ପରପାରିରେ ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝି

ଭୁବନେଶ୍ୱର,୧୧।୧(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ତଥା ନୂଆପଡା ଜିଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ମାଝିଙ୍କର ସୋମବାର ବିଳମ୍ବିତ ରାତିରେ ଭୁବନେଶ୍ୱରରେ ପରଲୋକ ଘଟିଛି। ଏ ନେଇ ତାଙ୍କ ପୁଅ କୃଷ୍ଣସିଂହ ମାଝି ସୂଚନା ଦେଇଛନ୍ତି । ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ରାତିରେ ଶୋଇଥିବା ସମୟରେ ହଠାତ ସେ ଅସୁସ୍ଥତା ଅନୁଭବ କରିଥିଲେ। ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ରାତି ପ୍ରାୟ ୩ଟାରେ ତାଙ୍କ ପରଲୋକ ଘଟିଛି। ସେ ଖଡ଼ିଆଳ ନିର୍ବାଚନମଣ୍ଡଳୀରୁ ୪ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିବା ବେଳେ ଥରେ ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରୀ ଭାବରେ କାର୍ଯ୍ୟ ତୁଲାଇଥିଲେ।
ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତଦେହ ଆଜି ଜନ୍ମମାଟିକୁ ନିଆଯିବା ପରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ୮ରୁ ବଢ଼ିବ ବର୍ଷା

ଭୁବନେଶ୍ୱର,୭।୬(ବ୍ୟୁରୋ): ବିହାରର ଦକ୍ଷିଣ ଅଞ୍ଚଳ ଓ ଏହାର ଆଖପାଖରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର...

ଅରୁଆ କଲେ ଏଫ୍‌ସିଆଇ ନେବ ବଳକା ଚାଉଳ

ଭୁବନେଶ୍ୱର,୭ା୮(ଅନିଲ ଦାସ): ଇଥାନଲ ଉତ୍ପାଦନ ପାଇଁ ଅରୁଆ ଚାଉଳ ଆବଶ୍ୟକ। ଏହି ଚାଉଳ ଯୋଗାଡ଼ରେ ଲାଗିଛି ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ)। ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ...

ବର୍ଷକ ପରେ ପହଞ୍ଚିଲା ବିବାହ ଉପହାର ଟଙ୍କା

ଟିକ୍ରାପଡା,୩ା୫(ଡି.ଏନ.ଏ.) ଡାକ ଯୋଗେ ପଠାଯାଇଥିବା ମନିଅର୍ଡର ଟଙ୍କା ପଠାଇବାର ବର୍ଷକ ପରେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଥିବା ଖବର ସମସ୍ତଙ୍କୁ ଚକିତ କରିଛି। ସୁବର୍ଣ୍ଣପୁର ଜିଲା ତରଭା...

ପରିବେଶ କ୍ଷୟକ୍ଷତି ଭରଣା ପାଇଁ ନିର୍ଦ୍ଦେଶ

ଯାଜପୁର ଅଫିସ,୨୮ା୧: ଯାଜପୁର ଜିଲା ଦେଇ ଯାଇଥିବା ଚଣ୍ଡିଖୋଲ ଠାରୁ ତାଳଚେର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ବିପୁଳ ପରିମାଣର ମୋରମ୍‌ ଲୁଟ୍‌ ହୋଇଛି। ଏହାସହ...

ରବିବାର ବାତ୍ୟା

ଭୁବନେଶ୍ୱର,୬।୫(ବ୍ୟୁରୋ): ଦକ୍ଷିଣ-ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବା ପାଣିପାଗ...

ସରକାରୀ ବିଭାଗ ସହ ନିର୍ଦ୍ଦେଶାଳୟ ମିଶ୍ରଣ ପ୍ରସଙ୍ଗ:ପ୍ରଶାସନିକ ତତ୍ପରତା ଆରମ୍ଭ

ଭୁବନେଶ୍ୱର,୪-୯(ବ୍ୟୁରୋ):ରାଜ୍ୟରେ ଥିବା ସରକାରୀ ବିଭାଗ ଓ ସଂପୃକ୍ତ ନିର୍ଦ୍ଦେଶାଳୟଗୁଡିକର ମିଶ୍ରଣ କରାଯିବ। ଏହି ମିଶ୍ରଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି। ସେହିକ୍ରମରେ...

ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାକୁ ମନା କରୁଛନ୍ତି ଗ୍ରାମବାସୀ

ପଟ୍ଟାଙ୍ଗୀ,୧୨ା୧୦(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅଧୀନ ତଥା ଆନ୍ଧ୍ର ରାଜ୍ୟ ସୀମାନ୍ତ କୋଟିଆ ପଞ୍ଚାୟତର ଫଗୁଣସିନେରି ଗ୍ରାମବାସୀ ଆନ୍ଧ୍ର ସହ ଅଛୁ ଓ ରହିବୁ...

ଜଗତ୍‌ସିଂହପୁର ଜିଲାରେ କୁକୁର ବନ୍ଧ୍ୟାକରଣ ଯୋଜନା ପ୍ରହସନ: କାମରେ ଲାଗୁନି ୧୮ ଲକ୍ଷର ଅନୁଦାନ

ଜଗତ୍‌ସିଂହପୁର ଅଫିସ, ୧୮ା୭: ଜଗତ୍‌ସିଂହପୁର ଜିଲାରେ ଏବେ ବୁଲା କୁକୁରଙ୍କ ଉତ୍ପାତ ଚିନ୍ତାର କାରଣ ହୋଇଛି। ରାତିଅଧ ହେଉ ଅବା ଦ୍ୱିପ୍ରହରରେ ଲୋକେ ରାସ୍ତାରେ ନିରାପଦରେ...

Advertisement
Archives

Model This Week