Posted inଖେଳ

ଆଥଲେଟ୍ସ ଭିଲେଜରେ ଆଉଟଡୋର୍‌ ଡ୍ରିଙ୍କିଙ୍ଗ ପାର୍ଟି

ଟୋକିଓ, ୨ା୮(ଏପି)-କୋଭିଡ୍‌ କଟକଣା ସତ୍ତ୍ୱେ ଅଲିମ୍ପିକ ଆଥଲେଟ୍ସ ଭିଲେଜରେ ଏକ ଆଉଟଡୋର୍‌ ଡ୍ରିଙ୍କିଙ୍ଗ ପାର୍ଟି ହୋଇଥିବା ଖବର ଏବେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଟୋକିଓ ଅଲିମ୍ପିକ ଅଫିସିଆଲମାନେ କହିଛନ୍ତି। ଆୟୋଜକ କମିଟି ସିଇଓ ତୋଶିରୋ ମୁଟୋ କହିଛନ୍ତି, ଶୁକ୍ରବାର ଭିଲେଜସ୍ଥିତ ଏକ ପାର୍କରେ ବିଳମ୍ବିତ ରାତିରେ କେତେଜଣ ଆଥଲେଟ ଏବଂ ଟିମ୍‌ ଅଫିସିଆଲ ମଦ୍ୟପାନ କରିଥିଲେ। ଘଟଣା ପରେ ପୋଲିସ ପହଞ୍ଚତ୍ଥିଲା। ମୁଟୋ କିନ୍ତୁ ଏଥିରେ ଅଂଶଗ୍ରହଣ କରିଥିବା ଆଥଲେଟ ଅବା କୌଣସି ଟିମ୍‌ର ସମ୍ପୃକ୍ତି କିମ୍ବା କ’ଣ ଘଟିଥିଲା, ସେ ସମ୍ପର୍କରେ କୌଣସି ବିବରଣୀ ଦେଇ ନ ଥିଲେ। କୋଭିଡ୍‌ ନିୟମ ଅନୁସାରେ ଏକତ୍ର ହୋଇ ମଦ୍ୟପାନକୁ ବାରଣ କରାଯାଇଥିବା ଟୋକିଓ ଅଲିମ୍ପିକ୍ସରେ ଭାଗ ନେଉଥିବା ୧୧,୦୦୦ ଆଥଲେଟଙ୍କୁ ଗେମ୍ସ ଆରମ୍ଭ ପୂର୍ବରୁ ଚେତାଇ ଦିଆଯାଇଥିଲା। ଆଥଲେଟମାନେ କିନ୍ତୁ ଚାହିଁଲେ ସେମାନଙ୍କ ରୁମ୍‌ରେ ଏକାକୀ ମଦ୍ୟପାନ କରିପାରିବେ ବୋଲି ସେମାନଙ୍କୁ କୁହାଯାଇଥିଲା। କୌଣସି ଆଥଲେଟ ନିୟମ ଉଲ୍ଲଂଘନ କଲେ ତାଙ୍କୁ ଭିଲେଜରୁ ହଟାଇ ଦିଆଯିବ। ସେମାନଙ୍କ ନିକଟରୁ ଅଲିମ୍ପିକ ପ୍ରମାଣପତ୍ର ପ୍ରତ୍ୟାହାର କରିନିଆଯିବ। ମୁଟୋ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି। ରିପୋର୍ଟ ମିଳିବା ପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିକଟରେ ଦୁଇଜଣ ପଦକ ବିଜୟୀ ଆଥଲେଟ ବିନା ଅନୁମତିରେ ଭିଲେଜ ବାହାରକୁ ପର୍ଯ୍ୟଟନରେ ଚାଲିଯାଇଥିବା ଜଣାପଡ଼ିବା ପରେ ସେମାନଙ୍କଠାରୁ ଅଲିମ୍ପିକ ସ୍ବୀକୃତିପତ୍ର ପ୍ରତ୍ୟାହାର କରି ନିଆଯାଇଥିଲା। ଏହି ଆଥଲେଟ୍‌ ଦ୍ୱୟ ହେଲେ ଭାଝା ମାର୍ଗଭେଲାସଭିଲି ଓ ଲାଶା ଶବଦଭାସଭିଲି। ଦୁହେଁ ଜୁଡୋରେ ଜର୍ଜିଆ ପାଇଁ ରୌପ୍ୟ ଜିତିଥିଲେ। ସେମାନଙ୍କ ଇଭେଣ୍ଟ ଶେଷ ହେବାପରେ ଉଭୟଙ୍କୁ ମଙ୍ଗଳବାର ଟୋକିଓ ଟାଓ୍ବାର ନିକଟରେ ଦେଖିବାକୁ ମିଳିଥିଲା। ଏହି ଘଟଣା ପାଇଁ ଜର୍ଜିଆ ଦୂତାବାସ ତରଫରୁ କ୍ଷମାପ୍ରାର୍ଥନା କରାଯାଇଥିଲା। କରୋନା ସଂକ୍ରମଣ ଆଶଙ୍କା ଥିବାରୁ ଆଥଲେଟମାନଙ୍କୁ ଅଲିମ୍ପିକ ବବଲ ଛାଡ଼ି ବାହାରକୁ ନ ଯିବା ଏବଂ ଜାପାନ ବାସିନ୍ଦାଙ୍କ ସହ ମିଳାମିଶା ନ କରିବା ଲାଗି କଡ଼ା ଚେତାବନୀ ଦିଆଯାଇଛି। ସୂଚନାଯୋଗ୍ୟ, ଅଲିମ୍ପିିକ୍ସ ବେଳେ ଟୋକିଓ ଏବଂ ଜାପାନର ଅବଶିଷ୍ଟ ଅଞ୍ଚଳରେ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି। ସ୍ଥାନୀୟ ସରକାରଙ୍କ ପାଇଁ ଏହା ଚିନ୍ତାର କାରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଅଭିଷେକ ଶର୍ମା; ଦ୍ରୁତତମ ଶତକର ରେକର୍ଡ ସ୍ଥାପନ କଲେ

