Posted inଖେଳ

ହାମିଲଟନଙ୍କୁ ୯୦ତମ ଗ୍ରାଁ ପ୍ରି ଟାଇଟଲ

ମୁଗେଲୋ, ୧୪ା୯ (ଇଟାଲି): ରବିବାର ଅନୁଷ୍ଠିତ ପ୍ରଥମ ଟସ୍କାନ ଫର୍ମୁଲା ଓ୍ବାନ୍‌ ଗ୍ରାଁ ପ୍ରି ମୋଟର ରେସ୍‌ରେ ବିଶ୍ୱ ଚାମ୍ପିୟନ ଲୁଇସ୍‌ ହାମିଲଟନ ତାଙ୍କ ମର୍ସିଡିଜ୍‌ ଟିମ୍‌ମେଟ୍‌ ଭାଲ୍‌ଟେରି ବୋଟାସଙ୍କ ପଛରେ ପକାଇ ଟାଇଟଲ ବିଜୟୀ ହୋଇଛନ୍ତି। ଏହା ହେଉଛି ତାଙ୍କର ୯୦ ତମ ଗ୍ରାଁ ପ୍ରି ବିଜୟ। ଆଉ ଏକ ବିଜୟ ଦ୍ୱାରା ସେ ମାଇକେଲ ସୁମାକର (୯୧)ଙ୍କ ରେକର୍ଡ ସମକକ୍ଷ ହୋଇ ପାରିବେ। ଆସନ୍ତା ରବିବାର ରୁଷିଆର ସୋଚିଠାରେ ପରବର୍ତ୍ତୀ ରେସ୍‌ ହେବ। ହାମିଲଟନଙ୍କ ପାଇଁ ଏଥିରେ ସୁଯୋଗ ରହିଛି। ରେଡ୍‌ବୁଲ୍‌ର ଆଲେକ୍ସ ଆଲ୍‌ବନ ତୃତୀୟ ସ୍ଥାନ ସହ ପ୍ରଥମ ଥର ଫର୍ମୁଲା ଓ୍ବାନ ପୋଡିୟମ ଫିନିଶ କରିଛନ୍ତି। ଡାନିଏଲ ରିକାର୍ଡୋ (ରେନଲ୍ଟ) ଚତୁର୍ଥ ଏବଂ ସର୍ଗିଓ ପେରେଜ (ରେସିଂ ପଏଣ୍ଟ) ୫ମ ହୋଇଛନ୍ତି।
୬ଷ୍ଠ ରୁ ୧୦ମ ସ୍ଥାନ ଯଥାକ୍ରମେ ଲାଣ୍ଡୋ ନୋରିସ୍‌(ମ୍ୟାକଲରେନ), ଡାନିଲ କ୍ୟାତ୍‌ (ଆଲ୍‌ଫା ତାଉରି), ଚାଲର୍‌ସ ଲେକ୍‌ରେକ୍‌(ଫେରାରି), କିମି ରାଇକୋନେନ (ଆଲ୍‌ଫା ରୋମିଓ) ଓ ସେବାଷ୍ଟିଆନ ଭେଟେଲ (ଫେରାରି)ଅଧିକାର କରିଥିଲେ। ଘଟଣାବହୁଳ ଏହି ରେସ୍‌ର ପ୍ରଥମ ୮ଲାପ୍‌ ମଧ୍ୟରେ ଦୁଇଥର ସେଫ୍ଟି କାର୍‌ରର ସହାୟତା ନେବାକୁ ପଡ଼ିଥିଲା। କାର୍ଲୋସ ସେଞ୍ଜ (ମ୍ୟାକଲରେନ), ଲତିଫି (ଓ୍ବିଲିୟମ୍ସ), କେଭିନ୍‌ ମାଗ୍ନସେନ୍‌ (ହାସ୍‌)ଙ୍‌ କାର୍‌ ମଧ୍ୟରେ ସଂଘର୍ଷ ଘଟିଥିଲା। ଫଳରେ ରେସ୍‌ରେ ସେମାନେ ବାଦ୍‌ ପଡ଼ିଥିଲେ। ଦୁଇଥର ରେଡ୍‌ ଫ୍ଲାଗ୍‌ ହେବା ଦିବସର ଅନ୍ୟତମ ଉଲ୍ଲେଖନୀୟ ଘଟଣା। ରେନଲ୍ଟର ଏଷ୍ଟିବାନ୍‌ ଓକନଙ୍କୁ ରିଟାୟର୍ଡ ନେବାକୁ ହୋଇଥିଲା। ୨୦୨୦ ସିଜନର ଏହା ଥିଲା ୯ମ ରେସ୍‌।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

