ମସ୍‌ଜିଦରୁ ପାଣି ନେବାରୁ ହିନ୍ଦୁ ପରିବାରକୁ ବନ୍ଧକ ରଖି ନିର୍ଯାତନା

ଇସ୍‌ଲାମାବାଦ,୨୨।୯: ମସଜିଦର ପବିତ୍ରତା ଉଲ୍ଲଂଘନ କରିବା ଲାଗି ଏକ ହିନ୍ଦୁ ପରିବାରକୁ ବନ୍ଧକ କରି ରଖାଯିବା ସହ ନିର୍ଯାତନା ଦିଆଯାଇଛି। ଏଭଳି ଘଟଣା ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଘଟିଥିବା ସେଠାକାର ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।

ଡନ ଖବରକାଗଜରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ ପଞ୍ଜାବର ରହିମ୍ୟାର ଖାନ ସହରର ବସୀନ୍ଦା ଅଲାମ ରାମ ଭିଲ ନିଜ ପରିବାର ସହ କ୍ଷେତରେ କାମ କରୁଥିଲେ। କ୍ଷେତ ପାଖରେ ଥିବା ମସ୍‌ଜିଦରୁ ସେମାନେ ପିଇବା ପାଇଁ ପାଣି ଆଣିଥିଲେ। ଏଥି ଯୋଗୁ ସେଠାକର ଜମି ମାଲିକ ସେମାନଙ୍କୁ ମାଡ଼ ମାରିଥିଲେ। ପରେ ସେମାନଙ୍କୁ ନିଜ ଘରେ ବନ୍ଧକ ରଖି ନିର୍ଯାତନା ଦେଇଥିଲେ ଜମି ମାଲିକ। ତେବେ ଏ ସମ୍ପର୍କରେ ପୋଲିସ ପ୍ରଥମେ ମାମଲା ରୁଜୁ କରି ନ ଥିଲା। କାରଣ ଅଭିଯୁକ୍ତମାନେ ସ୍ଥାନୀୟ ଏମ୍‌ପିଙ୍କ ନିକଟସ୍ଥ, ଯିଏ କି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସରକାରୀ ଦଳ ପାକିସ୍ତାନ ତେହରିକ-ଇ-ଇନସାଫ (ପିଟିଆଇ) ପାର୍ଟିର ସଦସ୍ୟ।
ପୋଲିସ ମାମଲା ରୁଜୁ ନ କରିବାରୁ ଅଳ୍ପ ସଂଖ୍ୟକ ସମ୍ପ୍ରଦାୟର ଅନ୍ୟ ସଦସ୍ୟଙ୍କୁ ଧରି ବିକ୍ଷୋଭ କରିଥିଲେ ଅଲାମ ରାମ। ପିଟିଆଇର ଏମ୍‌ପି ଜାଭେଦ ଓ୍ବାରିଆଚଙ୍କ ହସ୍ତକ୍ଷେପ ପରେ ପୋଲିସ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ ଭାକ୍ସିନର ବୁଷ୍ଟର ଡୋଜ୍‌କୁ ମିଳିଲା ଅନୁମତି: ଦୁର୍ବଳ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିଙ୍କୁ ଦିଆଯିବ ତୃତୀୟ ଡୋଜ୍‌

ଓ୍ବାଶିଂଟନ୍‌,୧୩।୮: ଆମେରିକାରେ କରୋନା ଭ୍ୟାକ୍ସିନର ବୁଷ୍ଟର ଡୋଜ୍‌ର ପ୍ରୟୋଗକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଆମେରିକାରେ ବର୍ତ୍ତମାନ କରୋନାର ହାଇ ରିସ୍କ ଥିବା ରୋଗୀଙ୍କୁ ଟିକାର ତୃତୀୟ...

ଇଣ୍ଡୋନେସିଆରେ ୭.୩ ତୀବ୍ରତାର ଭୂକମ୍ପ

ଜାକର୍ତ୍ତା,୧୪।୭: ପୂର୍ବ ଇଣ୍ଡୋନେସିଆର ମାଲୁକୁ ଦ୍ୱୀପରେ ରବିବାର ୭.୩ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ପ୍ରାୟ ୯ଟା ୧୦ରେ ଏହା ଅନୁଭୂତ ହୋଇଥିବା...

