Posted inଖେଳ

ଅନୁଗୋଳକୁ ହରାଇ ମୁକ୍ତେଶ୍ୱର ସେମିରେ

ଢେଙ୍କାନାଳ ଅଫିସ,୯।୧: ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବେଡ଼ାପଡ଼ା ଗ୍ରାମସ୍ଥିତ ମା’ ଅନ୍ଧାରି କ୍ରିକେଟ୍‌ କ୍ଲବ ପକ୍ଷରୁ ୧୨ତମ ସୁବାସ ମେମୋରିଆଲ କ୍ରିକେଟ୍‌ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ‘ଧରିତ୍ରୀ’ ଓ ‘ଓଡ଼ିଶା ପୋଷ୍ଟ’ ସମ୍ପାଦକ ତଥାଗତ ସତପଥୀ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଏନ୍‌ଏସିର ପୂର୍ବତନ ଅଧ୍ୟକ୍ଷା ରୀନା ବେହେରା, ସାମାଜିକ କର୍ମୀ ତପନ ପରିଡ଼ା, ପ୍ରଶାନ୍ତ କୁମାର ସର, ରସାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଉଦ୍‌ଘାଟନୀ ମ୍ୟାଚରେ ଅନୁଗୋଳର ମା’ ବୁଢ଼ୀ କ୍ଲବକୁ ୨୯ ରନ୍‌ରେ ହରାଇ ଭୁବନେଶ୍ୱର ମୁକ୍ତେଶ୍ୱର କ୍ଲବ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। ଟସ୍‌ ଜିତି ମୁକ୍ତେଶ୍ୱର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୧୪୫ ରନ୍‌ ସଂଗ୍ରହ କରିଥିଲା। ପ୍ରତୀକ ଦାସ ୨୯ ବଲ୍‌ରେ ୩୧ ରନ୍‌ କରିଥିଲେ। ଜବାବରେ ଅନୁଗୋଳ ୧୨ ଓଭରରେ ୧୧୬ ରନ୍‌ କରି ପରାସ୍ତ ହୋଇଥିଲା। ଚିନ୍ମୟ ସାହୁ ୨୫ଟି ବଲ୍‌ରୁ ୫୯ ରନ୍‌ କରିଥିଲେ ମଧ୍ୟ ତାହା ଯଥେଷ୍ଟ ହୋଇ ନ ଥିଲା।

ବିଜୟୀ ମୁକ୍ତେଶ୍ୱର ଦଳର ଶୁଭମଶ୍ରୀ ବେହେରା ‘ଅଫ୍‌ ଦି ମ୍ୟାଚ’ ବିବେଚିତ ହୋଇଥିଲେ। ଅମ୍ପାୟର ସୋମନାଥ ସେଠୀ, ସଞ୍ଜୟ ସାମଲ ମ୍ୟାଚ୍‌ ପରିଚାଳନା କରିଥିଲେ। ନିଶିକାନ୍ତ ବେହେରା, ପ୍ରିୟରଞ୍ଜନ ସାମଲ, ଶୁଭମ୍‌ ସାମଲ ସ୍କୋରର ରହିଥିବାବେଳେ ସନ୍ଦୀପ ପଣ୍ଡା, ମନୋଜ ଗଡନାୟକ, ସିଲୁ ସ୍ବାଇଁ ଧାରାବିବରଣୀ ପ୍ରଦାନ କରିଥିଲେ। ସୋମବାର ୟୁନିୟନ୍‌ ସ୍ପୋର୍ଟିଂ କଟକ ଓ ରାମେଶ୍ୱର ସ୍ପୋର୍ଟିଂ ଭୁବନେଶ୍ୱର ମଧ୍ୟରେ ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବଙ୍କ ଭବିଷ୍ୟତ ଉପରେ ଗମ୍ଭୀରଙ୍କ ଚମକାଇଦେବା ବୟାନ, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ,୧୮।୯: ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ ଶେଷ ହୋଇଛି। ଭାରତୀୟ ଦଳ ୩-୦ରେ ସିରିଜ କ୍ଲିନ ସୁଇପ କରିଛି। ତେବେ ସିରିଜରେ ୧୫ ବର୍ଷୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ…

