ଆରମ୍ଭ ହେଲା କରୋନାର ଚତୁର୍ଥ ଲହର!

ନୂଆଦିଲ୍ଲୀ,୧୦ ।୪: କରୋନା ସଂକ୍ରମଣ ପୁଣିଥରେ ଦେଶରେ ମୁଣ୍ଡ ଟେକିଲାଣି । ଦେଶର କିଛି ରାଜ୍ୟରେ ସଂକ୍ରମିତଙ୍କ ସଖ୍ୟା ବଢୁଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ମିଡିଆ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ, ହରିୟାଣା ଓ ଗୁଜରାଟରେ ଗତ ଏକ ସପ୍ତାହ ମଧ୍ୟରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦୫୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୦ରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ଟିକାକରଣ ଦ୍ରୁତ ଗତିରେ ଚାଲିଥିବା ବେଳେ ସରକାରଙ୍କ ତରଫରୁ ବୁଷ୍ଟର ଡୋଜ ସମସ୍ତେ ନେବାକୁ ଅପିଲ କରାଯାଇଛି ।
ବିଭିନ୍ନ ରାଜ୍ୟରେ ବେଳକୁ ବେଳ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ କେରଳ, ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର ଓ ମିଜୋରାମ ସରକାରଙ୍କୁ କେନ୍ଦ୍ର ସରକାର ପତ୍ର ଲେଖିଛନ୍ତି । ଏଥିରେ ସ୍ୱାସ୍ଥ୍ୟ ସଚିବ ରାଜ୍ୟରେ ସତର୍କତା ବଢାଇବା ଓ ସଂକ୍ରମିତଙ୍କ ବୃଦ୍ଧି ଉପରେ ନଜର ଦେବାକୁ କହିଛନ୍ତି । ଚାରି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଲେଖାଯାଇଥିବା ଚିଠିରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେଉଁଠି କରୋନା ସଂକ୍ରମଣ ବୃଦ୍ଧି ହେଉଛି ସେଠାରେ ବିଶେଷ ଧ୍ୟାନ ଦିଆଯାଉ ।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁୟାରୀ ୧୬ରେ କୋ-ଓ୍ବିନ୍‌ ଆପ୍‌ର ଲୋକାର୍ପଣ କରିବେ ମୋଦି

ନୂଆଦିଲ୍ଲୀ,୧୩।୧: ଦେଶରେ କରୋନା ମହାମାରୀ ବିରୋଧରେ ଲଢ଼େଇ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଏନେଇ ସାର୍ବଜନୀକ ପ୍ରତିଷେଧକ ଟିକାକରଣ ଜାନୁୟାରୀ ୧୬ରୁ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମର...

କରୋନା ପ୍ରତିହତ ପାଇଁ ଗାଁର ପ୍ରବେଶ ପଥକୁ ବନ୍ଦ କଲେ ଯୁବଗୋଷ୍ଠୀ

ବିଜେପୁର, ୨୮।୩(ଡି.ଏନ୍‌.ଏ.): କରୋନା ସଂକ୍ରମଣ ପ୍ରତିହତ କରିବାକୁ ସାମାଜିକ ଦୂରତା ନିହାତି ଆବଶ୍ୟକ। ଏହାକୁ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ସମଗ୍ର ଦେଶରେ ୨୧ଦିନିଆ ଲକ୍‌ଡାଉନ...

ହ୍ରିତିକ୍‌ ରୋଶନଙ୍କ ଭଳି ଡ୍ୟାନ୍ସ କରି ଚର୍ଚ୍ଚାରେ ୭୦ବର୍ଷୀୟ ଡାକ୍ତର

ଜୟପୁର,୨୪।୧୨: ଡାନ୍ସର ଅଙ୍କଲ, ଡାନ୍ସର ଚାଚା ପରେ ଏବେ ଇଣ୍ଟରନେଟ ଦୁନିଆରେ ସେନ୍‌ସେସନ୍‌ ପାଲଟିଛନ୍ତି ଡାନ୍ସର ଡାକ୍ତର। ୭୦ବର୍ଷ ବୟସରେ ଉକ୍ତ ଡାକ୍ତର ଜଣକ ବଲିଉଡ୍‌...

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଜଣେ ଅନ୍ତେବାସୀଙ୍କ ଅସ୍ବାଭାବିକ ଆଚରଣ, କର୍ମଚାରୀ ରାତି ଅନିଦ୍ରା

କଣ୍ଟାପଡ଼ା,୧୩ା୫(ଡି.ଏନ୍‌.ଏ.): କଟକ ଜିଲା କଣ୍ଟାପଡ଼ା ପଞ୍ଚାୟତର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ମଙ୍ଗଳବାରଠାରୁ ରହିଥିବା ଜଣେ ପ୍ରବାସୀ ଅନ୍ତେବାସୀଙ୍କ ପାଇଁ ଉକ୍ତ କେନ୍ଦ୍ର ଦାୟିତ୍ୱରେ ରହିଥିବା କର୍ମଚାରୀମାନଙ୍କୁ ରାତି...

ଟାର୍ଗେଟ କିଲିଂ ବିରୋଧରେ ସୁରକ୍ଷାକର୍ମୀଙ୍କ ବହୁସ୍ତରୀୟ ରଣନୀତି…

ଶ୍ରୀନଗର,୧୯।୧୦: ଜମ୍ମୁ-କଶ୍ମୀରରେ ଜାରି ରହିଥିବା ଟାର୍ଗେଟ କିଲିଂ ବିରୋଧରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ବହୁସ୍ତରୀୟ ରଣନୀତି ପ୍ରସ୍ତୁତ କରାଯାଇଛି। ଖୋଜି ଖୋଜି ଆତଙ୍କବାଦୀଙ୍କୁ ବାହାର କରିବାକୁ...

ଉଦ୍ଧବ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ, ଆଦିତ୍ୟ ଶିକ୍ଷାମନ୍ତ୍ରୀ

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ରରେ ସରକାର ଗଢିବାକୁ ଶିବସେନା ମେଣ୍ଟର ସାହାରା ନେଇଛି। ଏବେ ଏନ୍‌ସିପି ଓ କଂଗ୍ରେସ ସହ ମିଶି ଶିବସେନା ସରକାର ଗଢିବାକୁ ପ୍ରସ୍ତୁତ। ଏହାକୁ...

ମୋଦିଙ୍କ ସାକ୍ଷାତକୁ ନେଇ ଉଦ୍ଧବ କହିଲେ, ମୁଁ ନଓ୍ବାଜ ସରିଫଙ୍କୁ ଭେଟିବାକୁ ଯାଇ ନ ଥିଲି

ନୂଆଦିଲ୍ଲୀ,୮।୬: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଙ୍ଗଳବାର ଦିଲ୍ଲୀରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ସମ୍ପର୍କ ଏବଂ ସାକ୍ଷାତ ସମ୍ପର୍କରେ ପଚରାଯାଇଥିବା...

କୋଭିଶିଲ୍ଡ ପରେ କୋଭାକ୍ସିନ୍‌କୁ ମଞ୍ଜୁରୀ

ନୂଆଦିଲ୍ଲୀ, ୩।୧: ଭାରତର ଔଷଧ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ବିଶେଷଜ୍ଞ କମିଟି ଶୁକ୍ରବାର ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ପ୍ରସ୍ତୁତ କୋଭିଶିଲ୍ଡ ଟିକାକୁ ଅନୁମୋଦନ ଲାଗି ସୁପାରିସ କରିବା ପରେ...

Advertisement
Archives

Model This Week