ଆମ ଅପାରଗତା

ବିଶ୍ୱର ବାର୍ଷିକ ମୁଣ୍ଡପିଛା ହାରାହାରି ମୋଟ ଘରୋଇ ଉତ୍ପାଦ(ଜିଡିପି)୧୨,୨୦୦ ଆମେରିକୀୟ ଡଲାର(ୟୁଏସ୍‌ଡି)। ହିସାବରେ ଏହା ବର୍ଷକୁ ମୁଣ୍ଡ ପିଛା ପ୍ରାୟ ୯.୬ ଲକ୍ଷ ଟଙ୍କା ବା ମାସକୁ ୮୦ ହଜାର ଟଙ୍କା। ଅର୍ଥାତ୍‌, ଯଦି ସାରା ବିଶ୍ୱର ଜିଡିପି, ସମସ୍ତ ସାମଗ୍ରୀ ଓ ସେବାକୁ ନେଇ ତାହାକୁ ବିଶ୍ୱ ଜନସଂଖ୍ୟା ସହ ଭାଗ କରିବା ତେବେ ଆମେ ଉପର ପ୍ରଦତ୍ତ ସଂଖ୍ୟାସବୁ ପାଇବା। ୨୦୧୩ରେ ବାଂଲାଦେଶର ମୁଣ୍ଡ ପିଛା ଜିଡିପି ୯୮୧ ୟୁଏସ୍‌ଡି ଥିଲାବେଳେ ଭାରତର ଏହା ଥିଲା ୧୪୪୯ ୟୁଏସ୍‌ଡି। ୧୯୭୧ ଯୁଦ୍ଧ ପରେ ବାଂଲାଦେଶ ଜନ୍ମଲାଭ କଲାବେଳେ ନିଜ ସ୍ଥିତି ବଜାୟ ରଖିବାକୁ ଅଧିକ ଆର୍ଥିକ ଉପତ୍ାଦନକ୍ଷମ ଦେଶ ହେବ ବୋଲି ଚିନ୍ତା କରାଯାଉ ନ ଥିଲା। ଆମେରିକାର ଖ୍ୟାତନାମା ପରରାଷ୍ଟ୍ର ସଚିବ ହେନେରୀ କିସିଙ୍ଗର ବି ବାଂଲାଦେଶକୁ ଏକ ‘ବାସ୍କେଟ କେସ୍‌’ ଭାବେ ଉଲ୍ଲେଖ କରିଥିଲେ। ହେଲେ ୨୦୧୪ ପରେ ବାଂଲାଦେଶ ଭାରତ ନିକଟରେ ପହଞ୍ଚତ୍ବାର ଯାତ୍ରା ଆରମ୍ଭ କଲା। ୨୦୧୬ରେ ଏହା ଭାରତର ପ୍ରାୟ ପାଖାପାଖି ହୋଇଗଲା। ଏହି ସମୟରେ ବାଂଲାଦେଶର ମୁଣ୍ଡପିଛା ଜିଡିପି ୧୬୭୯ ୟୁଏସ୍‌ଡି ଥିବାବେଳେ ଭାରତର ଥିଲା ୧୭୩୨ ୟୁଏସ୍‌ଡି। ପରେ ଆମେ ସେମିତି ରହିଗଲୁ ଓ ବାଂଲାଦେଶ ଆମକୁ ଟପିଗଲା। ବିଶ୍ୱବ୍ୟାଙ୍କ ତଥ୍ୟ ଅନୁଯାୟୀ, ୨୦୨୧ରେ ବାଂଲାଦେଶର ମୁଣ୍ଡପିଛା ଜିଡିପି ୨୫୦୩ ୟୁଏସ୍‌ଡି ଥିବାବେଳେ ଭାରତର ରହିଛି ୨୨୭୭ ୟୁଏସ୍‌ଡି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) କହେ ଯେ, ବାଂଲାଦେଶ ନିକଟ ଭବିଷ୍ୟତରେ ଭାରତଠାରୁ ଆଗେଇ ଯିବାର ସମ୍ଭାବନା ରହିଛି। ଏବେ ଏକ ନୂଆ ବିଷୟ ଉଲ୍ଲେଖ କରିବାର ଆବଶ୍ୟକତା ରହିଛି, ଯାହା ଉପରେ ଧ୍ୟାନ ଦେବା ଦରକାର। ପ୍ରଥମେ, ଏଠି ଆମର ପ୍ରଦର୍ଶନକୁ ନେଇ ଆମେ ସମସ୍ତେ ନିରାଶ ହେବା ଉଚିତ। ଅନ୍ୟପକ୍ଷରେ ବାଂଲାଦେଶ ଯାହା ହାସଲ କରିଛି ତାହାକୁ ଆମେ ସ୍ବୀକାର କରିବା ସହ ପ୍ରଶଂସା ମଧ୍ୟ କରିବା ଦରକାର। ଏକ ‘ବାସ୍କେଟ କେସ୍‌’ରୁ ପୋଷାକ ରପ୍ତାନିରେ ବୈଶ୍ୱିକ ଚାମ୍ପିୟନ ହେବା ଏତେ ସହଜ ନୁହେଁ, କିନ୍ତୁ ବାଂଲାଦେଶ ତାହା ହାସଲ କରିଛି। ପରବର୍ତ୍ତୀ ବିଷୟଟି ହେଉଛି, ଆମର କେଉଁଠି ଭୁଲ୍‌ ହୋଇଛି ତାହା ନିଜକୁ ପଚାରିବା ଦରକାର। ଏହା ଏତେ ସହଜ ନୁହେଁ। କାରଣ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ଖରାପ କରୁଥିବା କଥା ଉଠିଲେ ଭାରତ ତାହାକୁ ଗ୍ରହଣ କରେ ନାହିଁ। ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଯଦି ଜଣେ ଶୁଣିବ କିମ୍ବା ଗଣମାଧ୍ୟମରେ ବ୍ୟାଖ୍ୟାକୁ ଲକ୍ଷ୍ୟ କରିବ, ତେବେ ଜାଣିପାରିବ ଯେ, ସେହି ଅନୁସାରେ ଆମକୁ ଲକ୍ଷ୍ୟ ପ୍ରାପ୍ତ ହୋଇନାହିଁ। ଭାରତକୁ ଏକ ଦ୍ରୁତ ବିକାଶମୁଖୀ ଅର୍ଥ ବ୍ୟବସ୍ଥା କୁହାଯାଉଛି, ହେଲେ ଏହା ହିଁ ତାହାର ଫଳ। ଆମେ ଭାବୁଛୁ ଆମର କୌଣସି ସମସ୍ୟା ନାହିଁ। ସେଥିପାଇଁ ଆମ ସ୍ଥିତି ଉପରେ ପ୍ରକାଶ କରିବାର ଆବଶ୍ୟକତା ଥିବା ଅନୁଭବ କରୁନାହୁଁ କି ନିଜକୁ ସଂଶୋଧନ କରିବା ଦରକାର ବୋଲି ବିଚାର କରୁନାହଁୁ।
ବାଂଲାଦେଶ ଆମକୁ ଟପିଯାଇଛି ବୋଲି ଯଦି ନ କହୁ ତେବେ ସେଥିରେ କିଛି ସମସ୍ୟା ରହିବ ନାହିଁ। ଯଦି କହିବା, ତେବେ ଜାଣିବା ଯେ ଆମର ସମସ୍ୟା ରହିଛି। କିଛିଦିନ ପୂର୍ବରୁ ସୋସାଇଟି ଅଫ୍‌ ଇଣ୍ଡିଆନ୍‌ ଅଟୋମୋବାଇଲ ମାନୁଫାକଚର୍ସ ମାର୍ଚ୍ଚ ୨୦୨୦ ଯାଏ ସେମାନଙ୍କ ଉପତ୍ାଦର ୫ ବର୍ଷର ଘରୋଇ ବିକ୍ରି ସମ୍ପର୍କରେ ତଥ୍ୟ ପ୍ରକାଶ କରିଥିଲେ। ସୋସାଇଟିର ନିଷ୍କର୍ଷ ଥିଲା ଯେ, ସେମାନଙ୍କ ସେକ୍ଟର ଏକ ଢାଞ୍ଚାଗତ, ଦୀର୍ଘମିଆଦୀ ଏବଂ ଗମ୍ଭୀର ମାନ୍ଦାବସ୍ଥାରେ ଥିଲା। ଭାରତର ମୋଟ ମାନୁଫାକ୍‌ଚରିଂ ସେକ୍ଟର ଅଧା ହେଉଛି ଅଟୋମୋବାଇଲ ସେକ୍ଟର। ୨୦୧୪ରେ ମାନୁଫାକ୍‌ଚରିଂ ଜିଡିପି ଥିଲା ୧୬%, ଯେଉଁଥିରେ ଅଟୋମୋବାଇଲ ସେକ୍ଟରର ଅବଦାନ ରହିଥିଲା ଜିଡିପିର ୮%। ଅଟୋମୋବାଇଲଗୁଡ଼ିକର ବିକ୍ରିରେ ମାନ୍ଦାବସ୍ଥା କାରଣରୁ ଜିଡିପିରେ ମାନୁଫାକ୍‌ଚରିଂର ଶେୟାର ୨୦୨୧ରେ ୧୩%କୁ ଖସିଲା ଏବଂ ଏବେ ସମ୍ଭବତଃ ଏହାଠାରୁ କମ୍‌ରେ ରହିଛି। ମାନୁଫାକ୍‌ଚରିଂ କ୍ଷେତ୍ରରେ ଅଧିକାଂଶ ବିକାଶଶୀଳ ଦେଶ ଚାକିରି ସୃଷ୍ଟି ପାଇଁ ଚେଷ୍ଟା କରିଥାନ୍ତି। ହେଲେ ଲୋକମାନଙ୍କୁ ଅଧିକ ଚାକିରି ଯୋଗାଇ ଦେବାରେ ଭାରତ ଅକ୍ଷମ ହୋଇଛି ଓ ଏଥିରୁ ସେକ୍ଟର ବୃଦ୍ଧି କରିବାରେ ଭାରତର ଅପାରଗତାକୁ ବୁଝାଯାଇପାରେ। ପ୍ରକାଶ ପାଇଥିବା ସଂଖ୍ୟା ଆମକୁ କହେ ଯେ, କେବଳ ବଢ଼ାଇବାରେ ଅକ୍ଷମ ନୁହେଁ, ବରଂ ଆମେ ଯେଉଁ ସ୍ଥିତିରେ ରହିଥିଲୁ ତାହାକୁ ବଜାୟ ରଖିବାକୁ ଏହା ସକ୍ଷମ ହୋଇନାହିଁ।