ନୂଆଦିଲ୍ଲୀ,୧୭।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଅଭିଷେକ ଶର୍ମା ମାତ୍ର ୩୦ଟି ବଲରେ ଶତକ ହାସଲ କରିଛନ୍ତି। ଏହି ସଫଳତା ସହିତ ସେ ଭାରତ…

ଜୟ ଶାହାଙ୍କ ଟିମ୍‌ରେ ମିଳିଲା ବଡ଼ ଦାୟିତ୍ୱ, ICCରେ ଇତିହାସ ରଚିଲେ…

ନୂଆଦିଲ୍ଲୀ,୧୭ା୯: ଜିମ୍ବାୱେ କ୍ରିକେଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଇଣ୍ଟରନ୍ୟାସନାଲ କ୍ରିକେଟ୍‌ କାଉନସିଲ୍‌ (ICC) ତୱେଙ୍ଗୱା ମୁକୁହଲାନିଙ୍କୁ ଡେପୁଟି ଚେୟାରମ୍ୟାନ୍‌ ଭାବେ ନିଯୁକ୍ତ କରିଛି…

ପଦକ ଜିତିବାର ଉତ୍ସାହଜନକ ଖବରଠାରୁ ପ୍ରଧାନମନ୍ତ୍ରୀଙ୍କ ଫୋନ କଲ ପର୍ଯ୍ୟନ୍ତ… ମୋଦି ସାଜିଥିଲେ ଖେଳାଳିମାନଙ୍କର ସବୁଠାରୁ ବଡ଼ ‘Cheerleader’

ନୂଆଦିଲ୍ଲୀ,୧୭।୯: ୧୯୫୦ ମସିହା ସେପ୍ଟେମ୍ବର ୧୭ରେ ଜନ୍ମିତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ନିଜର ୭୬ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କର ବ୍ୟକ୍ତିଗତ ସମ୍ପର୍କ…

ପାକିସ୍ତାନ କ୍ରିକେଟରେ ହଇଚଇ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହମ୍ମଦ ରିଜୱାନ

ଇସଲାମାବାଦ,୧୭।୯: ସମ୍ପ୍ରତି ଶେଷ ହୋଇଥିବା ପାକିସ୍ତାନ-ଇଂଲଣ୍ଡ ଟେଷ୍ଟ ସିରିଜ ବିବାଦ ଘେରରେ ରହିଥିଲା। ଦ୍ୱିତୀୟ ଟେଷ୍ଟ ମ୍ୟାଚ ପରେ, ମହମ୍ମଦ ରିଜୱାନ, ଇମାମ-ଉଲ-ହକ ଏବଂ ସଲମାନ ଆଘାଙ୍କ…

ଅବସର ନେଇ ଚକିତ କରାଇଲେ ଏହି ୩୮ ବର୍ଷୀୟ ଖେଳାଳି, କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ,୧୭।୯: ଅଷ୍ଟ୍ରେଲିଆର ଅଭିଜ୍ଞ ୱିକେଟ୍‌କିପର-ବ୍ୟାଟର ମାଥ୍ୟୁ ୱେଡ୍ ବିଗ୍‌ ବାଶ୍‌ ଲିଗ୍‌ (BBL)ରୁ ଅବସର ଘୋଷଣା କରିଛନ୍ତି । ଏହା ପୂର୍ବରୁ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ମଧ୍ୟ…

ଏସିଆ କପ୍‌ ପରେ ହଠାତ୍‌ ଇସ୍ତଫା ଦେଲେ ଅଧିନାୟକ, ନିଷ୍ପତ୍ତିରେ ବୋର୍ଡ ଚକିତ

ଢାକା: ବାଂଲାଦେଶ ମହିଳା କ୍ରିକେଟ ଦଳରେ ହଠାତ୍‌ ହଲଚଲ ସୃଷ୍ଟି ହୋଇଛି। ଏସିଆ କପ୍‌ ୨୦୨୬ ଶେଷ ହେବା ପରେ ନିଗାର ସୁଲତାନା ଟି-୨୦ ଦଳର ଅଧିନାୟକ…

ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା; ଏହି ୨ ନୂଆ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୧୬।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆଗାମୀ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଦଳ ଘୋଷଣା ହୋଇଛି । ଏହି ଚୟନକୁ ନେଇ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ…

WPL : ଅକ୍ଟୋବର ୨୮ରେ ହେବ ନିଲାମ; ଘୋଷଣା କରାଯାଇଛି ଭେନ୍ୟୁ

ନୂଆଦିଲ୍ଲୀ,୧୬।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆଗାମୀ ମହିଳା ପ୍ରିମିୟର ଲିଗ (WPL) ସିଜିନ ପାଇଁ ନିଲାମର ତାରିଖ ଏବଂ ସ୍ଥାନ ଘୋଷଣା କରିଛି। BCCI…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?