃତ୍ୟର ବିଭିନ୍ନ କଳା ଶିକ୍ଷା ଲାଭ କରିଛନ୍ତି। ସୁବର୍ଣ୍ଣପୁର ସମେତ ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୋଳ, ବରଗଡ଼, ଦେବଗଡ଼, କଳାହାଣ୍ଡି, ଖୋର୍ଦ୍ଧା ଜିଲା ସମେତ ଭୁବନେଶ୍ୱରର ବିଭିନ୍ନସ୍ଥାନରେ ଦଣ୍ଡ ନୃତ୍ୟ ପରିବେଷଣ କରି ସେ ପ୍ରଶଂସା ସହ ବିଭିନ୍ନ ସମୟରେ ପୁରସ୍କୃତ ମଧ୍ୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ଦଣ୍ଡ ନୃତ୍ୟର ଭିଡିଓ ପ୍ରଚାରିତ ହେବା ପରେ ତାଙ୍କର କଳା ଆହୁରି ଲୋକପ୍ରିୟ ହେଉଛି। ବିଭିନ୍ନ ସମୟରେ ସରକାରଙ୍କ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଦଣ୍ଡ ନୃତ୍ୟ ମାଧ୍ୟମରେ ପ୍ରଚାର କରିଛନ୍ତି। ଦଣ୍ଡ ନୃତ୍ୟ ପରିବେଷଣରେ ପରିବାରର ସମ୍ପୂର୍ଣ୍ଣ ସହଯୋଗ ମିଳୁଥିବା ସେ କହିଛନ୍ତି। ସାଙ୍ଗସାଥୀ, ଗ୍ରାମବାସୀ ଓ ପ୍ରଶଂସକଙ୍କ ଉତ୍ସାହ ତାଙ୍କୁ ଆହୁରି ଭଲ କରିବା ପାଇଁ ପ୍ରେରଣା ଦେଉଛି। ତେବେ ଏପର୍ଯ୍ୟନ୍ତ ସରକାରୀ ଭାବେ କୌଣସି ସହାୟତା କିମ୍ବା ସହଯୋଗ ପାଇ ନ ଥିବା ସେ କହିଛନ୍ତି। ସରକାରୀ ସହଯୋଗ ମିଳିଲେ ଏହି ପ୍ରାଚୀନ କଳାକୁ ଆହୁରି ଆଗକୁ ନେବା ପାଇଁ ତାଙ୍କର ଉତ୍ସାହ ବଢ଼ିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏହି ପାରମ୍ପରିକ କଳାର ପ୍ରଚାର, ପ୍ରସାର ଓ ସୁରକ୍ଷା ଲକ୍ଷ୍ୟରେ ସେ ଆଗକୁ ମଧ୍ୟ ଷୋଳ ସୁଆଙ୍ଗ ଦଣ୍ଡ ଓ ଶ୍ରୀକୃଷ୍ଣ ଲୀଳାଦଣ୍ଡ ପରିବେଷଣ ଜାରି ରଖିବେ ବୋଲି କହିଛନ୍ତି। ପରିବାରର ୩ ପୁଅଙ୍କ ମଧ୍ୟରୁ ସବୁଠୁ ସାନ ଦେବେନ୍ଦ୍ରଙ୍କ ପରିବାରରେ ସ୍ତ୍ରୀ ଲିପ୍ସା ଓ ଦୁଇ ଝିଅ ଅଛନ୍ତି। ବଡ଼ ଝିଅର ବୟସ ୬ ବର୍ଷ ଓ ସାନ ଝିଅର ବୟସ ୨ ବର୍ଷ। ମାଟ୍ରିକ ପାସ କରିଥିବା ଦେବେନ୍ଦ୍ର ଦଣ୍ଡ ନୃତ୍ୟ ସହ ଧାନ ଚାଷ କରି ଜୀବିକା ନିର୍ବାହ କରୁଛନ୍ତି। ନିଜ ମାଟିର କଳା ଓ ସଂସ୍କୃତିକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାର ତାଙ୍କ ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?