ଅକ୍ଟୋବର ସୁଦ୍ଧା ସରିବ ପୋଲିସ ଏସ୍‌ଆଇ ପରୀକ୍ଷା

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପ୍ରଶ୍ନପତ୍ର ଲିକ୍‌ ଓ ନିଯୁକ୍ତି ଅନିୟମିତା ଯୋଗୁ ଦେଢ଼ବର୍ଷ ଧରି ପୋଲିସ ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ) ପରୀକ୍ଷା ଅନିଶ୍ଚିତତା ଭିତରେ ରହିଥିବାବେଳେ ଇତିମଧ୍ୟରେ ବହୁ ଆବେଦନକାରୀଙ୍କ ବୟସ ବଢ଼ିଯାଇଛି। କେବେ ପରୀକ୍ଷା ହେବ ସେନେଇ ବିଜ୍ଞପ୍ତି ପ୍ରକାଶ ପାଉ ନ ଥିବାରୁ ଆଶାୟୀମାନେ ନିରାଶ ହୋଇପଡିବା ସହ ବୁଧବାର ଆନ୍ଦୋଳନକୁ ଓହ୍ଲାଇଥିଲେ। ଏପରିସ୍ଥିତିରେ ଓଡ଼ିଶା ୟୁନିଫର୍ମ ସେବା ଷ୍ଟାଫ ସିଲେକ୍ସନ କମିଶନ(ଓୟୁଏସଏସଏସସି) ଅଧ୍ୟକ୍ଷ ରଶ୍ମିରଞ୍ଜନ ସ୍ୱାଇଁଙ୍କ ସୂଚନା ସେମାନଙ୍କୁ ଆଶ୍ୱସ୍ତି ଦେଇଛି। ସେ କହିଛନ୍ତି, ଚଳିତବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଏସ୍‌ଆଇ ପରୀକ୍ଷା ଶେଷ ହେବ। ପ୍ରଶ୍ନପତ୍ର ଲିକ ମାମଲାରେ ବଞ୍ଚତ୍ତ ଛାତ୍ରୀଛାତ୍ର ପୁଣି ପରୀକ୍ଷା ଦେଇପାରିବେ। ଯେଉଁ ପରୀକ୍ଷାର୍ଥୀଙ୍କ ବୟସ ଗଡ଼ିଯାଇଛି, ସେମାନେ ବି ପରୀକ୍ଷା ଦେଇପାରିବେ। ଆବେଦନକାରୀଙ୍କ ସଂଖ୍ୟାରେ ମଧ୍ୟ ପରିବର୍ତ୍ତନ କରାଯିବନାହିଁ। ପରୀକ୍ଷା ପାଟର୍ନ କିମ୍ୱା ସିଲାବସ୍‌ରେ କୌଣସି ପ୍ରକାରର ପରିବର୍ତ୍ତନ କରାଯିବ ନାହିଁ। ତ୍ରୁଟିଶୂନ୍ୟ ପରୀକ୍ଷା କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଅଧ୍ୟକ୍ଷ ସ୍ୱାଇଁ କହିଛନ୍ତି।
ସୂଚନା ଅନୁସାରେ, ଓଡ଼ିଶା ପୋଲିସ ସବ୍‌-ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ଦୁର୍ନୀତି ୨୦୨୫ ସେପ୍ଟେମ୍ୱରରେ ସାମ୍ନାକୁ ଆସିଥିଲା। ପରୀକ୍ଷାର ଠିକ୍‌ ୫ଦିନ ପୂର୍ୱରୁ ପ୍ରଶ୍ନପତ୍ର ଲିକ୍‌ ଓ ନିଯୁକ୍ତି ଅନିୟମିତତାରେ ବଡ଼ ଆନ୍ତଃରାଜ୍ୟ ର଼୍ୟାକେଟର ସମ୍ପୃକ୍ତି ଜଣାପଡିଥିଲା। ପ୍ରଶ୍ନପତ୍ର ଓ ତା’ର ଉତ୍ତର ଅଭ୍ୟାସ ପାଇଁ ପରୀକ୍ଷାର୍ଥୀଙ୍କୁ ରାଜ୍ୟ ବାହାରକୁ ନିଆଯାଉଥିଲା। ଏଥିପାଇଁ ଜଣକ ପିଛା ୧୫ରୁ ୨୫ ଲକ୍ଷ ଟଙ୍କା ନିଆଯାଇଥିଲା। ତେବେ ବସ୍‌ରେ ପରୀକ୍ଷାର୍ଥୀଙ୍କୁ ରାଜ୍ୟ ବାହାରକୁ ନିଆଯାଉଥିବାବେଳେ ପ୍ରଥମେ ବ୍ରହ୍ମପୁର ପୋଲିସ ଧରିବା ସହ ର଼୍ୟାକେଟର ପର୍ଦ୍ଦାଫାଶ କରିଥିଲା। ପରେ ଏହି ମାମଲା ହାଇକୋର୍ଟରେ ପହଞ୍ଚତ୍ୱାବେଳେ ତଦନ୍ତ ଭାର ସିବିଆଇ ନେଇଥିଲା। ଏଥିସହ ପରୀକ୍ଷାକୁ ବାତିଲ କରାଯାଇଥିଲା। ଗତବର୍ଷଠାରୁ ଏହି ଦୁର୍ନୀତି ମାମଲାର ତଦନ୍ତ ସିବିଆଇ କରୁଛି। ପୋଲିସ ଓ ସିବିଆଇ ମୁଖ୍ୟ ଅଭିଯୁକ୍ତ, ମଧ୍ୟସ୍ଥ, ପରୀକ୍ଷାର୍ଥୀଙ୍କ ସମେତ ୧୦୦ରୁ ଅଧିକ ଜଣଙ୍କୁ ଗିରଫ କରିଥିବାବେଳେ ସିବିଆଇ ୧୬ଜଣଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri