ଓଏସ୍‌ଡିଏମ୍‌ଏକୁ ମିଳିବ ସୁଭାଷ ବୋଷ ଆପଦ ପ୍ରବନ୍ଧନ ପୁରସ୍କାର

ଭୁବନେଶ୍ୱର,୨୪ା୧(ବ୍ୟୁରୋ):ପ୍ରାକୃତିକ ବିପର୍ଯ୍ୟୟ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ (ଓଏସ୍‌ଡିଏମ୍‌ଏ)କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁଭାଷ ଚନ୍ଦ୍ର ବୋଷ୍‌ ଆପଦ ପ୍ରବନ୍ଧନ ପୁରସ୍କାର-୨୦୨୩ ପ୍ରଦାନ କରାଯିବ। ବିପର୍ଯ୍ୟୟ ବେଳେ ଉତ୍ସର୍ଗୀକୃତ ଅବଦାନ ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଉକ୍ତ ପୁରସ୍କାର ପ୍ରଦାନ କରାଯିବ। ଏହି ପୁରସ୍କାର ବାବଦରେ ଓଏସ୍‌ଡିଏମ୍‌ଏକୁ ୫୧ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ।
ପ୍ରତ୍ୟେକ ବର୍ଷ ନେତାଜୀ ସୁଭାଷ ବୋଷ୍‌ଙ୍କ ଜୟନ୍ତୀ ଦିବସରେ ଉକ୍ତ ପୁରସ୍କାର ପାଇଁ ଘୋଷଣା କରାଯାଏ। ଏଥିପାଇଁ ମନୋନୀତ ସଂସ୍ଥାକୁ ୫୧ ଲକ୍ଷ ଟଙ୍କା କ୍ୟାଶ୍‌ ପୁରସ୍କାର ସହ ଏକ ପ୍ରମାଣପତ୍ର ଏବଂ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ୫ ଲକ୍ଷ ଟଙ୍କା ଓ ସାର୍ଟିଫିକେଟ ପ୍ରଦାନ ବ୍ୟବସ୍ଥା ରହିଛି।
୧୯୯୯ ମହାବାତ୍ୟା ପରେ ଓଏସ୍‌ଡିଏମ୍‌ଏ ପ୍ରତିଷ୍ଠା କରାଯାଇଥିଲା। ଓଏସ୍‌ଡିଏମ୍‌ଏ ଓଡ଼ିଶା ଡିଜାଷ୍ଟର ରେସ୍‌ପନ୍ସ ଆକ୍ସନ ଫୋର୍ସ(ଓଡିଆରଏଫ୍‌) ଏର୍ଲି ଓ୍ବାର୍ନିଂ ସର୍ଭିସ ଫ୍ରେମ୍‌ଓ୍ବାର୍କ, ଲୋକମାନଙ୍କୁ ଆଗୁଆ ସୂଚନା ଦେବା ପାଇଁ ମୋବାଇଲ ଆପ୍‌ ‘ସତର୍କ’ ସହିତ ବହୁମୁଖୀ ବାତ୍ୟା ନିରୋଧକ ବ୍ୟବସ୍ଥା ଗ୍ରହଣ କରିଆସିଛି। ୨୦୧୪ରେ ବାତ୍ୟା ହୁଡୁହୁଡୁ, ୨୦୧୯ରେ ଫନି, ୨୦୨୦ରେ ଅମ୍ଫନ ଏବଂ ୨୦୨୦ରେ ଓଡ଼ିଶାରେ ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଏସ୍‌ଡିଏମ୍‌ଏ ତ୍ୱରିତ ପଦକ୍ଷେପ ଗ୍ରହଣ କରିଆସିଛି। ଏହାଛଡ଼ା ଓଏସ୍‌ଡିଏମ୍‌ଏ ରାଜ୍ୟରେ ଲୋକମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସୁରକ୍ଷିତ ସ୍ଥାନ ଯୋଗାଇଦେବାକୁ ସମୁଦ୍ର ଉପକୂଳରୁ ୧.୫ କିଲୋମିଟର ମଧ୍ୟରେ ୮୭୯ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିଛି। ଏଥିସହ ସମୁଦ୍ରକୂଳିଆ ୩୮୧ ସୁନାମିପ୍ରବଣ ଗ୍ରାମକୁ ଚିହ୍ନଟ କରି ବିପର୍ଯ୍ୟୟ ପ୍ରସ୍ତୁତି ପାଇଁ ପଦକ୍ଷେପ ନେଇଛି। ଏସବୁ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଓଏସ୍‌ଡିଏମ୍‌ଏକୁ କେନ୍ଦ୍ର ସରକାର ପୁରସ୍କୃତ କରିବାକୁ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?