ଆମେ ନିଜକୁ ବିଶ୍ୱଗୁରୁ ଭାବେ ଅଭିହିତ କରୁଛୁ। ଏହା ନିଃସନ୍ଦେହ ଯେ, ବିଶ୍ୱକୁ ଶିକ୍ଷା ଦେବାରେ ଭାରତ ନିକଟରେ ଯେପରି ବହୁ କଥା ରହିଛି ସେହିପରି ବିଶ୍ୱଠାରୁ ଏହାକୁ ଅନେକ ବିଷୟ ଶିକ୍ଷା କରିବାର ଆବଶ୍ୟକତା ରହିଛି। ତେବେ ବିଶ୍ୱସ୍ତରରେ ନାଗରିକମାନଙ୍କର ହାରାହାରି ଉପତ୍ାଦନର ଏକ ପଞ୍ଚମାଂଶରୁ କମ୍‌ ଉପତ୍ାଦନ କରେ ଭାରତ। ଏବେ ଚାଇନା(୧୨,୫୫୬ ୟୁଏସ୍‌ଡି) ବିଶ୍ୱ ସହ ସମାନ ସ୍ତରରେ ରହିଛି। ଏଥିରୁ ବୁଝାପଡ଼ୁଛି ଯେ, ଚାଇନା ଆର୍ଥିକ କ୍ଷମତାର ୫ ଭାଗରୁ ଭାଗେ ଆମର ରହିଛି। ଜାଣି ଆଶ୍ଚର୍ଯ୍ୟ ହେବେ, ୧୯୯୧ରେ ଆମେ ଆର୍ଥିକ ସଂସ୍କାର ଆରମ୍ଭ କଲାବେଳେ ଭାରତ ଓ ଚାଇନା ସମାନ ଥିଲେ। ସେହି ବର୍ଷ ଦୁଇ ଦେଶର ମୁଣ୍ଡପିଛା ଜିଡିପି ପାଖାପାଖି ୩୦୦ ୟୁଏସ୍‌ଡି ଥିଲା। ବର୍ତ୍ତମାନ ଚାଇନା ଏକ ବଡ଼ ଶକ୍ତି ପାଲଟିଯାଇଛି ଓ ଏହା ବାହାରେ ତାହାର ଶକ୍ତି ପ୍ରଦର୍ଶନ କରିପାରିବ। ଆଗାମୀ କିଛି ବର୍ଷ ମଧ୍ୟରେ ସାମଗ୍ରିକ ଜିଡିପି ଦୃଷ୍ଟିରୁ ଏହା ଆମେରିକା ନିକଟରେ ପହଞ୍ଚତ୍ବାର ମନେ କରାଯାଉଛି। ତେବେ ସାମରିକ ଶକ୍ତିରେ ଏହା ଆମେରିକା ପାଖାପାଖି ହୋଇଗଲାଣି ବୋଲି କେତେଜଣ ବିଶେଷଜ୍ଞ କହୁଛନ୍ତି। ବିଶ୍ୱରେ ପ୍ରଭାବ ବିସ୍ତାର କରିବା ଏବଂ ଲୋକମାନଙ୍କୁ ଗରିବୀରୁ ମୁକ୍ତ କରି ସମୃଦ୍ଧି ହାସଲ କରିବାକୁ ହେଲେ ଭାରତକୁ ଅତି କଠିନ ପରିଶ୍ରମ କରିବାକୁ ପଡ଼ିବ। ବାଂଲାଦେଶ ନିକଟରେ ପହଞ୍ଚତ୍ବାକୁ ହେଲେ ଆମକୁ ବହୁତ କିଛି କରିବାକୁ ହେବ। ତେବେ ଏହା କ’ଣ ହୋଇପାରିବ? ମୋ ମତରେ, ସମ୍ଭବ ନୁହେଁ। ତେବେ ଆମକୁ ଆଉ ବେଶିଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ପୂର୍ବପେକ୍ଷା ବିଶ୍ୱ ଏବେ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି ଏବଂ ବିଶ୍ୱରେ ଆମ ସ୍ଥିତି ଓ ଆମ ଭବିଷ୍ୟତ ଏହି ଦଶନ୍ଧି ଶେଷ ହେବା ପୂର୍ବରୁ ସର୍ବ ସମ୍ମୁଖରେ ସ୍ପଷ୍ଟ ହୋଇଯିବ।

  • ଆକାର ପଟେଲ

Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri