ବ୍ରହ୍ମପୁର ଅଫିସ,୨୩।୫: ବ୍ରହ୍ମପୁର ମହାନଗର ନିଗମ (ବିଏମ୍ସି) ଅନ୍ତର୍ଗତ ବିଭିନ୍ନ ୱାର୍ଡରେ ସାହି ଓ ପୋଖରୀଗୁଡିକୁ ସ୍ବଚ୍ଛତା ଲକ୍ଷ୍ୟରେ ବିଏମ୍ସି ପକ୍ଷରୁ ବିଭିନ୍ନ ୱାର୍ଡରେ ଆମ ଶାୈଚାଳୟ ନିର୍ମାଣ କରାଯାଇଛି। ଯେଉଁଠାରେ ଉଭୟ ପୁରୁଷ ଓ ମହିଳାଙ୍କ ନିମନ୍ତେ ପାଇଖାନା ବ୍ୟବସ୍ଥା ସହ ପାଣି ସୁବିଧା ମଧ୍ୟ ରହିଛି। କିନ୍ତୁ ଏହି ଶାୈଚାଳୟଗୁଡିକୁ ପରିଷ୍କାର ପରିଚ୍ଛନ୍ନ ରଖାଯାଉ ନ ଥିବାରୁ ସ୍ଥାନୀୟ ବାସିନ୍ଦା ଏହି ଶୌଚାଳୟ ବ୍ୟବହାର କରୁ ନ ଥିବା ଦେଖିବାକୁ ମିଳିଛି। ଫଳରେ ଲୋକେ ସ୍ଥାନୀୟ ପୋଖରୀ ଉପରେ ନିର୍ଭର କରିବାରୁ ପାଣି ଦୂଷିତ ହେଉଛି। ଏହା ଦେଖିବାକୁ ମିଳିଛି ବ୍ରହ୍ମପୁର ମହାନଗର ନିଗମ ୧୦ ନଂ. ୱାର୍ଡ ଅନ୍ତର୍ଗତ ଆଇନା ବନ୍ଧସାହିରେ। ଏହି ସାହିରେ ଥିବା ରାଜୀବ ଆବାସ ଆପାର୍ଟମେଣ୍ଟ ନିକଟରେ ଆମ ଶାୈଚାଳୟ ନିର୍ମାଣ କରାଯାଇଛି। ଯେଉଁଠାରେ ଉଭୟ ପୁରୁଷ ଓ ମହିଳାଙ୍କ ନିମନ୍ତେ ପାଇଖାନା ବ୍ୟବସ୍ଥା ରହିଛି। କିନ୍ତୁ ଏହାକୁ ସଫେଇ ହେଉ ନ ଥିବାରୁ ବର୍ତ୍ତମାନ ଏହା ଅବ୍ୟବହୃତ ଭାବେ ପଡି ରହିଛି। ଫଳରେ ସ୍ଥାନୀୟ ବାସିନ୍ଦା ଆଇନା ବନ୍ଧ ପୋଖରୀ ଉପରେ ନିର୍ଭର କରୁଛନ୍ତି। ଫଳରେ ପୋଖରୀ ପାଣି ଦୂଷିତ ହେବା ସହ ପରିବେଶ ମଧ୍ୟ ପ୍ରଦୂଷିତ ହୋଇଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ, ବିଏମ୍ସି ପକ୍ଷରୁ ଆମ ଶାୈଚାଳୟ ନିର୍ମାଣ କରାଯାଇଛି ସତ କିନ୍ତୁ ବ୍ୟବହାର ପାଇଁ ପାଣି ସୁବିଧା ନ ଥିବା ବେଳେ ପରିଷ୍କାର ପରିଚ୍ଛନତା କ୍ଷେତ୍ରରେ କାୈଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଏପରିକି ଶାୈଚାଳୟ ନିକଟରେ ଥିତ୍ବା ଷ୍ଟ୍ରିଟ ଲାଇଟ ମଧ୍ୟ ଦୀର୍ଘ ଦିନ ଧରି ଜଳୁ ନାହିଁ। ଏ ନେଇ ସ୍ଥାନୀୟ ଲୋକ ପ୍ରତିନିଧିଠାରୁ ଆରମ୍ଭ କରି ବିଏମ୍ସି କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା କାୈଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଏଣୁ ଶାୈଚାଳୟରେ ପରିଷ୍କାର ପରିଚ୍ଛନତା ସହ ଆଲୋକୀକରଣ ବ୍ୟବସ୍ଥା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ଏ ନେଇ କର୍ପୋରେଟର ବିଷ୍ଣୁ ପ୍ରିୟା ସାହୁଙ୍କ ସହ ଯୋଗାଯୋଗ ବେଳେ କହିଛନ୍ତି, ସଫେଇ କର୍ମଚାରୀ ନିୟୋଜିତ ହୋଇଥିବା ସତ୍ତ୍ୱେ ଆସୁ ନାହାନ୍ତି। ଏ ନେଇ ବିଏମ୍ସି କର୍ତ୍ତୃପକ୍ଷଙ୍କୁ ଅବଗତ ମଧ୍ୟ କରାଯାଇଛି। କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ।
ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ
ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼…
ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ
ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…
ଜମି ପାଣି ବିବାଦରୁ ସାଂଘାତିକ ଆକ୍ରମଣ: ସରପଞ୍ଚଙ୍କ ସ୍ୱାମୀଙ୍କୁ ହାଣିଥିବା ୩ ଦୁର୍ବୃତ୍ତଙ୍କୁ କୋର୍ଟଚାଲାଣ କଲା ଦିଗପହଣ୍ଡି ପୋଲିସ
ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ କାମିନୀ ନାୟକଙ୍କ ସ୍ୱାମୀ ଟୁନା ନାୟକଙ୍କୁ ଯୋଜନାବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା…
ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା
ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…
କେଏସୟୁବି କଲେଜ୍ ରେ ୩୫ ପ୍ରାର୍ଥୀ, ସାବିତ୍ରୀ ମହିଳା ମହାବିଦ୍ୟାଳୟର ସମସ୍ତ ପ୍ରାର୍ଥୀନୀ ନିର୍ଦ୍ୱନ୍ଦରେ ନିର୍ବାଚିତ
ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲା…
‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’
ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…
ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୪ ପ୍ରାର୍ଥୀ , ଦ୍ବିି – ମୁଖି ପ୍ରତିଦ୍ବନ୍ଦିତା
ଦିଗପହଣ୍ଡି,୧୦|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରୀ ଛାତ୍ର ଙ୍କ…
ନ୍ୟାଶନାଲ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା
ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍…

