ଓଏସ୍‌ଏସ୍‌ସି ପ୍ରଶ୍ନପତ୍ର ଲିକ୍‌ ମାମଲା: ଆଉ ୮ ଗିରଫ

ବାଲେଶ୍ୱର,୬।୮(ମାନସ ବିଶ୍ୱାଳ)ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ(ଓଏସ୍‌ଏସ୍‌ସି) ଦ୍ୱାରା ପରିଚାଳିତ ଜେଇଇ ସିଭିଲ୍‌ ମେନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ମାମଲାରେ ସମ୍ପୃକ୍ତ ଆଉ ୮ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲାର ୨ଜଣ ଶିକ୍ଷକ ଅଛନ୍ତି। ଏହି ମାମଲାରେ ମୋଟ ୨୫ଜଣ ଗିରଫ ହୋଇସାରିଲେଣି ବୋଲି ବାଲେଶ୍ୱର ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ଶନିବାର ଏସ୍‌ପି ଅଫିସ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବିଜୟ ମଲ୍ଲିକ, ଶାନ୍ତନୁ ମିଶ୍ର, ସନ୍ଦୀପ କୁମାର ମହାନ୍ତି, ପ୍ରଦୀପ ଶତପଥୀ, ନିରଞ୍ଜନ ବେହେରା, ଅଜୟ କୁମାର ବିଶ୍ୱାଳ, ରାଜୀବ ଲୋଚନ ସାହୁ, ସପନ କୁମାର ରାଉତ। ଏମାନଙ୍କଠାରୁ ୩୪ହଜାର ୭ଶହ ଟଙ୍କା ଜବତ ହୋଇଛି। ଗିରଫ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କରେ ତଦନ୍ତ ଜାରି ରହିଛି ଓ ପରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।
ଏସ୍‌ପିଙ୍କ ସୂଚନା ଅନୁଯାୟୀ, ସହଦେବଖୁଣ୍ଟା ମଡ଼େଲ ଥାନାରେ ଓଏସ୍‌ଏସ୍‌ସି ପ୍ରଶ୍ନପତ୍ର ଲିକ୍‌ ମାମଲା (ନଂ. ୩୦୩/୨୩) ରୁଜୁ କରାଯାଇ ତନାଘନା କରାଯାଇଥିଲା। ପୂର୍ବରୁ ଗିରଫ ହୋଇଥିବା ମାଷ୍ଟରମାଇଣ୍ଡଙ୍କ ସହ ୧୭ଜଣଙ୍କ ମଧ୍ୟରେ ୩ଜଣ ସରକାରୀ ଅଧିକାରୀ ଥିଲେ। ସେମାନଙ୍କ ପାଇଁ ବିହାର ରାଜ୍ୟ ପାଟନାର ଆକାଉଣ୍ଟ ଜେନେରାଲ (ଏଜି), କନ୍ଧମାଳ ଓ ଯାଜପୁରର ଜିଲା ଶିକ୍ଷାଧିକାରୀଙ୍କୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଲିଖିତ ଭାବେ ଜଣାଯାଇଥିଲା। ଶନିବାର ଗିରଫଙ୍କ ମଧ୍ୟରେ ବାଲେଶ୍ୱରର ଶିକ୍ଷକ ଅଜୟ କୁମାର ବିଶ୍ୱାଳ ଓ ବିଜୟ ମଲ୍ଲିକଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି। ତେବେ ଏହି ମାମଲାରେ ଅଧିକ ତଥ୍ୟ ହାସଲ ପାଇଁ ପୂର୍ବରୁ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିଶାଳ କୁମାର, ବୀରେନ୍ଦ୍ର ସିଂହ, ବିଜେନ୍ଦ୍ର କୁମାର, ପଟ୍ଟା ସୁନୀଲ, ସୁଶାନ୍ତ କୁମାର ସାହୁ, ଗୋବିନ୍ଦ ତ୍ରିପାଠୀ ପ୍ରମୁଖଙ୍କ ରିମାଣ୍ଡ ପାଇଁ ଅଦାଲତରେ ଆବେଦନ କରାଯାଇଛି ା ଏହାସହିତ ଓଡ଼ିଶା ବାହାରେ ଏକାଧିକ ସ୍ଥାନରୁ ତଥ୍ୟ ହାସଲ ପାଇଁ ସର୍ଚ୍ଚ ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କରାଯାଇଛି। ସମସ୍ତ ପ୍ରକ୍ରିୟାରେ ସେମାନେ ପ୍ରାର୍ଥୀମାନଙ୍କ ଯୋଗାଯୋଗ କରିଛନ୍ତି। ଏଥିପାଇଁ ଦୁଇଟି ମାଧ୍ୟମ ଜଣାପଡ଼ିଛି। ମ୍ୟାନ୍‌ ପାୱାର କନସଲଟାନ୍ସି ସର୍ଭିସେସ୍‌ ଓ ଅନଲାଇନ୍‌ ପାଠପଢ଼ା