ପୂର୍ଣ୍ଣସଂଖ୍ୟା ୧୦୦ରୁ ପରୀକ୍ଷାରେ ୧୫୧ ରଖିଲେ ବିଶ୍ୱବିଦ୍ୟାଳୟ ସ୍ନାତକ ଛାତ୍ର, ସୋସିଆଲ ମିଡ଼ିଆରେ ଭାଇରାଲ…

ଦରଭଙ୍ଗା, ୩୧।୭ :ବିହାରର ଦରଭଙ୍ଗା ଜିଲାରେ ଅବସ୍ଥିତ ଲଲିତ ନାରାୟଣ ମିଥିଲା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ପରୀକ୍ଷାରେ ପୂର୍ଣ୍ଣସଂଖ୍ୟା ୧୦୦ରୁ ୧୫୧ ମାର୍କ ପାଇଛନ୍ତି। ସେ ବିଶ୍ୱବିଦ୍ୟାଳୟରେ ସ୍ନାତକ ପାଠ୍ୟକ୍ରମର ଛାତ୍ର। ସିଲାବସର ପାର୍ଟ-୨ରେ ରାଜନୀତି ବିଜ୍ଞାନର ପେପର -୪ ରେ ସେ ଏହି ମାର୍କ ପାଇଛନ୍ତି। ଛାତ୍ରଙ୍କୁ ମିଳିଥିବା ଆଶ୍ଚର୍ଯ୍ୟଜନକ ମାର୍କ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

୧୦୦ ରୁ ୧୫୧ ମାର୍କ ପାଇଥିବା ଛାତ୍ରଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ଛାତ୍ର ଜଣକ କହିଛନ୍ତି ଯେ ଫଳାଫଳ ଦେଖି ସେ ପ୍ରକୃତରେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଯଦିଓ, ଏହା ଏକ ପ୍ରୋଭିଜନାଲ ମାର୍କ ସିଟ ଥିଲା କିନ୍ତୁ ଫଳାଫଳ ପ୍ରକାଶ କରିବା ପୂର୍ବରୁ ଅଧିକାରୀମାନେ ଏହାକୁ ଯାଞ୍ଚ କରିବା ଉଚିତ।

ସେହି ସମାନ ବିଶ୍ୱବିଦ୍ୟାଳୟର ଅନ୍ୟ ଜଣେ ଛାତ୍ର ଯିଏକି ବିକମ୍‌ ପାର୍ଟ-୨ ପରୀକ୍ଷାରେ ଆକାଉଣ୍ଟିଂ ଏବଂ ଫାଇନାନ୍ସ ପେପର -୪ ରେ ଶୂନ ମାର୍କ ପାଇଛନ୍ତି । ତେବେ ଏହା ସତ୍ତ୍ୱେ ତାଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉନ୍ନୀତ କରାଯାଇଛି। ତେବେ ଏହା ଏକ ଟାଇପିଂ ତ୍ରୁଟି ବୋଲି ବିଶ୍ୱବିଦ୍ୟାଳୟ ସ୍ବୀକାର କରିଛି। ଛାତ୍ରମାନଙ୍କୁ ଏକ ସଂଶୋଧିତ ମାର୍କ ସିଟ ପ୍ରଦାନ କରାଯାଇଛି।

ଲଲିତ ନାରାୟଣ ମିଥୀଲା ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ମୁସ୍ତାକ ଅହମ୍ମଦ କହିଛନ୍ତି ଯେ ଉଭୟ ଛାତ୍ରଙ୍କ ମାର୍କସିଟରେ ଟାଇପିଂ ତ୍ରୁଟି ରହିଛି। ତ୍ରୁଟି ସଂଶୋଧନ କରିବା ପରେ ଦୁଇ ଛାତ୍ରଙ୍କୁ ନୂଆ ମାର୍କ ସିଟ ପ୍ରଦାନ କରାଯାଇଛି। ଏହାର କେବଳ ଏକ ଟାଇପିଂ ତ୍ରୁଟି ଏବଂ ଆଉ କିଛି ନୁହେଁ ।


Enter your email to get our daily news in your inbox.

All Right Reserved By Dharitri.Com

ବିଷ ପିଇଥିବା ମହିଳାଙ୍କ ପାଟିରୁ ବାହାରିଲା ନିଆଁ: ଆଶ୍ଚର୍ଯ୍ୟ ହେଲେ ଡାକ୍ତର

ଆଲିଗଡ଼,୧୭।୫: ଆଲିଗଡ ମୁସଲିମ ୟୁନିଭର୍ସିିଟିର ଜେଏନ୍‌ ମେଡିକାଲ କଲେଜରେ ଗତ ବୁଧବାର ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ଜଣେ ମହିଳା ବିଷ...

କମ୍ପ୍ୟୁଟର ବାବାଙ୍କ ଆଶ୍ରମରୁ ମିଳିଲା ବନ୍ଧୁକ, ଖଣ୍ଡା

ଇନ୍ଦୋର,୮।୧୧:ମଧ୍ୟପ୍ରଦେଶର ୨୮ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ସମୟରେ ସରକାରଙ୍କ ବିରୋଧରେ ‘ଲୋକତନ୍ତ୍ର ବଚାଓ’ ଯାତ୍ରା ଆରମ୍ଭ କରିଥିବା କମ୍ପ୍ୟୁଟର ବାବା ଓରଫ୍‌ ନାମଦେବ ଦାସ...

ନୂଆ ଦଳ ଘୋଷଣା କଲେ ଗୁଲାମ ନବୀ ଆଜାଦ

ଶ୍ରୀନଗର,୨୬।୯: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଏକ ନୂତନ ଦଳ ଘୋଷଣା କରିଛନ୍ତି। ତାଙ୍କ ଦଳର ନାମ ହେଉଛି ‘ଡେମୋକ୍ରାଟିକ ଆଜାଦ...

୩୮ ବର୍ଷ ପରେ ମିଳିଲା ଶହୀଦଙ୍କ କଙ୍କାଳ

ଶ୍ରୀନଗର,୧୪।୮: ୧୯୮୪ରେ ସିଆଚେନରେ ହିମସ୍ଖଳନରେ ପୋତି ହୋଇ ଶହୀଦ ହୋଇଥିବା ଲାନ୍ସନାୟକ ଚନ୍ଦ୍ରଶେଖର ହାର୍ବୋଲାଙ୍କ କଙ୍କାଳ ମିଳିଛି। ୧୬ ହଜାର ଫୁଟ ଗଭୀର ତଳୁ ଚନ୍ଦ୍ର...

ଭାରତର ସାମର୍ଥ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ବିବେକାନନ୍ଦ

ନୂଆଦିଲ୍ଲୀ,୧୨।୧: ଭାରତର ପ୍ରକୃତ ସାମର୍ଥ୍ୟ ସମ୍ପର୍କରେ ସ୍ବାମୀ ବିବେକାନନ୍ଦ ସୂଚନା ଦେଇଥିଲେ। ତାଙ୍କର ଅମର ବାଣୀ ଦେଶବାସୀଙ୍କୁ ସବୁବେଳେ ପ୍ରେରଣା ଦେଉଥିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଟିକା ନେବା ପରେ ଗଲାଣି ୧୮୦ ଜୀବନ

ନୂଆଦିଲ୍ଲୀ, ୧୦।୪: ଭାରତରେ କୋଭିଡ୍‌ ଟିକା ନେବା ପରେ ମାର୍ଚ୍ଚ ୩୧ ମଧ୍ୟରେ ୧୮୦ ଜଣଙ୍କର ମୃତ୍ୟୁ ହେଲାଣି। ୭୫ ପ୍ରତିଶତ ମୃତ୍ୟୁ ଟିକା ନେବାର...

କବାଟ ସନ୍ଧିରେ ଏଭଳି ଲୁଚି ରହିଥିଲା ଅହିରାଜ, ଫଣା ଟେକି…

ସୋସିଆଲ ମିଡିଆରେ ପ୍ରତ୍ୟେହ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓ ପ୍ରେରଣାଦାୟୀ ହୋଇଥିବା ବେଳେ କିଛି ଦେଖି ଲୋକେ ଚକିତ...

ବଦ୍ରିନାଥରୁ ଫେରୁଥିବା ତୀର୍ଥଯାତ୍ରୀଙ୍କ ବସ୍‌ ଉପରେ ଖସିଲା ପଥର ଖଣ୍ଡ

ଚାମୋଲି,୬।୮: ଉତ୍ତରାଖଣ୍ଡ ଚାମୋଲି ଜିଲାର ଲାମ୍ବାଗଡ଼ରେ ମଙ୍ଗଳବାର ସକାଳେ ଭୂସ୍ଖଳନ ହୋଇଛି। ଫଳରେ ପାହାଡ଼ରୁ ବଡ଼ ବଡ଼ ପଥର ଖଣ୍ଡମାନ ଖସି ରାସ୍ତାରେ ପଡ଼ିଥିଲା। ସେହି...

Advertisement
Archives

Model This Week