ସୁପ୍ରିମକୋର୍ଟଙ୍କ ପରାମର୍ଶ, ଆଗାମୀ ବର୍ଷଠାରୁ ୬ଷ୍ଠ ଶ୍ରେଣୀ ପାଇଁ ତ୍ରିଭାଷା ନୀତି ଲାଗୁ…

ନୂଆଦିଲ୍ଲୀ,୧୮।୯: ଛାତ୍ରୀଛାତ୍ରମାନଙ୍କୁ ଆଶ୍ୱସ୍ତି ଏବଂ ମାନସିକ ଚାପରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ୨୦୨୭ ଶିକ୍ଷାବର୍ଷ ଠାରୁ…

ଟ୍ରଫି ନେବା ସମୟରେ ଶ୍ରେୟସ କଲେ ଏମିତି କାମ, ଚାରିଆଡ଼େ ହେଉଛି ପ୍ରଶଂସା; ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ୧୨୭ ରନର ବଡ଼ ବ୍ୟବଧାନରେ ବିଜୟୀ ହୋଇଛି ଭାରତ। ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କ…

ଶତକ ପରେ କାହିଁକି ‘ଓଁ ନମଃ ଶିବାୟ’ଜପିଲେ ଅଭିଷେକ? ବଡ଼ ରାଜ୍‌ ଖୋଲିଲେ ବାପା, କହିଲେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତ ୧୨୭ ରନରେ ବିଜୟୀ ହୋଇଥିବା ବେଳେ ଅଭିଷେକ ଶର୍ମାଙ୍କ ଐତିହାସିକ ଶତକ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।…

‘ଓଁ ନମଃ ଶିବାୟ’ : ଶତକ ପରେ ମଇଦାନ ମଝିରେ ବସି ମନ୍ତ୍ର ଜପିଲେ ଅଭିଷେକ ଶର୍ମା, ତା’ପରେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ବ୍ୟାଟର ଝଡ଼ ଆଣିଛନ୍ତି ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମା। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଧୂଆଁଧାର ଶତକ…

ଘରେ ବାହାର ପଟୁ ତାଲା ପକାଇ ୫ ଛେଳି ଚୋରି, ୨ ଜଣଙ୍କୁ ଧରି…

ପାରପାଟଣା,୧୮ା୯(ବୀରକିଶୋର ଦାଶ): କିଛିଦିନ ହେବ ପାଟଣା, ଘଟଗାଁ, ତୁରୁମୁଙ୍ଗା ଥାନା ଅଞ୍ଚଳର ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଛେଳି ଚୋରି ବୃଦ୍ଧି ପାଇଛି। ବହୁ ସଂଖ୍ୟକ…

ଡିଜିପି ଚୟନ: ୨୨ ଶୁଣାଣିକୁ ଅପେକ୍ଷା

ଭୁବନେଶ୍ୱର,୧୮ା୯(ସୁନିତ୍‌ ମିଶ୍ର): ଓଡ଼ିଶା ଡିଜିପି ଚୟନ ନେଇ ଆସନ୍ତା ୨୨ ତାରିଖ ଦିନ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଗୁରୁବାର ଏହି ବାବଦରେ ସର୍ବୋଚ୍ଚ ନ୍ୟାୟଳୟରେ ଶୁଣାଣି ହେବାର…

ପୃଥିବୀ ଭୂଗର୍ଭରେ ରହିଛି ବିପୁଳ ଜଳରାଶି, ୨,୯୦୦ କିମି ଗଭୀରରେ ବଡ଼ ରହସ୍ୟ

ଲଣ୍ଡନ,୧୮ା୯: ‘ଜଳ ହିଁ ଜୀବନ’। ପୃଥିବୀରେ ସମସ୍ତ ଜୀବଜଗତର ସୃଷ୍ଟି ଓ ସ୍ଥିତି ପାଇଁ ଜଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେବଳ ଭୂପୃଷ୍ଠରେ ନୁହେଁ, ପୃଥିବୀର ଭୂଗର୍ଭୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?