ଘାତକ ସାଜିଛି ଇଂଲିଶ ଚ୍ୟାନେଲ

ପ୍ୟାରିସ/ଲଣ୍ଡନ, ୨୬।୧୧:ଆଟଲାଣ୍ଟିକ୍‌ ମହାସାଗରରେ ଥିବା ଇଂଲିଶ ଚ୍ୟାନେଲର ଲମ୍ବ ୫୬୦ କି.ମି. ଓ ଚଉଡ଼ା ୨୪୦ କି.ମି.। ବିଶ୍ୱର ସବୁଠୁ ବ୍ୟସ୍ତବହୁଳ ଜାହାଜ ଚଳାଚଳ ଲେନ୍‌...

ଗୋଟିଏ ଏଫ୍‌-୩୫ ଯୁଦ୍ଧ ବିମାନ ବଦଳରେ କିଣାଯାଇ ପାରିବ ୩୨୪୪ ଆଇସିୟୁ ଶଯ୍ୟା: ଭାରତର ପ୍ରତିରକ୍ଷା ଖର୍ଚ୍ଚ ୫.୪ ଲକ୍ଷ କୋଟି

ଷ୍ଟକ୍‌ହୋମ୍‌,୩୦।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ବହୁ ଦେଶରେ ସଂକ୍ରମିତଙ୍କୁ ଉପଯୁକ୍ତ ଚିକିତ୍ସା ମିଳିବା ସମ୍ଭବ ହୋଇପାରୁ ନାହିଁ।...

ନେପାଳରେ ରାଜନୈତିକ ସଙ୍କଟ: ପ୍ରଧାନମନ୍ତ୍ରୀଙ୍କ ସଂସଦ ଭଙ୍ଗ ନିଷ୍ପତ୍ତି

କାଠମାଣ୍ଡୁ,୨୦।୧୨: ନେପାଳରେ ରାଜନୈତିକ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ରବିବାର ପୂର୍ବାହ୍ନ ୧୦ଟାରେ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି କ୍ୟାବିନେଟ୍‌ର ଏକ ଜରୁରିକାଳୀନ ବୈଠକ ଡକାଇ...

ରୁଷିଆର ଗୁପ୍ତଚର ବିମାନ ଧ୍ୱସ୍ତ

ମସ୍କୋ/କିଭ୍‌,୧।୩: ବେଲାରୁଷରେ ଥିବା ରୁଷିଆର ଏକ ଏୟାରବେସ୍‌ରେ ଡ୍ରୋନ୍‌ ଆକ୍ରମଣ ହୋଇଛି। ଏଥିରେ ରୁଷୀୟ ସେନାର ଏକ ଗୁପ୍ତଚର ବିମାନ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଆକ୍ରମଣ ବେଳେ...

ପିଲାଟି ଜନ୍ମ ହେବା କ୍ଷଣି ଜଣାପଡ଼ିଲା ବୟସ ୨୭, ମା’ଠାରୁ ମାତ୍ର ଦେଢ଼ ବର୍ଷ ସାନ

ଓ୍ବାଶିଂଟନ,୪ା୧୨: ବିଜ୍ଞାନ ଯେ, ଅଗ୍ରଗତି କରିଛି ତାହା ଅସ୍ବୀକାର କରାଯାଇପାରେନା। କାରଣ ଆମେରିକାରେ ଏମିତି ଶିଶୁ ଜନ୍ମ ନେଇଛି ଯାହାର ବୟସ ୨୭ ବର୍ଷ। ଏପରିକି...

‘ଯୁଦ୍ଧରେ ମଲେଣି ୧୨,୫୦୦ରୁ ଅଧିକ ରୁଷୀୟ ସୈନ୍ୟ; ୩୭୪ ଟ୍ୟାଙ୍କ୍‌, ୭୪ ବିମାନ ଧ୍ୱଂସ’

କ୍ୱିଭ୍‌,୧୩।୩: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଉଛି ୧୮ ତମ ଦିନ। ରୁଷିଆର ଭୟଙ୍କର ଆକ୍ରମଣରେ ୟୁକ୍ରେନର ଅନେକ ସହର ନଷ୍ଟ...

Advertisement
Archives

Model This Week