ସାଢ଼େ ୯ ବର୍ଷ ପରେ ଶତକ ହାସଲ କରି ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୦।୧୦: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଚାଲିଛି। ଅଷ୍ଟ୍ରେଲିଆର ମଧ୍ୟ-କ୍ରମ ବ୍ୟାଟର ମ୍ୟାଟ ରେନଶ’ ଏହି ମ୍ୟାଚରେ…

IND vs WI, 3rd T20 Playing-11: ଶୋଚନୀୟ ପରାଜୟ ପରେ ଭାରତୀୟ ଦଳରେ ପରିବର୍ତ୍ତନ; ଏହି ଅଲରାଉଣ୍ଡରଙ୍କ ସ୍ଥାନ ନେବେ …

ନୂଆଦିଲ୍ଲୀ,୧୦।୧୦: ଦ୍ୱିତୀୟ ଟି-୨୦ ମ୍ୟାଚରେ ୱେଷ୍ଟ ଇଣ୍ଡିଜ ବ୍ୟାଟରମାନେ ଭାରତୀୟ ବୋଲରଙ୍କୁ ନିର୍ଦ୍ଦୟ ଭାବେ ପ୍ରହାର କରିଥିଲେ। ଭାରତ ୨୫୦ ରନର ସ୍କୋରକୁ ରକ୍ଷା କରିବାରେ ବିଫଳ…

ଚମତ୍କାର ରେକର୍ଡ କଲେ ତିଲକ ବର୍ମା: ଟି-୨୦ କ୍ରିକେଟ୍‌ରେ ପ୍ରଥମଥର କଲେ ଏମିତି କମାଲ

ନୂଆଦିଲ୍ଲୀ,୧୦।୧୦: ଭାରତୀୟ ଟି-୨୦ ଦଳର ଉପଅଧିନାୟକ ତିଲକ ବର୍ମାଙ୍କ ବ୍ୟାଟ ପୁଣିଥରେ ଗର୍ଜିଛି। ୱେଷ୍ଟଇଣ୍ଡିଜ ବିପକ୍ଷରେ ରାଞ୍ଚିରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ସେ ମାତ୍ର ୧୮ଟି…

ଦୁର୍ଭାଗ୍ୟଶାଳୀ ସଞ୍ଜୁ ସାମସନ: ପ୍ରଥମଥର ପାଇଁ ଜଣେ ଖେଳାଳି ଭାବେ ସାମ୍ନା କଲେ ଏମିତି ଅବସ୍ଥା

ରାଞ୍ଚି,୧୦।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ସଞ୍ଜୁ ସାମସନ ଚମତ୍କାର ବ୍ୟାଟିଂ କରି ୪୧ଟି ବଲରୁ ୮୨ ରନ ସଂଗ୍ରହ କରିଥିଲେ। ୯ଟି ଚୌକା ଓ…

IND vs WI: ବୋଲରଙ୍କ କ୍ୟାରିୟର ବରବାଦ…! କାହା ଉପରେ ରାଗି ଏମିତି କହିଲେ ଗୌତମ ଗମ୍ଭୀର? ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଦଶ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ, ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ପିଚକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଗତ ରାତିରେ ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?