ଗ୍ରୁପ୍‌ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ (ଟେଲିଗ୍ରାମ୍‌ ଓ ହ୍ବାଟ୍ସଆପ୍‌) ଜରିଆରେ ପ୍ରାର୍ଥୀମାନଙ୍କ ସହ ଯୋଗାଯୋଗ କରିବାରେ ସକ୍ଷମ ହୋଇଛନ୍ତି। ଇନ୍‌ଡିଭିଜୁଆଲ ଚେନ୍‌ ଓ ଲିଙ୍କ୍‌ସ ଚିହ୍ନଟ ପାଇଁ ଚେଷ୍ଟା ଚାଲିଛି। ଗିରଫଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ। ଗିରଫମାନଙ୍କ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ସିଜ୍‌ କରାଯାଇଛି। ଏହି ପ୍ରକ୍ରିୟାରେ ବିହାରର ଏକ ପ୍ରିଣ୍ଟିଂପ୍ରେସ୍‌ରୁ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା। ବିହାରରେ ଥିବା ମାଷ୍ଟରମାଇଣ୍ଡଙ୍କ ମାଧ୍ୟମରେ ସେମାନେ ଓଡ଼ିଶାକୁ ପ୍ରବେଶ କରିଥିଲେ। ଓଡ଼ିଶାରେ କିଛି ଦଲାଲଙ୍କୁ ହାତ କରି ସେମାନେ ଭେରିଅସ୍‌ ମ୍ୟାନପାୱାର କନସଲଟାନ୍ସି ସର୍ଭିସେସ୍‌ ଓ ଅନଲାଇନ୍‌ ପାଠପଢ଼ା ଗ୍ରୁପ୍‌ ମାଧ୍ୟମରେ ପ୍ରାର୍ଥୀଙ୍କ ନିକଟରେ ପହଞ୍ଚିଥିଲେ। ଏହି ଲିଙ୍କ୍‌କୁ ଠାବ କରିବାରେ ପୋଲିସ ସକ୍ଷମ ହୋଇଥିବାର ପ୍ରକାଶ କରିଛି। ଏହି ରାକେଟରେ ସମ୍ପୃକ୍ତ ଓଡ଼ିଶା ଓ ବାହାର ରାଜ୍ୟର ଏକାଧିକ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଆଗାମୀ ଦିନରେ ସେମାନଙ୍କୁ ଗିରଫ କରାଯିବ ବୋଲି ପ୍ରକାଶ କରିଛନ୍ତି ା ଖବରଦାତା ସମ୍ମିଳନୀରେ ସଦର ଏସ୍‌ଡିପିଓ ଡ. ଶଶାଙ୍କ ଶେଖର ବେହୁରିଆ, ସିଟି ଡିଏସ୍‌ପି ଗାୟତ୍ରୀ ପ୍ରଧାନ, ସହଦେବଖୁଣ୍ଟା ଥାନା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ, ସଦର ଥାନା ଆଇଆଇସି ଜୟନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ା
ସୂଚନାଯୋଗ୍ୟ ଯେ, ପରୀକ୍ଷା ପାଇଁ ପ୍ରଶ୍ନପତ୍ର ବିଭିନ୍ନ କେନ୍ଦ୍ରକୁ ପଠାଯିବା ପୂର୍ବରୁ ପ୍ରିଣ୍ଟିଂପ୍ରେସ୍‌ର ହେଲପର ବିରେନ୍ଦ୍ର ସିଂହ ସହଯୋଗରେ ମାଷ୍ଟରମାଇଣ୍ଡ ବିଶାଳ ଫାଇନାଲ ପ୍ରଶ୍ନପତ୍ର ପାଉଥିଲେ। ପରେ ଦଲାଲମାନଙ୍କ ସହଯୋଗରେ ପରୀକ୍ଷାର୍ଥୀଙ୍କୁ ଯୋଗାଯୋଗ କରାଯାଉଥିଲା। ଏହି ସମୟରେ ପରୀକ୍ଷାର୍ଥୀଙ୍କ ସମସ୍ତ ମୂଳ ସାର୍ଟିଫିକେଟ ସହ ଚୁକ୍ତି ହୋଇଥିବା ଅର୍ଥର ଅଧା ମାଷ୍ଟରମାଇଣ୍ଡ ବିଶାଳ ନେଇଯାଉଥିଲେ। ବାକି ଅଧା ଅର୍ଥ ପରୀକ୍ଷା ଫଳ ବାହାରିଲେ ନିଆଯାଉଥିଲା। ଏହିଭଳି ଓଏସ୍‌ଏସ୍‌ସି ପରିଚାଳିତ ସିଭିଲ୍‌ ମେନ ଜେଇ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ନେଇ ଦୀଘାଠାରେ ସମ୍ମିଳିତ ହୋଇଥିବା ବେଳେ ଦଲାଲମାନଙ୍କୁ ପୋଲିସ ଗିରଫ କରିଥିଲା ା ଦୀଘାରୁ ମୋଟ୍‌ ଜଣେ ମହିଳାଙ୍କ ସମେତ ୯ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ପରେ ମାଷ୍ଟରମାଇଣ୍ଡ ସହ ଅନ୍ୟ ୭ଜଣ ଗିରଫ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?