ଆଜିଠୁ ଖୋଲିବ ଓଟି କମ୍ପ୍ଲେକ୍ସ

ବ୍ରହ୍ମପୁର ଅଫିସ,୧୨।୧୦: ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ମେଡିକାଲ ଅଧୀକ୍ଷକଙ୍କ ଚାମ୍ବରରେ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଏମକେସିଜି ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର ଓ ଡ଼ିନ ଡା. ଅବନୀକାନ୍ତ ମିଶ୍ର ଅଧ୍ୟକ୍ଷତା କରିଥିଲେ। ସେହିପରି ବିଭିନ୍ନ ବିଭାଗୀୟ ମୁଖ୍ୟ, ହାଉସସର୍ଜନ ସଂଘର କର୍ମକର୍ତ୍ତା ଓ ନର୍ସିଂ ସଂଘର କର୍ମକର୍ତ୍ତା ମଧ୍ୟ ଯୋଗ ଦେଇଥିଲେ। ଅଗଷ୍ଟ ୨୬ ରେ ସୁପରସ୍ପେସାଲିଷ୍ଟ କୋଠାରେ ଥିବା ଓଟି କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଥିଲା। ସେବେଠାରୁ ଉକ୍ତ ଓଟି ବନ୍ଦକରି ଦିଆଯାଇଥିଲା। ବୁଧବାରଠାରୁ ଉକ୍ତ ଓଟି କମ୍ପ୍ଲେକ୍ସ କାର୍ଯ୍ୟକ୍ଷମ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ସେହିପରି ସେପ୍ଟେମ୍ବର ୨୯ରେ ରୋଗୀଙ୍କ ରକ୍ତ ସଂଗ୍ରହକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ଏନେଇ ଏହି ବୈଠକରେ ସରକାରଙ୍କ ଦ୍ୱାରା ପ୍ରତ୍ୟେକ ଅଧିକାରୀଙ୍କ ପାଇଁ ନିର୍ଦ୍ଧାରିତ ଥିବା କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା। ଉଭୟ ପକ୍ଷଙ୍କ ମଧ୍ୟରେ ଡ୍ୟୁଟି ମ୍ୟାନେଜମେଣ୍ଟକୁ ନେଇ ରହିଥିବା ଦ୍ୱନ୍ଦ୍ୱର ଆପୋଷ ବୁଝାମଣା ଜରିଆରେ ସମାଧାନ କରାଯାଇଥିଲା। ବିଶେଷକରି ଭେଷଜ ବିଭାଗରେ ପ୍ରତିଦିନ ପ୍ରାୟ ୧୫୦ ରୋଗୀ ଆସିଥାନ୍ତି। ସେମାନଙ୍କ ରକ୍ତ ନମୁନା ସଂଗ୍ରହ କିପରି ସହଜ ହୋଇପାରିବ ସେନେଇ ମଧ୍ୟ ଆଲୋଚନା କରାଯାଇଥିଲା। ଆବଶ୍ୟକ ପଡ଼ିଲେ ଉକ୍ତ ବିଭାଗରେ ଅଧିକ ନର୍ସିଂ ଅଫିସର କିମ୍ବା ଲେବୋରେଟୋରି ଟେକ୍ନିସିଆନ ଯୋଗାଇ ଦିଆଯିବ ବୋଲି ସ୍ଥିର କରାଯାଇଛି।
ଦିତ୍ୱୀୟ ପର୍ଯ୍ୟାୟରେ ଡ଼ିନ୍‌ ଡା.ମିଶ୍ରଙ୍କ କାର୍ଯ୍ୟାଳୟରେ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏମ୍‌କେସିଜ ମେଡିକାଲ ପରିସରରେ ଲାଗି ରହିଥିବା ଗାଡ଼ି ପାର୍କିଂ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଲୋଚନା ହୋଇଥିଲା। ରୋଗୀ ସମ୍ପର୍କୀୟଙ୍କ ବାଇକ୍‌ ଓ ଅନ୍ୟାନ୍ୟ ଗାଡ଼ି ପାର୍କିଂ ପାଇଁ ଏକ ଘରୋଇ ସଂସ୍ଥାକୁ ଟେଣ୍ଡର ଦେବାକୁ ନିଷ୍ପତ୍ତି ହୋଇଥିଲା। ମେଡିକାଲର ବିଭିନ୍ନ ବିଭାଗ ସମ୍ମୁଖରେ ପାର୍କିଂ କରାଯାଉଥିବା ଗାଡ଼ିଗୁଡିକ ସେଠାରେ ପାର୍କିଂ ନ କରି ସୁପରସ୍ପେସାଲିଟି କୋଠା ସମ୍ମୁଖ ଭାଗରେ ଥିବା ଏକ ଖୋଲା ସ୍ଥାନରେ ଗାଡି ପାର୍କିଂ କରାଯିବା ପାଇଁ ସ୍ଥିର ହୋଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଏମ୍‌କେସିଜି ଉପ ଅଧୀକ୍ଷକ ଡା. କିରନ ପଟ୍ଟନାୟକ ଓ ପ୍ରଶାସନିକ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri